ନୂଆପଲ୍ଲୀ ବିଜେଡି ପାର୍ଟି ଅଫିସ୍‌‌ରେ ବୋମାମାଡ଼

The Sakala Picture
Published On

ଭୁବନେଶ୍ୱର: ନୂଆପଲ୍ଲୀ ମମତାଜ ହାଇସ୍କୁଲ ନିକଟରେ ଥିବା ବିଜେଡି ପାର୍ଟି ଅଫିସ୍‌ରେ ବୋମାମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌‌ ଆରମ୍ଭ କରିଛି। ବାଇକ୍‌‌ରେ ଦୁଇଜଣ ଯୁବକ ଆସି ଏହି ବୋମାମାଡ଼ କରିଥିବା କିଛି ସ୍ଥାନୀୟ ଯୁବକ ଦେଖିଥିବା କହିଛନ୍ତି। ଗୁରୁବାର ରାତି ପ୍ରାୟ ୧୨ଟାରେ ଏହି ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ପାର୍ଟିର କାମ ସାରି ସବୁ କର୍ମୀମାନେ ଘରକୁ ଯାଉଥିଲେ। କିଛି ଯୁବକ ସେଠାରେ ଛିଡ଼ା ହୋଇଥିଲେ। […]

ଭୁବନେଶ୍ୱର: ନୂଆପଲ୍ଲୀ ମମତାଜ ହାଇସ୍କୁଲ ନିକଟରେ ଥିବା ବିଜେଡି ପାର୍ଟି ଅଫିସ୍‌ରେ ବୋମାମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌‌ ଆରମ୍ଭ କରିଛି। ବାଇକ୍‌‌ରେ ଦୁଇଜଣ ଯୁବକ ଆସି ଏହି ବୋମାମାଡ଼ କରିଥିବା କିଛି ସ୍ଥାନୀୟ ଯୁବକ ଦେଖିଥିବା କହିଛନ୍ତି। ଗୁରୁବାର ରାତି ପ୍ରାୟ ୧୨ଟାରେ ଏହି ଘଟଣା ଘଟିଛି।

ଆହୁରି ପଢ଼ନ୍ତୁ: ମୋବାଇଲ୍ ନିଶା ନେଲା ଜୀବନ: ମା'ଙ୍କ ଗାଳି ପରେ ପୁଅର ଆତ୍ମହତ୍ୟା, ଦୁଃଖରେ ବିଷ ପିଇଲେ ମା'

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ପାର୍ଟିର କାମ ସାରି ସବୁ କର୍ମୀମାନେ ଘରକୁ ଯାଉଥିଲେ। କିଛି ଯୁବକ ସେଠାରେ ଛିଡ଼ା ହୋଇଥିଲେ। ଏହି ସମୟରେ ଦୁଇଜଣ ଯୁବକ ବାଇକ୍‌‌ରେ ଆସି ବୋମା ଫିଙ୍ଗିଥିଲେ। ବୋମାଟି ପାର୍ଟି ଅଫିସ ଭିତରେ ନପଡ଼ି ଆଗରେ ଥୁଆ ହୋଇଥିବା ବାଇକ୍‌‌ ଉପରେ ପଡ଼ିଥିଲା। କୌଣସି ବ୍ୟକ୍ତି ଏଥିରେ ଆହତ ହୋଇ ନଥିବା ବେଳେ ଏହା ବିଜେପି ସମର୍ଥିତ କେହି ଦୁର୍ବୃତ୍ତ କରିଥାଇପାରନ୍ତି ବୋଲି ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଆହତ, ଗୋଡ଼ରେ ବାଜିଛି ଗୁଳି

ସୂଚନାଯୋଗ୍ୟ ଦୁଇ ଦିନ ତଳେ ନିର୍ବାଚନ ପ୍ରଚାର ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରବର୍ତ୍ତୀ ସମୟରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ସରକାରୀ ଅଫିସରଙ୍କୁ ତାଗିଦ୍‌: ରାଜ୍ୟ ବାହାରକୁ ଗସ୍ତ କରୁଥିବା ଅଧିକାରୀଙ୍କ ପାଇଁ ୨୧ ଦିନ ପୂର୍ବରୁ ନୋଟିସ୍ ବାଧ୍ୟତାମୂଳକ

17 May 2024 By The Sakala

ନୂଆପଲ୍ଲୀ ବିଜେଡି ପାର୍ଟି ଅଫିସ୍‌‌ରେ ବୋମାମାଡ଼

ଭୁବନେଶ୍ୱର: ନୂଆପଲ୍ଲୀ ମମତାଜ ହାଇସ୍କୁଲ ନିକଟରେ ଥିବା ବିଜେଡି ପାର୍ଟି ଅଫିସ୍‌ରେ ବୋମାମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌‌ ଆରମ୍ଭ କରିଛି। ବାଇକ୍‌‌ରେ ଦୁଇଜଣ ଯୁବକ ଆସି ଏହି ବୋମାମାଡ଼ କରିଥିବା କିଛି ସ୍ଥାନୀୟ ଯୁବକ ଦେଖିଥିବା କହିଛନ୍ତି। ଗୁରୁବାର ରାତି ପ୍ରାୟ ୧୨ଟାରେ ଏହି ଘଟଣା ଘଟିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ପାର୍ଟିର କାମ ସାରି ସବୁ କର୍ମୀମାନେ ଘରକୁ ଯାଉଥିଲେ। କିଛି ଯୁବକ ସେଠାରେ ଛିଡ଼ା ହୋଇଥିଲେ। ଏହି ସମୟରେ ଦୁଇଜଣ ଯୁବକ ବାଇକ୍‌‌ରେ ଆସି ବୋମା ଫିଙ୍ଗିଥିଲେ। ବୋମାଟି ପାର୍ଟି ଅଫିସ ଭିତରେ ନପଡ଼ି ଆଗରେ ଥୁଆ ହୋଇଥିବା ବାଇକ୍‌‌ ଉପରେ ପଡ଼ିଥିଲା। କୌଣସି ବ୍ୟକ୍ତି ଏଥିରେ ଆହତ ହୋଇ ନଥିବା ବେଳେ ଏହା ବିଜେପି ସମର୍ଥିତ କେହି ଦୁର୍ବୃତ୍ତ କରିଥାଇପାରନ୍ତି ବୋଲି ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଦୁଇ ଦିନ ତଳେ ନିର୍ବାଚନ ପ୍ରଚାର ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରବର୍ତ୍ତୀ ସମୟରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର