ଫେଲ୍‌ ମାରିଲା ଲୁଟେରାଙ୍କ ଉଦ୍ୟମ : ମୋବାଇଲ ଛଡାଇ ନେଉଥିବା ବେଳେ ଗୋଡାଇ ଧରିଲେ ରୀନା

The Sakala Picture
Published On

ଭୁବନେଶ୍ବର :  ସାବାସ ରୀନା । ରୀନାଙ୍କ ସାହାସିକତାକୁ ନେଇ ମିଳୁଛି ପ୍ରଶଂସା ଓ ସବୁଠି ଚର୍ଚ୍ଚା । ଭୁବନେଶ୍ୱରର ଏକ ସପିଂ ମଲରେ କାର୍ଯ୍ୟ କରନ୍ତି ରୀନା । ଗତକାଲି ବିଳମ୍ୱିତ ରାତ୍ରିରେ ରୀନା ଏକାକୀ ଯାଉଥିବା ସୁଯୋଗ ନେଇ ଦୁଇ ଲୁଟେରା ରୀନାଙ୍କ ଉପରେ ଆକ୍ରମଣ କରିଥିଲେ । ରୀନାଙ୍କ ଫୋନ ଛଡାଇ ନେବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ । କିନ୍ତୁ, ରୀନା ସାହାସିକତା ସହ ଦୁଇ ଲୁଟେରାଙ୍କ ସହ ଲଢେଇ କରିଥିଲେ। ଦୁର୍ବୃତ୍ତଙ୍କୁ ନ ଡରି […]

ଭୁବନେଶ୍ବର :  ସାବାସ ରୀନା । ରୀନାଙ୍କ ସାହାସିକତାକୁ ନେଇ ମିଳୁଛି ପ୍ରଶଂସା ଓ ସବୁଠି ଚର୍ଚ୍ଚା । ଭୁବନେଶ୍ୱରର ଏକ ସପିଂ ମଲରେ କାର୍ଯ୍ୟ କରନ୍ତି ରୀନା । ଗତକାଲି ବିଳମ୍ୱିତ ରାତ୍ରିରେ ରୀନା ଏକାକୀ ଯାଉଥିବା ସୁଯୋଗ ନେଇ ଦୁଇ ଲୁଟେରା ରୀନାଙ୍କ ଉପରେ ଆକ୍ରମଣ କରିଥିଲେ । ରୀନାଙ୍କ ଫୋନ ଛଡାଇ ନେବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ । କିନ୍ତୁ, ରୀନା ସାହାସିକତା ସହ ଦୁଇ ଲୁଟେରାଙ୍କ ସହ ଲଢେଇ କରିଥିଲେ। ଦୁର୍ବୃତ୍ତଙ୍କୁ ନ ଡରି ପୂରା ଫିଲ୍ମ ଷ୍ଟାଇଲ୍‌ରେ ସେ ଗୋଡ଼େଇ ଗୋଡ଼େଇ ଧରିଥିଲେ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ସୂଚନା ଅନୁସାରେ, ରୀନା ବାଣୀବିହାର ନିକଟରେ ଥିବା ଏକ ମଲ୍‌ରେ କାମ କରନ୍ତି। ସବୁଦିନ ଭଳି ଶନିବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ସେ ବୁଲେଟରେ ନିଜ ଘରକୁ ଫେରୁଥିଲେ। ଡୁମୁଡୁମା ନଗର ଅଟୋଷ୍ଟାଣ୍ଡ ପାଖରେ ସେ ମୋବାଇଲ ଫୋନରେ କଥା ହୋଇ ଯାଉଥିବାବେଳେ ପଛପଟୁ ବାଇକ୍‌ରେ ଆସୁଥିବା ଦୁଇ ଜଣ ଲୁଟେରା ତାଙ୍କ ମୋବାଇଲ ଫୋନ୍ ଝାମ୍ପିନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଫୋନକୁ ସହଜରେ ଛାଡ଼ି ନ ଥିଲେ ରୀନା। ଗାଡି ଚଳାଇବା ସହ ସେ ଲୁଟେରାଙ୍କୁ ପ୍ରତିରୋଧ କରି ଚାଲିଥିଲେ। କିଛି ବାଟ ଯିବା ପରେ ସମସ୍ତେ ଗାଡ଼ିରୁ ତଳେ ପଡ଼ି ଯାଇଥିଲେ। ସେତେବେଳକୁ ରୀନାଙ୍କ ଫୋନ୍ ଲୁଟେରାଙ୍କ ହାତରେ ଥିଲା।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

ମାତ୍ର ଗାଡ଼ିରୁ ପଡ଼ି ଆହତ ହେବା ସତ୍ତ୍ବେ ରୀନା ସେମାନଙ୍କୁ ଛାଡ଼ି ନ ଥିଲେ। କିଛି ସମୟର ରକ୍ତାକ୍ତ ସଂଘର୍ଷ ପରେ ଲୁଟେରାଙ୍କ ହାତରୁ ମୋବାଇଲ ଫୋନ୍ ଛଡ଼ାଇ ଆଣିବା ସହ ଜଣେ ଲୁଟେରାଙ୍କୁ ମଧ୍ୟ ମାଡ଼ି ବସିଥିଲେ ରୀନା। ଏତିକିବେଳେ ଶତାଧିକ ଲୋକ ଘଟଣାସ୍ଥଳରେ ଜମା ହୋଇ ଅନ୍ୟ ଜଣେ ଲୁଟେରାକୁ କାବୁ କରି ନେଇଥିଲେ ଏବଂ ରୀନାଙ୍କ ସାହସିକତାକୁ ପ୍ରଶଂସା କରିବା ସହ ଲୁଟେରା ଦ୍ବୟଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଲୁଟେରା ଦ୍ବୟଙ୍କୁ ହେପାଜତକୁ ନେଇଥିବାବେଳେ ସେମାନଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭତ୍ତି କରିଛି। ଅନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଦୁଇ ଲୁଟେରାଙ୍କୁ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

28 Feb 2021 By The Sakala

ଫେଲ୍‌ ମାରିଲା ଲୁଟେରାଙ୍କ ଉଦ୍ୟମ : ମୋବାଇଲ ଛଡାଇ ନେଉଥିବା ବେଳେ ଗୋଡାଇ ଧରିଲେ ରୀନା

ଭୁବନେଶ୍ବର :  ସାବାସ ରୀନା । ରୀନାଙ୍କ ସାହାସିକତାକୁ ନେଇ ମିଳୁଛି ପ୍ରଶଂସା ଓ ସବୁଠି ଚର୍ଚ୍ଚା । ଭୁବନେଶ୍ୱରର ଏକ ସପିଂ ମଲରେ କାର୍ଯ୍ୟ କରନ୍ତି ରୀନା । ଗତକାଲି ବିଳମ୍ୱିତ ରାତ୍ରିରେ ରୀନା ଏକାକୀ ଯାଉଥିବା ସୁଯୋଗ ନେଇ ଦୁଇ ଲୁଟେରା ରୀନାଙ୍କ ଉପରେ ଆକ୍ରମଣ କରିଥିଲେ । ରୀନାଙ୍କ ଫୋନ ଛଡାଇ ନେବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ । କିନ୍ତୁ, ରୀନା ସାହାସିକତା ସହ ଦୁଇ ଲୁଟେରାଙ୍କ ସହ ଲଢେଇ କରିଥିଲେ। ଦୁର୍ବୃତ୍ତଙ୍କୁ ନ ଡରି ପୂରା ଫିଲ୍ମ ଷ୍ଟାଇଲ୍‌ରେ ସେ ଗୋଡ଼େଇ ଗୋଡ଼େଇ ଧରିଥିଲେ।

ସୂଚନା ଅନୁସାରେ, ରୀନା ବାଣୀବିହାର ନିକଟରେ ଥିବା ଏକ ମଲ୍‌ରେ କାମ କରନ୍ତି। ସବୁଦିନ ଭଳି ଶନିବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ସେ ବୁଲେଟରେ ନିଜ ଘରକୁ ଫେରୁଥିଲେ। ଡୁମୁଡୁମା ନଗର ଅଟୋଷ୍ଟାଣ୍ଡ ପାଖରେ ସେ ମୋବାଇଲ ଫୋନରେ କଥା ହୋଇ ଯାଉଥିବାବେଳେ ପଛପଟୁ ବାଇକ୍‌ରେ ଆସୁଥିବା ଦୁଇ ଜଣ ଲୁଟେରା ତାଙ୍କ ମୋବାଇଲ ଫୋନ୍ ଝାମ୍ପିନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଫୋନକୁ ସହଜରେ ଛାଡ଼ି ନ ଥିଲେ ରୀନା। ଗାଡି ଚଳାଇବା ସହ ସେ ଲୁଟେରାଙ୍କୁ ପ୍ରତିରୋଧ କରି ଚାଲିଥିଲେ। କିଛି ବାଟ ଯିବା ପରେ ସମସ୍ତେ ଗାଡ଼ିରୁ ତଳେ ପଡ଼ି ଯାଇଥିଲେ। ସେତେବେଳକୁ ରୀନାଙ୍କ ଫୋନ୍ ଲୁଟେରାଙ୍କ ହାତରେ ଥିଲା।

ମାତ୍ର ଗାଡ଼ିରୁ ପଡ଼ି ଆହତ ହେବା ସତ୍ତ୍ବେ ରୀନା ସେମାନଙ୍କୁ ଛାଡ଼ି ନ ଥିଲେ। କିଛି ସମୟର ରକ୍ତାକ୍ତ ସଂଘର୍ଷ ପରେ ଲୁଟେରାଙ୍କ ହାତରୁ ମୋବାଇଲ ଫୋନ୍ ଛଡ଼ାଇ ଆଣିବା ସହ ଜଣେ ଲୁଟେରାଙ୍କୁ ମଧ୍ୟ ମାଡ଼ି ବସିଥିଲେ ରୀନା। ଏତିକିବେଳେ ଶତାଧିକ ଲୋକ ଘଟଣାସ୍ଥଳରେ ଜମା ହୋଇ ଅନ୍ୟ ଜଣେ ଲୁଟେରାକୁ କାବୁ କରି ନେଇଥିଲେ ଏବଂ ରୀନାଙ୍କ ସାହସିକତାକୁ ପ୍ରଶଂସା କରିବା ସହ ଲୁଟେରା ଦ୍ବୟଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଲୁଟେରା ଦ୍ବୟଙ୍କୁ ହେପାଜତକୁ ନେଇଥିବାବେଳେ ସେମାନଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭତ୍ତି କରିଛି। ଅନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଦୁଇ ଲୁଟେରାଙ୍କୁ ଗିରଫ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର