ସଟଡାଉନରେ ବେଧଡକ ଦେହ ବ୍ୟବସାୟ: ୪ଯୁବତୀ ଉଦ୍ଧାର, ୨କିଙ୍ଗପିନ୍ ସହ ଜଣେ ଗ୍ରାହକ ଗିରଫ

The Sakala Picture
Published On

କଟକ: ସଟ୍‌ଡାଉନ୍ ସମୟରେ କଟକ ସହରରେ ଦେହ ବ୍ୟବସାୟ ପାଇଁ ଘର ଭଡ଼ା ନିଆଯାଇଥିଲା। କରୋନା କଟକଣା ବେଳେ ବେଧଡ଼କ ଭାବେ ଚାଲିଛି ଦେହ ବ୍ୟବସାୟୀ ଭୁବନେଶ୍ବର ସମେତ ଅନ୍ୟ ଜିଲ୍ଲାରୁ ଯୁବତୀଙ୍କୁ ନିୟୋଜିତ କରାଯାଉଛି। ଶନିବାର କଟକ ସହରାଞ୍ଚଳ ପୁଲିସ ଚଢଉ କରି ଭିନ୍ନ ଭିନ୍ନ ଦୁଇଟି ସ୍ଥାନରୁ ସେକ୍ସ ରାକେଟ ଠାବ କରିଛି । ପିଲଗ୍ରୀମ ରୋଡ୍‌ରେ ଥିବା ଏକ ହୋଟେଲରେ ଚଢଉ କରାଯାଇ ଜଣେ ଯୁବତୀକୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣଙ୍କୁ […]

କଟକ: ସଟ୍‌ଡାଉନ୍ ସମୟରେ କଟକ ସହରରେ ଦେହ ବ୍ୟବସାୟ ପାଇଁ ଘର ଭଡ଼ା ନିଆଯାଇଥିଲା। କରୋନା କଟକଣା ବେଳେ ବେଧଡ଼କ ଭାବେ ଚାଲିଛି ଦେହ ବ୍ୟବସାୟୀ ଭୁବନେଶ୍ବର ସମେତ ଅନ୍ୟ ଜିଲ୍ଲାରୁ ଯୁବତୀଙ୍କୁ ନିୟୋଜିତ କରାଯାଉଛି। ଶନିବାର କଟକ ସହରାଞ୍ଚଳ ପୁଲିସ ଚଢଉ କରି ଭିନ୍ନ ଭିନ୍ନ ଦୁଇଟି ସ୍ଥାନରୁ ସେକ୍ସ ରାକେଟ ଠାବ କରିଛି । ପିଲଗ୍ରୀମ ରୋଡ୍‌ରେ ଥିବା ଏକ ହୋଟେଲରେ ଚଢଉ କରାଯାଇ ଜଣେ ଯୁବତୀକୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି ମାଲଗୋଦାମ ପୁଲିସ। ସେହିପରି ଶଙ୍କରପୁର ଅଞ୍ଚଳର ଏକ ଭଡ଼ା ଘରୁ ୩ ଜଣ ଯୁବତୀଙ୍କୁ ବାଦାମବାଡି ପୁଲିସ ଉଦ୍ଧାର କରିବା ସହ ରାକେଟର କିଙ୍ଗ୍ ପିନ୍‌କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବଢୁଛି ଭିଡ଼ ହିଂସା: ପୁଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଉଛନ୍ତି ଲୋକେ, ଅପରାଧୀ ଚଳାଉଛନ୍ତି ଆତଙ୍କରାଜ

ମାଲଗୋଦାମ ଥାନା ପିଲଗ୍ରୀମ ରୋଡ ଠାରେ ଅମ୍ବିକା ରେସିଡେନ୍ସି ହୋଟେଲ ରହିଛି। ଏଠାରେ ଦେହ ବ୍ୟବସାୟ ଚାଳିଥିବା ନେଇ କିଛି ଦିନ ହେବ ପୁଲିସ ଜାଣିବାକୁ ପାଇଥିଲା । ଏପରିକି ଏହି କାରବାର ଲାଗି ରୁମ୍ ନମ୍ବର ୨୦୫ ଅଧିକାଂଶ ସମୟ ବୁକ୍ ହେଉଥିବା ସୁରାକ ମିଳିଥିଲା। ଶନିବାର ସେଠାରେ ଏହି କାରବାର ଚାଲିଥିବା ଜାଣିବା ପରେ ଇନ୍ସପେକ୍ଟର ତୃପ୍ତିରଞ୍ଜନ ନାୟକଙ୍କ ନେତୃତ୍ବରେ ଏକ ଟିମ୍ ହୋଟେଲରେ ଚଢଉ କରିଥିଲା । ୨୦୫ ନମ୍ବର ରୁମ୍ କାହାରି ନାଁରେ ବୁକ୍ ହୋଇ ନଥିବା ମ୍ୟାନେଜର କହିଥିଲେ । ମାତ୍ର ପୁଲିସ ଉକ୍ତ ରୁମ୍‌ରେ ଚଢଉ କରିବା ପରେ ଜଣେ ଯୁବତୀ ଓ ଜଣେ ଗ୍ରାହକକୁ ଅସଂଯତ ଅବସ୍ଥାରେ ଦେଖିଥିଲା। ସେମାନଙ୍କୁ ପଚରାଉଚରା କରିବା ପରେ ସେକ୍ସ କାରବାରର ସମ୍ପୃକ୍ତି ଜଣାପଡ଼ିଥିଲା। ଉକ୍ତ ରୁମ ବାହାରୁ ମଧ୍ୟ ଅନ୍ୟଜଣେ ମହିଳାକୁ ପୁଲିସ ଧରିଥିଲା। ଘର ଭୁବନେଶ୍ବର ଖଣ୍ଡଗିରିରେ ହୋଇଥିବା ବେଳେ ସେ ଏହି ସେକ୍ସ ରାକେଟର କିଙ୍ଗପିନ ବୋଲି ତଦନ୍ତରୁ ଜଣାପଡ଼ିଥିଲା। ମହିଳା ଜଣକ ଦୀର୍ଘ ଦିନ ହେବ ଏହି ହୋଟେଲରେ ରୁମ୍ ବୁକ୍ କରି ଦେହ ବ୍ୟବସାୟ ଚଳାଇଥିଲା । ସେ ବି ଭୁବନେଶ୍ବରରେ ରହି ହ୍ରାଟ୍ସଆପ୍ ଜରିଆରେ ଗ୍ରାହକ ଯୋଗାଡ଼ । କରୁଥିଲା। ଗ୍ରାହକଙ୍କୁ ହ୍ବାଟ୍ସଆପ୍ ଜରିଆରେ ଯୁବତୀଙ୍କ ଫଟୋ ଗ୍ରାହକଙ୍କୁ ପଠାଉଥିଲା । ଗ୍ରାହକଙ୍କ ପସନ୍ଦ ଆସିବା ପରେ ମୂଲ୍‌ଚାଲ୍ ସହ ହୋଟେଲର ରୁମ୍ ବୁକ୍ କରାଯାଉଥିଲା । ଗ୍ରାହକ ଅନଲାଇନ ପେମେଣ୍ଟ କରିବା ପରେ ସେ ଯୁବତୀଙ୍କୁ ଉକ୍ତ ହୋଟେଲକୁ ପଠାଉଥିଲା। ପୁଲିସ ଦ୍ବାରା ଗିରଫ ହୋଇଥିବା ଗ୍ରାହକ ଜଣକ ହେଲା ନୟାସଡ଼କ ଅଞ୍ଚଳର ସୁରେଶ ମାଙ୍ଗାଲିଆ(୪୦) । ଏଥ୍ସସହ ଉକ୍ତ ହୋଟେଲର ମ୍ୟାନେଜରକୁ ପୁଲିସ ଅଟକ ରଖ୍ ପଚରାଉଚରା ଚଳାଇଛି। ଚଢଉ ବେଳେ ଉକ୍ତ ରୁମରୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥବା ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି।

ସେହିପରି ଶଙ୍କରପୁର ଦାସ ସାହିରେ ଦେହ ବ୍ୟବସାୟ ଚାଲୁଥିବା ଖବର ବାଦାମବାଡି ଥାନା ପୁଲିସ ଜାଣିଥିଲା। ଇନ୍ସପେକ୍ଟର ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ସେଠାରେ ଚଢଉ କରିଥିଲା। ଚଢଉବେଳେ ଦୁଇ ଯୁବତୀ ଓ ଜଣେ ମହିଳାଙ୍କୁ ପୁଲିସ ଉଦ୍ଧାର କରିଥିଲା। ଏମାନଙ୍କ ଘର ଢେଙ୍କାନାଳ, କେନ୍ଦ୍ରାପଡ଼ାର ପାଟକୁରା ଓ ଭୁବନେଶ୍ଵର ଲକ୍ଷ୍ମୀସାଗର ଅଞ୍ଚଳରେ। ଏହି ସେକ୍ସ କାରବାରର କିଙ୍ଗ୍ ପିନ୍‌ ମର୍କତନଗର ଅଞ୍ଚଳର ଭାସ୍କରଚନ୍ଦ୍ର ଜେନାକୁ ଗିରଫ କରିଛି।

ଚଢଉ ବେଳେ ଆପରିଜନକ ସାମଗ୍ରୀ ସହ ୫ଟି ମୋବାଇଲ ଫୋନ୍ ଜବତ ହୋଇଛି। ଅଭିଯୁକ୍ତ ଭାସ୍କର ଓ ଭଦ୍ରକ ଅଞ୍ଚଳର ଜଣେ ମହିଳା ଦେହ ବ୍ୟବସାୟ ଉଦ୍ଦେଶ୍ୟରେ ଏହି ଘରକୁ ଭଡା ନେଇଥିଲେ। ସେମାନେ ବିଭିନ୍ନ ଜିଲ୍ଲାରୁ ଯୁବତୀଙ୍କୁ ରୋଜଗାରର ପ୍ରଲୋଭନ ଦେଖାଇ କଟକ ଆଣି ଦେହ ବ୍ୟବସାୟରେ ନିୟୋଜିତ କରୁଥିଲେ। ଘର ମାଲିକ କଟକ ବାହାରେ ରହୁଥିବାରୁ ଏ ବିଷୟରେ ଜାଣି ନଥିଲେ । ମାତ୍ର ବିଭିନ୍ନ ସମୟରେ ଘରକୁ ଯୁବକ ଓ ଯୁବତୀ ଯାତାୟାତ କରୁଥିଲେ। ଏହା ଦେଖୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ଆଜି କେତେକ ଯୁବତୀ ସେଠାରେ ଥିବା ଦେଖି ସେମାନେ ପୁଲିସକୁ ସୂଚନା ଦେଇଥିଲେ । ପରେ ପୁଲିସ ସେଠାରେ ଚଢଉ କରି ଏହି ରାକେଟ୍‌କୁ ଧରିବାରେ ସଫଳ ହୋଇଛି। ଉଭୟ ଘଟଣାରେ ମାଲଗୋଦାମ ଓ ବାଦାମବାଡି ଥାନା ପୁଲିସ ଦୁଇଟି ପୃଥକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ରବିବାର ଉଦ୍ଧାର ହୋଇଥିବା ଯୁବତୀ ଓ ମହିଳାଙ୍କ ଡାକ୍ତରୀ ପରୀକ୍ଷା ସହ ବୟାନ ରେକର୍ଡ କରାଯିବ ବୋଲି ଜଣାପଡ଼ିଛି।

13 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର