ଫେଲ୍‌ ମାରିଲା ଲୁଟେରାଙ୍କ ଉଦ୍ୟମ : ମୋବାଇଲ ଛଡାଇ ନେଉଥିବା ବେଳେ ଗୋଡାଇ ଧରିଲେ ରୀନା

The Sakala Picture
Published On

ଭୁବନେଶ୍ବର :  ସାବାସ ରୀନା । ରୀନାଙ୍କ ସାହାସିକତାକୁ ନେଇ ମିଳୁଛି ପ୍ରଶଂସା ଓ ସବୁଠି ଚର୍ଚ୍ଚା । ଭୁବନେଶ୍ୱରର ଏକ ସପିଂ ମଲରେ କାର୍ଯ୍ୟ କରନ୍ତି ରୀନା । ଗତକାଲି ବିଳମ୍ୱିତ ରାତ୍ରିରେ ରୀନା ଏକାକୀ ଯାଉଥିବା ସୁଯୋଗ ନେଇ ଦୁଇ ଲୁଟେରା ରୀନାଙ୍କ ଉପରେ ଆକ୍ରମଣ କରିଥିଲେ । ରୀନାଙ୍କ ଫୋନ ଛଡାଇ ନେବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ । କିନ୍ତୁ, ରୀନା ସାହାସିକତା ସହ ଦୁଇ ଲୁଟେରାଙ୍କ ସହ ଲଢେଇ କରିଥିଲେ। ଦୁର୍ବୃତ୍ତଙ୍କୁ ନ ଡରି […]

ଭୁବନେଶ୍ବର :  ସାବାସ ରୀନା । ରୀନାଙ୍କ ସାହାସିକତାକୁ ନେଇ ମିଳୁଛି ପ୍ରଶଂସା ଓ ସବୁଠି ଚର୍ଚ୍ଚା । ଭୁବନେଶ୍ୱରର ଏକ ସପିଂ ମଲରେ କାର୍ଯ୍ୟ କରନ୍ତି ରୀନା । ଗତକାଲି ବିଳମ୍ୱିତ ରାତ୍ରିରେ ରୀନା ଏକାକୀ ଯାଉଥିବା ସୁଯୋଗ ନେଇ ଦୁଇ ଲୁଟେରା ରୀନାଙ୍କ ଉପରେ ଆକ୍ରମଣ କରିଥିଲେ । ରୀନାଙ୍କ ଫୋନ ଛଡାଇ ନେବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ । କିନ୍ତୁ, ରୀନା ସାହାସିକତା ସହ ଦୁଇ ଲୁଟେରାଙ୍କ ସହ ଲଢେଇ କରିଥିଲେ। ଦୁର୍ବୃତ୍ତଙ୍କୁ ନ ଡରି ପୂରା ଫିଲ୍ମ ଷ୍ଟାଇଲ୍‌ରେ ସେ ଗୋଡ଼େଇ ଗୋଡ଼େଇ ଧରିଥିଲେ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ସୂଚନା ଅନୁସାରେ, ରୀନା ବାଣୀବିହାର ନିକଟରେ ଥିବା ଏକ ମଲ୍‌ରେ କାମ କରନ୍ତି। ସବୁଦିନ ଭଳି ଶନିବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ସେ ବୁଲେଟରେ ନିଜ ଘରକୁ ଫେରୁଥିଲେ। ଡୁମୁଡୁମା ନଗର ଅଟୋଷ୍ଟାଣ୍ଡ ପାଖରେ ସେ ମୋବାଇଲ ଫୋନରେ କଥା ହୋଇ ଯାଉଥିବାବେଳେ ପଛପଟୁ ବାଇକ୍‌ରେ ଆସୁଥିବା ଦୁଇ ଜଣ ଲୁଟେରା ତାଙ୍କ ମୋବାଇଲ ଫୋନ୍ ଝାମ୍ପିନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଫୋନକୁ ସହଜରେ ଛାଡ଼ି ନ ଥିଲେ ରୀନା। ଗାଡି ଚଳାଇବା ସହ ସେ ଲୁଟେରାଙ୍କୁ ପ୍ରତିରୋଧ କରି ଚାଲିଥିଲେ। କିଛି ବାଟ ଯିବା ପରେ ସମସ୍ତେ ଗାଡ଼ିରୁ ତଳେ ପଡ଼ି ଯାଇଥିଲେ। ସେତେବେଳକୁ ରୀନାଙ୍କ ଫୋନ୍ ଲୁଟେରାଙ୍କ ହାତରେ ଥିଲା।

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

ମାତ୍ର ଗାଡ଼ିରୁ ପଡ଼ି ଆହତ ହେବା ସତ୍ତ୍ବେ ରୀନା ସେମାନଙ୍କୁ ଛାଡ଼ି ନ ଥିଲେ। କିଛି ସମୟର ରକ୍ତାକ୍ତ ସଂଘର୍ଷ ପରେ ଲୁଟେରାଙ୍କ ହାତରୁ ମୋବାଇଲ ଫୋନ୍ ଛଡ଼ାଇ ଆଣିବା ସହ ଜଣେ ଲୁଟେରାଙ୍କୁ ମଧ୍ୟ ମାଡ଼ି ବସିଥିଲେ ରୀନା। ଏତିକିବେଳେ ଶତାଧିକ ଲୋକ ଘଟଣାସ୍ଥଳରେ ଜମା ହୋଇ ଅନ୍ୟ ଜଣେ ଲୁଟେରାକୁ କାବୁ କରି ନେଇଥିଲେ ଏବଂ ରୀନାଙ୍କ ସାହସିକତାକୁ ପ୍ରଶଂସା କରିବା ସହ ଲୁଟେରା ଦ୍ବୟଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଲୁଟେରା ଦ୍ବୟଙ୍କୁ ହେପାଜତକୁ ନେଇଥିବାବେଳେ ସେମାନଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭତ୍ତି କରିଛି। ଅନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଦୁଇ ଲୁଟେରାଙ୍କୁ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର