ପ୍ରେମିକା ବିବାହ କରିବାକୁ ମନା କରିବାରୁ ୧ ବର୍ଷର ଶିଶୁକୁ ଅପହରଣ କଲା ପ୍ରେମିକ; କାନପୁରରୁ ଗିରଫ

Sakala Desk Picture
Published On

କାନପୁର: ଉତ୍ତରପ୍ରଦେଶର କାନପୁର ସେଣ୍ଟ୍ରାଲ ଷ୍ଟେସନରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତା ମହିଳା ବିବାହ କରିବାକୁ ମନା କରିବାରୁ ତାଙ୍କ ପ୍ରେମିକ ରାଗିଯାଇ ମହିଳାଙ୍କ ଏକ ବର୍ଷର ଶିଶୁକୁ ଅପହରଣ କରି ନେଇଥିଲା। ତେବେ ଦିଲ୍ଲୀ ପୋଲିସ ଏବଂ ଆରପିଏଫର (RPF) ତତ୍ପରତା ଯୋଗୁଁ ଅଭିଯୁକ୍ତକୁ କାନପୁର ସେଣ୍ଟ୍ରାଲ ଷ୍ଟେସନରୁ ଗିରଫ କରାଯାଇଛି ଏବଂ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

ସୂଚନା ଅନୁଯାୟୀ, ଦିଲ୍ଲୀରେ ରହୁଥିବା ଜଣେ ବିବାହିତା ମହିଳାଙ୍କ ସହ ବିହାରର ହେମନ୍ତ ନାମକ ଜଣେ ଯୁବକଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ହେମନ୍ତ ମହିଳାଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲା। କିନ୍ତୁ ମହିଳା ଜଣକ ନିଜେ ବିବାହିତା ଏବଂ ତାଙ୍କର ଏକ ସନ୍ତାନ ଥିବା ଦର୍ଶାଇ ହେମନ୍ତଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକ ଜଣକ ଏକ ଭୟଙ୍କର ଯୋଜନା କରିଥିଲା।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ମହିଳାଙ୍କ ମନା କରିବା ପରେ ହେମନ୍ତ ଶିଶୁଟିକୁ ଖେଳନା ଦେବା ବାହାନାରେ ଘରୁ ନେଇ ଯାଇଥିଲା। ସେଠାରୁ ସେ ସିଧା ଦିଲ୍ଲୀ ଷ୍ଟେସନ ପହଞ୍ଚି ବିହାର ଯାଉଥିବା ବିକ୍ରମଶିଳା ଏକ୍ସପ୍ରେସରେ (Vikramshila Express) ବସି ପଳାଇ ଯାଇଥିଲା। ଶିଶୁଟିକୁ ନ ପାଇ ମହିଳା ଜଣକ ତୁରନ୍ତ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ଅଭିଯୁକ୍ତ ଟ୍ରେନ ଯୋଗେ ବିହାର ଅଭିମୁଖେ ଯାଉଛି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଦିଲ୍ଲୀ ପୋଲିସ ତୁରନ୍ତ କାନପୁର ସେଣ୍ଟ୍ରାଲର ଆରପିଏଫ (RPF) କୁ ସୂଚନା ଦେଇଥିଲା। ଯେତେବେଳେ ଟ୍ରେନ୍ କାନପୁରରେ ପହଞ୍ଚିଲା, ଆରପିଏଫ ଟିମ୍ ସାଧାରଣ ବଗିକୁ ଘେରି ଯାଇଥିଲେ। ଭିଡ ଭିତରେ ହେମନ୍ତ ଶିଶୁଟିକୁ ଲୁଚାଇ ରଖିଥିବା ଅବସ୍ଥାରେ ଧରାପଡିଥିଲା। ପ୍ରଥମେ ସେ ପୋଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ କଡା ପଚରାଉଚରା ପରେ ସେ ନିଜ ଦୋଷ ସ୍ୱୀକାର କରିଥିଲା। ବର୍ତ୍ତମାନ ଦିଲ୍ଲୀ ପୋଲିସ ଅଭିଯୁକ୍ତକୁ ନିଜ ହେପାଜତକୁ ନେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp