ପୁଲିସର ପରିଚୟ ଦେଇ ଲୁଟି ନେଲେ ଟ୍ରକ

The Sakala Picture
Published On

ଖୋର୍ଦ୍ଧା : NH ରେ ପୁଣି ମାତିଲେ ଲୁଟେରା। ବାରମ୍ବାର NH ରେ ଲୁଟ ହେଉଥିଲେ ମଧ୍ୟ ପୁଲିସ ଲୁଟେରାଙ୍କ ଟେର ପାଉନି। ଆଉ ଏହାରି ମଧ୍ୟରେ ପଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ରାଜପଥରୁ ବାରମ୍ବାର ଲୁଟ କରୁଥିବା ଲୁଟେରା ଏଣିକି ପୁଲିସର ପରିଚୟ ଦେଇ ଲୁଟ୍‌ କରିବାକୁ ପଛାଉନାହାନ୍ତି। ଏପରି ଏକ ଲୁଟ୍‌ ହୋଇଛି ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ରାଇସ୍ ମିଲ ନିକଟରୁ। ପୁଲିସର ପରିଚୟ ଦେଇ ଟ୍ରକ ଲୁଟି ନେଇଛନ୍ତି ଲୁଟେରା […]

ଖୋର୍ଦ୍ଧା : NH ରେ ପୁଣି ମାତିଲେ ଲୁଟେରା। ବାରମ୍ବାର NH ରେ ଲୁଟ ହେଉଥିଲେ ମଧ୍ୟ ପୁଲିସ ଲୁଟେରାଙ୍କ ଟେର ପାଉନି। ଆଉ ଏହାରି ମଧ୍ୟରେ ପଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ରାଜପଥରୁ ବାରମ୍ବାର ଲୁଟ କରୁଥିବା ଲୁଟେରା ଏଣିକି ପୁଲିସର ପରିଚୟ ଦେଇ ଲୁଟ୍‌ କରିବାକୁ ପଛାଉନାହାନ୍ତି। ଏପରି ଏକ ଲୁଟ୍‌ ହୋଇଛି ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ରାଇସ୍ ମିଲ ନିକଟରୁ। ପୁଲିସର ପରିଚୟ ଦେଇ ଟ୍ରକ ଲୁଟି ନେଇଛନ୍ତି ଲୁଟେରା ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ସୂଚନା ଅନୁଯାୟୀ, ଲୁହା ପଥର ବୋଝେଇ ଟ୍ରକ୍ କେଉଁଝର କୋଇଡ଼ାରୁ ବ୍ରହ୍ମପୁର ଗୋପାଳପୁର ଯାଉଥିଲା। ଟ୍ରକ୍ ଚାଳକ ରାସ୍ତାରେ ଟ୍ରକ୍ ରଖି ବିଶ୍ରାମ ନେଉଥିବା ବେଳେ ଏକ ବୋଲେରୋ ରେ ଆସିଥିଲେ ୫ ଦୁର୍ବୁତ୍ତ। ବଡ ବାବୁ ଡାକୁଛନ୍ତି ଥାନାକୁ ଆସ କହି ଟ୍ରକ୍ ଚାଳକକୁ ବୋଲେରୋରେ ବସାଇ ନେଇଯାଇଥିଲେ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଏହା ପରେ ଲୁଟେରା ମାଡ ମାରି ବୋଲେରୋ ରୁ ଠେଲି ଦେଇଥିଲେ ଟ୍ରକ୍ ଚାଳକଙ୍କୁ। ଏହା ପରେ ଟ୍ରକ୍ ସହ ଟଙ୍କା ପଇସା ଗାଡି କାଗଜ ପତ୍ର ସବୁ ଲୁଟି ନେଇଯାଇଥିଲେ। ଟାଙ୍ଗୀ ଥାନାରେ ଚାଳକଙ୍କ ଏତଲା ପରେ ଟାଙ୍ଗୀ ପୁଲିସ୍ ବିଭିନ୍ନ ସ୍ଥାନ ରେ ଆରମ୍ଭ କରିଛି ଚଢାଉ। ଜାତୀୟ ରାଜପଥରେ ବାରମ୍ବାର ଡକାୟତି ଯୋଗୁଁ ଗାଡି ଚାଳକ ମାନେ ଆତଙ୍କିତ ହେଉଥିବା ଜଣା ପଡିଛି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର