ପୁଲିସରେ ଚାକିରି କରାଇଦେବାକୁ କହି କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ, ୨ ଗିରଫ

The Sakala Picture
Published On

ଭୁବନେଶ୍ୱର: ଚାକିରି କରାଇ ଦେବାକୁ କହି ଠକେଇ ଅଭିଯୋଗ । ୩୮ ଜଣ ଚାକିରି ଆଶାୟୀଙ୍କଠାରୁ  ୧ କୋଟି ୪୭ ଲକ୍ଷ ଟଙ୍କାର ଠକେଇର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଏହି ଘଟଣାରେ ଦୁଇ ଜଣ ନକଲି ଅଫିସରଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା । ଆଉ ଦୁଇ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର୍ ଅଛନ୍ତି । ସୂଚନା ଅନୁଯାୟୀ, […]

ଭୁବନେଶ୍ୱର: ଚାକିରି କରାଇ ଦେବାକୁ କହି ଠକେଇ ଅଭିଯୋଗ । ୩୮ ଜଣ ଚାକିରି ଆଶାୟୀଙ୍କଠାରୁ  ୧ କୋଟି ୪୭ ଲକ୍ଷ ଟଙ୍କାର ଠକେଇର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଏହି ଘଟଣାରେ ଦୁଇ ଜଣ ନକଲି ଅଫିସରଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା । ଆଉ ଦୁଇ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର୍ ଅଛନ୍ତି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶର ଧାରରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ, ଡକାୟତିର ରୂପ ଦେବାକୁ କରିଥିଲା ଉଦ୍ୟମ

ସୂଚନା ଅନୁଯାୟୀ, ୨୦୧୩ରେ ପୁଲିସ ସର୍ଭିସ ପରୀକ୍ଷାରେ ଚାକିରି କରାଇ ଦେବାକୁ କହି ଏମାନେ ୩୮ ଜଣ ଆଶାୟୀଙ୍କଠାରୁ କୋଟିଏ ୪୭ ଲକ୍ଷ ଟଙ୍କା ଠକେଇ କରିଥିଲେ । ଠକେଇର ଶିକାର ହୋଇଥିବା ଜଣେ ଆଶାୟୀ ବାଦଲ କୁମାର ରାଉଳଙ୍କ ଅଭିଯୋଗ ଆଧାରରେ ଦୁଇ ଅଭିଯୁକ୍ତଙ୍କ ହାତରେ ହାଡ଼କଡ଼ି ପିନ୍ଧାଇଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ।

ଆହୁରି ପଢ଼ନ୍ତୁ: ଦୁବାଇରେ ଗିରଫ ହେଲା କୋଟିପତି ଗ୍ୟାଙ୍ଗଷ୍ଟର ରାଓ ଇନ୍ଦ୍ରଜିତ, ଭାରତ ଆଣିବାକୁ ପ୍ରସ୍ତୁତି କରୁଛି ହରିୟାଣା ଏସଟିଏଫ୍

ବୈକୁଣ୍ଠନାଥ ନାଏକ ନିଜକୁ ଗୃହ ବିଭାଗରେ ଆସିଷ୍ଟାଣ୍ଟ ସେକସନ୍ ଅଫିସର ଓ ଭୀମସେନ ମହାରଣା ନିଜକୁ ଗୃହ ବିଭାଗର ବରିଷ୍ଠ ଅଧିକାରୀର ପରିଚୟ ଦେଇଥିଲେ । ଅନ୍ୟ ଦୁଇ ଜଣ ସିନିଅର ଅଫିସରଙ୍କ ସହ ଯୋଗାଯୋଗରେ ଥିବା କହି ଚାକାରି ଆଶାୟୀଙ୍କ ବିଶ୍ୱାସ ଜିତିଥିଲେ ।

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦରେ ଅଭାବନୀୟ ଘଟଣା: ବିବାହ ଭାଙ୍ଗିବାରୁ ଯୁବତୀଙ୍କୁ ନିଜର ଏଚଆଇଭି (HIV) ସଂକ୍ରମିତ ରକ୍ତ ଇଞ୍ଜେକ୍ସନ ଦେଲା ଯୁବକ, ଶେଷରେ ଜୀବନ ହାରିଲେ ପୀଡ଼ିତା

ଗୃହ ବିଭାଗରେ ଚାକିରି କରୁଥିବା ନେଇ ମିଛ ପରିଚୟ ପ୍ରମାଣପତ୍ର ବି ଦେଖାଇଥିଲେ ଅଭିଯୁକ୍ତ । ଜଣ ପିଛା ୫-୬ ଲକ୍ଷ ଟଙ୍କା ଦାବି କରିଥିଲେ । ୨୦୨୦ ମେ ମାସରୁ ନଭେମ୍ବର ମାସ ଭିତରେ ଅଭିଯୁକ୍ତ ବିଭିନ୍ନ ଚାକିରି ଆଶାୟୀଙ୍କ ପାଖରୁ ୧ କୋଟି ୪୭ ଲକ୍ଷ ଟଙ୍କା ହାତେଇଥିଲେ । ଆକାଉଣ୍ଟ ଓ କ୍ୟାସ ଆକାରରେ ନେଇଥିଲେ ଟଙ୍କା । ଭୀମସେନା ମହାରଣା ଉଚ୍ଚ ଶିକ୍ଷା ବିଭାଗରୁ ସିନିୟର ଗ୍ରେଡ୍ ରେକର୍ଡର ଭାବରେ ଅବସର ଗ୍ରହଣ କରିଛନ୍ତି ।

ରେଡ୍ ବେଳେ ବୈକୁଣ୍ଠନାଥ ନାଏକଙ୍କ ପାଖରୁ ବହୁ ନକଲି କାଗଜପତ୍ର ଜବତ ହୋଇଛି । ୧୨ଟି ଏଟିଏମ୍, ଫେକ୍ ଆଇଡି କାର୍ଡ ଜବତ କରିଛି କ୍ରାଇମବ୍ରାଞ୍ଚ । ସମସ୍ତଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି । ଫେରାର ଅଭିଯୁକ୍ତଙ୍କୁ ଖୋଜା ଚାଲିଛି । କେହି ଏମାନଙ୍କ ଠକେଇର ଶିକାର ହୋଇଥିଲେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିବାକୁ କୁହାଯାଇଛି ।

12 Nov 2021 By The Sakala

ପୁଲିସରେ ଚାକିରି କରାଇଦେବାକୁ କହି କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ, ୨ ଗିରଫ

ଭୁବନେଶ୍ୱର: ଚାକିରି କରାଇ ଦେବାକୁ କହି ଠକେଇ ଅଭିଯୋଗ । ୩୮ ଜଣ ଚାକିରି ଆଶାୟୀଙ୍କଠାରୁ  ୧ କୋଟି ୪୭ ଲକ୍ଷ ଟଙ୍କାର ଠକେଇର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଏହି ଘଟଣାରେ ଦୁଇ ଜଣ ନକଲି ଅଫିସରଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା । ଆଉ ଦୁଇ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର୍ ଅଛନ୍ତି ।

ସୂଚନା ଅନୁଯାୟୀ, ୨୦୧୩ରେ ପୁଲିସ ସର୍ଭିସ ପରୀକ୍ଷାରେ ଚାକିରି କରାଇ ଦେବାକୁ କହି ଏମାନେ ୩୮ ଜଣ ଆଶାୟୀଙ୍କଠାରୁ କୋଟିଏ ୪୭ ଲକ୍ଷ ଟଙ୍କା ଠକେଇ କରିଥିଲେ । ଠକେଇର ଶିକାର ହୋଇଥିବା ଜଣେ ଆଶାୟୀ ବାଦଲ କୁମାର ରାଉଳଙ୍କ ଅଭିଯୋଗ ଆଧାରରେ ଦୁଇ ଅଭିଯୁକ୍ତଙ୍କ ହାତରେ ହାଡ଼କଡ଼ି ପିନ୍ଧାଇଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ।

ବୈକୁଣ୍ଠନାଥ ନାଏକ ନିଜକୁ ଗୃହ ବିଭାଗରେ ଆସିଷ୍ଟାଣ୍ଟ ସେକସନ୍ ଅଫିସର ଓ ଭୀମସେନ ମହାରଣା ନିଜକୁ ଗୃହ ବିଭାଗର ବରିଷ୍ଠ ଅଧିକାରୀର ପରିଚୟ ଦେଇଥିଲେ । ଅନ୍ୟ ଦୁଇ ଜଣ ସିନିଅର ଅଫିସରଙ୍କ ସହ ଯୋଗାଯୋଗରେ ଥିବା କହି ଚାକାରି ଆଶାୟୀଙ୍କ ବିଶ୍ୱାସ ଜିତିଥିଲେ ।

ଗୃହ ବିଭାଗରେ ଚାକିରି କରୁଥିବା ନେଇ ମିଛ ପରିଚୟ ପ୍ରମାଣପତ୍ର ବି ଦେଖାଇଥିଲେ ଅଭିଯୁକ୍ତ । ଜଣ ପିଛା ୫-୬ ଲକ୍ଷ ଟଙ୍କା ଦାବି କରିଥିଲେ । ୨୦୨୦ ମେ ମାସରୁ ନଭେମ୍ବର ମାସ ଭିତରେ ଅଭିଯୁକ୍ତ ବିଭିନ୍ନ ଚାକିରି ଆଶାୟୀଙ୍କ ପାଖରୁ ୧ କୋଟି ୪୭ ଲକ୍ଷ ଟଙ୍କା ହାତେଇଥିଲେ । ଆକାଉଣ୍ଟ ଓ କ୍ୟାସ ଆକାରରେ ନେଇଥିଲେ ଟଙ୍କା । ଭୀମସେନା ମହାରଣା ଉଚ୍ଚ ଶିକ୍ଷା ବିଭାଗରୁ ସିନିୟର ଗ୍ରେଡ୍ ରେକର୍ଡର ଭାବରେ ଅବସର ଗ୍ରହଣ କରିଛନ୍ତି ।

ରେଡ୍ ବେଳେ ବୈକୁଣ୍ଠନାଥ ନାଏକଙ୍କ ପାଖରୁ ବହୁ ନକଲି କାଗଜପତ୍ର ଜବତ ହୋଇଛି । ୧୨ଟି ଏଟିଏମ୍, ଫେକ୍ ଆଇଡି କାର୍ଡ ଜବତ କରିଛି କ୍ରାଇମବ୍ରାଞ୍ଚ । ସମସ୍ତଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି । ଫେରାର ଅଭିଯୁକ୍ତଙ୍କୁ ଖୋଜା ଚାଲିଛି । କେହି ଏମାନଙ୍କ ଠକେଇର ଶିକାର ହୋଇଥିଲେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିବାକୁ କୁହାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର