ପୁଅ ସହ ମିଶି ସ୍ୱାମୀକୁ ହତ୍ୟା କଲା ମା’, ମୃତଦେହକୁ ନିର୍ମମଭାବେ ଖଣ୍ଡ ଖଣ୍ଡ କରି କାଟି ଅଖାରେ ପୁରାଇ ଫିଙ୍ଗିଦେଲେ

The Sakala Picture
Published On

କୋଲକାତା: ପୁଅ ସହ ମିଶି ସ୍ବାମୀକୁ ମାରି ୬ରୁ ୮ଖଣ୍ଡ କରି କାଟି ଦେଲା ମା’ । ପଶ୍ଚିମବଙ୍ଗର ଦକ୍ଷିଣ ପରଗାନାର ବାରୁପୁର ଅଞ୍ଚଳରୁ ଏପରି ଏକ ଭୟାନକ ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ପୁଅ ନୌସେନାରୁ ଅବସରପ୍ରାପ୍ତ ବାପଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଅଭିଯୋଗ ପରେ ମାମଲାର ତଦନ୍ତରେ ସମ୍ପୃକ୍ତ ପୋଲିସ ମୃତଦେହକୁ ଉଦ୍ଧାର କରିଛି। ଯେତେବେଳେ ପୋଲିସ ଏହି ଘଟଣାର ଅଧିକ ତନାଘନା କରିବାକୁ ଲାଗିଲା ସେତେବେଳେ ଜଣାପଡିଥିଲା ​​ଯେ […]

କୋଲକାତା: ପୁଅ ସହ ମିଶି ସ୍ବାମୀକୁ ମାରି ୬ରୁ ୮ଖଣ୍ଡ କରି କାଟି ଦେଲା ମା’ । ପଶ୍ଚିମବଙ୍ଗର ଦକ୍ଷିଣ ପରଗାନାର ବାରୁପୁର ଅଞ୍ଚଳରୁ ଏପରି ଏକ ଭୟାନକ ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ପୁଅ ନୌସେନାରୁ ଅବସରପ୍ରାପ୍ତ ବାପଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଅଭିଯୋଗ ପରେ ମାମଲାର ତଦନ୍ତରେ ସମ୍ପୃକ୍ତ ପୋଲିସ ମୃତଦେହକୁ ଉଦ୍ଧାର କରିଛି। ଯେତେବେଳେ ପୋଲିସ ଏହି ଘଟଣାର ଅଧିକ ତନାଘନା କରିବାକୁ ଲାଗିଲା ସେତେବେଳେ ଜଣାପଡିଥିଲା ​​ଯେ ମା ପୁଅ ମିଶି ବାପାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଆରିରେ କାଟି ପାଞ୍ଚ ଖଣ୍ଡ କରି ଫୋପାଡ଼ି ଦେଇଥିଲେ । ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ମନରୁ ନଲିଭୁଣୁ ଏମିତି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡକୁ ନେଇ କୋଲକାତାରେ ଚର୍ଚ୍ଚା । ପଶ୍ଚିମବଙ୍ଗ ଉତ୍ତର ୨୪ ପରଗଣା ମଲ୍ଲିକପୁର ଡିହିପଡ଼ାରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ପୂର୍ବତନ ନୌସେନା ଅଧିକାରୀ ଉଜ୍ବଳ ୧୮ ତାରିଖରୁ ନିଖୋଜ ଥିବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ସ୍ତ୍ରୀ ଓ ପୁଅକୁ ପଚରାଉଚରା କରିବା ବେଳେ ବାପାକୁ ମାରି ଖଣ୍ଡ ଖଣ୍ଡ କରିଦେଇଥିବା ସ୍ବୀକାର କରିଛି ପୁଅ । ମୃତ ଉଜ୍ବଳ ନୌସେନାର ପୂର୍ବତନ ଅଧିକାରୀ ଥିଲେ । ନିକଟରେ ଏକ କମ୍ପାନୀର ସିକ୍ୟୁରିଟି ଗାର୍ଡ ଭାବେ ଚାକିରି କରିଥିଲେ । ମଦ ପିଇ ପ୍ରତିଦିନ ସ୍ତ୍ରୀ ଓ ପିଲା ସହ ଝଗଡ଼ା କରୁଥିଲେ । ଯାହାକୁ ନେଇ ଉଭୟ ମାଆ ଓ ପୁଅଙ୍କ ମଧ୍ୟରେ କ୍ରୋଧ ଦେଖା ଦେଇଥିଲା । ୧୮ ତାରିଖ ଦିନ ପୁଣି ମଦ ପିଇ ଉଜ୍ବଳ ଝଗଡ଼ା କରିବାରୁ ମାଆ ପୁଅ ମିଳିମିଶି ଉଜ୍ବଳଙ୍କୁ ଶ୍ବାସରୁଦ୍ଧ କରି ମାରିବା ସହ ମୃତଦେହକୁ ଏକ ଧାରୁଆ ଅସ୍ତ୍ରରେ ୬ରୁ ୮ ଖଣ୍ଡ କରି ପୋଖରୀରେ ଫିଙ୍ଗି ଦେଇଥିଲେ । ପୋଲିସ ଉଜ୍ବଳଙ୍କ ମୃତଦେହର ଏକ କଟା ଅଂଶ ପାଇଥିବା ବେଳେ, ଶରୀରର ଆଉ କୌଣସି ଅଂଶ ମିଳିନାହିଁ ।

ଆହୁରି ପଢ଼ନ୍ତୁ: ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବରଗଡ଼ର ପଞ୍ଚାୟତ ସମିତି ସଭ୍ୟଙ୍କ ମୃତ୍ୟୁ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର