ମୁମ୍ୱାଇ ପୁଲିସ କହି ବରିଷ୍ଠ ଅଧିକାରୀଙ୍କୁ ଚୂନ ଲଗାଇଲେ ସାଇବର ଠକ

The Sakala Picture
Published On

ଭୁବନେଶ୍ବର: ପ୍ରଥମେ ଅଜଣା ନମ୍ବରରୁ କଲ, ପରେ ମୁମ୍ୱାଇ ପୁଲିସ କହି ୧୨ ଲକ୍ଷ ଠକେଇ । ଓଡିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀ ଏଭଳି ଠକେଇର ସମ୍ମୁଖୀନ ହୋଇ ସାଇବର ଥାନାର ଦ୍ୱାରସ୍ଥ ହେବା ପରେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୁଲିସ। ଅଭିଯୁକ୍ତର ନାଁ କିଶୋର ରାଣା, ଘର ରାଜସ୍ଥାନ। ଅଭିଯୋଗ ମୁତାବକ, ଜୁନ ୭ ରେ ବରିଷ୍ଠ ଅଧିକାରୀଙ୍କୁ ଟେଲିଫୋନ କମ୍ପାନୀରୁ ଏକ କଲ ଆସିଥିଲା । ତାଙ୍କ ନମ୍ବର […]

ଭୁବନେଶ୍ବର: ପ୍ରଥମେ ଅଜଣା ନମ୍ବରରୁ କଲ, ପରେ ମୁମ୍ୱାଇ ପୁଲିସ କହି ୧୨ ଲକ୍ଷ ଠକେଇ । ଓଡିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀ ଏଭଳି ଠକେଇର ସମ୍ମୁଖୀନ ହୋଇ ସାଇବର ଥାନାର ଦ୍ୱାରସ୍ଥ ହେବା ପରେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୁଲିସ। ଅଭିଯୁକ୍ତର ନାଁ କିଶୋର ରାଣା, ଘର ରାଜସ୍ଥାନ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଅଭିଯୋଗ ମୁତାବକ, ଜୁନ ୭ ରେ ବରିଷ୍ଠ ଅଧିକାରୀଙ୍କୁ ଟେଲିଫୋନ କମ୍ପାନୀରୁ ଏକ କଲ ଆସିଥିଲା । ତାଙ୍କ ନମ୍ବର ବ୍ୟବହାର କରି ୨୮ ଟି ବେନାମୀ ଟ୍ରାଞ୍ଜକ୍ସନ ହୋଇଥିବା କୁହାଯାଇଥିଲା । ପରେ ଆଉ ଜଣେ ମୁମ୍ବାଇ ପୁଲିସ କହି ସ୍କାଇପି ଯୋଗେ ତାଙ୍କ ସହ କଥା ହୋଇଥିଲେ। ବରିଷ୍ଠ ଅଧିକାରୀଙ୍କୁ ଡିଜିଟାଲ ଆରେଷ୍ଟ କରି ତାଙ୍କ ଠାରୁ ଅନଲାଇନରେ ସମସ୍ତ ଡକ୍ୟୁମେଣ୍ଟ ନେଇଯାଇଥିଲେ। ଭୟଭୀତ ହେବା ପରେ ତାଙ୍କଠାରୁ ଦୁଇଥର ରେ ପାଖାପାଖି ୧୨ ଲକ୍ଷ ଟଙ୍କା ଠକି ନେଇଥିଲେ ଠକ ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଏନେଇ ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ତାଠାରୁ ମୋବାଇଲ, ଏଟିଏମ, ଚେକବୁକ ଜବତ କରାଯାଇଛି। ବେନାମୀ ଆକାଉଣ୍ଟ ଜରିଆରେ ସେ ଠକେଇ ଟଙ୍କା ଉଠାଉଥିବା ନେଇ ଅଭିଯୋଗ ହେଉଛି । କେସ ନମ୍ବର ୧୪୧ ଦଫା ୪୧୯, ୪୨୦, ୪୬୭, ୪୬୮, ୪୭୧ ଓ ଆଇଟି ଆକ୍ଟରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର