ସ୍ୱାମୀର ତଣ୍ଟିକାଟି ହତ୍ଯାକଲା ଦ୍ୱିତୀୟ ସ୍ତ୍ରୀ !

The Sakala Picture
Published On

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ରୁ ଆସିଲା ଅଭାବନୀୟ ଘଟଣା । ସ୍ୱାମୀର ତଣ୍ଟିକାଟିଦେଲା ଦ୍ୱିତୀୟ ସ୍ତ୍ରୀ ।  ଏନେଇ ଆଠଗଡ଼ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ସ୍ବାମୀଙ୍କ ନାଁ ମଙ୍ଗୁଳି ନାୟକ  ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଦ୍ୱିତୀୟ ପତ୍ନୀ ରୀନାଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ମଙ୍ଗୁଳି  ଆଠଗଡ଼ ପୌରାଞ୍ଚଳ ୪ ନମ୍ବର ୱାର୍ଡ଼ରେ ବାସ […]

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ରୁ ଆସିଲା ଅଭାବନୀୟ ଘଟଣା । ସ୍ୱାମୀର ତଣ୍ଟିକାଟିଦେଲା ଦ୍ୱିତୀୟ ସ୍ତ୍ରୀ ।  ଏନେଇ ଆଠଗଡ଼ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ସ୍ବାମୀଙ୍କ ନାଁ ମଙ୍ଗୁଳି ନାୟକ  ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଦ୍ୱିତୀୟ ପତ୍ନୀ ରୀନାଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

ସୂଚନା ଅନୁଯାୟୀ, ମଙ୍ଗୁଳି  ଆଠଗଡ଼ ପୌରାଞ୍ଚଳ ୪ ନମ୍ବର ୱାର୍ଡ଼ରେ ବାସ କରନ୍ତି। ସେ ପ୍ରଥମେ ବାହା ହୋଇଥିଲେ। ତାଙ୍କର ଏବେ ଛୋଟିଆ ଝିଅଟିଏ ରହିଛି। ଏହା ସତ୍ତ୍ୱେ ମଙ୍ଗୁଳି ପ୍ରେମ କରି ରୀନାଙ୍କୁ ବିବାହ କରିଥିଲେ। ବିବାହ ପରେ ରୀନାଙ୍କୁ ନିଜ ଘରକୁ ଆଣିଥିଲା। ଯାହାକୁ ତାଙ୍କ ପ୍ରଥମ ସ୍ତ୍ରୀ ବିରୋଧ କରିଥିଲେ। ସେଥିପାଇଁ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ହେଉଥିଲା। ଆଜି ପୂର୍ବାହ୍ନ ସମୟରେ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ହସ୍ତକ୍ଷେପ କରିଥିଲେ ମଙ୍ଗୁଳି। ଠିକ୍‌ ଏହି ସମୟରେ ରୀନା ଏକ ଧାରୁଆ ଛୁରୀରେ ମଙ୍ଗୁଳିଙ୍କ ବେକ କାଟି ଦେଇଥିବା ଅଭିଯୋଗ ହୋଇଛି। ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଆଠଗଡ଼ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

09 Feb 2022 By The Sakala

ସ୍ୱାମୀର ତଣ୍ଟିକାଟି ହତ୍ଯାକଲା ଦ୍ୱିତୀୟ ସ୍ତ୍ରୀ !

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ରୁ ଆସିଲା ଅଭାବନୀୟ ଘଟଣା । ସ୍ୱାମୀର ତଣ୍ଟିକାଟିଦେଲା ଦ୍ୱିତୀୟ ସ୍ତ୍ରୀ ।  ଏନେଇ ଆଠଗଡ଼ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ସ୍ବାମୀଙ୍କ ନାଁ ମଙ୍ଗୁଳି ନାୟକ  ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଦ୍ୱିତୀୟ ପତ୍ନୀ ରୀନାଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, ମଙ୍ଗୁଳି  ଆଠଗଡ଼ ପୌରାଞ୍ଚଳ ୪ ନମ୍ବର ୱାର୍ଡ଼ରେ ବାସ କରନ୍ତି। ସେ ପ୍ରଥମେ ବାହା ହୋଇଥିଲେ। ତାଙ୍କର ଏବେ ଛୋଟିଆ ଝିଅଟିଏ ରହିଛି। ଏହା ସତ୍ତ୍ୱେ ମଙ୍ଗୁଳି ପ୍ରେମ କରି ରୀନାଙ୍କୁ ବିବାହ କରିଥିଲେ। ବିବାହ ପରେ ରୀନାଙ୍କୁ ନିଜ ଘରକୁ ଆଣିଥିଲା। ଯାହାକୁ ତାଙ୍କ ପ୍ରଥମ ସ୍ତ୍ରୀ ବିରୋଧ କରିଥିଲେ। ସେଥିପାଇଁ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ହେଉଥିଲା। ଆଜି ପୂର୍ବାହ୍ନ ସମୟରେ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ହସ୍ତକ୍ଷେପ କରିଥିଲେ ମଙ୍ଗୁଳି। ଠିକ୍‌ ଏହି ସମୟରେ ରୀନା ଏକ ଧାରୁଆ ଛୁରୀରେ ମଙ୍ଗୁଳିଙ୍କ ବେକ କାଟି ଦେଇଥିବା ଅଭିଯୋଗ ହୋଇଛି। ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଆଠଗଡ଼ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର