ମାୟାବିନୀଙ୍କ ମାୟାଜାଲ: ରାଜଧାନୀରେ ମାତିଛନ୍ତି ଅପରାଧୀଙ୍କ ଗାର୍ଲଫ୍ରେଣ୍ଡ ଗ୍ୟାଙ୍ଗ୍‍

The Sakala Picture
Published On

ଭୁବନେଶ୍ୱର: ରୂପଜୀବୀ ପରେ ଏବେ ଅପରାଧୀଙ୍କ ଗାର୍ଲଫ୍ରେଣ୍ଡ ଗ୍ୟାଙ୍ଗ୍‍ ପଦାକୁ ଆସୁଛି। ମାୟାବିନୀମାନେ ରାଜଧାନୀରେ ବିଛାଇଛନ୍ତି ମାୟାଜାଲ। ଆଉ ଅପରାଧୀଙ୍କ ଗାର୍ଲଫ୍ରେଣ୍ଡ୍‍ଙ୍କ ମୋହରେ ପଡ଼ିଲେ ସର୍ବସ୍ୱ ଲୁଟିନେବେ ଲେଡି ଠକ। ଠକେଇର ଶିକାର ହୋଇ ଅନେକ ଲୋକ ସାମାଜିକ ଲଜ୍ଜା ଓ ଗିରଫ ଭୟରେ ଥାନାରେ ଅଭିଯୋଗ କରୁନାହାନ୍ତି। ଦୁଇ ଦିନ ତଳେ ରାଜମହଲ ଅଞ୍ଚଳରେ ଜଣେ ଯୁବକ ଓ ଦୁଇ ଜଣ ଯୁବତୀଙ୍କ ଭିତରେ ହାଇଡ୍ରାମା ଚାଲୁଥିବାବେଳେ ସାଦା ପୋଷାକରେ ଆସି ଯୁବକକୁ ଉଠାଇ ନେଇଥିଲା […]

ଭୁବନେଶ୍ୱର: ରୂପଜୀବୀ ପରେ ଏବେ ଅପରାଧୀଙ୍କ ଗାର୍ଲଫ୍ରେଣ୍ଡ ଗ୍ୟାଙ୍ଗ୍‍ ପଦାକୁ ଆସୁଛି। ମାୟାବିନୀମାନେ ରାଜଧାନୀରେ ବିଛାଇଛନ୍ତି ମାୟାଜାଲ। ଆଉ ଅପରାଧୀଙ୍କ ଗାର୍ଲଫ୍ରେଣ୍ଡ୍‍ଙ୍କ ମୋହରେ ପଡ଼ିଲେ ସର୍ବସ୍ୱ ଲୁଟିନେବେ ଲେଡି ଠକ। ଠକେଇର ଶିକାର ହୋଇ ଅନେକ ଲୋକ ସାମାଜିକ ଲଜ୍ଜା ଓ ଗିରଫ ଭୟରେ ଥାନାରେ ଅଭିଯୋଗ କରୁନାହାନ୍ତି।

ଆହୁରି ପଢ଼ନ୍ତୁ: ଥାନେରେ ଲଜ୍ଜାଜନକ ଘଟଣା: ନାବାଳିକାଙ୍କ ସମ୍ମୁଖରେ ଅଶ୍ଳୀଳ ଆଚରଣ କରିଥିବା ୨୮ ବର୍ଷୀୟ ଯୁବକ ଗିରଫ

ଦୁଇ ଦିନ ତଳେ ରାଜମହଲ ଅଞ୍ଚଳରେ ଜଣେ ଯୁବକ ଓ ଦୁଇ ଜଣ ଯୁବତୀଙ୍କ ଭିତରେ ହାଇଡ୍ରାମା ଚାଲୁଥିବାବେଳେ ସାଦା ପୋଷାକରେ ଆସି ଯୁବକକୁ ଉଠାଇ ନେଇଥିଲା କମିସନରେଟ୍‍ ପୁଲିସର ସ୍ପେଶାଲ ସ୍କ୍ୱାଡ୍‍। ଅଭିଯୁକ୍ତ ଗୋପୀକୁ ଧରି ଖୋଳତାଡ଼ବେଳେ ସାମ୍ନାକୁ ଆସିଥିଲା ସାଂଘାତିକ ସତ। ଅନ୍ଧାର ରାତି, ସୁନ୍ଦର ଚେହେରା ଦେଖାଉଛନ୍ତି ଅପରାଧୀଙ୍କ ଗାର୍ଲଫ୍ରେଣ୍ଡ୍‍ ଗ୍ୟାଙ୍ଗ୍‍। ରାତିରେ ସକ୍ରିୟ ରହିବା ସହ ସନ୍ଧ୍ୟା ହେଲେ ଲୁଟ୍‍ ଲାଗି ଏମାନେ ଟାର୍ଗେଟ୍‍ କରିଥାନ୍ତି। ଲୋକଙ୍କୁ ନିଜ ପାଲରେ ପକାଇବାକୁ ମାୟାବିନୀ ଦିଅନ୍ତି ଅନୈତିକ କାରବାର ଅଫର। ଏହି ଅପରାଧୀଙ୍କ ଗାର୍ଲଫ୍ରେଣ୍ଡ୍‍ ଗ୍ୟାଙ୍ଗ୍‍ର ଦୁଇଟି ଚିତ୍ର ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା। କିଛି ଦିନ ତଳେ ଚନ୍ଦ୍ରଶେଖରପୁର ପେଟ୍ରୋଲ୍‍ ପମ୍ପ ଛକରେ ଜଣେ ଯୁବକକୁ ମାଡ଼ମାରି ଜୋର୍‍ଜବରଦସ୍ତ ବାଇକ୍‍ରେ ଉଠାଇନେବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ସେଭଳି ରାଜମହଲ ଛକରେ ଘଟିଥିବା ଘଟଣାରେ ଯୁବକ ଓ ଯୁବତୀ ସମାନ। ଏଥିରେ ଯୁବକ ଗୋପିନାଥ ନାଏକ ଓରଫ ଗୋପୀକୁ ପୁଲିସ ଗିରଫ କରିଥିବାବେଳେ ଯୁବତୀକୁ ଛାଡ଼ି ଦିଆଯାଇଛି।

ଆହୁରି ପଢ଼ନ୍ତୁ: SCB ମେଡିକାଲ ଅଗ୍ନିକାଣ୍ତ ଘଟଣାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ସେହିପରି ରାଜ୍ୟ ବାହାରୁ ଭୁବନେଶ୍ୱରକୁ ଆସୁଥିବା ଲୋକଙ୍କୁ ଲୁଟିବା ପାଇଁ ଏମାନେ ପ୍ରସ୍ତୁତ କରନ୍ତି ମାଷ୍ଟର ପ୍ଲାନ୍‍। ଗ୍ୟାଙ୍ଗ୍‍ର ଅପରେସନ ମାଷ୍ଟରକ୍ୟାଣ୍ଟିନ୍‍ରୁ ରାଜମହଲ ଛକ। ଲୋକଙ୍କୁ ସୁନ୍ଦରୀମାନେ ଇସାରା ଦିଅନ୍ତି। ଆଉ କେହି ପାଲରେ ପଡ଼ିଲା ପରେ ପୂର୍ବରୁ ଛକି ବସିଥିବା ଲୁଟେରା ଗ୍ୟାଙ୍ଗ୍‍ ହୋହଲ୍ଲା କରିବା ସହ ପୁଲିସକୁ ଜଣାଇବାକୁ କୁହନ୍ତି। ସମ୍ପୃକ୍ତି ଲୋକମାନେ ସାମାଜିକ ଲଜ୍ଜା ଓ ଗିରଫ ଭୟରେ ପାଟି ଚୁପ୍‍ କରି ସବୁ ଜିନିଷ ଦେଇ କାନମୁଣ୍ଡ ଆଉଁଷି ଚାଲିଯାଆନ୍ତି। ଆଉ ଯଦି କେହି ଖସିଯିବାକୁ ଚେଷ୍ଟା କରନ୍ତି ତାହେଲେ ଗ୍ୟାଙ୍ଗ୍‍ର ଅନ୍ୟ ସଦସ୍ୟ ଆକ୍ରମଣ କରି ଲୁଟ୍‍ପାଟ୍‍ କରୁଥିବା ଅଭିଯୋଗ ହୋଇଛି। ସେପଟେ ପୂଜା ପୂର୍ବରୁ ସକ୍ରିୟ ହୋଇଛନ୍ତି ଏହି ଗ୍ୟାଙ୍ଗ୍‍। ବିଭିନ୍ନ ଜିଲ୍ଲା ବାହାରୁ ଆସି ଭୁବନେଶ୍ୱରରେ ପକାଇଛନ୍ତି ଡେରା। ସହରରେ ଅପରାଧ ଘଟଣାରେ ସମ୍ପୃକ୍ତି ରହୁଥିବା ଅଭିଯୁକ୍ତଙ୍କ ସହ ମିଶି ଏହି କାର୍‍ସାଦି ଚଳାଇଛନ୍ତି। ବସ୍ତିଗୁଡ଼ିକରେ ରହିବା ସହ ସନ୍ଧ୍ୟା ହେଲେ ଅଭିଯୁକ୍ତଙ୍କ ସହ ଜନଗହଳିପୂର୍ଣ୍ଣ ସ୍ଥାନକୁ ଆସୁଛନ୍ତି। ସେଠାରେ ଗ୍ରାହକ ଯୋଗାଡ଼କରି ଚଳାଇଛନ୍ତି କଳାକାରନାମା। ଗ୍ୟାଙ୍ଗ୍‍ର ସମ୍ପୃକ୍ତ ଯୁବକମାନେ ସେମାନଙ୍କୁ ଏସ୍କର୍ଟ ଦେଉଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ: ନବୀନଙ୍କ ଭରସା ଭାଙ୍ଗିଲେ ବହିଷ୍କୃତ ନେତାଙ୍କ ପୁଅ

19 Sep 2022 By The Sakala

ମାୟାବିନୀଙ୍କ ମାୟାଜାଲ: ରାଜଧାନୀରେ ମାତିଛନ୍ତି ଅପରାଧୀଙ୍କ ଗାର୍ଲଫ୍ରେଣ୍ଡ ଗ୍ୟାଙ୍ଗ୍‍

ଭୁବନେଶ୍ୱର: ରୂପଜୀବୀ ପରେ ଏବେ ଅପରାଧୀଙ୍କ ଗାର୍ଲଫ୍ରେଣ୍ଡ ଗ୍ୟାଙ୍ଗ୍‍ ପଦାକୁ ଆସୁଛି। ମାୟାବିନୀମାନେ ରାଜଧାନୀରେ ବିଛାଇଛନ୍ତି ମାୟାଜାଲ। ଆଉ ଅପରାଧୀଙ୍କ ଗାର୍ଲଫ୍ରେଣ୍ଡ୍‍ଙ୍କ ମୋହରେ ପଡ଼ିଲେ ସର୍ବସ୍ୱ ଲୁଟିନେବେ ଲେଡି ଠକ। ଠକେଇର ଶିକାର ହୋଇ ଅନେକ ଲୋକ ସାମାଜିକ ଲଜ୍ଜା ଓ ଗିରଫ ଭୟରେ ଥାନାରେ ଅଭିଯୋଗ କରୁନାହାନ୍ତି।

ଦୁଇ ଦିନ ତଳେ ରାଜମହଲ ଅଞ୍ଚଳରେ ଜଣେ ଯୁବକ ଓ ଦୁଇ ଜଣ ଯୁବତୀଙ୍କ ଭିତରେ ହାଇଡ୍ରାମା ଚାଲୁଥିବାବେଳେ ସାଦା ପୋଷାକରେ ଆସି ଯୁବକକୁ ଉଠାଇ ନେଇଥିଲା କମିସନରେଟ୍‍ ପୁଲିସର ସ୍ପେଶାଲ ସ୍କ୍ୱାଡ୍‍। ଅଭିଯୁକ୍ତ ଗୋପୀକୁ ଧରି ଖୋଳତାଡ଼ବେଳେ ସାମ୍ନାକୁ ଆସିଥିଲା ସାଂଘାତିକ ସତ। ଅନ୍ଧାର ରାତି, ସୁନ୍ଦର ଚେହେରା ଦେଖାଉଛନ୍ତି ଅପରାଧୀଙ୍କ ଗାର୍ଲଫ୍ରେଣ୍ଡ୍‍ ଗ୍ୟାଙ୍ଗ୍‍। ରାତିରେ ସକ୍ରିୟ ରହିବା ସହ ସନ୍ଧ୍ୟା ହେଲେ ଲୁଟ୍‍ ଲାଗି ଏମାନେ ଟାର୍ଗେଟ୍‍ କରିଥାନ୍ତି। ଲୋକଙ୍କୁ ନିଜ ପାଲରେ ପକାଇବାକୁ ମାୟାବିନୀ ଦିଅନ୍ତି ଅନୈତିକ କାରବାର ଅଫର। ଏହି ଅପରାଧୀଙ୍କ ଗାର୍ଲଫ୍ରେଣ୍ଡ୍‍ ଗ୍ୟାଙ୍ଗ୍‍ର ଦୁଇଟି ଚିତ୍ର ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା। କିଛି ଦିନ ତଳେ ଚନ୍ଦ୍ରଶେଖରପୁର ପେଟ୍ରୋଲ୍‍ ପମ୍ପ ଛକରେ ଜଣେ ଯୁବକକୁ ମାଡ଼ମାରି ଜୋର୍‍ଜବରଦସ୍ତ ବାଇକ୍‍ରେ ଉଠାଇନେବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ସେଭଳି ରାଜମହଲ ଛକରେ ଘଟିଥିବା ଘଟଣାରେ ଯୁବକ ଓ ଯୁବତୀ ସମାନ। ଏଥିରେ ଯୁବକ ଗୋପିନାଥ ନାଏକ ଓରଫ ଗୋପୀକୁ ପୁଲିସ ଗିରଫ କରିଥିବାବେଳେ ଯୁବତୀକୁ ଛାଡ଼ି ଦିଆଯାଇଛି।

ସେହିପରି ରାଜ୍ୟ ବାହାରୁ ଭୁବନେଶ୍ୱରକୁ ଆସୁଥିବା ଲୋକଙ୍କୁ ଲୁଟିବା ପାଇଁ ଏମାନେ ପ୍ରସ୍ତୁତ କରନ୍ତି ମାଷ୍ଟର ପ୍ଲାନ୍‍। ଗ୍ୟାଙ୍ଗ୍‍ର ଅପରେସନ ମାଷ୍ଟରକ୍ୟାଣ୍ଟିନ୍‍ରୁ ରାଜମହଲ ଛକ। ଲୋକଙ୍କୁ ସୁନ୍ଦରୀମାନେ ଇସାରା ଦିଅନ୍ତି। ଆଉ କେହି ପାଲରେ ପଡ଼ିଲା ପରେ ପୂର୍ବରୁ ଛକି ବସିଥିବା ଲୁଟେରା ଗ୍ୟାଙ୍ଗ୍‍ ହୋହଲ୍ଲା କରିବା ସହ ପୁଲିସକୁ ଜଣାଇବାକୁ କୁହନ୍ତି। ସମ୍ପୃକ୍ତି ଲୋକମାନେ ସାମାଜିକ ଲଜ୍ଜା ଓ ଗିରଫ ଭୟରେ ପାଟି ଚୁପ୍‍ କରି ସବୁ ଜିନିଷ ଦେଇ କାନମୁଣ୍ଡ ଆଉଁଷି ଚାଲିଯାଆନ୍ତି। ଆଉ ଯଦି କେହି ଖସିଯିବାକୁ ଚେଷ୍ଟା କରନ୍ତି ତାହେଲେ ଗ୍ୟାଙ୍ଗ୍‍ର ଅନ୍ୟ ସଦସ୍ୟ ଆକ୍ରମଣ କରି ଲୁଟ୍‍ପାଟ୍‍ କରୁଥିବା ଅଭିଯୋଗ ହୋଇଛି। ସେପଟେ ପୂଜା ପୂର୍ବରୁ ସକ୍ରିୟ ହୋଇଛନ୍ତି ଏହି ଗ୍ୟାଙ୍ଗ୍‍। ବିଭିନ୍ନ ଜିଲ୍ଲା ବାହାରୁ ଆସି ଭୁବନେଶ୍ୱରରେ ପକାଇଛନ୍ତି ଡେରା। ସହରରେ ଅପରାଧ ଘଟଣାରେ ସମ୍ପୃକ୍ତି ରହୁଥିବା ଅଭିଯୁକ୍ତଙ୍କ ସହ ମିଶି ଏହି କାର୍‍ସାଦି ଚଳାଇଛନ୍ତି। ବସ୍ତିଗୁଡ଼ିକରେ ରହିବା ସହ ସନ୍ଧ୍ୟା ହେଲେ ଅଭିଯୁକ୍ତଙ୍କ ସହ ଜନଗହଳିପୂର୍ଣ୍ଣ ସ୍ଥାନକୁ ଆସୁଛନ୍ତି। ସେଠାରେ ଗ୍ରାହକ ଯୋଗାଡ଼କରି ଚଳାଇଛନ୍ତି କଳାକାରନାମା। ଗ୍ୟାଙ୍ଗ୍‍ର ସମ୍ପୃକ୍ତ ଯୁବକମାନେ ସେମାନଙ୍କୁ ଏସ୍କର୍ଟ ଦେଉଥିବା ଅଭିଯୋଗ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର