ପୁଲିସ କବଜାରେ ରିକଭରି ଏଜେଣ୍ଟ, ମହଙ୍ଗା ପଡ଼ିଲା ଗାଡ଼ି ଭିଡ଼ିନେବା ...
ଭୁବନେଶ୍ବର: ରିକଭରି ଏଜେଣ୍ଟ ପରିଚୟ ଦେଇ ଗାଡ଼ି ଭିଡ଼ିନେବା ପଡିଲା ମହଙ୍ଗା। କିସ୍ତି ଟଙ୍କା ସୁଝିଥିଲେ ମଧ୍ୟ ଅଧିକ ଟଙ୍କା ଡିମାଣ୍ଡ କରୁଥିଲେ ଏଜେଣ୍ଟ। ମାଆ ଭଗବତୀ ଆସୋଷିଏଟସ୍ ନାମରେ କରିଥିଲେ ରିକଭରି ଏଜେଣ୍ଟ ସଂସ୍ଥା । ଲଗାତାର ଏକାଧିକ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ବିଚ୍ ରାସ୍ତାରୁ କାର୍ ଉଠାଇ ନେବାରୁ ଥାନାରେ ଅଭିଯୋଗ ହୋଇଥିଲା। ସହିଦନଗର ଥାନାରେ ଅଭିଯୋଗ କରିଥିଲେ ଗାଡ଼ି ମାଲିକ। ପରେ ରିକଭରି ଏଜେଣ୍ଟ ଗ୍ୟାଙ୍ଗର ମୁଖ୍ୟକୁ ଉଠାଇ ନେଇଛି ପୁଲିସ । ଦୁଇଟି କାର୍ ଜବତ୍ ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ସଂସ୍ଥାର ଅନ୍ୟ ଏଜେଣ୍ଟ ମାନେ ଫେରାର ଥିବା ଜଣାପଡ଼ିଛି।





