ନାଇଜେରିଆନ ସାଇବର ଠକକୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି

The Sakala Picture
Published On

ଭୁବନେଶ୍ୱର: ନୂଆଦିଲ୍ଲୀରୁ ନାଇଜେରିଆନ ସାଇବର ଠକକୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି । ସାଇବର ଠକେଇ ଅଭିଯୋଗରେ ନାଇଜେରିଆ ନାଗରିକ ପାଟ୍ରିକ ଚିଜୋରୋମ ଓରାଜାକାକୁ ଗିରଫ କରାଯାଇଛି। ଇନ୍ସପେକ୍ଟର ଅନୀଲ ଆନନ୍ଦଙ୍କ ନେତୃତ୍ୱରେ ଦିଲ୍ଲୀ ଦ୍ବାରକାରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଉକ୍ତ ସାଇବର ଠକ ନିକଟରୁ ୧୬ଡେବିଟ କାର୍ଡ ସହିତ ୧୨ଟି ମୋବାଇଲ, ୨୨ପାସବୁକ୍, ୧୦ଟି ଚେକ୍ ବହି, ୨୦ସିମ୍ କାର୍ଡ, ଲାପଟପ, ପାସପୋର୍ଟ ଜବତ ହୋଇଛି । ତା ନାଁରେ ଥିବା ଆଧାର […]

ଭୁବନେଶ୍ୱର: ନୂଆଦିଲ୍ଲୀରୁ ନାଇଜେରିଆନ ସାଇବର ଠକକୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି । ସାଇବର ଠକେଇ ଅଭିଯୋଗରେ ନାଇଜେରିଆ ନାଗରିକ ପାଟ୍ରିକ ଚିଜୋରୋମ ଓରାଜାକାକୁ ଗିରଫ କରାଯାଇଛି। ଇନ୍ସପେକ୍ଟର ଅନୀଲ ଆନନ୍ଦଙ୍କ ନେତୃତ୍ୱରେ ଦିଲ୍ଲୀ ଦ୍ବାରକାରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଉକ୍ତ ସାଇବର ଠକ ନିକଟରୁ ୧୬ଡେବିଟ କାର୍ଡ ସହିତ ୧୨ଟି ମୋବାଇଲ, ୨୨ପାସବୁକ୍, ୧୦ଟି ଚେକ୍ ବହି, ୨୦ସିମ୍ କାର୍ଡ, ଲାପଟପ, ପାସପୋର୍ଟ ଜବତ ହୋଇଛି । ତା ନାଁରେ ଥିବା ଆଧାର କାର୍ଡ ଓ ପ୍ୟାନ କାର୍ଡ ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ ସିଆଇଡି । ଦିଲ୍ଲୀ କୋର୍ଟରେ ହାଜର ପରେ ଅଭିଯୁକ୍ତକୁ ଟ୍ରାନଜିଟ୍ ରିମାଣ୍ଡରେ ଅଣାଯାଉଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ସୋସିଆଲ ମିଡିଆ ଜରିଆରେ ସମ୍ପର୍କରେ ଆସି ଠକେଇ କରୁଥିଲେ ଅଭିଯୁକ୍ତ । କଟକର ଜଣେ ମହିଳାଙ୍କଠାରୁ ୨୮ ଲକ୍ଷ ୬୭ ହଜାର ଟଙ୍କା ଠକି ନେଇଥିଲେ ନାଇଜେରିଆ ଠକ। ଠକ ଜଣକ ନିଜକୁ ନେଦରଲାଣ୍ଡ ଡାକ୍ତର ବୋଲି କହି ସମ୍ପୃକ୍ତ ମହିଳାଙ୍କ ସହ ଇନଷ୍ଟାଗ୍ରାମରେ ବନ୍ଧୁତା ସ୍ଥାପନ କରି ଥିଲା। ମାତ୍ର ୫ ଦିନ ମଧ୍ୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ନିବିଡ଼ ହେଇ ଯିବା ପରେ ମହିଳା ଜଣକ ତାଙ୍କୁ ନିଜର ହ୍ଵାଟ୍ସଆପ ନମ୍ବର ଦେଇଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ହ୍ଵାଟ୍ସଆପ ଚାଟିଙ୍ଗ ଆରମ୍ଭ ହୋଇ ଥିଲା । ଏହାର କିଛି ଦିନପରେ ୯୦ ହଜାର ୟୁରୋ ସାଥିରେ ନେଇ ସେ ସମ୍ପୃକ୍ତ ମହିଳା ଜଣଙ୍କୁ ଭେଟିବା ପାଇଁ ଭାରତ ଆସୁଥିବା ସମୟରେ ତାକୁ ଦିଲ୍ଲୀ ବିମାନ ବନ୍ଦରରେ ଅଟକ ରଖା ଯାଇଛି। କିଛି ଟଙ୍କା ଡିପୋଜିଟ କରିବା ପରେ ସେ ସେଠାରୁ ମୁକୁଳିବ ବୋଲି ସମ୍ପୃକ୍ତ ମହିଳାଙ୍କୁ କହିଥିଲା ।  ଏହି ଭଳି ଭାବେ ବିଭିନ୍ନ ପର୍ଯ୍ୟୟରେ ସେ ଟଙ୍କା ଠକି ନେଇ ଥିଲା । ତେବେ ଠକେଇର ଶିକାର ହୋଇ ଥିବା ଜାଣି ମହିଳା ଜଣକ ଗତ ମାସ ୧୬ ତାରିଖରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ସେପଟେ ଅଭିଯୁକ୍ତ ପଟ୍ରିକକୁ  ଟ୍ରାଂଜିଟ ରିମାଣ୍ଡରେ ଦିଲ୍ଲୀରୁ ଆଣିଥିବା କ୍ରାଇମବ୍ରାଞ୍ଚ ଆଜି ସନ୍ଧ୍ୟାରେ ତାକୁ କଟକ JMFC କୋର୍ଟରେ ହାଜର କରିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

15 Dec 2022 By The Sakala

ନାଇଜେରିଆନ ସାଇବର ଠକକୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି

ଭୁବନେଶ୍ୱର: ନୂଆଦିଲ୍ଲୀରୁ ନାଇଜେରିଆନ ସାଇବର ଠକକୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି । ସାଇବର ଠକେଇ ଅଭିଯୋଗରେ ନାଇଜେରିଆ ନାଗରିକ ପାଟ୍ରିକ ଚିଜୋରୋମ ଓରାଜାକାକୁ ଗିରଫ କରାଯାଇଛି। ଇନ୍ସପେକ୍ଟର ଅନୀଲ ଆନନ୍ଦଙ୍କ ନେତୃତ୍ୱରେ ଦିଲ୍ଲୀ ଦ୍ବାରକାରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଉକ୍ତ ସାଇବର ଠକ ନିକଟରୁ ୧୬ଡେବିଟ କାର୍ଡ ସହିତ ୧୨ଟି ମୋବାଇଲ, ୨୨ପାସବୁକ୍, ୧୦ଟି ଚେକ୍ ବହି, ୨୦ସିମ୍ କାର୍ଡ, ଲାପଟପ, ପାସପୋର୍ଟ ଜବତ ହୋଇଛି । ତା ନାଁରେ ଥିବା ଆଧାର କାର୍ଡ ଓ ପ୍ୟାନ କାର୍ଡ ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ ସିଆଇଡି । ଦିଲ୍ଲୀ କୋର୍ଟରେ ହାଜର ପରେ ଅଭିଯୁକ୍ତକୁ ଟ୍ରାନଜିଟ୍ ରିମାଣ୍ଡରେ ଅଣାଯାଉଛି ।

ସୋସିଆଲ ମିଡିଆ ଜରିଆରେ ସମ୍ପର୍କରେ ଆସି ଠକେଇ କରୁଥିଲେ ଅଭିଯୁକ୍ତ । କଟକର ଜଣେ ମହିଳାଙ୍କଠାରୁ ୨୮ ଲକ୍ଷ ୬୭ ହଜାର ଟଙ୍କା ଠକି ନେଇଥିଲେ ନାଇଜେରିଆ ଠକ। ଠକ ଜଣକ ନିଜକୁ ନେଦରଲାଣ୍ଡ ଡାକ୍ତର ବୋଲି କହି ସମ୍ପୃକ୍ତ ମହିଳାଙ୍କ ସହ ଇନଷ୍ଟାଗ୍ରାମରେ ବନ୍ଧୁତା ସ୍ଥାପନ କରି ଥିଲା। ମାତ୍ର ୫ ଦିନ ମଧ୍ୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ନିବିଡ଼ ହେଇ ଯିବା ପରେ ମହିଳା ଜଣକ ତାଙ୍କୁ ନିଜର ହ୍ଵାଟ୍ସଆପ ନମ୍ବର ଦେଇଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ହ୍ଵାଟ୍ସଆପ ଚାଟିଙ୍ଗ ଆରମ୍ଭ ହୋଇ ଥିଲା । ଏହାର କିଛି ଦିନପରେ ୯୦ ହଜାର ୟୁରୋ ସାଥିରେ ନେଇ ସେ ସମ୍ପୃକ୍ତ ମହିଳା ଜଣଙ୍କୁ ଭେଟିବା ପାଇଁ ଭାରତ ଆସୁଥିବା ସମୟରେ ତାକୁ ଦିଲ୍ଲୀ ବିମାନ ବନ୍ଦରରେ ଅଟକ ରଖା ଯାଇଛି। କିଛି ଟଙ୍କା ଡିପୋଜିଟ କରିବା ପରେ ସେ ସେଠାରୁ ମୁକୁଳିବ ବୋଲି ସମ୍ପୃକ୍ତ ମହିଳାଙ୍କୁ କହିଥିଲା ।  ଏହି ଭଳି ଭାବେ ବିଭିନ୍ନ ପର୍ଯ୍ୟୟରେ ସେ ଟଙ୍କା ଠକି ନେଇ ଥିଲା । ତେବେ ଠକେଇର ଶିକାର ହୋଇ ଥିବା ଜାଣି ମହିଳା ଜଣକ ଗତ ମାସ ୧୬ ତାରିଖରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ସେପଟେ ଅଭିଯୁକ୍ତ ପଟ୍ରିକକୁ  ଟ୍ରାଂଜିଟ ରିମାଣ୍ଡରେ ଦିଲ୍ଲୀରୁ ଆଣିଥିବା କ୍ରାଇମବ୍ରାଞ୍ଚ ଆଜି ସନ୍ଧ୍ୟାରେ ତାକୁ କଟକ JMFC କୋର୍ଟରେ ହାଜର କରିଛି।

https://www.thesakala.in/crime/odisha-crime-branch-cid-arrests-nigerian-citizen-in-cyber-fraud-case/article-17387
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର