ବ୍ରହ୍ମପୁର ସୌନ୍ଦର୍ଯ୍ୟ ନଗରରୁ ନକଲି ବିଦେଶୀ ମଦ କାରଖାନା ଠାବ: ବିପୁଳ ପରିମାଣର କଞ୍ଚାମାଲ ସହ ଖାଲି ବୋତଲ ଓ ଠିପି ଜବତ, ୨ ଗିରଫ

The Sakala Picture
Published On

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଶ୍ରୀକ୍ଷେତ୍ର ବିହାର ନିକଟ ସୌନ୍ଦର୍ଯ୍ୟ ନଗର ଅଞ୍ଚଳର ଏକ ଘର ଉପରେ ସଦରଥାନା ପୁଲିସ ଚଢାଉ କରିଛି। ସଦରଥାନା ଅଧିକାରୀ ମହେନ୍ଦ୍ର ସାହୁ ଏବଂ ତାଙ୍କ ଟିମ୍‍ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଘର ଉପରେ ଆଜି ସନ୍ଧ୍ୟାରେ ଚଢାଉ କରିଥିଲେ। ଚଢାଉ ସମୟରେ ସେଠାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ, କଞ୍ଚାମାଲ, ଖାଲି ମଦ ବୋତଲ ଏବଂ ଠିପି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା। ଏହି […]

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଶ୍ରୀକ୍ଷେତ୍ର ବିହାର ନିକଟ ସୌନ୍ଦର୍ଯ୍ୟ ନଗର ଅଞ୍ଚଳର ଏକ ଘର ଉପରେ ସଦରଥାନା ପୁଲିସ ଚଢାଉ କରିଛି। ସଦରଥାନା ଅଧିକାରୀ ମହେନ୍ଦ୍ର ସାହୁ ଏବଂ ତାଙ୍କ ଟିମ୍‍ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଘର ଉପରେ ଆଜି ସନ୍ଧ୍ୟାରେ ଚଢାଉ କରିଥିଲେ। ଚଢାଉ ସମୟରେ ସେଠାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ, କଞ୍ଚାମାଲ, ଖାଲି ମଦ ବୋତଲ ଏବଂ ଠିପି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା। ଏହି ଘଟଣାରେ ପୁଲିସ ଦୁଇ ଜଣ ଯୁବକ କବିସୂର୍ଯ୍ୟନଗରର ଦିପକ ଗୌଡ ଓରଫ ବାବୁ ଏବଂ ଜଗଦଳପୁର ଗ୍ରାମର ଶିବରାମ ପରିଡ଼ାଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦରେ ଅଭାବନୀୟ ଘଟଣା: ବିବାହ ଭାଙ୍ଗିବାରୁ ଯୁବତୀଙ୍କୁ ନିଜର ଏଚଆଇଭି (HIV) ସଂକ୍ରମିତ ରକ୍ତ ଇଞ୍ଜେକ୍ସନ ଦେଲା ଯୁବକ, ଶେଷରେ ଜୀବନ ହାରିଲେ ପୀଡ଼ିତା

ସୂଚନା ଅନୁଯାୟୀ, ଉକ୍ତ ଦୁଇ ଯୁବକ ସୌନ୍ଦର୍ଯ୍ୟ ନଗର ଅଞ୍ଚଳରେ ଏକ ଘର ଭଡା ଭାବେ ନେଇ ସେଠାରେ ଗତ କିଛି ଦିନ ଧରି ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିଲେ। ଏ ନେଇ ପୁଲିସକୁ କୌଣସି ସୂତ୍ରରୁ ଖବର ଆସିବା ପରେ ଆଜି ଚଢାଉ ହୋଇଥିଲା। ଚଢାଉ ବେଳେ ସେଠାରୁ କାର୍ଟୁନ୍‍ କାର୍ଟୁନ୍‍ ବିଭିନ୍ନ ବ୍ରାଣ୍ଡର ଖାଲି ବୋତଲ ସହ କିଛି ନକଲି ଅବକାରୀ ଷ୍ଟିକର ଏବଂ ଠିପି ଜବତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ବରକୁ ପାଉଥିଲା ଭଲ, ଇର୍ଷାରେ ବିବାହ ପୂର୍ବରୁ ଭାବୀ କନ୍ୟା ଉପରକୁ ଏସିଡ୍ ଫିଙ୍ଗିଲା ପଡ଼ୋଶୀ ଯୁବତୀ

ସୂଚନାଯୋଗ୍ୟ ଯେ, ମେ ମାସ ଏବଂ ଜୁନ୍‍ ମାସରେ ମଧ୍ୟ ପୁଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ସହରର ବିଭିନ୍ନ ସ୍ଥାନରୁ ନକଲି ବିଦେଶୀ କାରଖାନା ଠାବ କରାଯାଇଛି। ଉକ୍ତ ଘଟଣାରେ ମଧ୍ୟ ବିପୁଳ ପରିମାଣର କଞ୍ଚାମାଲ ସହ ଅନେକଙ୍କୁ ଗିରଫ କରାଯାଇଛି। ଗୋଟିଏ ପଟେ ନକଲି ଗୁଟ୍‍ଖା ଗତକାଲି ପ୍ରଶାସନ ପକ୍ଷରୁ ଜବତ ହୋଇଥିବା ବେଳେ ଆଜି ପୁଣି ନକଲି ବିଦେଶୀ ମଦ ଜବତ ଘଟଣା ନିଶାଖୋର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବ୍ରହ୍ମପୁର ସହରରେ କିଛି ମାସ ବ୍ୟବଧାନରେ ଏହିପରି ନକଲି ବ୍ୟବସାୟୀ ପୁଲିସ ହାତରେ ଧରାପଡ଼ି ଗିରଫ ହୋଇଥିଲେ ମଧ୍ୟ ଜେଲରୁ ଜାମିନରେ ଆସି ଏହି କାରବାର ଚଲାଉଛନ୍ତି। ବ୍ରହ୍ମପୁର ସହର ନକଲି ବିଦେଶୀ ମଦ ବ୍ୟବସାୟୀ ବୁଲୁ ପଟ୍ଟନାୟକଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିବା ପରେ ମଧ୍ୟ ଏହି କାରବାର ଜାରି ରହିଛି। ସହରରେ ଆହୁରି କିଛି ନକଲି ମଦ ବ୍ୟବସାୟୀ ପ୍ରଚ୍ଛଦ ପଟରେ ରହି ଏହି କାରବାର ଚଲାଉଛନ୍ତି। ଚଢାଉ ବେଳେ କେବଳ କର୍ମଚାରୀମାନେ ଗିରଫ ହେଉଥିବା ବେଳେ ମାଲିକମାନେ ଫେରାର ହୋଇଯାଉଛନ୍ତି।

04 Aug 2021 By The Sakala

ବ୍ରହ୍ମପୁର ସୌନ୍ଦର୍ଯ୍ୟ ନଗରରୁ ନକଲି ବିଦେଶୀ ମଦ କାରଖାନା ଠାବ: ବିପୁଳ ପରିମାଣର କଞ୍ଚାମାଲ ସହ ଖାଲି ବୋତଲ ଓ ଠିପି ଜବତ, ୨ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଶ୍ରୀକ୍ଷେତ୍ର ବିହାର ନିକଟ ସୌନ୍ଦର୍ଯ୍ୟ ନଗର ଅଞ୍ଚଳର ଏକ ଘର ଉପରେ ସଦରଥାନା ପୁଲିସ ଚଢାଉ କରିଛି। ସଦରଥାନା ଅଧିକାରୀ ମହେନ୍ଦ୍ର ସାହୁ ଏବଂ ତାଙ୍କ ଟିମ୍‍ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଘର ଉପରେ ଆଜି ସନ୍ଧ୍ୟାରେ ଚଢାଉ କରିଥିଲେ। ଚଢାଉ ସମୟରେ ସେଠାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ, କଞ୍ଚାମାଲ, ଖାଲି ମଦ ବୋତଲ ଏବଂ ଠିପି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା। ଏହି ଘଟଣାରେ ପୁଲିସ ଦୁଇ ଜଣ ଯୁବକ କବିସୂର୍ଯ୍ୟନଗରର ଦିପକ ଗୌଡ ଓରଫ ବାବୁ ଏବଂ ଜଗଦଳପୁର ଗ୍ରାମର ଶିବରାମ ପରିଡ଼ାଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଉକ୍ତ ଦୁଇ ଯୁବକ ସୌନ୍ଦର୍ଯ୍ୟ ନଗର ଅଞ୍ଚଳରେ ଏକ ଘର ଭଡା ଭାବେ ନେଇ ସେଠାରେ ଗତ କିଛି ଦିନ ଧରି ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିଲେ। ଏ ନେଇ ପୁଲିସକୁ କୌଣସି ସୂତ୍ରରୁ ଖବର ଆସିବା ପରେ ଆଜି ଚଢାଉ ହୋଇଥିଲା। ଚଢାଉ ବେଳେ ସେଠାରୁ କାର୍ଟୁନ୍‍ କାର୍ଟୁନ୍‍ ବିଭିନ୍ନ ବ୍ରାଣ୍ଡର ଖାଲି ବୋତଲ ସହ କିଛି ନକଲି ଅବକାରୀ ଷ୍ଟିକର ଏବଂ ଠିପି ଜବତ ହୋଇଥିଲା।

ସୂଚନାଯୋଗ୍ୟ ଯେ, ମେ ମାସ ଏବଂ ଜୁନ୍‍ ମାସରେ ମଧ୍ୟ ପୁଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ସହରର ବିଭିନ୍ନ ସ୍ଥାନରୁ ନକଲି ବିଦେଶୀ କାରଖାନା ଠାବ କରାଯାଇଛି। ଉକ୍ତ ଘଟଣାରେ ମଧ୍ୟ ବିପୁଳ ପରିମାଣର କଞ୍ଚାମାଲ ସହ ଅନେକଙ୍କୁ ଗିରଫ କରାଯାଇଛି। ଗୋଟିଏ ପଟେ ନକଲି ଗୁଟ୍‍ଖା ଗତକାଲି ପ୍ରଶାସନ ପକ୍ଷରୁ ଜବତ ହୋଇଥିବା ବେଳେ ଆଜି ପୁଣି ନକଲି ବିଦେଶୀ ମଦ ଜବତ ଘଟଣା ନିଶାଖୋର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବ୍ରହ୍ମପୁର ସହରରେ କିଛି ମାସ ବ୍ୟବଧାନରେ ଏହିପରି ନକଲି ବ୍ୟବସାୟୀ ପୁଲିସ ହାତରେ ଧରାପଡ଼ି ଗିରଫ ହୋଇଥିଲେ ମଧ୍ୟ ଜେଲରୁ ଜାମିନରେ ଆସି ଏହି କାରବାର ଚଲାଉଛନ୍ତି। ବ୍ରହ୍ମପୁର ସହର ନକଲି ବିଦେଶୀ ମଦ ବ୍ୟବସାୟୀ ବୁଲୁ ପଟ୍ଟନାୟକଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିବା ପରେ ମଧ୍ୟ ଏହି କାରବାର ଜାରି ରହିଛି। ସହରରେ ଆହୁରି କିଛି ନକଲି ମଦ ବ୍ୟବସାୟୀ ପ୍ରଚ୍ଛଦ ପଟରେ ରହି ଏହି କାରବାର ଚଲାଉଛନ୍ତି। ଚଢାଉ ବେଳେ କେବଳ କର୍ମଚାରୀମାନେ ଗିରଫ ହେଉଥିବା ବେଳେ ମାଲିକମାନେ ଫେରାର ହୋଇଯାଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର