ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ଯୁ ଘଟଣା: ଆଉ ଜଣେ ଅଭିଯୁକ୍ତ ଅମରେଶ ରାଉତ ଗିରଫ

The Sakala Picture
Published On

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଆଉ ଜଣେ ଅଭିଯୁକ୍ତ ଅମରେଶ ରାଉତକୁ ଗିରଫ କରାଯାଇଛି। ଭୁବନେଶ୍ବର ସୁନ୍ଦରପଦାରୁ ଅଭିଯୁକ୍ତ ଅମରେଶ ରାଉତକୁ ଯାଜପୁର ପୁଲିସ ଗିରଫ କରିଛି । ଘଟଣାର ଅତ୍ୟତମ ଅଭିଯୁକ୍ତ ଶେଖର ଏବେ ବି ଫେରାର ରହିଛି। ଏନେଇ ଯାଜପୁର ଏସପି ରାହୁଲ୍ ପି.ଆର୍ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ୨୦୨୧ ଜାନୁଆରୀ ୨୬ରେ ବସ୍ ଯୋଗେ ଭୁବନେଶ୍ୱରରୁ ଘରକୁ ବାହାରିଥିଲେ ଝରାଫୁଲ । ହଠାତ୍ ଦେହ ଭଲ […]

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଆଉ ଜଣେ ଅଭିଯୁକ୍ତ ଅମରେଶ ରାଉତକୁ ଗିରଫ କରାଯାଇଛି। ଭୁବନେଶ୍ବର ସୁନ୍ଦରପଦାରୁ ଅଭିଯୁକ୍ତ ଅମରେଶ ରାଉତକୁ ଯାଜପୁର ପୁଲିସ ଗିରଫ କରିଛି । ଘଟଣାର ଅତ୍ୟତମ ଅଭିଯୁକ୍ତ ଶେଖର ଏବେ ବି ଫେରାର ରହିଛି। ଏନେଇ ଯାଜପୁର ଏସପି ରାହୁଲ୍ ପି.ଆର୍ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ସୂଚନା ଅନୁଯାୟୀ, ୨୦୨୧ ଜାନୁଆରୀ ୨୬ରେ ବସ୍ ଯୋଗେ ଭୁବନେଶ୍ୱରରୁ ଘରକୁ ବାହାରିଥିଲେ ଝରାଫୁଲ । ହଠାତ୍ ଦେହ ଭଲ ନଲାଗିବାରୁ ବାଣୀବିହାରରେ ଓହ୍ଲାଇ ପଡ଼ିବା ସହ ପୁରୁଷ ବନ୍ଧୁ ରାକେଶଙ୍କୁ କଲ୍ କରିଥିଲେ । ସେଦିନ ଦୁହେଁ ବୁଲିବା ସହ ହୋଟେଲରେ ରହିଥିଲେ । ସକାଳୁ ଝରାଫୁଲଙ୍କୁ ରାକେଶ ଏକ ସ୍କୁଟିରେ ସାଙ୍ଗଙ୍କ ସହ ମିଶି ଯାଜପୁରର କୁଆଖିଆରେ ଫିଙ୍ଗି ଦେଇଥିଲେ । ରାକେଶ ନିଜେ ଏହି କଥାକୁ ମାନିଛି । ମାମଲାରେ ପୋଲିସ ଜାନୁଆରୀ ୨୮ ତାରିଖରେ ରାକେଶ ସ୍ୱାଇଁଙ୍କୁ ଗିରଫ କରିଥିଲା । ପରେ ରାକେଶକୁ ରିମାଣ୍ଡରେ ଆଣି ଜେରା କରିଥିଲା ପୋଲିସ । ସେବେଠାରୁ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତ ଫେରାର୍ ଥିଲା । ପ୍ରାୟ ୩ ମାସ ପରେ ଅଭିଯୁକ୍ତ ଅମରେଶକୁ ଗିରଫ କରିଛି ଯାଜପୁର ପୋଲିସ । ଏବେବି ମାମଲାର ତଦନ୍ତ ଜାରି ରହିଛି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

11 Apr 2021 By The Sakala

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ଯୁ ଘଟଣା: ଆଉ ଜଣେ ଅଭିଯୁକ୍ତ ଅମରେଶ ରାଉତ ଗିରଫ

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଆଉ ଜଣେ ଅଭିଯୁକ୍ତ ଅମରେଶ ରାଉତକୁ ଗିରଫ କରାଯାଇଛି। ଭୁବନେଶ୍ବର ସୁନ୍ଦରପଦାରୁ ଅଭିଯୁକ୍ତ ଅମରେଶ ରାଉତକୁ ଯାଜପୁର ପୁଲିସ ଗିରଫ କରିଛି । ଘଟଣାର ଅତ୍ୟତମ ଅଭିଯୁକ୍ତ ଶେଖର ଏବେ ବି ଫେରାର ରହିଛି। ଏନେଇ ଯାଜପୁର ଏସପି ରାହୁଲ୍ ପି.ଆର୍ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ୨୦୨୧ ଜାନୁଆରୀ ୨୬ରେ ବସ୍ ଯୋଗେ ଭୁବନେଶ୍ୱରରୁ ଘରକୁ ବାହାରିଥିଲେ ଝରାଫୁଲ । ହଠାତ୍ ଦେହ ଭଲ ନଲାଗିବାରୁ ବାଣୀବିହାରରେ ଓହ୍ଲାଇ ପଡ଼ିବା ସହ ପୁରୁଷ ବନ୍ଧୁ ରାକେଶଙ୍କୁ କଲ୍ କରିଥିଲେ । ସେଦିନ ଦୁହେଁ ବୁଲିବା ସହ ହୋଟେଲରେ ରହିଥିଲେ । ସକାଳୁ ଝରାଫୁଲଙ୍କୁ ରାକେଶ ଏକ ସ୍କୁଟିରେ ସାଙ୍ଗଙ୍କ ସହ ମିଶି ଯାଜପୁରର କୁଆଖିଆରେ ଫିଙ୍ଗି ଦେଇଥିଲେ । ରାକେଶ ନିଜେ ଏହି କଥାକୁ ମାନିଛି । ମାମଲାରେ ପୋଲିସ ଜାନୁଆରୀ ୨୮ ତାରିଖରେ ରାକେଶ ସ୍ୱାଇଁଙ୍କୁ ଗିରଫ କରିଥିଲା । ପରେ ରାକେଶକୁ ରିମାଣ୍ଡରେ ଆଣି ଜେରା କରିଥିଲା ପୋଲିସ । ସେବେଠାରୁ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତ ଫେରାର୍ ଥିଲା । ପ୍ରାୟ ୩ ମାସ ପରେ ଅଭିଯୁକ୍ତ ଅମରେଶକୁ ଗିରଫ କରିଛି ଯାଜପୁର ପୋଲିସ । ଏବେବି ମାମଲାର ତଦନ୍ତ ଜାରି ରହିଛି ।

https://www.thesakala.in/crime/araphual-murder-case-jajpur-police-arrested-an-other-accused/article-1449
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର