ଚାଇନା ସିମ୍‌ରେ ଲୁଟୁଛନ୍ତି ସାଇବର ଠକ: ରାଜଧାନୀରେ ବଢ଼ୁଛି ବେଆଇନ୍‌‌ ସିମ୍‌‌ ବକ୍ସ ବ୍ୟବହାର

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ବେଆଇନ୍‌‌ ଭାବେ ବ୍ୟବହାର ହେଉଛି ସିମ୍‌‌ ବକ୍ସ। ଏହି ସିମ୍‌‌ ବକ୍ସ ବ୍ୟବହାର କରି ଏକାଧିକ ପ୍ରି-ଆକ୍ଟିଭ୍‌‌ ସିମ୍‌‌ ପକାଇ ଲୁଟୁଛନ୍ତି ସାଇବର ଠକ। ଏଥିସହ ସହରରେ ଥିବା ଏକାଧିକ କଲ୍‌‌ ସେଣ୍ଟରରେ ମଧ୍ୟ ଏହାକୁ ବେଆଇନ୍‌‌ ଭାବେ ବ୍ୟବହାର କରାଯାଉଛି। ଏହି ସିମ୍‌‌ ବକ୍ସ ଚାଇନାରୁ ସିଧା ଗଳାବାଟ ଦେଇ ଓଡ଼ିଶା ଆସୁଛି। ନିକଟରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଜଙ୍ଗଲରୁ ୬ଜଣ ଗିରଫ ହେବା ପରେ ଏହି ସିମ୍‌‌ ବକ୍ସ ସମ୍ପର୍କରେ ଜଣାପଡ଼ିଥିଲା। […]

ଭୁବନେଶ୍ୱର: ରାଜଧାନୀରେ ବେଆଇନ୍‌‌ ଭାବେ ବ୍ୟବହାର ହେଉଛି ସିମ୍‌‌ ବକ୍ସ। ଏହି ସିମ୍‌‌ ବକ୍ସ ବ୍ୟବହାର କରି ଏକାଧିକ ପ୍ରି-ଆକ୍ଟିଭ୍‌‌ ସିମ୍‌‌ ପକାଇ ଲୁଟୁଛନ୍ତି ସାଇବର ଠକ। ଏଥିସହ ସହରରେ ଥିବା ଏକାଧିକ କଲ୍‌‌ ସେଣ୍ଟରରେ ମଧ୍ୟ ଏହାକୁ ବେଆଇନ୍‌‌ ଭାବେ ବ୍ୟବହାର କରାଯାଉଛି। ଏହି ସିମ୍‌‌ ବକ୍ସ ଚାଇନାରୁ ସିଧା ଗଳାବାଟ ଦେଇ ଓଡ଼ିଶା ଆସୁଛି। ନିକଟରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଜଙ୍ଗଲରୁ ୬ଜଣ ଗିରଫ ହେବା ପରେ ଏହି ସିମ୍‌‌ ବକ୍ସ ସମ୍ପର୍କରେ ଜଣାପଡ଼ିଥିଲା। ଏହି ମାମଲାର କ୍ରାଇମ୍‌‌ବ୍ରାଞ୍ଚ ତଦନ୍ତ ପରେ ଆଉ ଏକ ଦିଗ ପଦାକୁ ଆସିଥିଲା। ରାଜଧାନୀର ଏକାଧିକ କଲ୍‌‌ ସେଣ୍ଟର, ମାଟ୍ରିମୋନିଆଲ୍‌‌ ସାଇଟ୍‌‌ ଏବଂ ଲୋନ୍‌‌ ଆପ୍‌‌ ସଂସ୍ଥାର କର୍ମାଚାରୀମାନେ ଏଭଳି ବେଆଇନ୍‌‌ ସିମ୍‌‌ ବକ୍ସକୁ ବ୍ୟବହାର କରୁଛନ୍ତି। ବିଶେଷ କରି କଲ୍‌‌ ସେଣ୍ଟରରେ ବ୍ୟବହାର କରିବାର କାରଣ ହେଲା, ଏହା ମାଧ୍ୟମରେ ବିଭିନ୍ନ ଅନ୍ତର୍ଜାତୀୟ କଲ୍‌‌ଗୁଡିକୁ ଲୋକାଲ କଲ୍‌‌ରେ ପରିଣତ କରି କୋଟି କୋଟି ଟଙ୍କା ଠକିବା ସୁବିଧା ହେଉଛି। ଏହି ସିମ୍‌‌ ବକ୍ସରେ ସାଢ଼େ ୩ଶହ ସିମ୍‌‌ ପଡୁଥିବାରୁ ବିଭିନ୍ନ ଅପରାଧିକ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରୁଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ବିଶେଷ କରି ଏକାଧିକ କଲ୍‌‌ ସେଣ୍ଟରରେ ଏହା ବ୍ୟବହାର ହେଉଛି। ବିବାହ ମାଟ୍ରିମୋନିଆଲ ସାଇଟ୍‌‌ର କଲ୍‌‌ ସେଣ୍ଟରକୁ ଏକାଧିକ ଫୋନ୍‌‌ କଲ୍‌‌ ଦେଶ ଏବଂ ରାଜ୍ୟ ବାହାରୁ ଆସୁଛି। ସେମାନେ ଏହି ସିମ୍‌‌ ବକ୍ସ ମାଧ୍ୟମରେ ଆନ୍ତଃଜାତୀୟ କଲ୍‌‌ଗୁଡ଼ିକୁ ଲୋକାଲ କଲ୍‌‌ରେ ପରିଣତ କରି ସେମାନେ ସହଜରେ କୋଟି କୋଟି ଟଙ୍କା ଠକେଇ କରୁଛନ୍ତି। କେବଳ ମାଟ୍ରିମୋନିଆଲ ସାଇଟ୍‌‌ ନୁହେଁ; ନିକଟରେ ଲୋନ୍‌‌ ଆପ୍‌ ଠକମାନେ ଲୋକଙ୍କୁ ଋଣ ଦେବା ନାମରେ ବ୍ଲାକ୍‌‌ମେଲିଂ କରୁଛନ୍ତି। ସେମାନେ ମଧ୍ୟ ଏହି ସିମ୍‌‌ ବକ୍ସକୁ ବ୍ୟବହାର କରି ଏକାଧିକ ଲୋକଙ୍କୁ ଫୋନ୍‌‌ ଏବଂ ମେସେଜ୍‌‌ କରିପାରୁଛନ୍ତି। ଯଦି ପୁଲିସ ସିମ୍‌‌ବକ୍ସରେ ପଡ଼ିଥିବା ସିମ୍‌‌କୁ ଟ୍ରାକ୍‌‌ କରି ଧରିବାକୁ ଚେଷ୍ଟା କରେ, ତେବେ ଧରିବା

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସହଜ ହୋଇନଥାଏ। କାରଣ ଏହି ସିମ୍‌‌ଟି ଅନ୍ୟ ନାମରେ ଆସିଥିବା ବେଳେ ମୋବାଇଲ୍‌‌ ଭଲି ଏଥିରେ ଆଇଏମ୍‌‌ଆଇ ନମ୍ବର ଦେଖାଇ ନଥାଏ। ପୂର୍ବରୁ ମଧ୍ୟ କ୍ରାଇମ୍‌‌ବ୍ରାଞ୍ଚ ଏହା ଜାଣିପାରି ଚନ୍ଦ୍ରଶେଖରପୁର ଓ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା କଲ୍‌‌ ସେଣ୍ଟର ଉପରେ ଚଢ଼ଉ କରିଥିଲା। କିନ୍ତୁ ବର୍ତ୍ତମାନ ଆଉ ଚଢ଼ଉ ହେଉନଥିବାରୁ ଏଭଳି ବେଆଇନ୍‌‌ ସିମ୍‌‌ ବକ୍ସକୁ ଏକାଧିକ କଲ୍‌‌ ସେଣ୍ଟର ବ୍ୟବହାର କରୁଛନ୍ତି। ତେଣୁ ପୂର୍ବଭଳି ଚଢ଼ଉ କରିବା ପାଇଁ ଆଇଟି ବିଶେଷଜ୍ଞମାନେ ମତ ଦେଲେଣି। ବିଶେଷ କରି ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର, ଗୋପାଳପୁରରେ ଏଭଳି ବେଆଇନ୍‌‌ ସିମ୍‌‌ ବକ୍ସ ବ୍ୟବହାର କରାଯାଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଏହି ସିମ୍‌‌ ବକ୍ସ ଚଳାଉଥିବା ଠକମାନଙ୍କୁ ବିଭିନ୍ନ କମ୍ପାନୀରେ କାମ କରୁଥିବା କର୍ମଚାରୀମାନେ ସହଯୋଗ କରୁଛନ୍ତି। ସେମାନେ ଅର୍ଥ ଲୋଭରେ ଏକାଧିକ ପ୍ରି-ଆକ୍ଟିଭ୍‌‌ ସିମ୍‌‌ ଯୋଗାଉଛନ୍ତି। ଯାହାଫଳରେ ସିମ୍‌‌ଟି ଏକାଧିକ ବ୍ୟକ୍ତିଙ୍କର ଜାଲ୍‌‌ ଦସ୍ତାବିଜ୍‌‌ ଦିଆଯାଇ କିଣାଯାଉଛି। କିଛି ଅର୍ଥ ଲୋଭରେ ଏହି ପ୍ରିଆକ୍ଟିଭ୍‌‌ ସିମ୍‌‌କୁ କମ୍ପାନୀର କେତେକ କର୍ମଚାରୀ ବିକ୍ରି କରୁଛନ୍ତି। ଯାହାଫଳରେ ଏହି ପ୍ରି-ଆକ୍ଟିଭ୍‌‌ ସିମ୍‌‌ ମାଧ୍ୟମରେ ସାଇବର ଠକ ଅନ୍ୟକୁ କେୱାଇସି ଅପଡେଟ୍‌‌ ଏବଂ ଅନ୍ୟାନ ଲୋଭନୀୟ ମେସେଜ୍‌‌ ପଠାଇବା ଆକାଉଣ୍ଟ ଖାଲି କରି ଦେଉଛନ୍ତି। ତେଣୁ ପୁଲିସ ବିଭିନ୍ନ ଟେଲିକମ୍‌‌ ସଂସ୍ଥାକୁ ନୋଟିସ୍‌‌ କରି ଏନେଇ କଡ଼ା ପଦେକ୍ଷପ ନେବାକୁ କୁଆଯାଇଛି। ଯେଉଁମାନେ ଏଭଳି ପ୍ରି-ଆକ୍ଟିଭି୍‌‌ ସିମ୍‌‌ ବକ୍ରି କରୁଛନ୍ତି ତାଙ୍କୁ ଚାକିରିରୁ ବିଦା କରିବା ସହ ଥାନାରେ ମାମଲା ଦେବାକୁ କୁହାଯାଇଛି।

୨୦୧୬ରେ ମସିହାରେ ବ୍ରହ୍ମପୁର ଅଞ୍ଚଳରେ ବେଆଇନ ସିମ୍‌‌ବକ୍ସ ଠାବ କରିଥିଲା ଗୋପଳପୁର ଥାନା ପୁଲିସ। ଅପରାଧୀମାନେ ଏହି ସମ୍‌‌ବକ୍ସକୁ ବ୍ୟବହାର କରି ବ୍ୟବସାୟୀଙ୍କୁ ଦାଦାବଟି ମାଗୁଥିଲେ। ବିଦେଶରୁ ଫୋନ୍‌‌ କଲ୍‌‌ ଆସୁଥିବା କାରଣରୁ ପୁଲିସ ଅପରାଧୀ ପାଖରେ ପହଞ୍ଚି ପାରୁନି। କେବଳ ଏତିକି ନୁହେଁ ଆତଙ୍କବାଦୀ ଏବଂ ମାଓ ସଂଗଠନ ନେତାମାନେ ରାଜ୍ୟରେ ଥିବା ସେମାନଙ୍କ ସମର୍ଥକମାନଙ୍କ ସହ ସିମ୍‌‌-ବକ୍ସ ମାଧ୍ୟମରେ କଥା ହେଉଛନ୍ତି। ଯାହାକୁ ପୁଲିସ ସହଜରେ ଜାଣିପାରୁନି।

24 Apr 2023 By The Sakala

ଚାଇନା ସିମ୍‌ରେ ଲୁଟୁଛନ୍ତି ସାଇବର ଠକ: ରାଜଧାନୀରେ ବଢ଼ୁଛି ବେଆଇନ୍‌‌ ସିମ୍‌‌ ବକ୍ସ ବ୍ୟବହାର

ଭୁବନେଶ୍ୱର: ରାଜଧାନୀରେ ବେଆଇନ୍‌‌ ଭାବେ ବ୍ୟବହାର ହେଉଛି ସିମ୍‌‌ ବକ୍ସ। ଏହି ସିମ୍‌‌ ବକ୍ସ ବ୍ୟବହାର କରି ଏକାଧିକ ପ୍ରି-ଆକ୍ଟିଭ୍‌‌ ସିମ୍‌‌ ପକାଇ ଲୁଟୁଛନ୍ତି ସାଇବର ଠକ। ଏଥିସହ ସହରରେ ଥିବା ଏକାଧିକ କଲ୍‌‌ ସେଣ୍ଟରରେ ମଧ୍ୟ ଏହାକୁ ବେଆଇନ୍‌‌ ଭାବେ ବ୍ୟବହାର କରାଯାଉଛି। ଏହି ସିମ୍‌‌ ବକ୍ସ ଚାଇନାରୁ ସିଧା ଗଳାବାଟ ଦେଇ ଓଡ଼ିଶା ଆସୁଛି। ନିକଟରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଜଙ୍ଗଲରୁ ୬ଜଣ ଗିରଫ ହେବା ପରେ ଏହି ସିମ୍‌‌ ବକ୍ସ ସମ୍ପର୍କରେ ଜଣାପଡ଼ିଥିଲା। ଏହି ମାମଲାର କ୍ରାଇମ୍‌‌ବ୍ରାଞ୍ଚ ତଦନ୍ତ ପରେ ଆଉ ଏକ ଦିଗ ପଦାକୁ ଆସିଥିଲା। ରାଜଧାନୀର ଏକାଧିକ କଲ୍‌‌ ସେଣ୍ଟର, ମାଟ୍ରିମୋନିଆଲ୍‌‌ ସାଇଟ୍‌‌ ଏବଂ ଲୋନ୍‌‌ ଆପ୍‌‌ ସଂସ୍ଥାର କର୍ମାଚାରୀମାନେ ଏଭଳି ବେଆଇନ୍‌‌ ସିମ୍‌‌ ବକ୍ସକୁ ବ୍ୟବହାର କରୁଛନ୍ତି। ବିଶେଷ କରି କଲ୍‌‌ ସେଣ୍ଟରରେ ବ୍ୟବହାର କରିବାର କାରଣ ହେଲା, ଏହା ମାଧ୍ୟମରେ ବିଭିନ୍ନ ଅନ୍ତର୍ଜାତୀୟ କଲ୍‌‌ଗୁଡିକୁ ଲୋକାଲ କଲ୍‌‌ରେ ପରିଣତ କରି କୋଟି କୋଟି ଟଙ୍କା ଠକିବା ସୁବିଧା ହେଉଛି। ଏହି ସିମ୍‌‌ ବକ୍ସରେ ସାଢ଼େ ୩ଶହ ସିମ୍‌‌ ପଡୁଥିବାରୁ ବିଭିନ୍ନ ଅପରାଧିକ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରୁଛି।

ବିଶେଷ କରି ଏକାଧିକ କଲ୍‌‌ ସେଣ୍ଟରରେ ଏହା ବ୍ୟବହାର ହେଉଛି। ବିବାହ ମାଟ୍ରିମୋନିଆଲ ସାଇଟ୍‌‌ର କଲ୍‌‌ ସେଣ୍ଟରକୁ ଏକାଧିକ ଫୋନ୍‌‌ କଲ୍‌‌ ଦେଶ ଏବଂ ରାଜ୍ୟ ବାହାରୁ ଆସୁଛି। ସେମାନେ ଏହି ସିମ୍‌‌ ବକ୍ସ ମାଧ୍ୟମରେ ଆନ୍ତଃଜାତୀୟ କଲ୍‌‌ଗୁଡ଼ିକୁ ଲୋକାଲ କଲ୍‌‌ରେ ପରିଣତ କରି ସେମାନେ ସହଜରେ କୋଟି କୋଟି ଟଙ୍କା ଠକେଇ କରୁଛନ୍ତି। କେବଳ ମାଟ୍ରିମୋନିଆଲ ସାଇଟ୍‌‌ ନୁହେଁ; ନିକଟରେ ଲୋନ୍‌‌ ଆପ୍‌ ଠକମାନେ ଲୋକଙ୍କୁ ଋଣ ଦେବା ନାମରେ ବ୍ଲାକ୍‌‌ମେଲିଂ କରୁଛନ୍ତି। ସେମାନେ ମଧ୍ୟ ଏହି ସିମ୍‌‌ ବକ୍ସକୁ ବ୍ୟବହାର କରି ଏକାଧିକ ଲୋକଙ୍କୁ ଫୋନ୍‌‌ ଏବଂ ମେସେଜ୍‌‌ କରିପାରୁଛନ୍ତି। ଯଦି ପୁଲିସ ସିମ୍‌‌ବକ୍ସରେ ପଡ଼ିଥିବା ସିମ୍‌‌କୁ ଟ୍ରାକ୍‌‌ କରି ଧରିବାକୁ ଚେଷ୍ଟା କରେ, ତେବେ ଧରିବା

ସହଜ ହୋଇନଥାଏ। କାରଣ ଏହି ସିମ୍‌‌ଟି ଅନ୍ୟ ନାମରେ ଆସିଥିବା ବେଳେ ମୋବାଇଲ୍‌‌ ଭଲି ଏଥିରେ ଆଇଏମ୍‌‌ଆଇ ନମ୍ବର ଦେଖାଇ ନଥାଏ। ପୂର୍ବରୁ ମଧ୍ୟ କ୍ରାଇମ୍‌‌ବ୍ରାଞ୍ଚ ଏହା ଜାଣିପାରି ଚନ୍ଦ୍ରଶେଖରପୁର ଓ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା କଲ୍‌‌ ସେଣ୍ଟର ଉପରେ ଚଢ଼ଉ କରିଥିଲା। କିନ୍ତୁ ବର୍ତ୍ତମାନ ଆଉ ଚଢ଼ଉ ହେଉନଥିବାରୁ ଏଭଳି ବେଆଇନ୍‌‌ ସିମ୍‌‌ ବକ୍ସକୁ ଏକାଧିକ କଲ୍‌‌ ସେଣ୍ଟର ବ୍ୟବହାର କରୁଛନ୍ତି। ତେଣୁ ପୂର୍ବଭଳି ଚଢ଼ଉ କରିବା ପାଇଁ ଆଇଟି ବିଶେଷଜ୍ଞମାନେ ମତ ଦେଲେଣି। ବିଶେଷ କରି ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର, ଗୋପାଳପୁରରେ ଏଭଳି ବେଆଇନ୍‌‌ ସିମ୍‌‌ ବକ୍ସ ବ୍ୟବହାର କରାଯାଉଛି।

ଏହି ସିମ୍‌‌ ବକ୍ସ ଚଳାଉଥିବା ଠକମାନଙ୍କୁ ବିଭିନ୍ନ କମ୍ପାନୀରେ କାମ କରୁଥିବା କର୍ମଚାରୀମାନେ ସହଯୋଗ କରୁଛନ୍ତି। ସେମାନେ ଅର୍ଥ ଲୋଭରେ ଏକାଧିକ ପ୍ରି-ଆକ୍ଟିଭ୍‌‌ ସିମ୍‌‌ ଯୋଗାଉଛନ୍ତି। ଯାହାଫଳରେ ସିମ୍‌‌ଟି ଏକାଧିକ ବ୍ୟକ୍ତିଙ୍କର ଜାଲ୍‌‌ ଦସ୍ତାବିଜ୍‌‌ ଦିଆଯାଇ କିଣାଯାଉଛି। କିଛି ଅର୍ଥ ଲୋଭରେ ଏହି ପ୍ରିଆକ୍ଟିଭ୍‌‌ ସିମ୍‌‌କୁ କମ୍ପାନୀର କେତେକ କର୍ମଚାରୀ ବିକ୍ରି କରୁଛନ୍ତି। ଯାହାଫଳରେ ଏହି ପ୍ରି-ଆକ୍ଟିଭ୍‌‌ ସିମ୍‌‌ ମାଧ୍ୟମରେ ସାଇବର ଠକ ଅନ୍ୟକୁ କେୱାଇସି ଅପଡେଟ୍‌‌ ଏବଂ ଅନ୍ୟାନ ଲୋଭନୀୟ ମେସେଜ୍‌‌ ପଠାଇବା ଆକାଉଣ୍ଟ ଖାଲି କରି ଦେଉଛନ୍ତି। ତେଣୁ ପୁଲିସ ବିଭିନ୍ନ ଟେଲିକମ୍‌‌ ସଂସ୍ଥାକୁ ନୋଟିସ୍‌‌ କରି ଏନେଇ କଡ଼ା ପଦେକ୍ଷପ ନେବାକୁ କୁଆଯାଇଛି। ଯେଉଁମାନେ ଏଭଳି ପ୍ରି-ଆକ୍ଟିଭି୍‌‌ ସିମ୍‌‌ ବକ୍ରି କରୁଛନ୍ତି ତାଙ୍କୁ ଚାକିରିରୁ ବିଦା କରିବା ସହ ଥାନାରେ ମାମଲା ଦେବାକୁ କୁହାଯାଇଛି।

୨୦୧୬ରେ ମସିହାରେ ବ୍ରହ୍ମପୁର ଅଞ୍ଚଳରେ ବେଆଇନ ସିମ୍‌‌ବକ୍ସ ଠାବ କରିଥିଲା ଗୋପଳପୁର ଥାନା ପୁଲିସ। ଅପରାଧୀମାନେ ଏହି ସମ୍‌‌ବକ୍ସକୁ ବ୍ୟବହାର କରି ବ୍ୟବସାୟୀଙ୍କୁ ଦାଦାବଟି ମାଗୁଥିଲେ। ବିଦେଶରୁ ଫୋନ୍‌‌ କଲ୍‌‌ ଆସୁଥିବା କାରଣରୁ ପୁଲିସ ଅପରାଧୀ ପାଖରେ ପହଞ୍ଚି ପାରୁନି। କେବଳ ଏତିକି ନୁହେଁ ଆତଙ୍କବାଦୀ ଏବଂ ମାଓ ସଂଗଠନ ନେତାମାନେ ରାଜ୍ୟରେ ଥିବା ସେମାନଙ୍କ ସମର୍ଥକମାନଙ୍କ ସହ ସିମ୍‌‌-ବକ୍ସ ମାଧ୍ୟମରେ କଥା ହେଉଛନ୍ତି। ଯାହାକୁ ପୁଲିସ ସହଜରେ ଜାଣିପାରୁନି।

https://www.thesakala.in/crime/cyber-fraud-china-sim-looting-illegal-sim-box-usage-on-the-rise-in-the-bbsr/article-21038
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର