ମଦୁଆ ପୋଲିସର କାରନାମା: ଇ-ରିକ୍ସା ଉପରେ ଚଢିଗଲା କାର୍, ଚାଲିଗଲା ୨୫ ବର୍ଷୀୟା ଯୁବତୀଙ୍କ ଜୀବନ

Tapas Ranjan Nanda Picture
Published On

ଅମ୍ବାଲା: ହରିୟାଣାର ଅମ୍ବାଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ପୋଲିସ ହେଡ୍ କନଷ୍ଟେବଳଙ୍କ ଦ୍ରୁତଗାମୀ କାର୍ ଧକ୍କାରେ ଇ-ରିକ୍ସାରେ ଯାଉଥିବା ଜଣେ ୨୫ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଅଭିଯୋଗ ହୋଇଛି ଯେ ଦୁର୍ଘଟଣା ସମୟରେ ଉକ୍ତ ପୋଲିସ କର୍ମଚାରୀ ଜଣକ ମଦ୍ୟପାନ କରି ଗାଡି ଚଳାଉଥିଲେ। ମୃତକ ଯୁବତୀ ଜଣକ ଗୁରୁଗାଓଁର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

ଘଟଣାଟି କିପରି ଘଟିଲା?

ବୁଧବାର ସନ୍ଧ୍ୟାରେ ଅମ୍ବାଲା କ୍ୟାଣ୍ଟନମେଣ୍ଟର କାଳୀ ପଲଟନ୍ ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ମୃତ ଯୁବତୀଙ୍କ ନାମ ନିକିତା ବଜାଜ। ସେ ନିଜ ଭାଇ ହର୍ଷ ବଜାଜଙ୍କ ସହ ଦିଲ୍ଲୀରୁ ଅମ୍ବାଲା ଆସିଥିଲେ। ରାତି ପ୍ରାୟ ୮.୩୦ ସମୟରେ ଉଭୟ ଭାଇ-ଭଉଣୀ ଏକ ଇ-ରିକ୍ସାରେ ବସି ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅମ୍ବାଲା ସିଟି ଯାଉଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଏକ ହୋଣ୍ଡା ସିଟି କାର୍ ତାଙ୍କ ରିକ୍ସାକୁ ଜୋରଦାର ଧକ୍କା ଦେଇଥିଲା।

ଆହୁରି ପଢ଼ନ୍ତୁ: ଗୋଟିଏ ମଣ୍ଡପ, ଜଣେ କନ୍ୟା ଆଉ ଦୁଇ ଜଣ ବର! ଏହି ନିଆରା ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ

ମଦ୍ୟପ ଅବସ୍ଥାରେ ଥିଲେ ପୋଲିସ ବାବୁ

ସୂଚନା ଅନୁଯାୟୀ, ଲାଲକୁର୍ତ୍ତି ଥାନାରେ କାର୍ଯ୍ୟରତ ଜଣେ ହେଡ୍ କନଷ୍ଟେବଳ ଏହି କାର୍ ଚଳାଉଥିଲେ। ଧକ୍କା ଏତେ ଭୟଙ୍କର ଥିଲା ଯେ ନିକିତା ରାସ୍ତା ଉପରକୁ ଛିଟିକି ପଡିଥିଲେ ଏବଂ କାର୍‌ଟି ତାଙ୍କ ଉପରେ ଚଢି ଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ସିଭିଲ ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗାଡି ଚଳାଉଥିବା ପୋଲିସ କର୍ମଚାରୀ ନିଶାସକ୍ତ ଅବସ୍ଥାରେ ଥିଲେ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

ଥାନାରେ ଉତ୍ତେଜନା ଓ ନ୍ୟାୟ ଦାବି

ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ତେବେ ପୋଲିସ ନିଜ କର୍ମଚାରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ନେଇ ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି। ଏନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା ଏବଂ ପରିବାର ଲୋକେ ଗଣମାଧ୍ୟମ ଉପସ୍ଥିତିରେ ଅଭିଯୁକ୍ତର ଡାକ୍ତରୀ ମାଇନା କରିବାକୁ ଦାବି କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ପୋଲିସ ମୁତୟନ କରାଯାଇଛି।

12 Feb 2026 By Tapas Ranjan Nanda

ମଦୁଆ ପୋଲିସର କାରନାମା: ଇ-ରିକ୍ସା ଉପରେ ଚଢିଗଲା କାର୍, ଚାଲିଗଲା ୨୫ ବର୍ଷୀୟା ଯୁବତୀଙ୍କ ଜୀବନ

ଅମ୍ବାଲା: ହରିୟାଣାର ଅମ୍ବାଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ପୋଲିସ ହେଡ୍ କନଷ୍ଟେବଳଙ୍କ ଦ୍ରୁତଗାମୀ କାର୍ ଧକ୍କାରେ ଇ-ରିକ୍ସାରେ ଯାଉଥିବା ଜଣେ ୨୫ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଅଭିଯୋଗ ହୋଇଛି ଯେ ଦୁର୍ଘଟଣା ସମୟରେ ଉକ୍ତ ପୋଲିସ କର୍ମଚାରୀ ଜଣକ ମଦ୍ୟପାନ କରି ଗାଡି ଚଳାଉଥିଲେ। ମୃତକ ଯୁବତୀ ଜଣକ ଗୁରୁଗାଓଁର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ।

ଘଟଣାଟି କିପରି ଘଟିଲା?

ବୁଧବାର ସନ୍ଧ୍ୟାରେ ଅମ୍ବାଲା କ୍ୟାଣ୍ଟନମେଣ୍ଟର କାଳୀ ପଲଟନ୍ ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ମୃତ ଯୁବତୀଙ୍କ ନାମ ନିକିତା ବଜାଜ। ସେ ନିଜ ଭାଇ ହର୍ଷ ବଜାଜଙ୍କ ସହ ଦିଲ୍ଲୀରୁ ଅମ୍ବାଲା ଆସିଥିଲେ। ରାତି ପ୍ରାୟ ୮.୩୦ ସମୟରେ ଉଭୟ ଭାଇ-ଭଉଣୀ ଏକ ଇ-ରିକ୍ସାରେ ବସି ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅମ୍ବାଲା ସିଟି ଯାଉଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଏକ ହୋଣ୍ଡା ସିଟି କାର୍ ତାଙ୍କ ରିକ୍ସାକୁ ଜୋରଦାର ଧକ୍କା ଦେଇଥିଲା।

ମଦ୍ୟପ ଅବସ୍ଥାରେ ଥିଲେ ପୋଲିସ ବାବୁ

ସୂଚନା ଅନୁଯାୟୀ, ଲାଲକୁର୍ତ୍ତି ଥାନାରେ କାର୍ଯ୍ୟରତ ଜଣେ ହେଡ୍ କନଷ୍ଟେବଳ ଏହି କାର୍ ଚଳାଉଥିଲେ। ଧକ୍କା ଏତେ ଭୟଙ୍କର ଥିଲା ଯେ ନିକିତା ରାସ୍ତା ଉପରକୁ ଛିଟିକି ପଡିଥିଲେ ଏବଂ କାର୍‌ଟି ତାଙ୍କ ଉପରେ ଚଢି ଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ସିଭିଲ ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗାଡି ଚଳାଉଥିବା ପୋଲିସ କର୍ମଚାରୀ ନିଶାସକ୍ତ ଅବସ୍ଥାରେ ଥିଲେ।

ଥାନାରେ ଉତ୍ତେଜନା ଓ ନ୍ୟାୟ ଦାବି

ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ତେବେ ପୋଲିସ ନିଜ କର୍ମଚାରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ନେଇ ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି। ଏନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା ଏବଂ ପରିବାର ଲୋକେ ଗଣମାଧ୍ୟମ ଉପସ୍ଥିତିରେ ଅଭିଯୁକ୍ତର ଡାକ୍ତରୀ ମାଇନା କରିବାକୁ ଦାବି କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ପୋଲିସ ମୁତୟନ କରାଯାଇଛି।

https://www.thesakala.in/crime/haryana-police-constable-rammed-car-into-e-rickshaw-woman-dies/article-44627
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର