ନବ ଦାସଙ୍କୁ ଗୁଳିମାଡ଼ ଘଟଣା: ହତ୍ୟାକାରୀ ଗୋପାଳଙ୍କ ଭାଇ ସତ୍ୟନାରାୟଣଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

The Sakala Picture
Published On

ଭୁବନେଶ୍ବର: ନବ ଦାସଙ୍କ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ । ନବଦାସଙ୍କ ହତ୍ୟାକାରୀ ଗୋପାଳଙ୍କ ଭାଇ ସତ୍ୟନାରାୟଣ ଦାସଙ୍କୁ କ୍ରାଇମବ୍ରାଞ୍ଚ ଉଠାଇନେଇଛି। ଜଳେଶ୍ୱରପୁର ଘରୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ସତ୍ୟନାରାୟଣଙ୍କୁ ଜେରାର କିଛି ଘଣ୍ଟା ପରେ ଉଠାଇ ନେଲା କ୍ରାଇମବ୍ରାଞ୍ଚ । ତେବେ ଗୋପାଳର ଭାଇଙ୍କୁ କ୍ରାଇମବ୍ରାଞ୍ଚ କୁଆଡ଼େ ନେଇଛି ଜଣାପଡ଼ିନି । ସୂଚନା ଅନୁଯୟୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତଭା ଭାର ନେଇ ତଦନ୍ତ କରୁଛି। ଏହି କ୍ରମରେ ଏଏସଆଇ ଗୋପାଳ […]

ଭୁବନେଶ୍ବର: ନବ ଦାସଙ୍କ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ । ନବଦାସଙ୍କ ହତ୍ୟାକାରୀ ଗୋପାଳଙ୍କ ଭାଇ ସତ୍ୟନାରାୟଣ ଦାସଙ୍କୁ କ୍ରାଇମବ୍ରାଞ୍ଚ ଉଠାଇନେଇଛି। ଜଳେଶ୍ୱରପୁର ଘରୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ସତ୍ୟନାରାୟଣଙ୍କୁ ଜେରାର କିଛି ଘଣ୍ଟା ପରେ ଉଠାଇ ନେଲା କ୍ରାଇମବ୍ରାଞ୍ଚ । ତେବେ ଗୋପାଳର ଭାଇଙ୍କୁ କ୍ରାଇମବ୍ରାଞ୍ଚ କୁଆଡ଼େ ନେଇଛି ଜଣାପଡ଼ିନି ।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ସୂଚନା ଅନୁଯୟୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତଭା ଭାର ନେଇ ତଦନ୍ତ କରୁଛି। ଏହି କ୍ରମରେ ଏଏସଆଇ ଗୋପାଳ ଦାସଙ୍କ ଭାଇଙ୍କ ହୋଟେଲରେ ପହଞ୍ଚି ତନାଘନା କ୍ରାଇମବ୍ରାଞ୍ଚ ଟିମ୍‌ ଚଳାଇଥିଲା। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଝାରସୁଗୁଡ଼ା ବ୍ରଜରାଜନଗରରେ ଥିବା ଗୋପାଳ ଦାସଙ୍କ ଭାଇଙ୍କ ହୋଟେଲରେ ପହଞ୍ଚି ତଦନ୍ତ କରିଥିଲେ। ଏଡିଜିଙ୍କ ସହିତ ସ୍ଥାନୀୟ ପୁଲିସ ଟିମ୍ ତାଙ୍କୁ ତଦନ୍ତରେ ସହଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ନବ ଦାସଙ୍କୁ ଗୁଳିମାଡ଼ କରାଯାଇଥିବା ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ସହ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ ଲାଗି ଉପସ୍ଥିତ ଅଛନ୍ତି। କ୍ରାଇମସ୍ପଟରେ ଥ୍ରି-ଡି ଡିଜିଟାଲ ସ୍କାନର ଲଗାଯାଇଛି। ଆଜି ପୁଣି ଗୋଟାଏ ଖୋକା ମିଳିଛି। ପୂର୍ବରୁ ଘଟଣାସ୍ଥଳରୁ ଗୋଟିଏ ଖାଲି ଖୋକା ଏବଂ ଅନ୍ୟ ତଥ୍ୟ ପ୍ରମାଣ ଜବତ କରାଯାଇଛି। ଏହି ଟିମ୍ ୯ ଏମଏମ ପିସ୍ତଲ, ୩ ରାଉଣ୍ଡ ଜୀବନ୍ତ ଗୁଳି, ଅଭିଯୁକ୍ତ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କ ଏକ ମୋବାଇଲ୍ ଫୋନ ଜବତ କରିଛି। ବନ୍ଧୁକ ଓ ଗୁଳିର ବାଲାଷ୍ଟିକ ପରୀକ୍ଷା ଏବଂ ମତ ପାଇଁ ଫରେନସିକ ଲାବରୋଟୋରିକୁ ପଠାଯାଇଛି।

ତେଣେ ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ କ୍ରାଇମବ୍ରାଞ୍ଚ ବ୍ରହ୍ମପୁର ଆସି ପହଞ୍ଚିଥିବା ଜଣାଯାଇଛି। ଏହି ଟିମ୍ ଏ ଏସ ଆଇ ଗୋପାଳଙ୍କ ପତ୍ନୀଙ୍କୁ ଜେରା କରୁଥିବାର ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ଗୋପାଳଙ୍କ ଜଳେଶ୍ୱରଖଣ୍ଡି ସ୍ଥିତ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି। ଗୋପାଳଙ୍କ ସ୍ତ୍ରୀ ଓ ପିଲାଙ୍କୁ ଗୋପାଳଙ୍କ ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ଛାନଭିନ୍ ଚଳାଇଛି କ୍ରାଇମବ୍ରାଞ୍ଚ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର