କଇଁଛ ଚୋରା ଚାଲାଣବେଳେ ମାଡ଼ି ବସିଲା ବନବିଭାଗ: ୯୩୫ କିଲୋ କଇଁଛ ଜବତ, ୨ ଗିରଫ
ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବନ ବିଭାଗକୁ ମିଳିଛି ବଡ ସଫଳତା। ଆନ୍ତଃରାଜ୍ୟ କଇଁଛ ଚୋରା ଚାଲାଣ ବେଳେ ୯୩୫ କିଲୋ କଇଁଛକୁ ଜବତ କରିଛନ୍ତି ବନବିଭାଗ। ଏଥିସହ ୨ ଅଭିଯୁକ୍ତକୁ ଗିରଫ କରାଯାଇଛି। ଜବତ କଇଁଛର ମୂଲ୍ୟ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଚିତ୍ରକୋଣ୍ଡା ବନା ଅଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ନରଶିପାଟନାମରୁ ମାଲକାନଗିରି ଜିଲ୍ଲାର ଏମଭି ୭୯, ଏମଭି ୭୨ ଅଞ୍ଚଳକୁ କଇଁଛ […]
ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବନ ବିଭାଗକୁ ମିଳିଛି ବଡ ସଫଳତା। ଆନ୍ତଃରାଜ୍ୟ କଇଁଛ ଚୋରା ଚାଲାଣ ବେଳେ ୯୩୫ କିଲୋ କଇଁଛକୁ ଜବତ କରିଛନ୍ତି ବନବିଭାଗ। ଏଥିସହ ୨ ଅଭିଯୁକ୍ତକୁ ଗିରଫ କରାଯାଇଛି। ଜବତ କଇଁଛର ମୂଲ୍ୟ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ଚିତ୍ରକୋଣ୍ଡା ବନା ଅଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ନରଶିପାଟନାମରୁ ମାଲକାନଗିରି ଜିଲ୍ଲାର ଏମଭି ୭୯, ଏମଭି ୭୨ ଅଞ୍ଚଳକୁ କଇଁଛ ଚୋରା ଚାଲାଣ ହେଉଛି ବୋଲି ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲେ। ଚିତ୍ରକୋଣ୍ଡା ବନା ଅଞ୍ଚଳ ଅଧିକାରୀ ବଳରାମ ନାୟକ, ଚିତ୍ରକୋଣ୍ଡା ଫରେଷ୍ଟର ନିରଞ୍ଜନ ସାରକା, ଚିତ୍ରକୋଣ୍ଡା ବନା ଅଞ୍ଚଳ ଅଧୀନରେ ଥିବା ସମସ୍ତ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ନେଇ ଆନ୍ଧ୍ର ପ୍ରଦେଶରୁ ଓଡ଼ିଶା କୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଜଗି ରହିଥିଲେ। ଆନ୍ଧ୍ରାରୁ ଓଡ଼ିଶାକୁ ଆସୁଥିବା ସମସ୍ତ ଗାଡ଼ିକୁ ତନ ତନ କରି ଯାଞ୍ଚ କରିଥିଲେ। ଏକ ପିକଅପ ଭ୍ୟାନ ଯାଞ୍ଚ କରିବା ସମୟରେ ସେଥିରେ କଇଁଛ ଥିବା ଜାଣିବାକୁ ପାଇଥିଲେ। ସେହି ଗାଡ଼ିକୁ ଚିତ୍ରକୋଣ୍ଡା ବନାଅଞ୍ଚଳ କାର୍ଯ୍ୟାଳୟକୁ ଆଣି ଯାଞ୍ଚ କରିବା ସମୟରେ ଡ଼ାଲାରେ ୩୫ ଗୋଟି ବସ୍ତରେ କଇଁଛ ଥିବା ଦେଖିବାକୁ ପାଇଥିଲେ। ସେହି କଇଁଛ ଗୁଡ଼ିକୁ ଗାଡିରୁ ବାହାର କରାଯାଇ ଓଜନ କରାଯାଇଥିଲା। ପ୍ରାୟ ୯୩୫ କିଲୋ ହୋଇଥିଲା। ୪୮୯ ଗୋଟି କଇଁଛ ସେହି ୩୫ ଟି ବସ୍ତା ଭିତରୁ ବାହାରିଥିଲା । କଇଁଛ ଗୁଡିକର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। କଇଁଛ ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଚିତ୍ରକୋଣ୍ଡା ବନ ବିଭାଗ। ସେମାନେ ହେଲେ ସଞ୍ଜୀବ ବେପାରୀ ଓ ପ୍ରସଞ୍ଜିତ ଗରାମି। ସମସ୍ତ କଇଁଛ ଗୁଡ଼ିକୁ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଛଡ଼ା ଜୀବ ବୋଲି ଚିତ୍ରକୋଣ୍ଡା ବନା ଅଞ୍ଚଳ ଅଧିକାରୀ କହିଛନ୍ତି।