'୩ ଝିଅ ହେଲେଣି, ଏବେ ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଦିଅ': ଶାଶୁଘରର ନିର୍ଯାତନା ସହି ନପାରି ଜୀବନ ହାରିଲେ ମହିଳା

Suryakanta Picture
Published On

ମହାରାଷ୍ଟ୍ରର ବୀଡ୍ (Beed) ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଲଗାତାର ୩ଟି ଝିଅ ଜନ୍ମ ଦେଇଥିବାରୁ ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯାତନା ଦେଉଥିଲେ। ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ ପାଇଁ ଅନୁମତି ଦେବାକୁ ତାଙ୍କ ଉପରେ ଚାପ ପକାଯାଉଥିଲା। ଶେଷରେ ଏହି ନିର୍ଯାତନା ସହି ନପାରି ମହିଳା ଜଣକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ଘଟଣାର ବିବରଣୀ

ମୃତ ମହିଳାଙ୍କ ନାମ ହେଉଛି ଭକ୍ତି ଅମୋଲ କୋରଡେ (୨୪ ବର୍ଷ)। ସେ ବୀଡ୍ ତାଲୁକା ଅନ୍ତର୍ଗତ ମ୍ହାଳସାପୁର ଗାଁର ବୋହୂ ଥିଲେ। ପୋଲିସରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ଭକ୍ତିଙ୍କର ୩ଟି ଝିଅ ଥିଲେ। ଏହି କାରଣରୁ ବିଗତ ଅଢ଼େଇ ବର୍ଷ ହେବ ଶାଶୁଘର ଲୋକେ ତାଙ୍କୁ ଲଗାତାର ହଇରାଣ ହରକତ କରିଆସୁଥିଲେ। ସ୍ୱାମୀଙ୍କର ଦ୍ୱିତୀୟ ବିବାହ କରାଇବା ପାଇଁ ସେମାନେ ଭକ୍ତିଙ୍କୁ ବାଧ୍ୟ କରୁଥିଲେ। ଏପରିକି ଏକ ବଣ୍ଡ ପେପର ଉପରେ ଲିଖିତ ସମ୍ମତି ଦେବାକୁ ମଧ୍ୟ ତାଙ୍କ ଉପରେ ଚାପ ପକାଯାଉଥିଲା ଏବଂ ତାଙ୍କୁ ନିସ୍ତୁକ ମାଡ଼ ମରାଯାଉଥିଲା।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଏହି ଦୈନନ୍ଦିନ ଅତ୍ୟାଚାରରେ ଅତିଷ୍ଠ ହୋଇ ଭକ୍ତି ଗତ ଫେବୃଆରୀ ୨, ୨୦୨୬ ସକାଳେ ନିଜ ଘରେ କୌଣସି ବିଷାକ୍ତ ପଦାର୍ଥ ପିଇ ଦେଇଥିଲେ। ତାଙ୍କୁ ତୁରନ୍ତ ବୀଡ୍ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଆର୍ଥିକ ଅନାଟନ କାରଣରୁ ପୁଣିଥରେ ସରକାରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଗତ ମାର୍ଚ୍ଚ ୬, ୨୦୨୬ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ଚାଞ୍ଚଲ୍ୟକର ଘଟଣା: ଏସଟିଏଫ୍ ଯବାନଙ୍କ ପତ୍ନୀ ଓ ପୁଅକୁ ୩୨ ଥର ଛୁରୀ ଭୁସି ହତ୍ୟା କଲା ପ୍ରେମିକା

ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ

ଭକ୍ତିଙ୍କ ମା' ଗଙ୍ଗୁବାଈ ପ୍ରଭୁ ଠୋକଳଙ୍କ ଏତଲା ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପିମ୍ପଳନେର ପୋଲିସ ଷ୍ଟେସନରେ ମୃତ ମହିଳାଙ୍କ ସ୍ୱାମୀ ଅମୋଲ ଅର୍ଜୁନ କୋରଡେ, ଶ୍ୱଶୁର ଅର୍ଜୁନ ସାଧୁ କୋରଡେ ଏବଂ ଶାଶୁ ଆଶାବାଈ ଅର୍ଜୁନ କୋରଡେଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୮, ୧୧୫(୨), ୩(୫) ଏବଂ ୮୫ ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହୋଇଛି। ପୋଲିସ ସବ୍-ଇନ୍ସପେକ୍ଟର ଅର୍ଜୁନ ଘୋଲୱାଲ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି।

12 Mar 2026 By Suryakanta

'୩ ଝିଅ ହେଲେଣି, ଏବେ ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଦିଅ': ଶାଶୁଘରର ନିର୍ଯାତନା ସହି ନପାରି ଜୀବନ ହାରିଲେ ମହିଳା

ମହାରାଷ୍ଟ୍ରର ବୀଡ୍ (Beed) ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଲଗାତାର ୩ଟି ଝିଅ ଜନ୍ମ ଦେଇଥିବାରୁ ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯାତନା ଦେଉଥିଲେ। ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ ପାଇଁ ଅନୁମତି ଦେବାକୁ ତାଙ୍କ ଉପରେ ଚାପ ପକାଯାଉଥିଲା। ଶେଷରେ ଏହି ନିର୍ଯାତନା ସହି ନପାରି ମହିଳା ଜଣକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।

ଘଟଣାର ବିବରଣୀ

ମୃତ ମହିଳାଙ୍କ ନାମ ହେଉଛି ଭକ୍ତି ଅମୋଲ କୋରଡେ (୨୪ ବର୍ଷ)। ସେ ବୀଡ୍ ତାଲୁକା ଅନ୍ତର୍ଗତ ମ୍ହାଳସାପୁର ଗାଁର ବୋହୂ ଥିଲେ। ପୋଲିସରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ଭକ୍ତିଙ୍କର ୩ଟି ଝିଅ ଥିଲେ। ଏହି କାରଣରୁ ବିଗତ ଅଢ଼େଇ ବର୍ଷ ହେବ ଶାଶୁଘର ଲୋକେ ତାଙ୍କୁ ଲଗାତାର ହଇରାଣ ହରକତ କରିଆସୁଥିଲେ। ସ୍ୱାମୀଙ୍କର ଦ୍ୱିତୀୟ ବିବାହ କରାଇବା ପାଇଁ ସେମାନେ ଭକ୍ତିଙ୍କୁ ବାଧ୍ୟ କରୁଥିଲେ। ଏପରିକି ଏକ ବଣ୍ଡ ପେପର ଉପରେ ଲିଖିତ ସମ୍ମତି ଦେବାକୁ ମଧ୍ୟ ତାଙ୍କ ଉପରେ ଚାପ ପକାଯାଉଥିଲା ଏବଂ ତାଙ୍କୁ ନିସ୍ତୁକ ମାଡ଼ ମରାଯାଉଥିଲା।

ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଏହି ଦୈନନ୍ଦିନ ଅତ୍ୟାଚାରରେ ଅତିଷ୍ଠ ହୋଇ ଭକ୍ତି ଗତ ଫେବୃଆରୀ ୨, ୨୦୨୬ ସକାଳେ ନିଜ ଘରେ କୌଣସି ବିଷାକ୍ତ ପଦାର୍ଥ ପିଇ ଦେଇଥିଲେ। ତାଙ୍କୁ ତୁରନ୍ତ ବୀଡ୍ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଆର୍ଥିକ ଅନାଟନ କାରଣରୁ ପୁଣିଥରେ ସରକାରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଗତ ମାର୍ଚ୍ଚ ୬, ୨୦୨୬ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ

ଭକ୍ତିଙ୍କ ମା' ଗଙ୍ଗୁବାଈ ପ୍ରଭୁ ଠୋକଳଙ୍କ ଏତଲା ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପିମ୍ପଳନେର ପୋଲିସ ଷ୍ଟେସନରେ ମୃତ ମହିଳାଙ୍କ ସ୍ୱାମୀ ଅମୋଲ ଅର୍ଜୁନ କୋରଡେ, ଶ୍ୱଶୁର ଅର୍ଜୁନ ସାଧୁ କୋରଡେ ଏବଂ ଶାଶୁ ଆଶାବାଈ ଅର୍ଜୁନ କୋରଡେଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୮, ୧୧୫(୨), ୩(୫) ଏବଂ ୮୫ ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହୋଇଛି। ପୋଲିସ ସବ୍-ଇନ୍ସପେକ୍ଟର ଅର୍ଜୁନ ଘୋଲୱାଲ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର