ଗୁଗଲରୁ ହେଲ୍ପଲାଇନ୍‌‌ ନମ୍ବର ଖୋଜୁଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ; ହରାଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା

The Sakala Picture
Published On

ଭୁବନେଶ୍ୱର: ଗୁଗଲରୁ ଫୋନ୍‌‌ ନମ୍ବର ଖୋଜି ଠକଙ୍କ ହାବୁଡ଼ରେ ପଡ଼ିଛନ୍ତି ରାଜଧାନୀର ୪ଜଣ ବ୍ୟକ୍ତି। ସେମାନଙ୍କ ଠାରୁ ସାଇବର୍‌‌ ଠକ ୧୧ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ସାଇବର୍‌‌ ଥାନାରେ ଅଭିଯୋଗ ହେବା ପରେ ୪ଟି ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ବାଇକ୍‌‌ ଡିଲର ଦେବା ଆଳରେ ୮ଲକ୍ଷ ଠକେଇ ଓଲା ଡିଲରସିପ୍‌‌ ପାଇବା ଆଶାରେ ଜଣେ ବ୍ୟକ୍ତି ୮ଲକ୍ଷ ସାଇବର ଠକାମିର ଶିକାର ହୋଇଛନ୍ତି। ଠକାମିର ଶିକାର ହୋଇଥିବା ବ୍ୟକ୍ତି ହେଲେ ସହିଦନଗରରେ […]

ଭୁବନେଶ୍ୱର: ଗୁଗଲରୁ ଫୋନ୍‌‌ ନମ୍ବର ଖୋଜି ଠକଙ୍କ ହାବୁଡ଼ରେ ପଡ଼ିଛନ୍ତି ରାଜଧାନୀର ୪ଜଣ ବ୍ୟକ୍ତି। ସେମାନଙ୍କ ଠାରୁ ସାଇବର୍‌‌ ଠକ ୧୧ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ସାଇବର୍‌‌ ଥାନାରେ ଅଭିଯୋଗ ହେବା ପରେ ୪ଟି ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ବାଇକ୍‌‌ ଡିଲର ଦେବା ଆଳରେ ୮ଲକ୍ଷ ଠକେଇ
ଓଲା ଡିଲରସିପ୍‌‌ ପାଇବା ଆଶାରେ ଜଣେ ବ୍ୟକ୍ତି ୮ଲକ୍ଷ ସାଇବର ଠକାମିର ଶିକାର ହୋଇଛନ୍ତି। ଠକାମିର ଶିକାର ହୋଇଥିବା ବ୍ୟକ୍ତି ହେଲେ ସହିଦନଗରରେ ରହୁଥିବା ବିପିନ୍‌‌ ବେହେରା। ଅଭିଯୋଗ ଅନୁସାରେ, ବିପିନ୍‌‌ ଓଲାର ବ୍ୟାଟେରିଚାଳିକ ବାଇକ୍‌‌ ଡିଲରସିପ୍‌‌ ନେବା ପାଇଁ ଗୁଗଲକୁ ଯାଇ ଏକ ନମ୍ବର ପାଇ ତାଙ୍କୁ ଫୋନ୍‌‌ କରିଥିଲେ। ସାଇବର୍‌‌ ଠକ ନିଜକୁ ଓଲାର ମ୍ୟାନେଜର ବୋଲି ପରିଚୟ ଦେଇଥିଲା। ଏପରିକି ଡିଲରସିପ୍‌‌ ପାଇଁ ବିପିନ ୮ଲକ୍ଷ ଟଙ୍କା ଦେବା ପରେ ଠକ ପୁଣି ଟଙ୍କା ମାଗିବାରୁ ବିପିନ ଥାନାରେ ଅଭିଯୋଗ କରିଥିଲେ।

ଚାକିରି ଦେବା ଆଳରେ ୬ଲକ୍ଷ ନେଇଗଲେ
ଘରେ ବସି ପାର୍ଟ ଟାଇମ୍‌‌ ଚାକିରି କରି ମାସକୁ ୫୦ ହଜାର ଟଙ୍କା ରୋଜଗାର କରିବା ଆଶାରେ ପଡ଼ି ଆଶିଷ ଜେନା ୬ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଚାକିରି ଖୋଜୁ ଖୋଜୁ ଆଶିଷ ଗୁଗଲରୁ ଏକ ଫୋନ୍‌‌ ନମ୍ବର ପାଇ କଲ୍‌‌ କରିଥିଲେ। ସାଇବର୍‌‌ ଠକ ତାଙ୍କୁ ପାର୍ଟ ଟାଇମ୍‌‌ ଚାକିରି କରି ମାସକୁ ୫୦ହଜାର ଟଙ୍କା ଦରମା ପାଇବା ପାଇଁ କହିଥିଲେ। ହେଲେ ପ୍ରଥମେ ୪୦ ହଜାର ଟଙ୍କା ଦେଇ ରେଜିଷ୍ଟ୍ରେସନ କରିବାକୁ କହିଥିଲେ। ଆଶିଷ ରେଜିଷ୍ଟ୍ରେସନ କରିବା ପରେ ତାଙ୍କୁ ବିଭିନ୍ନ ପ୍ରକାର ବାହାନା କରି ସମୁଦାୟ ୬ଲକ୍ଷ ଟଙ୍କା ନେଇଯାଇଥିଲେ।

ଗିଫ୍ଟ ଭାଉଚର ଆଳରେ ୨ଲକ୍ଷ ଗୋଲ୍‌‌
ଆମାଜନ୍‌‌ ଗିଫ୍ଟ ଭାଉଜର୍‌‌ ଆଳରେ ସାଇବର୍‌‌ ଠକ ନୂଆପଲ୍ଲୀର ରାହୁଲ ସାହାଙ୍କ ଠାରୁ ୨ଲକ୍ଷ ଟଙ୍କା ଠକି ନେଇଛନ୍ତ। ତାଙ୍କ ମୋବାଇଲ୍‌‌କୁ ଆମାଜନ୍‌‌ ଗିଫ୍ଟ ଭାଉଚର ବିଜେତା ହୋଇଥିବା ମେସେଜ୍‌‌ ଆସିଥିଲା। କିଭଳି ଏହି ଗିଫ୍ଟ ପାଇବେ ରାହୁଲ ଏନେଇ ଗୁଗଲରୁ ସର୍ଚ୍ଚ କରିଥିଲେ। ସେଠାରେ ଠକ ଦେଇଥିବା ନମ୍ବରକୁ କଲ୍‌‌ କରିବା ପରେ ୨ଲକ୍ଷ ଟଙ୍କା ଠକାମିର ଶିକାର ହୋଇଥିଲେ।

ଏଲ୍‌‌ଆଇସି ବଣ୍ଡ୍‌‌କୁ ଆଳକରି ଲକ୍ଷେ ଟଙ୍କା ଠକେଇ
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆଲୋକ ରାଉତଙ୍କ ଏକ ୩୦ଲକ୍ଷ ଟଙ୍କାର ଏଲ୍‌‌ଆଇସି ବଣ୍ଡ୍‌‌ ରହିଛି। ତେଣୁ ହଠାତ୍‌‌ ତାଙ୍କ ମୋବାଇଲ୍‌‌କୁ ତାହା ବନ୍ଦ ହୋଇଯିବା ନେଇ ମେସେଜ ଆସିଥିଲ। ଏହା ଦେଖି ଭୟଭିତରେ ଆଲୋକ ଗୁଗଲକୁ ଯାଇ ହେଲ୍ପଲାଇନ୍‌‌ ନମ୍ବର ଖୋଜିଥିଲେ। ସେଠାରୁ ଏକ ନମ୍ବର ପାଇବା ପରେ କଲ୍‌‌ କରି ପଚାରିଥିଲେ। ଏହି ବଣ୍ଡ ଚାଲୁ ରଖିବା ପାଇଁ ୧ଲକ୍ଷ ଦେବାକୁ ପଡ଼ିବ ବୋଲି କହିଥିଲେ। ୩୦ ଲକ୍ଷ ହରାଇବା ଭୟରେ ୧ଲକ୍ଷ ଦେଇଥିଲେ।

05 Mar 2023 By The Sakala

https://www.thesakala.in/crime/four-people-from-bhubaneswar-lost-11-lakh-rupees-by-searching-for-helpline-numbers-from-google/article-19561
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର