ସ୍ମାର୍ଟସିଟିରେ ବନ୍ଧୁକ ଦେଖାଇ ଲୁଟିଲେ ଜୋତା

The Sakala Picture
Published On

ଭୁବନେଶ୍ୱର : ନିୟୁ ଏୟାରପୋର୍ଟ ରାସ୍ତାକଡ଼ ଫୁଟପାଥ୍‌ରେ ବିକ୍ରି ହେଉଥିବା ଜୋତା ଦୋକାନରେ ରବିବାର ଅପରାହ୍ଣରେ ୩ ଦୁର୍ବୃତ୍ତ ପଶି ବନ୍ଧୁକ ଦେଖାଇ ଜୋତା ନେଇଯାଇଛନ୍ତି। ଦିନବେଳା ଜନଗହଳିପୂର୍ଣ୍ଣ ରାସ୍ତାରେ ବନ୍ଧୁକ ଦେଖାଇ ଅଧ୍ୟଘଣ୍ଟାଏ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳାଇବା ସହ ଅଣଓଡ଼ିଆ ବ୍ୟବସାୟୀଙ୍କୁ ମାଡ଼ ମାରିଛନ୍ତି। ଜୋତା ବ୍ୟବସାୟୀଙ୍କ ଘର ଉତ୍ତରପ୍ରଦେଶ। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ବନ୍ଧୁକ ଦେଖାଇ ଜୋତା ଲୁଟିବା ଘଟଣା ରାଜଧାନୀରେ ପ୍ରଥମ ଘଟଣା ବୋଲି ପୁଲିସ […]

ଭୁବନେଶ୍ୱର : ନିୟୁ ଏୟାରପୋର୍ଟ ରାସ୍ତାକଡ଼ ଫୁଟପାଥ୍‌ରେ ବିକ୍ରି ହେଉଥିବା ଜୋତା ଦୋକାନରେ ରବିବାର ଅପରାହ୍ଣରେ ୩ ଦୁର୍ବୃତ୍ତ ପଶି ବନ୍ଧୁକ ଦେଖାଇ ଜୋତା ନେଇଯାଇଛନ୍ତି। ଦିନବେଳା ଜନଗହଳିପୂର୍ଣ୍ଣ ରାସ୍ତାରେ ବନ୍ଧୁକ ଦେଖାଇ ଅଧ୍ୟଘଣ୍ଟାଏ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳାଇବା ସହ ଅଣଓଡ଼ିଆ ବ୍ୟବସାୟୀଙ୍କୁ ମାଡ଼ ମାରିଛନ୍ତି। ଜୋତା ବ୍ୟବସାୟୀଙ୍କ ଘର ଉତ୍ତରପ୍ରଦେଶ। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ବନ୍ଧୁକ ଦେଖାଇ ଜୋତା ଲୁଟିବା ଘଟଣା ରାଜଧାନୀରେ ପ୍ରଥମ ଘଟଣା ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବଡ଼ ଭାଇଙ୍କ ଅସୁସ୍ଥତା ଖବର ପାଇ ଦିଲ୍ଲୀ ଯାଇଥିଲେ

ଖବର ନେବାରୁ ଜଣାପଡ଼ିଛି ରବିବାର ଦିନ ସାଢ଼େ ଗୋଟାଏ ସମୟରେ ୨ଟି ବାଇକରେ ୩ଜଣ ଯୁବକ ଜୋତା କିଣିବା ଲାଗି ଫୁଟ୍‍ପାଥରେ ଥିବା ଜୋତା ଦୋକାନକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦୋକାନରେ ପଡ଼ିଥିବା ଚେୟାରରେ ବସିଥିଲା ବେଳେ ୨ଜଣ ଜୋତା ଦେଖିଥିଲେ। ସେମାନେ ୩ ହଳ ଜୋତା ପସନ୍ଦ କରିଥିଲେ। ଏହାପରେ ସମସ୍ତେ ଜୋତାଗୁଡ଼ିକୁ ପିନ୍ଧି ଟ୍ରାଏଲ୍‍ ମଧ୍ୟ କରିଥିଲେ। ପରେ ଜୋତା ପିନ୍ଧା ଚାଲି ଯିବାକୁ ବସିଥିଲେ। ଦୋକାନୀ ଜୋତା ୩ ହଳ ବାବଦରେ ୧୨ ଶହ ଟଙ୍କା ମାଗିବାରୁ ଜଣେ ଲୁଟେରା ଅଣ୍ଟାରୁ ବନ୍ଧୁକ ବାହାର କରି ଦୋକାନୀଙ୍କୁ ମାଡ଼ ମାରିଥିଲେ। ଦୋକାନୀ ଜଣଙ୍କ ଜଣେ ଲୁଟେରା ହାତ ଧରି ନ ଛାଡ଼ିବାରୁ ସେମାନଙ୍କ ମଧ୍ୟରେ ୨୦ ମିନିଟ୍‍ କାଳ ମାର୍‍ପିଟ ହୋଇଥିଲା। ଏହାପରେ ଯୁବକ ୨ ଜଣ ୩ ହଳ ଜୋତା ନେଇ ଫେରାର୍‍ ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ପାନ ଦୋକାନୀକୁ ବି ବାକି ମାଗିଲେ

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ଜୋତା ଧରି ନିକଟରେ ରହିଥିବା ଏକ ପାନ ଦୋକାନକୁ ଯାଇଥିଲେ। ହାତରେ ଖାଲି ଜୋତା ଧରିଥିବାରୁ ସେ ଦୋକାନୀଠାରୁ ବ୍ୟାଗ୍‍ ଆଣୁନାହାନ୍ତି ବୋଲି କହିଥିଲେ। କାରଣ ସେ ଜାଣି ନ ଥିଲେ ବନ୍ଧୁକ ଦେଖାଇ ଜୋତା ଆଣିଛନ୍ତି। ଏହାପରେ ଉକ୍ତ ଦୋକାନୀଠାରୁ ସିଗାରେଟ୍‍ ଆଣି ଟାଣି ଥିଲେ। କିନ୍ତୁ ଟଙ୍କା ଦେଉ ନ ଥିଲେ। ଏହାପରେ ପାନଦୋକାନୀ ବାଧ୍ୟ କରିବାରୁ ଟଙ୍କା ଦେଇ ଜୋତା ଧରି ପଳାଇଥିଲେ।

01 Mar 2021 By The Sakala

ସ୍ମାର୍ଟସିଟିରେ ବନ୍ଧୁକ ଦେଖାଇ ଲୁଟିଲେ ଜୋତା

ଭୁବନେଶ୍ୱର : ନିୟୁ ଏୟାରପୋର୍ଟ ରାସ୍ତାକଡ଼ ଫୁଟପାଥ୍‌ରେ ବିକ୍ରି ହେଉଥିବା ଜୋତା ଦୋକାନରେ ରବିବାର ଅପରାହ୍ଣରେ ୩ ଦୁର୍ବୃତ୍ତ ପଶି ବନ୍ଧୁକ ଦେଖାଇ ଜୋତା ନେଇଯାଇଛନ୍ତି। ଦିନବେଳା ଜନଗହଳିପୂର୍ଣ୍ଣ ରାସ୍ତାରେ ବନ୍ଧୁକ ଦେଖାଇ ଅଧ୍ୟଘଣ୍ଟାଏ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳାଇବା ସହ ଅଣଓଡ଼ିଆ ବ୍ୟବସାୟୀଙ୍କୁ ମାଡ଼ ମାରିଛନ୍ତି। ଜୋତା ବ୍ୟବସାୟୀଙ୍କ ଘର ଉତ୍ତରପ୍ରଦେଶ। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ବନ୍ଧୁକ ଦେଖାଇ ଜୋତା ଲୁଟିବା ଘଟଣା ରାଜଧାନୀରେ ପ୍ରଥମ ଘଟଣା ବୋଲି ପୁଲିସ କହିଛି।

ଖବର ନେବାରୁ ଜଣାପଡ଼ିଛି ରବିବାର ଦିନ ସାଢ଼େ ଗୋଟାଏ ସମୟରେ ୨ଟି ବାଇକରେ ୩ଜଣ ଯୁବକ ଜୋତା କିଣିବା ଲାଗି ଫୁଟ୍‍ପାଥରେ ଥିବା ଜୋତା ଦୋକାନକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦୋକାନରେ ପଡ଼ିଥିବା ଚେୟାରରେ ବସିଥିଲା ବେଳେ ୨ଜଣ ଜୋତା ଦେଖିଥିଲେ। ସେମାନେ ୩ ହଳ ଜୋତା ପସନ୍ଦ କରିଥିଲେ। ଏହାପରେ ସମସ୍ତେ ଜୋତାଗୁଡ଼ିକୁ ପିନ୍ଧି ଟ୍ରାଏଲ୍‍ ମଧ୍ୟ କରିଥିଲେ। ପରେ ଜୋତା ପିନ୍ଧା ଚାଲି ଯିବାକୁ ବସିଥିଲେ। ଦୋକାନୀ ଜୋତା ୩ ହଳ ବାବଦରେ ୧୨ ଶହ ଟଙ୍କା ମାଗିବାରୁ ଜଣେ ଲୁଟେରା ଅଣ୍ଟାରୁ ବନ୍ଧୁକ ବାହାର କରି ଦୋକାନୀଙ୍କୁ ମାଡ଼ ମାରିଥିଲେ। ଦୋକାନୀ ଜଣଙ୍କ ଜଣେ ଲୁଟେରା ହାତ ଧରି ନ ଛାଡ଼ିବାରୁ ସେମାନଙ୍କ ମଧ୍ୟରେ ୨୦ ମିନିଟ୍‍ କାଳ ମାର୍‍ପିଟ ହୋଇଥିଲା। ଏହାପରେ ଯୁବକ ୨ ଜଣ ୩ ହଳ ଜୋତା ନେଇ ଫେରାର୍‍ ହୋଇଯାଇଥିଲେ।

ପାନ ଦୋକାନୀକୁ ବି ବାକି ମାଗିଲେ

ଜୋତା ଧରି ନିକଟରେ ରହିଥିବା ଏକ ପାନ ଦୋକାନକୁ ଯାଇଥିଲେ। ହାତରେ ଖାଲି ଜୋତା ଧରିଥିବାରୁ ସେ ଦୋକାନୀଠାରୁ ବ୍ୟାଗ୍‍ ଆଣୁନାହାନ୍ତି ବୋଲି କହିଥିଲେ। କାରଣ ସେ ଜାଣି ନ ଥିଲେ ବନ୍ଧୁକ ଦେଖାଇ ଜୋତା ଆଣିଛନ୍ତି। ଏହାପରେ ଉକ୍ତ ଦୋକାନୀଠାରୁ ସିଗାରେଟ୍‍ ଆଣି ଟାଣି ଥିଲେ। କିନ୍ତୁ ଟଙ୍କା ଦେଉ ନ ଥିଲେ। ଏହାପରେ ପାନଦୋକାନୀ ବାଧ୍ୟ କରିବାରୁ ଟଙ୍କା ଦେଇ ଜୋତା ଧରି ପଳାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର