ବାନ୍ଧୁ ଥିଲେ ନିଜେ ବନ୍ଧା ହେଲେ: ଭଜିଲାନ୍ସ ଜାଲରେ ଗୋପ ଏଏସ୍‌ଆଇ

The Sakala Picture
Published On

ଗୋପ: ବାନ୍ଧୁ ଥିଲେ ନିଜେ ବନ୍ଧା ହେଲେ। ଜଣେ ଅଭିଯୁକ୍ତଙ୍କ ନାମ ଏତଲାରୁ କାଟିଦେବାକୁ କହି ୨ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ  ହାବୁଡରେ ପଡ଼ିଛନ୍ତି ଗୋପ ଥାନା ଏଏସ୍‌ଆଇ ରାଧାଶ୍ୟାମ ନାୟକ। ଫଳରେ ଗୋପ ଥାନା ଇତିହାସରେ ଆଉଏକ କଳଙ୍କର ଫର୍ଦ ଯୋଡି ହୋଇଯାଇଛି। ପୂର୍ବରୁ ଗୋପ ଥାନା ଆଇଆଇସି ସୌମ୍ୟଚିତ୍‌ ମିଶ୍ର ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡରେ ପଡ଼ିଥିବାବେଳେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା ଧମକ ଦେଇ ଏହି ଥାନାର ପୂର୍ବତନ ଅଧିକାରୀ ଉପେନ୍ଦ୍ର ପ୍ରଧାନଙ୍କ […]

ଗୋପ: ବାନ୍ଧୁ ଥିଲେ ନିଜେ ବନ୍ଧା ହେଲେ। ଜଣେ ଅଭିଯୁକ୍ତଙ୍କ ନାମ ଏତଲାରୁ କାଟିଦେବାକୁ କହି ୨ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ  ହାବୁଡରେ ପଡ଼ିଛନ୍ତି ଗୋପ ଥାନା ଏଏସ୍‌ଆଇ ରାଧାଶ୍ୟାମ ନାୟକ। ଫଳରେ ଗୋପ ଥାନା ଇତିହାସରେ ଆଉଏକ କଳଙ୍କର ଫର୍ଦ ଯୋଡି ହୋଇଯାଇଛି। ପୂର୍ବରୁ ଗୋପ ଥାନା ଆଇଆଇସି ସୌମ୍ୟଚିତ୍‌ ମିଶ୍ର ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡରେ ପଡ଼ିଥିବାବେଳେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା ଧମକ ଦେଇ ଏହି ଥାନାର ପୂର୍ବତନ ଅଧିକାରୀ ଉପେନ୍ଦ୍ର ପ୍ରଧାନଙ୍କ ବଦଳି ହୋଇଛି।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ପ୍ରକାଶ ଯେ, ଗୋପ ଥାନା ଗଣେଶ୍ବରପୁର ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମର ମନୋରଞ୍ଜନ ବେହେରାଙ୍କ ନାମରେ ଗତ ଅଗଷ୍ଟ ୨୮ରେ କେଶ ନଂ ୪୧୦/୨୧ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଏଏସ୍‌ଆଇ ରାଧାଶ୍ୟାମ ନାୟକ। ମାମଲାରୁ ମନୋରଞ୍ଜନଙ୍କ ନାମ କାଟିବାକୁ ଏଏସ୍‌ଇ ନାୟକ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ୨ହଜାର ଟଙ୍କାରେ କଥା ଛିଡିଥିଲା। ଏହାପରେ ମନୋରଞ୍ଜନ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ରବିବାର ଭିଜିଲାନ୍ସ ବିଭାଗ ଅତିରିକ୍ତ ଏସ୍‌ପି ଅକ୍ଷୟ ମିଶ୍ରଙ୍କ ନେତୃତ୍ୱରେ ତିନୋଟି ଟିମ୍ ଗଠନ କରାଯାଇ ସ୍ଵତନ୍ତ୍ର ଭାବେ ପ୍ଲାନ୍ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ପୂର୍ବ ପ୍ରସ୍ତୁତି ମୁତାବକ, ରବିବାର ଦିନ ୧୦ଟାରେ ମନୋରଞ୍ଜନ ରାସାୟନିକ ପ୍ରଲେପ ବୋଳା ୨ହଜାର ଟଙ୍କାନେଇ ଏଏସ୍‌ଆଇ ନାୟକଙ୍କ ବାସଭବନରେ  ସାକ୍ଷାତ କରି ଦେଇଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଚଢାଉ କରି ତାଙ୍କୁ କାବୁ କରିବା ସହ ରାସାୟନିକ ପ୍ରଲେପ ବୋଳା ଟଙ୍କା ଜବତ କରିଥିଲେ। ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏନ୍‌ସ୍‌ଇ ନାୟକଙ୍କୁ ଗିରଫ କରି ଭୁବନେଶ୍ବର ସ୍ଥିତ କାର୍ଯ୍ୟାଳୟକୁ ନିଆଯାଇଥିଲା। ଭୁବନେଶ୍ବର ଭିଜିଲାନ୍ସ କେସ୍ ନଂ ୨୭/୨୧ ରେ ଏକ ମାମଲା କୋର୍ଟ ଚାଲାଣ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର