AI ଖୋଲିଲା ହତ୍ୟାକାଣ୍ଡର ରହସ୍ୟ: ୨୪ ଘଣ୍ଟାରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ

Tapas Ranjan Nanda Picture
Published On

ଆଗ୍ରା: ଉତ୍ତରପ୍ରଦେଶ ପୋଲିସ ୨୫ ବର୍ଷୀୟା ଯୁବତୀ ସୋନାଲିଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ପୋଲିସ ମୁଖ୍ୟ ଅଭିଯୁକ୍ତ ତଥା ମୃତକଙ୍କ ପ୍ରେମିକ ସନ୍ନିକୁ ଗିରଫ କରିବାରେ ସଫଳ ହୋଇଛି। ଏହି ଜଟିଳ ହତ୍ୟାକାଣ୍ଡର ସମାଧାନ ପାଇଁ ପୋଲିସ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ ସୋସିଆଲ ମିଡିଆର ସାହାଯ୍ୟ ନେଇଥିଲା। ସମ୍ପର୍କରେ ତିକ୍ତତା କାରଣରୁ ସୋନାଲିଙ୍କୁ ହତ୍ୟା କରି ଯମୁନା ଏକ୍ସପ୍ରେସୱେ କଡ଼ରେ ଫିଙ୍ଗି ଦିଆଯାଇଥିବା ତଦନ୍ତରୁ ଜଣାପଡିଛି।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

କେମିତି ସାମ୍ନାକୁ ଆସିଲା ଘଟଣା?

ଗତ ଫେବୃଆରୀ ୬ ତାରିଖରେ ଯମୁନା ଏକ୍ସପ୍ରେସୱେର ମାଇଲଷ୍ଟୋନ୍ ୧୪୮ ନିକଟରେ କିଛି ଗ୍ରାମବାସୀ ଛେଳି ଚରାଉଥିବା ବେଳେ ଏକ ନାଳରେ କମ୍ବଳ ପଡିଥିବାର ଦେଖିଥିଲେ। ସେଥିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବାରୁ ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଟିମ୍ ଓ ଫୋରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ମୃତଦେହ ନିକଟରୁ କୌଣସି ପରିଚୟ ପତ୍ର ମିଳିନଥିବାରୁ ଯୁବତୀଙ୍କୁ ଚିହ୍ନଟ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ମୃତଦେହର ବେକରେ ଦାଗ ରହିଥିଲା, ଯାହା ତଣ୍ଟି ଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ କରୁଥିଲା।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ହାତରେ ଲେଖାଥିଲା ‘ସନ୍ନି’ ନାଁ ଓ AI ର ଭୂମିକା

ମୃତଦେହ ଯାଞ୍ଚ ବେଳେ ଯୁବତୀଙ୍କ ହାତ ପାପୁଲି ନିକଟରେ ‘ସନ୍ନି’ ନାମ ଲେଖାଯାଇଥିବା ଦେଖିବାକୁ ମିଳିଥିଲା। ଏହା ସହିତ କାନ୍ଧରେ ‘RS’ ଲେଖାଥିଲା। ପରିଚୟ ମିଳୁନଥିବାରୁ ପୋଲିସ AI ଟୁଲ୍ ବ୍ୟବହାର କରି ମୃତକଙ୍କ ଏକ ସ୍ପଷ୍ଟ ଚେହେରା (Digital Image) ପ୍ରସ୍ତୁତ କରିଥିଲା। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ମୃତକଙ୍କ ପରିଚୟ ସୋନାଲି ବୋଲି ଜଣାପଡିଥିଲା, ଯିଏ ଦିଲ୍ଲୀରେ ରହୁଥିଲେ କିନ୍ତୁ ମୂଳତଃ ମହୋବା ଜିଲ୍ଲାର ବାସିନ୍ଦା ଥିଲେ।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ଦିଲ୍ଲୀରେ ହତ୍ୟା, ଆଗ୍ରାରେ ଫିଙ୍ଗିଲେ ମୃତଦେହ

ତଦନ୍ତରୁ ଜଣାପଡିଛି ଯେ, ସୋନାଲିଙ୍କୁ ଦିଲ୍ଲୀରେ ହତ୍ୟା କରାଯାଇଥିଲା। ଏହାପରେ ମୃତଦେହକୁ କମ୍ବଳରେ ଗୁଡାଇ ବ୍ଲାକ ଟେପ୍ ମାରି ଏକ କାର୍ ଯୋଗେ ଆଗ୍ରା ଅଣାଯାଇଥିଲା। ପୋଲିସ ପ୍ରାୟ ୧୦୦ଟି ସିସିଟିଭି କ୍ୟାମେରା ଓ ୯୭୦ଟି ଗାଡିର ଫୁଟେଜ୍ ଯାଞ୍ଚ କରି ସନ୍ଦିଗ୍ଧ ଗାଡିକୁ ଚିହ୍ନଟ କରିଥିଲା। ଦିଲ୍ଲୀର ଜାହାଙ୍ଗିରପୁରୀ ଅଞ୍ଚଳରୁ ଅଭିଯୁକ୍ତ ସନ୍ନିକୁ ଗିରଫ କରାଯାଇଛି। ପଚରାଉଚରା ବେଳେ ସନ୍ନି ସ୍ୱୀକାର କରିଛି ଯେ, ସୋନାଲି ସମ୍ପର୍କ ଭାଙ୍ଗିବାକୁ ଚାହୁଁଥିବାରୁ ସେ ରାଗିଯାଇ ସାଙ୍ଗମାନଙ୍କ ସହ ମିଶି ତାଙ୍କୁ ହତ୍ୟା କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp