ବଢୁଛି ବେଆଇନ ହୁକାବାର: ହୁକା ମାୟାରେ ଯୁବପିଢ଼ି ବାୟା

The Sakala Picture
Published On

ଭୁବନେଶ୍ୱର: ବ୍ରାଉନସୁଗର, ଗଞ୍ଜେଇ ପରେ ଏବେ ହୁକାନିଶା। ରାଜଧାନୀର ୧୫ ପ୍ରତିଶତ ଯୁବପିଢ଼ି ହୁକାନିଶାରେ ବାୟା। ସନ୍ଧ୍ୟା ହେଲେ ରାଜଧାନୀରେ ଜମୁଛି ହୁକାବାର ଆସର। ପବ୍‍, ଡ୍ୟାନ୍ସ ବାର୍‍ ଭଳି ସନ୍ଧ୍ୟା ହେଲେ ଯୁବପିଢ଼ି ହୁକାବାରରେ ପହଞ୍ଚି ଯାଉଛନ୍ତି। ସେମାନେ ଅଧାରାତି ଯାଏଁ ହୁକାବାରରେ ଆଡ୍ଡା ଜମାଉଛନ୍ତି। ବିନା ପାଟି ବାସ୍ନାରେ ଅଳ୍ପନିଶା କଲେଜ ପଢ଼଼ୁଆ ଛାତ୍ରଛାତ୍ରୀଙ୍କ ଅଧିକ ଅକୃଷ୍ଟ କରୁଛି। ଏଣୁ ଯୁବପିଢ଼ି ଏହି ନିଶାରେ ମତୁଆଲା ହୋଇଛନ୍ତି। ହୁକାର ଚାହିଦା ବଢ଼଼ିବାରୁ ସହରରେ ମାଳମାଳ […]

ଭୁବନେଶ୍ୱର: ବ୍ରାଉନସୁଗର, ଗଞ୍ଜେଇ ପରେ ଏବେ ହୁକାନିଶା। ରାଜଧାନୀର ୧୫ ପ୍ରତିଶତ ଯୁବପିଢ଼ି ହୁକାନିଶାରେ ବାୟା। ସନ୍ଧ୍ୟା ହେଲେ ରାଜଧାନୀରେ ଜମୁଛି ହୁକାବାର ଆସର। ପବ୍‍, ଡ୍ୟାନ୍ସ ବାର୍‍ ଭଳି ସନ୍ଧ୍ୟା ହେଲେ ଯୁବପିଢ଼ି ହୁକାବାରରେ ପହଞ୍ଚି ଯାଉଛନ୍ତି। ସେମାନେ ଅଧାରାତି ଯାଏଁ ହୁକାବାରରେ ଆଡ୍ଡା ଜମାଉଛନ୍ତି। ବିନା ପାଟି ବାସ୍ନାରେ ଅଳ୍ପନିଶା କଲେଜ ପଢ଼଼ୁଆ ଛାତ୍ରଛାତ୍ରୀଙ୍କ ଅଧିକ ଅକୃଷ୍ଟ କରୁଛି। ଏଣୁ ଯୁବପିଢ଼ି ଏହି ନିଶାରେ ମତୁଆଲା ହୋଇଛନ୍ତି। ହୁକାର ଚାହିଦା ବଢ଼଼ିବାରୁ ସହରରେ ମାଳମାଳ ଖୋଲୁଛି ହୁକାବାର। ଅନୁମତି ନ ଆଣି ବେଆଇନ୍‍ ଭାବେ ହୁକାବାର୍‍ ଖୋଲି ମାଲେମାଲ୍‍ ହେଉଛନ୍ତି ବ୍ୟବସାୟୀ।

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦରେ ଅଭାବନୀୟ ଘଟଣା: ବିବାହ ଭାଙ୍ଗିବାରୁ ଯୁବତୀଙ୍କୁ ନିଜର ଏଚଆଇଭି (HIV) ସଂକ୍ରମିତ ରକ୍ତ ଇଞ୍ଜେକ୍ସନ ଦେଲା ଯୁବକ, ଶେଷରେ ଜୀବନ ହାରିଲେ ପୀଡ଼ିତା

ସହରର ଇନ୍‍ଫୋସିଟି, ସହିଦ ନଗର, ଚନ୍ଦ୍ରଶେଖରପୁର, ଖାରବେଳ ନଗର, ଲକ୍ଷ୍ମୀସାଗର, କ୍ୟାପିଟାଲ ଓ ଖଣ୍ଡଗିରି ଭଳି ଅଞ୍ଚଳରେ ବହୁ ପ୍ରମୁଖ ଶିକ୍ଷାନୁଷ୍ଠାନ ଥିବାରୁ ହୁକାର ଚାହିଦା ଅଧିକ ରହିଛି। ସପିଙ୍ଗ୍‍ ମଲ୍‍, ବାର୍‍ଗୁଡ଼ିକରେ ବେଧଡ଼କ ଚାଲିଛି ହୁକା କାରବାର। ସହରରେ ନିକୋଟିନ୍‍ ଯୁକ୍ତ ହୁକାର ଚାହିଦା ବଢ଼଼ିବା ସହ ବିଭିନ୍ନ ବାର୍‍ ମଧ୍ୟ ହୁକା ଦେଖିବାକୁ ମିଳୁଛି। ବିଭିନ୍ନ ସ୍ୱାଦ ବା ଫ୍ଲେଭର ଯୁକ୍ତ ହୁକା ଦିଆଯାଇଛି। ଚକୋଲେଟ୍‍, ଭାନିଲା, ଅରେଞ୍ଜ୍‍, ମ୍ୟାଙ୍ଗୋ ଭଳି ୫୦ରୁ ଊର୍ଦ୍ଧ୍ବ ଫ୍ଲେଭର ଯୁକ୍ତ ହୁକାର ଚାହିଦା ରହିଛି। ବାର୍‍ରେ ୩୫୦ ଟଙ୍କାରୁ ଆରମ୍ଭ କରି ୩ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି। ସେହିପରି ରାଜଧାନୀ ଖୋଲା ବଜାରରେ ଇ-ସିଗାରେଟ ବିକ୍ରି ହେଉଛି। ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼଼ାଇ ଦେଇଛି। ପୂର୍ବରୁ ଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ, ମିଜୋରାମ, ଉତ୍ତରପ୍ରଦେଶ, ବିହାର ଭଳି ରାଜ୍ୟରେ ପୂର୍ବରୁ ହୁକା ସହ ଇ-ସିଗାରେଟ ମଧ୍ୟ ବ୍ୟାନ କରାଯାଇଥିଲା। ଓଡ଼ିଶାରେ ବର୍ତ୍ତମାନ ଏସବୁକୁ ବ୍ୟାନ କରାଯାଇଛି। ଇ-ସିଗାରେଟ୍‍ ଉତ୍ପାଦନ, ନିର୍ମାଣ, ଆମଦାନୀ, ରପ୍ତାନୀ, ପରିବହନ, ବିକ୍ରି, ଆବଣ୍ଟନ ବିଜ୍ଞାପନ ଓ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେଣୁ ରାଜ୍ୟରେ ହୁକା ଓ ଇ-ସିଗାରେଟ ବ୍ୟାନ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ଭେଷଜ ବିଭାଗ ପକ୍ଷରୁ ଚଢ଼ଉ ସାରା ରାଜ୍ୟରେ ଥିବା ହୁକାରେ ଚଢ଼ଉ କରାଯାଇ ହୁକାରେ ନିକୋଟିନ୍‍ ଯୁକ୍ତ ଅଛି କି ନାହିଁ ଯାଞ୍ଚ କରାଯାଉଥିଲା। କିନ୍ତୁ ଏହି ଚଢ଼ଉରେ ଶିଥଳତା ପଡ଼ିଯାଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ବରକୁ ପାଉଥିଲା ଭଲ, ଇର୍ଷାରେ ବିବାହ ପୂର୍ବରୁ ଭାବୀ କନ୍ୟା ଉପରକୁ ଏସିଡ୍ ଫିଙ୍ଗିଲା ପଡ଼ୋଶୀ ଯୁବତୀ

କମିସନରେଟ୍‍ ପୁଲିସ ନିକଟରେ ଏଭଳି ଅଭିଯୋଗ ବଢ଼଼ିବା ପରେ ପୁଲିସ କିଛି ହୁକାବାର ତାଲିକା ପ୍ରସ୍ତୁତ କରିଛି। ହୁକାବାରଗୁଡ଼ିକ ଉପରେ ଅଚାନକ ଚଢ଼ଉ କରାଯିବ। ଏଥିରେ ପୁଲିସ, ଅବକାରୀ ବିଭାଗ ଓ ଔଷଧ ନିୟନ୍ତ୍ରକଙ୍କ ଦ୍ୱାରା ମିଳିତ ଚଢ଼ଉ କରାଯିବ ବୋଲି କମିସନରେଟ୍‍ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

12 Oct 2022 By The Sakala

ବଢୁଛି ବେଆଇନ ହୁକାବାର: ହୁକା ମାୟାରେ ଯୁବପିଢ଼ି ବାୟା

ଭୁବନେଶ୍ୱର: ବ୍ରାଉନସୁଗର, ଗଞ୍ଜେଇ ପରେ ଏବେ ହୁକାନିଶା। ରାଜଧାନୀର ୧୫ ପ୍ରତିଶତ ଯୁବପିଢ଼ି ହୁକାନିଶାରେ ବାୟା। ସନ୍ଧ୍ୟା ହେଲେ ରାଜଧାନୀରେ ଜମୁଛି ହୁକାବାର ଆସର। ପବ୍‍, ଡ୍ୟାନ୍ସ ବାର୍‍ ଭଳି ସନ୍ଧ୍ୟା ହେଲେ ଯୁବପିଢ଼ି ହୁକାବାରରେ ପହଞ୍ଚି ଯାଉଛନ୍ତି। ସେମାନେ ଅଧାରାତି ଯାଏଁ ହୁକାବାରରେ ଆଡ୍ଡା ଜମାଉଛନ୍ତି। ବିନା ପାଟି ବାସ୍ନାରେ ଅଳ୍ପନିଶା କଲେଜ ପଢ଼଼ୁଆ ଛାତ୍ରଛାତ୍ରୀଙ୍କ ଅଧିକ ଅକୃଷ୍ଟ କରୁଛି। ଏଣୁ ଯୁବପିଢ଼ି ଏହି ନିଶାରେ ମତୁଆଲା ହୋଇଛନ୍ତି। ହୁକାର ଚାହିଦା ବଢ଼଼ିବାରୁ ସହରରେ ମାଳମାଳ ଖୋଲୁଛି ହୁକାବାର। ଅନୁମତି ନ ଆଣି ବେଆଇନ୍‍ ଭାବେ ହୁକାବାର୍‍ ଖୋଲି ମାଲେମାଲ୍‍ ହେଉଛନ୍ତି ବ୍ୟବସାୟୀ।

ସହରର ଇନ୍‍ଫୋସିଟି, ସହିଦ ନଗର, ଚନ୍ଦ୍ରଶେଖରପୁର, ଖାରବେଳ ନଗର, ଲକ୍ଷ୍ମୀସାଗର, କ୍ୟାପିଟାଲ ଓ ଖଣ୍ଡଗିରି ଭଳି ଅଞ୍ଚଳରେ ବହୁ ପ୍ରମୁଖ ଶିକ୍ଷାନୁଷ୍ଠାନ ଥିବାରୁ ହୁକାର ଚାହିଦା ଅଧିକ ରହିଛି। ସପିଙ୍ଗ୍‍ ମଲ୍‍, ବାର୍‍ଗୁଡ଼ିକରେ ବେଧଡ଼କ ଚାଲିଛି ହୁକା କାରବାର। ସହରରେ ନିକୋଟିନ୍‍ ଯୁକ୍ତ ହୁକାର ଚାହିଦା ବଢ଼଼ିବା ସହ ବିଭିନ୍ନ ବାର୍‍ ମଧ୍ୟ ହୁକା ଦେଖିବାକୁ ମିଳୁଛି। ବିଭିନ୍ନ ସ୍ୱାଦ ବା ଫ୍ଲେଭର ଯୁକ୍ତ ହୁକା ଦିଆଯାଇଛି। ଚକୋଲେଟ୍‍, ଭାନିଲା, ଅରେଞ୍ଜ୍‍, ମ୍ୟାଙ୍ଗୋ ଭଳି ୫୦ରୁ ଊର୍ଦ୍ଧ୍ବ ଫ୍ଲେଭର ଯୁକ୍ତ ହୁକାର ଚାହିଦା ରହିଛି। ବାର୍‍ରେ ୩୫୦ ଟଙ୍କାରୁ ଆରମ୍ଭ କରି ୩ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି। ସେହିପରି ରାଜଧାନୀ ଖୋଲା ବଜାରରେ ଇ-ସିଗାରେଟ ବିକ୍ରି ହେଉଛି। ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼଼ାଇ ଦେଇଛି। ପୂର୍ବରୁ ଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ, ମିଜୋରାମ, ଉତ୍ତରପ୍ରଦେଶ, ବିହାର ଭଳି ରାଜ୍ୟରେ ପୂର୍ବରୁ ହୁକା ସହ ଇ-ସିଗାରେଟ ମଧ୍ୟ ବ୍ୟାନ କରାଯାଇଥିଲା। ଓଡ଼ିଶାରେ ବର୍ତ୍ତମାନ ଏସବୁକୁ ବ୍ୟାନ କରାଯାଇଛି। ଇ-ସିଗାରେଟ୍‍ ଉତ୍ପାଦନ, ନିର୍ମାଣ, ଆମଦାନୀ, ରପ୍ତାନୀ, ପରିବହନ, ବିକ୍ରି, ଆବଣ୍ଟନ ବିଜ୍ଞାପନ ଓ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେଣୁ ରାଜ୍ୟରେ ହୁକା ଓ ଇ-ସିଗାରେଟ ବ୍ୟାନ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ଭେଷଜ ବିଭାଗ ପକ୍ଷରୁ ଚଢ଼ଉ ସାରା ରାଜ୍ୟରେ ଥିବା ହୁକାରେ ଚଢ଼ଉ କରାଯାଇ ହୁକାରେ ନିକୋଟିନ୍‍ ଯୁକ୍ତ ଅଛି କି ନାହିଁ ଯାଞ୍ଚ କରାଯାଉଥିଲା। କିନ୍ତୁ ଏହି ଚଢ଼ଉରେ ଶିଥଳତା ପଡ଼ିଯାଇଥିବା ଅଭିଯୋଗ ହୋଇଛି।

କମିସନରେଟ୍‍ ପୁଲିସ ନିକଟରେ ଏଭଳି ଅଭିଯୋଗ ବଢ଼଼ିବା ପରେ ପୁଲିସ କିଛି ହୁକାବାର ତାଲିକା ପ୍ରସ୍ତୁତ କରିଛି। ହୁକାବାରଗୁଡ଼ିକ ଉପରେ ଅଚାନକ ଚଢ଼ଉ କରାଯିବ। ଏଥିରେ ପୁଲିସ, ଅବକାରୀ ବିଭାଗ ଓ ଔଷଧ ନିୟନ୍ତ୍ରକଙ୍କ ଦ୍ୱାରା ମିଳିତ ଚଢ଼ଉ କରାଯିବ ବୋଲି କମିସନରେଟ୍‍ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର