ପୁଲିସର ପରିଚୟ ଦେଇ ଲୁଟି ନେଲେ ଟ୍ରକ

The Sakala Picture
Published On

ଖୋର୍ଦ୍ଧା : NH ରେ ପୁଣି ମାତିଲେ ଲୁଟେରା। ବାରମ୍ବାର NH ରେ ଲୁଟ ହେଉଥିଲେ ମଧ୍ୟ ପୁଲିସ ଲୁଟେରାଙ୍କ ଟେର ପାଉନି। ଆଉ ଏହାରି ମଧ୍ୟରେ ପଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ରାଜପଥରୁ ବାରମ୍ବାର ଲୁଟ କରୁଥିବା ଲୁଟେରା ଏଣିକି ପୁଲିସର ପରିଚୟ ଦେଇ ଲୁଟ୍‌ କରିବାକୁ ପଛାଉନାହାନ୍ତି। ଏପରି ଏକ ଲୁଟ୍‌ ହୋଇଛି ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ରାଇସ୍ ମିଲ ନିକଟରୁ। ପୁଲିସର ପରିଚୟ ଦେଇ ଟ୍ରକ ଲୁଟି ନେଇଛନ୍ତି ଲୁଟେରା […]

ଖୋର୍ଦ୍ଧା : NH ରେ ପୁଣି ମାତିଲେ ଲୁଟେରା। ବାରମ୍ବାର NH ରେ ଲୁଟ ହେଉଥିଲେ ମଧ୍ୟ ପୁଲିସ ଲୁଟେରାଙ୍କ ଟେର ପାଉନି। ଆଉ ଏହାରି ମଧ୍ୟରେ ପଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ରାଜପଥରୁ ବାରମ୍ବାର ଲୁଟ କରୁଥିବା ଲୁଟେରା ଏଣିକି ପୁଲିସର ପରିଚୟ ଦେଇ ଲୁଟ୍‌ କରିବାକୁ ପଛାଉନାହାନ୍ତି। ଏପରି ଏକ ଲୁଟ୍‌ ହୋଇଛି ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ରାଇସ୍ ମିଲ ନିକଟରୁ। ପୁଲିସର ପରିଚୟ ଦେଇ ଟ୍ରକ ଲୁଟି ନେଇଛନ୍ତି ଲୁଟେରା ।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

ସୂଚନା ଅନୁଯାୟୀ, ଲୁହା ପଥର ବୋଝେଇ ଟ୍ରକ୍ କେଉଁଝର କୋଇଡ଼ାରୁ ବ୍ରହ୍ମପୁର ଗୋପାଳପୁର ଯାଉଥିଲା। ଟ୍ରକ୍ ଚାଳକ ରାସ୍ତାରେ ଟ୍ରକ୍ ରଖି ବିଶ୍ରାମ ନେଉଥିବା ବେଳେ ଏକ ବୋଲେରୋ ରେ ଆସିଥିଲେ ୫ ଦୁର୍ବୁତ୍ତ। ବଡ ବାବୁ ଡାକୁଛନ୍ତି ଥାନାକୁ ଆସ କହି ଟ୍ରକ୍ ଚାଳକକୁ ବୋଲେରୋରେ ବସାଇ ନେଇଯାଇଥିଲେ ।

ଆହୁରି ପଢ଼ନ୍ତୁ: ପୁଅକୁ ଡାକ୍ତର କରିବାକୁ ପଣ: ଋଣ ଶୁଝିବା ଯାଏଁ ଏସ୍‌ଏଚ୍‌ଜି ନିକଟରେ ବାର୍ଦ୍ଧକ୍ୟ କାର୍ଡ ବନ୍ଧକ

ଏହା ପରେ ଲୁଟେରା ମାଡ ମାରି ବୋଲେରୋ ରୁ ଠେଲି ଦେଇଥିଲେ ଟ୍ରକ୍ ଚାଳକଙ୍କୁ। ଏହା ପରେ ଟ୍ରକ୍ ସହ ଟଙ୍କା ପଇସା ଗାଡି କାଗଜ ପତ୍ର ସବୁ ଲୁଟି ନେଇଯାଇଥିଲେ। ଟାଙ୍ଗୀ ଥାନାରେ ଚାଳକଙ୍କ ଏତଲା ପରେ ଟାଙ୍ଗୀ ପୁଲିସ୍ ବିଭିନ୍ନ ସ୍ଥାନ ରେ ଆରମ୍ଭ କରିଛି ଚଢାଉ। ଜାତୀୟ ରାଜପଥରେ ବାରମ୍ବାର ଡକାୟତି ଯୋଗୁଁ ଗାଡି ଚାଳକ ମାନେ ଆତଙ୍କିତ ହେଉଥିବା ଜଣା ପଡିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାର ଆନ୍ଧ୍ର ନିକଟରେ ଆତ୍ମସମର୍ପଣ କରିଛନ୍ତି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର