କାକାକୁ ହତ୍ୟା କରି ପୁତୁରା ଓ ଭଣଜା ଗଛରେ ଝୁଲାଇ ଦେଇଥିବା ଅଭିଯୋଗ, ୨ ଜଣ ଥାନାରେ ଅଟକ

The Sakala Picture
Published On

ବାରିପଦା : ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ସାନବ୍ରାହ୍ମଣମରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ନିଜ କାକାକୁ ହତ୍ୟା କରି ଗଛରେ ପୁତୁରା ଓ ଭଣଜା ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ଗାଁରେ ପହଞ୍ଚି ଝୁଲନ୍ତା ମୃତଦେହ ଉଦ୍ଧାର କରିବା ସହ ପୁତୁରା ଓ ଭଣଜା ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ମିଳିଥିବା ସୂଚନା ଅନୁସାରେ ବାରିପଦା ସଦର ଥାନା ଅନ୍ତର୍ଗତ ସାନବ୍ରାହ୍ମନମରା ଗ୍ରାମରେ ଏହି ହତ୍ୟାକାଣ୍ଡ […]

ବାରିପଦା : ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ସାନବ୍ରାହ୍ମଣମରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ନିଜ କାକାକୁ ହତ୍ୟା କରି ଗଛରେ ପୁତୁରା ଓ ଭଣଜା ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ଗାଁରେ ପହଞ୍ଚି ଝୁଲନ୍ତା ମୃତଦେହ ଉଦ୍ଧାର କରିବା ସହ ପୁତୁରା ଓ ଭଣଜା ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ମିଳିଥିବା ସୂଚନା ଅନୁସାରେ ବାରିପଦା ସଦର ଥାନା ଅନ୍ତର୍ଗତ ସାନବ୍ରାହ୍ମନମରା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହକୁ ନେଇ ବାଙ୍କିଶୋଳ ପଞ୍ଚାୟତର ପଥରଚକୁଳି ଗ୍ରାମର ରତିକାନ୍ତ ଭକ୍ତାଙ୍କୁ ତାଙ୍କ ପୁତୁରା ଓ ଭଣଜା ହତ୍ୟାପରେ ଆତ୍ମହତ୍ୟା ରୂପ ଦେବାକୁ ଯାଇ ମୃତଦେହକୁ ଗଛରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ମୃତକଙ୍କ ପୁତୁରା ଓ ଭଣଜାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ପାରିବାରିକ କଳହରୁ ଶୁକ୍ରବାର ରାତିରେ ଘଟଣା ଘଟିଥିବା କୁହାଯାଇଛି । ସାଇଣ୍ଟିଫିକ ଟିମ ସହାୟତାରେ ସଦର ଥାନା ପୁଲିସ ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର