ଅପରାଧୀଙ୍କ କବ୍‌ଜାକୁ ଯାଉଛି ରାଜଧାନୀ: ମାରଣାସ୍ତ୍ର ଧରି ବୁଲୁଛନ୍ତି, ବନ୍ଧୁକ ଦେଖାଇ ଲୁଟୁଛନ୍ତି…

The Sakala Picture
Published On

ଭୁବନେଶ୍ୱର: ଧୀରେ ଧୀରେ ଅପରାଧୀଙ୍କ କବଜାକୁ ଯାଉଛି ରାଜଧାନୀ ସହର ଭୁବନେଶ୍ବର। ଦିନ ହେଉ ଅବା ରାତି, ଅପରାଧୀମାନେ ମାରଣାସ୍ତ୍ର ଧରି ଅନାୟାସରେ ବୁଲୁଛନ୍ତି। ଯେଉଁଠି ପାରିଲେ ହଣାକଟା କରି ଲୁଟ୍ କରୁଛନ୍ତି। କେଉଁଠି ଦିନ ଦ୍ବିପହରରେ ବୋମା ଫୁଟିଲାଣି ତ କେଉଁଠି ସନ୍ଧ୍ୟା ବେଳେ ବନ୍ଧୁକ ମୁନରେ ଲୁଟ୍‌ପାଟ ହେଲାଣି। ଅପରାଧୀଙ୍କ ଏଭଳି କାର୍ଯ୍ୟକଳାପ ରାଜଧାନୀବାସୀଙ୍କ ମନରେ ଛନକା ପଶିଲାଣି। ସେପଟେ କମିସନରେଟ ପୁଲିସର ‘ସେଫ୍ ସିଟି ଡ୍ରାଇଭ୍‌‘ କେବଳ ମଦ ଦୋକାନ ପାଖରେ ଚଢ଼ଉରେ […]

ଭୁବନେଶ୍ୱର: ଧୀରେ ଧୀରେ ଅପରାଧୀଙ୍କ କବଜାକୁ ଯାଉଛି ରାଜଧାନୀ ସହର ଭୁବନେଶ୍ବର। ଦିନ ହେଉ ଅବା ରାତି, ଅପରାଧୀମାନେ ମାରଣାସ୍ତ୍ର ଧରି ଅନାୟାସରେ ବୁଲୁଛନ୍ତି। ଯେଉଁଠି ପାରିଲେ ହଣାକଟା କରି ଲୁଟ୍ କରୁଛନ୍ତି। କେଉଁଠି ଦିନ ଦ୍ବିପହରରେ ବୋମା ଫୁଟିଲାଣି ତ କେଉଁଠି ସନ୍ଧ୍ୟା ବେଳେ ବନ୍ଧୁକ ମୁନରେ ଲୁଟ୍‌ପାଟ ହେଲାଣି। ଅପରାଧୀଙ୍କ ଏଭଳି କାର୍ଯ୍ୟକଳାପ ରାଜଧାନୀବାସୀଙ୍କ ମନରେ ଛନକା ପଶିଲାଣି। ସେପଟେ କମିସନରେଟ ପୁଲିସର ‘ସେଫ୍ ସିଟି ଡ୍ରାଇଭ୍‌‘ କେବଳ ମଦ ଦୋକାନ ପାଖରେ ଚଢ଼ଉରେ ସୀମିତ ରହିବା ଭଳି ମନେ ହେଉଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀରାମ ଜନ୍ମ ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସାଧାରଣତଃ ଗଣମାଧ୍ୟମ ସଂସ୍ଥା କର୍ମଚାରୀ, ଫୁଡ୍ ଡେଲିଭରୀ ବୟ, ଟ୍ୟାକ୍ସି ଡ୍ରାଇଭର୍‌ମାନେ ବିଳମ୍ବିତ ରାତିରେ ଘରକୁ ଫେରିଥାନ୍ତି।‌ ଅପରାଧୀଙ୍କ କାରନାମା ଯୋଗୁଁ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ଲୋକମାନେ ଏବେ ଭୟଭୀତ । ନିକଟରେ ତମାଣ୍ଡୋ ଥାନା ଅନ୍ତର୍ଗତ ଭଗବାନପୁର ଠାରେ ଥିବା କୋରିଅର୍‌ ସଂସ୍ଥା ସିଟିକ୍ସ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍‌ର କାର୍ଯ୍ୟାଳୟକୁ ୫ ଜଣ ବନ୍ଧୁକଧାରୀ ଦୁର୍ବୃତ୍ତ ଆସିଥିଲେ। ସେଠାରେ ଥିବା ଦୁଇ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପାର୍ସଲ ବାବଦକୁ ଆଦାୟ ହୋଇ ରହିଥିବା ୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏଥିସହିତ ଖଣ୍ଡାରେ କମ୍ପ୍ୟୁଟର ଭଙ୍ଗାରୁଜା କରିବା ସହିତ ସିସିଟିଭି ହାର୍ଡ ଡିସ୍କକୁ ମଧ୍ୟ ନେଇ ଯାଇଥିଲେ।‌ ଯିବାବେଳେ ଜଣେ କର୍ମଚାରୀଙ୍କୁ ଭୟଭୀତ କରାଇ ତାଙ୍କ ବାଇକ୍ ନେଇ ଯାଇଥିଲେ। ଗତ ୧୮ ତାରିଖରେ ଘଟିଥିବା ଏହି ଘଟଣାକୁ ୨ ସପ୍ତାହ ବିତିବାକୁ ବସିଲାଣି। ହେଲେ ପୁଲିସ ଲୁଟେରାଙ୍କୁ ଧରିବା ତ ଦୂରର କଥା ସେମାନଙ୍କୁ ଚିହ୍ନଟ ମଧ୍ୟ କରିପାରି ନାହିଁ। ସେହିପରି ଗତ ବୁଧବାର ଦିନ ଦ୍ବିପହରରେ ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଜଣେ ବିଲ୍ଡର୍ସଙ୍କ କାର୍‌ ଉପରକୁ ବୋମାମାଡ଼ ହୋଇଥିଲା। ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବୋମାମାଡ଼ କରି ଖୋର୍ଦ୍ଧା ଆଡ଼କୁ ପଳାଇଥିଲେ। ଏହି ଘଟଣାରେ ପୁଲିସ କେବଳ ମାମଲା ରୁଜୁ କରିବାରେ ସୀମିତ ରହିଛି।

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

ସେପଟେ ଡୁମୁଡୁମା ରଘୁନାଥ ନଗର ଅନ୍ତର୍ଗତ ଶୁକ ବିହାର ଜଗା ମଲ୍ଲିକ ହତ୍ୟାକାଣ୍ଡରେ ଦୁଇ ନାବାଳକ ଗିରଫ ହୋଇଥିଲେ ମଧ୍ୟ ଏଭଳି ଘଟଣାକୁ ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ବସ୍ତିରେ ଅପରାଧୀଙ୍କ ଗତିବିଧି ଠାରୁ ଆରମ୍ଭ କରି ଛୋଟ ମୋଟ ଗଣ୍ଡଗୋଳ ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ‘ବସ୍ତିକୁ ଚାଲ ଅଭିଯାନ’ ଜାରି ରହିଛି। ବିଭିନ୍ନ ଖେଳକୁଦ, ସାଂସ୍କୃତିକ ଓ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରି ପୁଲିସ ବସ୍ତି ବାସିନ୍ଦାଙ୍କ ନିକଟତର ହେଉଥିବା କୁହାଯାଉଛି। କମ୍ ସମୟ ମଧ୍ୟରେ ପୁଲିସ ପାଖରେ ଖବର ପହଞ୍ଚାଇବା ପାଇଁ ‘ବସ୍ତି ମିତ୍ର’ ମଧ୍ୟ ରହିଛନ୍ତି। ହେଲେ ଜଗା ମଲ୍ଲିକ ଓ ନାବାଳକଙ୍କ ମଧ୍ୟରେ ଲାଗି ରହିଥିବା ତିକ୍ତତା କିପରି ପୁଲିସ ପାଖରେ ପହଞ୍ଚି ପାରିଲାନି ତାକୁ ନେଇ ଉଠିଛି ପ୍ରଶ୍ନ। କେବଳ ଏତିକି ନୁହେଁ ରାତିରେ ଘରକୁ ଫେରୁଥିବା ଅନେକ ଲୋକ ଅପରାଧୀଙ୍କ ହାବୁଡ଼ରେ ପଡ଼ୁଛନ୍ତି। ହେଲେ ବିଳମ୍ବିତ ରାତିରେ କାଁ ଭାଁ ସ୍ଥାନକୁ ଛାଡ଼ିଦେଲେ କେଉଁଠାରେ ବି ପିସିଆର୍‌ ଭ୍ୟାନ୍‌ ଦେଖିବାକୁ ମିଳୁ ନ ଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଶ୍ରୀରାମ ନବମୀ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ

31 Aug 2024 By The Sakala

ଅପରାଧୀଙ୍କ କବ୍‌ଜାକୁ ଯାଉଛି ରାଜଧାନୀ: ମାରଣାସ୍ତ୍ର ଧରି ବୁଲୁଛନ୍ତି, ବନ୍ଧୁକ ଦେଖାଇ ଲୁଟୁଛନ୍ତି…

ଭୁବନେଶ୍ୱର: ଧୀରେ ଧୀରେ ଅପରାଧୀଙ୍କ କବଜାକୁ ଯାଉଛି ରାଜଧାନୀ ସହର ଭୁବନେଶ୍ବର। ଦିନ ହେଉ ଅବା ରାତି, ଅପରାଧୀମାନେ ମାରଣାସ୍ତ୍ର ଧରି ଅନାୟାସରେ ବୁଲୁଛନ୍ତି। ଯେଉଁଠି ପାରିଲେ ହଣାକଟା କରି ଲୁଟ୍ କରୁଛନ୍ତି। କେଉଁଠି ଦିନ ଦ୍ବିପହରରେ ବୋମା ଫୁଟିଲାଣି ତ କେଉଁଠି ସନ୍ଧ୍ୟା ବେଳେ ବନ୍ଧୁକ ମୁନରେ ଲୁଟ୍‌ପାଟ ହେଲାଣି। ଅପରାଧୀଙ୍କ ଏଭଳି କାର୍ଯ୍ୟକଳାପ ରାଜଧାନୀବାସୀଙ୍କ ମନରେ ଛନକା ପଶିଲାଣି। ସେପଟେ କମିସନରେଟ ପୁଲିସର ‘ସେଫ୍ ସିଟି ଡ୍ରାଇଭ୍‌‘ କେବଳ ମଦ ଦୋକାନ ପାଖରେ ଚଢ଼ଉରେ ସୀମିତ ରହିବା ଭଳି ମନେ ହେଉଛି।

ସାଧାରଣତଃ ଗଣମାଧ୍ୟମ ସଂସ୍ଥା କର୍ମଚାରୀ, ଫୁଡ୍ ଡେଲିଭରୀ ବୟ, ଟ୍ୟାକ୍ସି ଡ୍ରାଇଭର୍‌ମାନେ ବିଳମ୍ବିତ ରାତିରେ ଘରକୁ ଫେରିଥାନ୍ତି।‌ ଅପରାଧୀଙ୍କ କାରନାମା ଯୋଗୁଁ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ଲୋକମାନେ ଏବେ ଭୟଭୀତ । ନିକଟରେ ତମାଣ୍ଡୋ ଥାନା ଅନ୍ତର୍ଗତ ଭଗବାନପୁର ଠାରେ ଥିବା କୋରିଅର୍‌ ସଂସ୍ଥା ସିଟିକ୍ସ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍‌ର କାର୍ଯ୍ୟାଳୟକୁ ୫ ଜଣ ବନ୍ଧୁକଧାରୀ ଦୁର୍ବୃତ୍ତ ଆସିଥିଲେ। ସେଠାରେ ଥିବା ଦୁଇ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପାର୍ସଲ ବାବଦକୁ ଆଦାୟ ହୋଇ ରହିଥିବା ୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏଥିସହିତ ଖଣ୍ଡାରେ କମ୍ପ୍ୟୁଟର ଭଙ୍ଗାରୁଜା କରିବା ସହିତ ସିସିଟିଭି ହାର୍ଡ ଡିସ୍କକୁ ମଧ୍ୟ ନେଇ ଯାଇଥିଲେ।‌ ଯିବାବେଳେ ଜଣେ କର୍ମଚାରୀଙ୍କୁ ଭୟଭୀତ କରାଇ ତାଙ୍କ ବାଇକ୍ ନେଇ ଯାଇଥିଲେ। ଗତ ୧୮ ତାରିଖରେ ଘଟିଥିବା ଏହି ଘଟଣାକୁ ୨ ସପ୍ତାହ ବିତିବାକୁ ବସିଲାଣି। ହେଲେ ପୁଲିସ ଲୁଟେରାଙ୍କୁ ଧରିବା ତ ଦୂରର କଥା ସେମାନଙ୍କୁ ଚିହ୍ନଟ ମଧ୍ୟ କରିପାରି ନାହିଁ। ସେହିପରି ଗତ ବୁଧବାର ଦିନ ଦ୍ବିପହରରେ ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଜଣେ ବିଲ୍ଡର୍ସଙ୍କ କାର୍‌ ଉପରକୁ ବୋମାମାଡ଼ ହୋଇଥିଲା। ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବୋମାମାଡ଼ କରି ଖୋର୍ଦ୍ଧା ଆଡ଼କୁ ପଳାଇଥିଲେ। ଏହି ଘଟଣାରେ ପୁଲିସ କେବଳ ମାମଲା ରୁଜୁ କରିବାରେ ସୀମିତ ରହିଛି।

ସେପଟେ ଡୁମୁଡୁମା ରଘୁନାଥ ନଗର ଅନ୍ତର୍ଗତ ଶୁକ ବିହାର ଜଗା ମଲ୍ଲିକ ହତ୍ୟାକାଣ୍ଡରେ ଦୁଇ ନାବାଳକ ଗିରଫ ହୋଇଥିଲେ ମଧ୍ୟ ଏଭଳି ଘଟଣାକୁ ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ବସ୍ତିରେ ଅପରାଧୀଙ୍କ ଗତିବିଧି ଠାରୁ ଆରମ୍ଭ କରି ଛୋଟ ମୋଟ ଗଣ୍ଡଗୋଳ ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ‘ବସ୍ତିକୁ ଚାଲ ଅଭିଯାନ’ ଜାରି ରହିଛି। ବିଭିନ୍ନ ଖେଳକୁଦ, ସାଂସ୍କୃତିକ ଓ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରି ପୁଲିସ ବସ୍ତି ବାସିନ୍ଦାଙ୍କ ନିକଟତର ହେଉଥିବା କୁହାଯାଉଛି। କମ୍ ସମୟ ମଧ୍ୟରେ ପୁଲିସ ପାଖରେ ଖବର ପହଞ୍ଚାଇବା ପାଇଁ ‘ବସ୍ତି ମିତ୍ର’ ମଧ୍ୟ ରହିଛନ୍ତି। ହେଲେ ଜଗା ମଲ୍ଲିକ ଓ ନାବାଳକଙ୍କ ମଧ୍ୟରେ ଲାଗି ରହିଥିବା ତିକ୍ତତା କିପରି ପୁଲିସ ପାଖରେ ପହଞ୍ଚି ପାରିଲାନି ତାକୁ ନେଇ ଉଠିଛି ପ୍ରଶ୍ନ। କେବଳ ଏତିକି ନୁହେଁ ରାତିରେ ଘରକୁ ଫେରୁଥିବା ଅନେକ ଲୋକ ଅପରାଧୀଙ୍କ ହାବୁଡ଼ରେ ପଡ଼ୁଛନ୍ତି। ହେଲେ ବିଳମ୍ବିତ ରାତିରେ କାଁ ଭାଁ ସ୍ଥାନକୁ ଛାଡ଼ିଦେଲେ କେଉଁଠାରେ ବି ପିସିଆର୍‌ ଭ୍ୟାନ୍‌ ଦେଖିବାକୁ ମିଳୁ ନ ଥିବା ଅଭିଯୋଗ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର