ଘରେ ପଶିଥିଲା ଚୋର; ତାଲା ପକେଇଦେଲେ ମାଲିକ
ଭୁବନେଶ୍ୱର: ଚୋରି କରିବା ପାଇଁ ଘରେ ପଶିଥିବା ବେଳେ ଜଣଙ୍କୁ ତାଲା ପକାଇ ଦେଇଛନ୍ତି ଘର ମାଲିକ। ଏଭଳି ଘଟିଛି ନୂଆପଲ୍ଲୀ ଥାନା ଅଞ୍ଚଳରେ। ଖବର ନେବାରୁ ଜଣାପଡ଼ିଛି ତରନୁମ୍ ଜାହାନ ନାମକ ଜଣେ ବ୍ୟକ୍ତି ନୂଆପଲ୍ଲୀର ସ୍ୱାଧୀନ ରାଉତଙ୍କ ଘରେ ପଶି ଚୋରି କରୁଥିଲେ। ଘର ମାଲିକ କୌଶଳକ୍ରମେ ଲୁଟେରା ପଶି ଚୋରି କରୁଥିବା ଘରର ବାହାର ପଟୁ ତାଲା ଦେଇ ପୁଲିସକୁ ଖବର ଦେଇଥିଲା। ଖବରପାଇ ନୂଆପଲ୍ଲୀ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିବା […]
ଭୁବନେଶ୍ୱର: ଚୋରି କରିବା ପାଇଁ ଘରେ ପଶିଥିବା ବେଳେ ଜଣଙ୍କୁ ତାଲା ପକାଇ ଦେଇଛନ୍ତି ଘର ମାଲିକ। ଏଭଳି ଘଟିଛି ନୂଆପଲ୍ଲୀ ଥାନା ଅଞ୍ଚଳରେ। ଖବର ନେବାରୁ ଜଣାପଡ଼ିଛି ତରନୁମ୍ ଜାହାନ ନାମକ ଜଣେ ବ୍ୟକ୍ତି ନୂଆପଲ୍ଲୀର ସ୍ୱାଧୀନ ରାଉତଙ୍କ ଘରେ ପଶି ଚୋରି କରୁଥିଲେ। ଘର ମାଲିକ କୌଶଳକ୍ରମେ ଲୁଟେରା ପଶି ଚୋରି କରୁଥିବା ଘରର ବାହାର ପଟୁ ତାଲା ଦେଇ ପୁଲିସକୁ ଖବର ଦେଇଥିଲା। ଖବରପାଇ ନୂଆପଲ୍ଲୀ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଲୁଟ୍ସାମଗ୍ରୀ ଜବତ କରିଛି। ସେହିପରି ମଞ୍ଚେଶ୍ୱର ଥାନା ପୁଲିସ ବିବେକ କୁମାର ସାହୁକୁ ଗିରଫ କରିଛି। ବିବେକ ଠାରୁ ବାଇକ ଓ ନଗଦ ଟଙ୍କା ମଧ୍ୟ ଜବତ କରିଛି।






