ମାୟାବିନୀଙ୍କ ମାୟାଜାଲରେ ଯୁବପିଢି: ଫସାଇବାର ନୂଆ ଟ୍ରେଣ୍ଡ ‘ହନିଟ୍ରାପ’

The Sakala Picture
Published On

ଭୁବନେଶ୍ବର: ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) କ୍ଷେପଣାସ୍ତ୍ର ଘାଟିର ଗୁପ୍ତତଥ୍ୟକୁ ସେଠାରେ କାର୍ଯ୍ୟ କରୁଥିବା ୫ ଅଭିଯୁକ୍ତ ହନିଟ୍ରାପ୍‌ରେ ଫସି ଶତ୍ରୁରାଷ୍ଟ୍ରକୁ ଦେଇଥିବା ନେଇ ଏବେ ରାଜ୍ୟରେ ଆଲୋଡ଼ନା ସୃଷ୍ଟି ହୋଇଛି । ତେବେ ହନିଟ୍ରାପ୍ ଜରିଆରେ ଗୋପନୀୟ ତଥ୍ୟ ଏବଂ ଟଙ୍କା ନେବା ଏବେ ନୂଆ ଟ୍ରେଣ୍ଡ ଦେଖାଦେଇଛି। ରାଜଧାନୀରେ ସପ୍ତାହରେ ହନିଟ୍ରାପ୍ ଜରିଆରେ ଠକେଇ ଘଟଣା ପଦାକୁ ଆସୁଛି । କିଛିଦିନ ତଳେ ସହିଦନଗର ଥାନା ପୁଲିସ ଫେସ୍‌ବୁକ୍‌ ଜରିଆରେ […]

ଭୁବନେଶ୍ବର: ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) କ୍ଷେପଣାସ୍ତ୍ର ଘାଟିର ଗୁପ୍ତତଥ୍ୟକୁ ସେଠାରେ କାର୍ଯ୍ୟ କରୁଥିବା ୫ ଅଭିଯୁକ୍ତ ହନିଟ୍ରାପ୍‌ରେ ଫସି ଶତ୍ରୁରାଷ୍ଟ୍ରକୁ ଦେଇଥିବା ନେଇ ଏବେ ରାଜ୍ୟରେ ଆଲୋଡ଼ନା ସୃଷ୍ଟି ହୋଇଛି । ତେବେ ହନିଟ୍ରାପ୍ ଜରିଆରେ ଗୋପନୀୟ ତଥ୍ୟ ଏବଂ ଟଙ୍କା ନେବା ଏବେ ନୂଆ ଟ୍ରେଣ୍ଡ ଦେଖାଦେଇଛି। ରାଜଧାନୀରେ ସପ୍ତାହରେ ହନିଟ୍ରାପ୍ ଜରିଆରେ ଠକେଇ ଘଟଣା ପଦାକୁ ଆସୁଛି । କିଛିଦିନ ତଳେ ସହିଦନଗର ଥାନା ପୁଲିସ ଫେସ୍‌ବୁକ୍‌ ଜରିଆରେ ହନିଟ୍ରାପ୍ କରୁଥିଲେ ପ୍ରିୟଙ୍କା ପ୍ରିୟଦର୍ଶିନୀପରିଡ଼ା। ସେ ଫେସ୍‌ବୁକ୍‌ରେ ସୁନ୍ଦରୀ ଯୁବତୀଙ୍କ ଫଟୋ ରଖ୍ ଯୁବକଙ୍କୁ ଫସାଉଥିଲା। କାହାକୁ ଡାକ୍ତର ତ ଆଉ କାହାକୁ ଇଞ୍ଜିନିୟର ପରିଚୟ ଦେଇ ବନ୍ଧୁତା ସ୍ଥାପନ କରି ସମ୍ପର୍କ ବଢ଼ାଉଥିଲା। ଏହାପରେ ଯୁବକଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଲକ୍ଷଲକ୍ଷ ଟଙ୍କା ଚଳୁ କରୁଥିଲା। ତେବେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ୬୦ହଜାର ଟଙ୍କା ସହ ମୋବାଇଲ ଓ ଏକାଧିକ ବ୍ୟାଙ୍କର ଜମାଖାତା ଜବତ କରିଥିଲା।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ସେହିପରି ସହିଦନଗର ଥାନା ବାଙ୍କୁଆଳର ଜୟକୃଷ୍ଣ ଦାସଙ୍କ ଦ୍ବାଟ୍ସଆପ୍ ଜରିଆରେ ଜଣେ ମହିଳା ଫସାଇଥିଲେ। ସେ ମେକ୍‌ଅପ୍ ନେଇ ନିଜର ସୁନ୍ଦର ଚେହେରା ଓ ସମ୍ଭ୍ରାନ୍ତ ପରିବାର କହି ଜୟକୃଷ୍ଣକୁ ବୀମା କରାଇଦେବା ଆଳରେ ଫସାଇଥିଲେ । ରାତିରେ ଜୟକୃଷ୍ଣଙ୍କ ଘରେ ରହିବା ଆଳରେ ଖାଇବାରେ ନିଶାଦେଇ ୩୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ । ଏହି ଘଟଣାରେ ପୁଲିସ ପିହୁ ବିଶ୍ୱାସକୁ ଗିରଫ କରିବା ସହ ସୁନା ଅଳଙ୍କାର ଓ ନଗର ଟଙ୍କା ଜବତ କରିଥିଲା।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ସେପଟେ ଗତବର୍ଷ ରାଜଧାନୀର କିଛି ପ୍ରତିଷ୍ଠିତ ବ୍ୟକ୍ତି ହନିଟ୍ରାପ୍‌ରେ ଫସିଥିଲେ। ସେମାନଙ୍କୁ ଜଣେ ମୟାବିନୀ ଯୁବତୀ ଏକ ସଂସ୍ଥାରେ ଟଙ୍କା ଲଗାଇବାକୁ କହି ଲକ୍ଷାଧିକ ଟଙ୍କା ଅନ୍‌ଲାଇନ୍‌ରେ ନେଇଥିଲେ। ଏହି ଘଟଣା ରାଜଧାନୀରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ସେହିପରି ଚାନ୍ଦିପୁର ପ୍ରତିରକ୍ଷା ଘାଟିରେ ପାଇଲଟ ବିହୀନ ଏୟାରକ୍ରାଫ୍ଟ ଟେଷ୍ଟ ସମ୍ପର୍କିତ ତଥ୍ୟ ଶତ୍ରୁ ରାଷ୍ଟ୍ରକୁ ଲିକ୍ ହୋଇଥିବା ସନ୍ଦେହରେ ତନାଘନା କରାଯାଉଛି। ମାୟାବିନୀ ଯୁବତୀ ଅଶ୍ଳୀଳ ଭିଡିଓ କଲ୍ କରିବା ସହ ବିବାହ କରିବାର ଆଳ ଦେଖାଇ ୫କର୍ମଚାରୀଙ୍କୁ ହନିଟ୍ରାପ୍‌ରେ ଫସାଇ ତଥ୍ୟ ନେଇଯାଇଥିବା ସନ୍ଦେହ କରାଯାଉଛି ।

ଆହୁରି ପଢ଼ନ୍ତୁ: ଚାକିରି ବାହାନାରେ ଡାକି ଯୁବତୀଙ୍କୁ ଦୁଷ୍କର୍ମ, ପୁଲିସର ଚଢ଼ଉ; ପ୍ରେମୀ ଯୁଗଳଙ୍କ ସହ ୩ ଅଟକ

ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଅଜଣା ମହିଳାଙ୍କ ସହ ସମ୍ପର୍କ ରଖନ୍ତୁନାହିଁ। ଫେସ୍‌ବୁକ୍‌ରେ କିମ୍ବା ସୋସିଆଲ୍ ମିଡ଼ିଆରେ ସମ୍ପର୍କ ବଢ଼ାଇବା ଆଗରୁ ପରିଚୟ ଯାଞ୍ଚ କରନ୍ତୁ। କିଛି ଦିନ ଭିତରେ ମହିଳା ଅଲଗା ପରିଚୟ ଦେଇ ଠକେଇ ଘଟଣା ପଦାକୁ ଆସିଛି। ତେଣୁ ସମସ୍ତେ ସତର୍କତା ଅବଲମ୍ବନ କରନ୍ତୁ । ସେହିପରି ଅନ୍‌ଲାଇନ୍‌ରେ ଏବେ ସେକ୍ସଟ୍ରୋରସନ୍ ସମ୍ପର୍କିତ ଠକେଇ ଅଧିକ ହୋଇଛି । ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିବା ଆଳରେ ବ୍ଲାକ୍‌ମେଲିଂ କରି ଟଙ୍କା ମାଗୁଛନ୍ତି ଅଦୃଶ୍ୟ ଠକ। ତେଣୁ ଅଜଣା ବ୍ୟକ୍ତିଙ୍କ ସହ ସମ୍ପର୍କ ରଖନ୍ତୁ ନାହିଁ ।

ବର୍ଷରେ ୨୨ ମାମଲା

ରାଜଧାନୀରେ ମାୟାବିନୀ ମାନେ ବରିଷ୍ଠ ନାଗରିକଙ୍କୁ ନିଜର ମାୟାଜାଲରେ ଫସାଉଛନ୍ତି। ସେମାନଙ୍କ ସହ ଅଶ୍ଳୀଳ କଥାବର୍ତ୍ତା କରିବା ସହ ଅଶ୍ଳୀଳ କଲ୍ କରୁଛନ୍ତି। ଏହାପରେ ସେମାନଙ୍କୁ ଟଙ୍କା ଦାବି କରୁଛନ୍ତି । ଟଙ୍କା ନ ଦେଲେ ଦୁଷ୍କର୍ମ ଅଭିଯୋଗରେ ଫ ସାଉଛନ୍ତି। ଏଥ୍‌ସହିତ ଟଙ୍କା ଦେବାରେ ଖୁଲାପ କଲେ ସୋସିଆଲ୍ ମିଡିଆରେ ଭାଇରାଲ କରିବା ସହ ଥାନାରେ ଅଭିଯୋଗ କରିଛନ୍ତି। ତେବେ ରାଜଧାନୀର ବିଭିନ୍ନ ଥାନାରେ ଗୋଟିଏ ବର୍ଷରେ ୨୨ଟି ହନିଟ୍ରାପ୍ ମାମଲା ରୁଜୁ ହୋଇଛି । କିଛି ଦିନ ତଳେ ଖଣ୍ଡଗିରି ଥାନାର ଜଣେ ୩୫ ବର୍ଷିୟ ମହିଳା ୬୧ ବର୍ଷ ବୟସର ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ଏହା ଏକ ହନିଟ୍ରାପ୍‌ରେ ବୋଲି ଜଣାପଡ଼ିଥିଲା। ଟଙ୍କା ନ ନେଦେବାରୁ ମହିଳା ଜଣକ ଏଭଳି ସାଂଘାତିକ ଅଭିଯୋଗ ହୋଇଥିଲା ବୋଲି ପୁଲିସ କହିଥିଲା।

ଅନ୍‌ଲାଇନ୍‌ରେ ସେକ୍ସଟୋରେସନ୍

ଅନ୍‌ଲାଇନ୍‌ରେ ହନିଟ୍ରାପ୍ ଏବେ ନୂଆଟ୍ରେଣ୍ଡ ଦେଖାଦେଇଛି। କିଛି ସାଇବର ସୁନ୍ଦରୀ ଯୁବତୀଙ୍କୁ ଲଗାଇ ଫସାଇବା ଲାଗି ଫୋନ୍ ନମ୍ବର ଦେଉଛନ୍ତି। ଏହାପରେ ହ୍ବାଟ୍ସଆପ୍ କିମ୍ବା ମେସେଞ୍ଜରରେ ସିଧାସଳଖ ଅଶ୍ଳୀଳ ଭିଡିଓ କଲ୍ ଓ ଚାଟିଂ ଆରମ୍ଭ ହେଉଛି । ଉକ୍ତ ଅନ୍ତରଙ୍ଗ ମୁହୂର୍ଭର ଫଟୋ ବା ଭିଡିଓକୁ ସ୍କ୍ରିନ୍ ରେକର୍ଡିଂ କରି ବ୍ଲାକ୍‌ମେଲିଂ କରୁଛନ୍ତି ସାଇବର୍ ଠଠକ । ରାଜଧାନୀରେ କେବଳ ଶତାବ୍ଲକ ଏଭଳି ଘଟଣା ଘଟିଥିଲା ।

ରିମାଣ୍ଡରେ ଆସିବେ ପିହୁ

ସହିଦନଗର ଥାନା ଅଞ୍ଚଳର ଜୟକୃଷ୍ଣ ଦାସଙ୍କୁ ଖାଦ୍ୟରେ ନିଶାଦେଇ ସୁନା ଓ ଟଙ୍କା ନେଇ ଫେରାର୍ ହୋଇଯାଇଥିବା ପିହୁ ବିଶ୍ୱାସକୁ ପୁଲିସ ଗିରଫ କରିଛି। ପିହୁକୁ ୨ଦିନିଆ ରିମାଣ୍ଡରେ ଆଣିବା ଲାଗି ପୁଲିସ କୋର୍ଟରେ ଆବେଦନ କରିବେ। ତାକୁ ଆଣି ପଚରାଉଚରା ପରେ ଅଧିକ ତଥ୍ୟ ହାସଲ କରିବ ସହିଦନଗର ଥାନା ପୁଲିସ। ସେହିପରି ଏଥ୍ରେି ଆଉ ଜଣକ ସମ୍ପୃକ୍ତି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ମାୟାଜାଲରେ ଏକାଧିକ ବ୍ୟକ୍ତିଙ୍କୁ ଜାଣିବାକୁ ପାଇଛି। ପିହୁ ଜାଲରେ ପଡ଼ିଥିବା ବ୍ୟକ୍ତି ଥାନାରେ ଅଭିଯୋଗ କରିବା ଲାଗି ପୁଲିସ କହିଛି। ପିହୁ ଠକେଇ କରୁଥିବା ଟଙ୍କାରୁ ୫୦ ପ୍ରତିଶତ ନିଜକୁ ସଜେଇ ହେବାରେ ବିନିଯୋଗ କରୁଥିଲା । ପିହୁ ତାର ଜଣେ ବଙ୍ଗୀୟ ପୁରୁଷ ବନ୍ଧୁଙ୍କ ସହାୟତାରେ ଏଭଳି ଠକେଇ କାରବାର କରୁଥିବା ପୁଲିସ ଜାଣିବାକୁ ପାଇଛି । ଏବେ ପୁରୁଷ ବନ୍ଧୁ ଜଣଙ୍କ ଫେରାର୍ ଅଛି। ପିହୁଠାରୁ ସୁନା ଅଳଙ୍କାର କିଣିଥିବା ପୁରୀର ଜଣେ ସୁନା ବ୍ୟବସାୟୀ ପୁଲିସ ସ୍କାନରରେ ରହିଛି। ତାକୁ ଜେରା କରାଯିବ ବୋଲି ପୁଲିସ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର