ଗିରଫ ହେଲେ ମୋଟୁ ଥାନା ଆଇଆଇସି

The Sakala Picture
Published On

କଟକ: ଗିରଫ ହେଲେ ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ। ବୁଧବାର ସନ୍ଧ୍ୟାରେ ଶ୍ରୀ ସାହୁ ମୋଟୁରୁ ଏକ କାର୍ ଯୋଗେ କଟକ ଫୁଲନଖରାସ୍ଥିତ ନିଜ ବାସଭବନକୁ ଆସୁଥିବା ବେଳେ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ଟିମ ତାଙ୍କୁ ଅଟକାଇଥିଲା। ଜିଲାନ୍ସ ଟିମ କାର୍‌କୁ ତଲାସି କରିବା ପରେ ସେଥିରୁ ୨.୮ ଲକ୍ଷ ଟଙ୍କା ଥିବା ଜଣାପଡିଥିଲା।  ତେବେ ଏତେ ଟଙ୍କା କେଉଁଆଡ଼ୁ ଆସିଲା ସେନେଇ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ସୁଶାନ୍ତଙ୍କୁ […]

କଟକ: ଗିରଫ ହେଲେ ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ। ବୁଧବାର ସନ୍ଧ୍ୟାରେ ଶ୍ରୀ ସାହୁ ମୋଟୁରୁ ଏକ କାର୍ ଯୋଗେ କଟକ ଫୁଲନଖରାସ୍ଥିତ ନିଜ ବାସଭବନକୁ ଆସୁଥିବା ବେଳେ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ଟିମ ତାଙ୍କୁ ଅଟକାଇଥିଲା। ଜିଲାନ୍ସ ଟିମ କାର୍‌କୁ ତଲାସି କରିବା ପରେ ସେଥିରୁ ୨.୮ ଲକ୍ଷ ଟଙ୍କା ଥିବା ଜଣାପଡିଥିଲା।  ତେବେ ଏତେ ଟଙ୍କା କେଉଁଆଡ଼ୁ ଆସିଲା ସେନେଇ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ସୁଶାନ୍ତଙ୍କୁ ଅଟକ ରଖି ପଚରାଉଚରା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଏ ନେଇ ଭିଜଲାନ୍ସ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ସର୍ଚ୍ଚ ବେଳେ ଆଇଆଇସି ସୁଶାନ୍ତଙ୍କ ଘରୁ ୨୪ ଲକ୍ଷ ୯୦ ହଜାର ଟଙ୍କାର ସେଲ୍ ଡିଡ୍ ଜବତ କରିଛି ଭିଜିଲାନ୍ସ। ନିକଟରେ ସୁଶାନ୍ତଙ୍କ ସ୍ତ୍ରୀ ନାଁରେ ନଖରାରେ ଏହି ଜମି କିଣା ଯାଇଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ସୁଶାନ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତାଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଛି। ଗତକାଲି ମୋଟୁ ସ୍ଥିତ ସରକାରୀ ବାସଭବନ ସହ କଟକର ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା।

23 Sep 2021 By The Sakala

ଗିରଫ ହେଲେ ମୋଟୁ ଥାନା ଆଇଆଇସି

କଟକ: ଗିରଫ ହେଲେ ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ। ବୁଧବାର ସନ୍ଧ୍ୟାରେ ଶ୍ରୀ ସାହୁ ମୋଟୁରୁ ଏକ କାର୍ ଯୋଗେ କଟକ ଫୁଲନଖରାସ୍ଥିତ ନିଜ ବାସଭବନକୁ ଆସୁଥିବା ବେଳେ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ଟିମ ତାଙ୍କୁ ଅଟକାଇଥିଲା। ଜିଲାନ୍ସ ଟିମ କାର୍‌କୁ ତଲାସି କରିବା ପରେ ସେଥିରୁ ୨.୮ ଲକ୍ଷ ଟଙ୍କା ଥିବା ଜଣାପଡିଥିଲା।  ତେବେ ଏତେ ଟଙ୍କା କେଉଁଆଡ଼ୁ ଆସିଲା ସେନେଇ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ସୁଶାନ୍ତଙ୍କୁ ଅଟକ ରଖି ପଚରାଉଚରା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଏ ନେଇ ଭିଜଲାନ୍ସ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ସର୍ଚ୍ଚ ବେଳେ ଆଇଆଇସି ସୁଶାନ୍ତଙ୍କ ଘରୁ ୨୪ ଲକ୍ଷ ୯୦ ହଜାର ଟଙ୍କାର ସେଲ୍ ଡିଡ୍ ଜବତ କରିଛି ଭିଜିଲାନ୍ସ। ନିକଟରେ ସୁଶାନ୍ତଙ୍କ ସ୍ତ୍ରୀ ନାଁରେ ନଖରାରେ ଏହି ଜମି କିଣା ଯାଇଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ସୁଶାନ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତାଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଛି। ଗତକାଲି ମୋଟୁ ସ୍ଥିତ ସରକାରୀ ବାସଭବନ ସହ କଟକର ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା।

https://www.thesakala.in/crime/iic-sushant-sahu-arrested-by-vigilance/article-5584
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର