ସାଇବର ପୁଲିସକୁ ବଡ଼ ସଫଳତା: ନଭେମ୍ବର ମାସରେ ଅଦୃଶ୍ୟ ଠକଙ୍କ କବଜାରୁ ଫେରିଲାଣି ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ସହରାଞ୍ଚଳ ପୁଲିସର ସାଇବର୍ କ୍ରାଇମ ହେଲ୍ପ ଡେସ୍କରେ ଗତ ନଭେମ୍ବର ମାସ ମଧ୍ୟରେ ହେଲ୍ପଲାଇନ ନମ୍ବର-୭୪୪୦୦୦୬୭୦୯ ମାଧ୍ୟମରେ ସର୍ବମୋଟ ୩୬୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ କେବଳ ଭୁବନେଶ୍ୱର ସହର ମଧ୍ୟରୁ କଲ ମାଧ୍ୟମରେ ୩୪୦ଟି ଅଭିଯୋଗ ଆସିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ୨୫ଟି ଅଭିଯୋଗ କଲ ଗ୍ରହଣ କରାଯାଇଥିଲା । କେବଳ ଭୁବନେଶ୍ୱରରୁ ୧୩୧ଟି UPI ଠକେଇ ଜନିତ ଅଭିଯୋଗ, ୭୮ଟି Credit/Debit Card ଠକେଇ ଜନିତ ଅଭିଯୋଗ […]

ଭୁବନେଶ୍ୱର: ଭୁବନେଶ୍ୱର ସହରାଞ୍ଚଳ ପୁଲିସର ସାଇବର୍ କ୍ରାଇମ ହେଲ୍ପ ଡେସ୍କରେ ଗତ ନଭେମ୍ବର ମାସ ମଧ୍ୟରେ ହେଲ୍ପଲାଇନ ନମ୍ବର-୭୪୪୦୦୦୬୭୦୯ ମାଧ୍ୟମରେ ସର୍ବମୋଟ ୩୬୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ କେବଳ ଭୁବନେଶ୍ୱର ସହର ମଧ୍ୟରୁ କଲ ମାଧ୍ୟମରେ ୩୪୦ଟି ଅଭିଯୋଗ ଆସିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ୨୫ଟି ଅଭିଯୋଗ କଲ ଗ୍ରହଣ କରାଯାଇଥିଲା । କେବଳ ଭୁବନେଶ୍ୱରରୁ ୧୩୧ଟି UPI ଠକେଇ ଜନିତ ଅଭିଯୋଗ, ୭୮ଟି Credit/Debit Card ଠକେଇ ଜନିତ ଅଭିଯୋଗ ଓ ୬୪ଟି ସାମାଜିକ ଗଣମାଧ୍ୟମ ଜନିତ ଠକେଇ ଅଭିଯୋଗ ଗ୍ରହଣ କରିଥିବା ବେଳେ ମୋଟ ୬୭ଟି ଅନ୍ୟାନ୍ୟ ଅନଲାଇନ ଜନିତ ଠକେଇ ଅଭିଯୋଗ ଏହି ସାଇବର କ୍ରାଇମ ହେଲ୍ପ ଡ଼େସ୍କ ଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

ଗତ ମାସ ମଧ୍ୟରେ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାରେ ବିଭିନ୍ନ ଅଭିଯୋଗ ମାଧ୍ୟମରେ ମୋଟ ୧,୧୭,୯୧,୦୮୧/-ଟଙ୍କାର ଠକେଇ ଜନିତ ଅଭିଯୋଗ ଆସିଥିଲା । ଗତ ମାସରେ ଆସିଥିବା ଠକେଇ ଅଭିଯୋଗ ଗୁଡିକ ମଧ୍ୟରୁ ମୋଟ ୦୭ଗୋଟି ମାମଲା ଭୁବନେଶ୍ୱରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗତ ନଭେମ୍ବର ମାସରେ ଠକେଇର ଶୀକାର ହୋଇଥିବା ଅଭିଯୋଗକାରୀ ମାନଙ୍କୁ ମୋଟ ୧୦,୯୭,୪୬୬/-ପରିମାଣର ଟଙ୍କା ଫେରସ୍ତ କରାଯାଇପାରିଥିବା ବେଳେ ମୋଟ ୯,୮୮,୨୦୯/- ପରିମାଣର ଟଙ୍କାକୁ ବ୍ଲକ/ଫ୍ରିଜ କରାଯାଇ ପାରିଛି । ଏହିପରି ଭାବେ ମୋଟ ୨୦,୮୫,୬୭୫ଟଙ୍କା ସାଇବର ଠକଙ୍କ କବଜାକୁ ଯିବା ପୂର୍ବରୁ ସୁରକ୍ଷିତ କରାଯାଇପାରିଛି ।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର