ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା: ୩ବର୍ଷରେ ୨୬୮୨ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ସଂଖ୍ୟା ଗତ କିଛି ବର୍ଷ ହେବ କ୍ରମଶଃ ବଢ଼ିବାରେ ଲାଗିଛି। ଛାତ୍ରୀଙ୍କ ଅପେକ୍ଷା ଛାତ୍ରମାନେ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି। ଏନ୍‍ସିଆର୍‍ବି ରିପୋର୍ଟ ଅନୁସାରେ ରାଜ୍ୟରେ ଗତ ୩ବର୍ଷରେ ୨୬୮୨ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ୨୦୧୯ରେ ୩୭୯ଜଣ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ୨୦୨୦ରେ ୧୪୬୯ ଜଣ ୨୦୨୧ରେ ୮୩୪ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଏପରିକି ୨୦୨୦ରେ ଛାତ୍ର ଆତ୍ମହତ୍ୟା ମାମଲାରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ୨୦୨୦ରେ […]

ଭୁବନେଶ୍ୱର: ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ସଂଖ୍ୟା ଗତ କିଛି ବର୍ଷ ହେବ କ୍ରମଶଃ ବଢ଼ିବାରେ ଲାଗିଛି। ଛାତ୍ରୀଙ୍କ ଅପେକ୍ଷା ଛାତ୍ରମାନେ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି। ଏନ୍‍ସିଆର୍‍ବି ରିପୋର୍ଟ ଅନୁସାରେ ରାଜ୍ୟରେ ଗତ ୩ବର୍ଷରେ ୨୬୮୨ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ୨୦୧୯ରେ ୩୭୯ଜଣ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ୨୦୨୦ରେ ୧୪୬୯ ଜଣ ୨୦୨୧ରେ ୮୩୪ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଏପରିକି ୨୦୨୦ରେ ଛାତ୍ର ଆତ୍ମହତ୍ୟା ମାମଲାରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ୨୦୨୦ରେ ସାରା ରାଜ୍ୟରେ ୧୦୪୨ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ୨୦୨୧ରେ ୬୯୭ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି।

ଆହୁରି ପଢ଼ନ୍ତୁ: ୫ ବର୍ଷ ପରେ ଖୋଲିଲା ସିନ୍ଧୁଦୁର୍ଗ 'ଫୋଣ୍ଡା ଘାଟ ଦୁର୍ଘଟଣା'ର ରହସ୍ୟ, ୨ ଲକ୍ଷ ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଥିଲେ ସାଙ୍ଗ

ରାଜ୍ୟରେ ଛାତ୍ରୀଙ୍କ ଅପେକ୍ଷା ଛାତ୍ର ଆତ୍ମହତ୍ୟା ବଢ଼ିବାର ଅନେକ କାରଣ ରହିଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଶିକ୍ଷାବିତ୍‍ ରାଜୀବ ବେହେରା କହିଛନ୍ତି ଯେ, ଛାତ୍ର ଆତ୍ମହତ୍ୟା ମାମଲାରେ ଓଡ଼ିଶା ଦ୍ୱିତୀୟରେ ରହିବାର ମୁଖ୍ୟ କାରଣ ହେଲା ପରୀକ୍ଷା ଚାପ। ଅନେକ ଛାତ୍ର ମଧ୍ୟବିତ୍ତ ଶ୍ରେଣୀର ହୋଇଥିବାରୁ ସେମାନେ ପାଠ ପଢ଼ିବା ପାଇଁ ଗାଁରୁ ଆସି ସହରରେ ପାଠ ପଢ଼ୁଛନ୍ତି। ତେଣୁ ପରୀକ୍ଷାରେ ଫେଲ ହେବାକୁ ନେଇ ଅନେକ ଛାତ୍ର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛନ୍ତି। ଅନେକ ଛାତ୍ର ମଧ୍ୟ କୁସଙ୍ଗରେ ପଡ଼ି ନିଶା ଏବଂ ଡ୍ରଗ୍ସ ସେବନ କରୁଛନ୍ତି। ପରବର୍ତ୍ତୀ ସମୟରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟାଭଳି ଚରମ ନିଷ୍ପତ୍ତି ନେଉଛନ୍ତି। ଅନୁରୂପ ଭାବରେ ପ୍ରେମରେ ବିଫଳ ହେବା ପରେ ଅନେକ ଛାତ୍ର ଆତ୍ମହତ୍ୟା କରୁଛନ୍ତି।

ରାଜ୍ୟ ପରି ରାଜଧାନୀରେ ମଧ୍ୟ ବଢ଼ୁଛି ଆତ୍ମହତ୍ୟା। ୨୦୨୦ରେ କେବଳ ରାଜଧାନୀରେ ୩୧୦ ଜଣ ଆତ୍ମହତ୍ୟା କରିଛନ୍ତି। ୨୦୨୧ରେ ୨୮୨ଟି ଘଟଣା ସାମ୍ନାକୁ ଆସିଛି। ସେହିପରି ଚଳିତ ବର୍ଷ ଏଯାବତ୍‍ ୨୨୬ ଟି ଘଟଣା ଘଟିଛି। ଆତ୍ମହତ୍ୟା କରୁଥିବା ବ୍ୟକ୍ତି ମଧ୍ୟରେ ଅଧିକାଂଶ ୧୮ ରୁ ୩୦ ବର୍ଷର ବୋଲି ଜଣା ପଡ଼ିଛି। ଏନ୍‍ସିଆରବି ରିପୋର୍ଟ ଏବେ ଚିନ୍ତାଜନକ ହୋଇଛି। ରାଜ୍ୟରେ ପ୍ରତିଦିନ ହାରାହାରି ୧୫ରୁ ଅଧିକ ଲୋକ ଆତ୍ମହତ୍ୟା କରୁଛନ୍ତି। ୨୦୨୦ରେ ରାଜ୍ୟରେ ୫ ୫୪୬ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୫୬୫୧ରେ ପହଞ୍ଚିଛି।

06 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର