ପାର୍କିଂକୁ ନେଇ ରାଜଧାନୀରେ ଡବଲ ମର୍ଡର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବୁଧବାର ବିଳମ୍ବିତ ରାତିରେ ହାଇଟେକ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଏହି ହତ୍ୟାକାଣ୍ଡ ଘଟିଛି। ଗାଡି ପାର୍କିଂକୁ ନେଇ ଛୁରି ଭୁସି ହତ୍ୟା କରାଯାଇଥିବା ଜଣାଯାଇଛି। ତେବେ ହତ୍ୟାକାରୀଙ୍କୁ ଧରିବା ପାଇଁ ଏୟାରଫିଲଡ ଥାନା ପୋଲିସ ତଦନ୍ତ ଚଳାଇଛି। ସୂଚନା ମୁତାବକ, ମୃତକ ଦୁଇଜଣ ହେଉଛନ୍ତି ରଶ୍ମି ରଞ୍ଜନ ସେଠୀ ଓ ବବଲୁ। ରଶ୍ମିଙ୍କ ଘର କୁହା ଗାଁରେ ହୋଇଥିବା ବେଳେ ବବଲୁଙ୍କ ଘର କେନ୍ଦ୍ରାପଡା ବୋଲି ଜଣାପଡିଛି। ହତ୍ୟାକାରୀ ଦୁଇଜଣ ହେଲେ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବୁଧବାର ବିଳମ୍ବିତ ରାତିରେ ହାଇଟେକ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଏହି ହତ୍ୟାକାଣ୍ଡ ଘଟିଛି। ଗାଡି ପାର୍କିଂକୁ ନେଇ ଛୁରି ଭୁସି ହତ୍ୟା କରାଯାଇଥିବା ଜଣାଯାଇଛି। ତେବେ ହତ୍ୟାକାରୀଙ୍କୁ ଧରିବା ପାଇଁ ଏୟାରଫିଲଡ ଥାନା ପୋଲିସ ତଦନ୍ତ ଚଳାଇଛି।
ସୂଚନା ମୁତାବକ, ମୃତକ ଦୁଇଜଣ ହେଉଛନ୍ତି ରଶ୍ମି ରଞ୍ଜନ ସେଠୀ ଓ ବବଲୁ। ରଶ୍ମିଙ୍କ ଘର କୁହା ଗାଁରେ ହୋଇଥିବା ବେଳେ ବବଲୁଙ୍କ ଘର କେନ୍ଦ୍ରାପଡା ବୋଲି ଜଣାପଡିଛି। ହତ୍ୟାକାରୀ ଦୁଇଜଣ ହେଲେ ଗଣେଶ ମଲ୍ଲିକ ଓ ପପୁ ମଲ୍ଲିକ ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି। ଖବର ପାଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସ୍ପେଶାଲ ସ୍କ୍ୱାଡ଼ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ କରିଛନ୍ତି। ସେପଟେ କିଛିଦିନ ତଳେ ଏକ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ଦୁଇ ଗୋଷ୍ଠୀ ଏୟାରଫିଲଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ଘଟଣାକୁ ହାଲକା ଭାବେ ନେଇଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ମୃତକଙ୍କ ପରିବାର ଲୋକେ ଥାନାରେ ପାଟିତୁଣ୍ଡ କରିଛନ୍ତି। ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପାଇଁ ଏୟାରଫିଲଡ଼ ଥାନାରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।