ବ୍ରହ୍ମପୁରରୁ ପୁଣି ୩କୋଟିର ଗୁଟ୍‌ଖା ଓ ସରଞ୍ଜାମ ଜବତ, ପରସ୍ପରଙ୍କୁ ଧରାଉଛନ୍ତି ନକଲି ଗୁଟ୍‌ଖା ବ୍ୟବସାୟୀ

The Sakala Picture
Published On

ବ୍ରହ୍ମପୁର: ବ୍ରହ୍ମପୁର ସହର ଓ ଉପକଣ୍ଠରେ ଚାଲିଥିବା ନକଲି ଗୁଟ୍‌ଖା ଫ୍ୟକ୍‌ଟ୍ରି ଉପରେ ପୁଲିସର ନଜର ପଡିଛି । ଫଳରେ ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ଗୁଟ୍‌ଖା ଚଢଉ ଜାରି ରହିଛି । କେବଳ ଅଗଷ୍ଟ ମାସରେ ହିଁ ପୁଲିସ ୩ଟି ଫ୍ୟାକ୍‌ଟ୍ରିିରେ ଚଢଉ କରିଛି । ମେ ମାସ ୭ ତାରିଖରେ ବଡବଜାର ଥାନା ପୁଲିସ କାଳୁପାତ୍ର ସାହିରେ ଚଢଉ କରିଥିବା ବେଳେ ୨୩ ତାରିଖରେ ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଶ୍ରୀମାନଗରରେ ଚଢଉ […]

ବ୍ରହ୍ମପୁର: ବ୍ରହ୍ମପୁର ସହର ଓ ଉପକଣ୍ଠରେ ଚାଲିଥିବା ନକଲି ଗୁଟ୍‌ଖା ଫ୍ୟକ୍‌ଟ୍ରି ଉପରେ ପୁଲିସର ନଜର ପଡିଛି । ଫଳରେ ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ଗୁଟ୍‌ଖା ଚଢଉ ଜାରି ରହିଛି । କେବଳ ଅଗଷ୍ଟ ମାସରେ ହିଁ ପୁଲିସ ୩ଟି ଫ୍ୟାକ୍‌ଟ୍ରିିରେ ଚଢଉ କରିଛି । ମେ ମାସ ୭ ତାରିଖରେ ବଡବଜାର ଥାନା ପୁଲିସ କାଳୁପାତ୍ର ସାହିରେ ଚଢଉ କରିଥିବା ବେଳେ ୨୩ ତାରିଖରେ ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଶ୍ରୀମାନଗରରେ ଚଢଉ କରିଥିଲେ । ଏହି ଦୁଇ ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ପୁଣି ସଦରଥାନା ଅନ୍ତର୍ଗତ ବାଉଁଶିଆପଲ୍ଲୀ ଗ୍ରାମରେ ଥିବା ଏକ ଗୁଟ୍‌ଖା ଫେକ୍‌ଟ୍ରି ଉପରେ ପୁଲିସ ଚଢଉ କରିଛି। ଉକ୍ତ ବେଆଇନ ଫ୍ୟାକ୍‌ଟ୍ରିରୁ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗୁଟ୍‌ଖା, ଯନ୍ତ୍ରପାତି ଓ କଞ୍ଚାମାଲ ଜବତ କରିଛି ପୁଲିସ। ଏହି ଘଟଣାରେ ପୁଲିସ ଫ୍ୟାକ୍ଟ୍ରି ମାଲିକ ନରେନ୍ଦ୍ର ସାହୁ ଓ ମୁଖ୍ୟ ସହଯୋଗୀ ମିଟୁ ସାହୁଙ୍କ ସମେତ ୧୫ ଜଣ କର୍ମଚାରୀଙ୍କୁ ଅଟକ ରଖିଛି । ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍‌ ଦାୟିତ୍ୱ ନେବା ପରେ ନକଲି ଗୁଟ୍‌ଖା ବ୍ୟବସାୟୀ ପ୍ରମାଦ ଗଣିଲେଣି। କିଛି ଦିନ ପୂର୍ବେ ପୁଲିସ୍‌ ନକଲି ଗୁଟ୍‌ଖା ବ୍ୟବସାୟୀ ନାରାୟଣ ସାହୁ ଓରଫ ନାରୁଙ୍କୁ ଗିରଫ କରିଥିଲା । ସେ ଜାମିନରେ ଆସିବା ପରେ କିଛି ତଥ୍ୟ ହାସଲ କରି ବର୍ତ୍ତମାନ ପୁଲିସ ପକ୍ଷରୁ ଗୋଟିଏ ପରେ ଗୋଟିଏ ଚଢଉ ଚାଲିଛି।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ବର୍ତ୍ତମାନ ସହରର ନକଲି ଗୁଟ୍‌ଖା ବ୍ୟବସାୟୀମାନେ ଦୁଇ ଗୋଷ୍ଠୀରେ ଭାଗ ହୋଇଯାଇଛନ୍ତି। ଗୋଟିଏ ଗୋଷ୍ଠୀରେ ଥିବା କିଛି ବ୍ୟବସାୟୀ ଏହି ନକଲି ଗୁଟ୍‌ଖା ବ୍ୟବସାୟକୁ ପୁରା ତାଙ୍କ ହାତରେ ରଖିବାକୁ ଚାହୁଁଥିବା ବେଳେ ଅନ୍ୟ କିଛି ଏହାକୁ ଗ୍ରହଣ କରୁନାହାନ୍ତି। ଫଳରେ ଗୁଟ୍‌ଖା ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଶୋଧ ପରାୟଣତା ହିଁ ପୁଲିସ ଓ କିଛି ଅଧିକାରୀମାନଙ୍କୁ ଗୁଟ୍‌ଖା ବ୍ୟବସାୟୀମାନଙ୍କ ଠିକଣା ଏବଂ ସେମାନଙ୍କର ସ୍ଥାନ ସମ୍ପର୍କରେ ସୂଚନାର ମୁଖ୍ୟ ସ୍ରୋତ ହୋଇଛି । ପୁଲିସକୁ ମଧ୍ୟ ଚଢଉ କରିବାରେ ସୁବିଧା ହେଉଛି । ଆଜି ବାଉଁଶିଆପଲ୍ଳୀ ନରେନ୍ଦ୍ର ସାହୁଙ୍କ ଗୁଟ୍‌ଖା ଉପରେ ଚଢଉ କରି କୋଟି କୋଟି ଟଙ୍କାର ମେସିନ୍‌କୁ ପୁଲିସ ଜବତ କରିବା ସହ ସେଠାରେ ପ୍ରସ୍ତୁତ ହୋଇ ରହିଥିବା ଗୁଟ୍‌ଖା ଏବଂ କଞ୍ଚାମାଲ୍‌କୁ ମଧ୍ୟ ପୁଲିସ ଜବତ କରିଛି । ସେଠାରେ ବହୁ ସଂଖ୍ୟାରେ କର୍ମଚାରୀ ନିୟୋଜିତ ଥିଲେ । ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ ନିଜେ ଚଢ଼ଉ ବେଳେ ଘଟଣାସ୍ଥଳକୁ ଯାଇଥିବା ସୂଚନା ମିଳିଛି । ଗୋଟିଏ ପ୍ଲାଟୁନ୍‌ ପୁଲିସ ସହ ଡିଏସପି ସ୍ୱରାଜ ଦେବତା ଏବଂ ସଦରଥାନା ପୁଲିସ ଏହି ଚଢଉରେ ସାମିଲଥିଲେ । ପୁଲିସକୁ ଏହି ଗୁଟ୍‌ଖା ଫ୍ୟାକ୍ଟ୍ରି ମାଲିକ କୌଣସି ଲାଇସେନ୍ସ ଜନିତ କାଗଜପତ୍ର ଦେଖାଇପାରି ନାହାନ୍ତି

ଆହୁରି ପଢ଼ନ୍ତୁ: ଯୋଗାଣ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ବର୍ଷିଲା ବିଜେଡି: ଚାଷୀଙ୍କ ମନର ନିଆଁରେ ସରକାର ଜଳିଯିବେ

30 Aug 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର