ଡକାୟତି ଯୋଜନା ଉଦ୍ୟମ ପଣ୍ଡ: ୫ ଆନ୍ତଃଜିଲା ଡକାୟତ ଗିରଫ, ବନ୍ଧୁକ ସମେତ ଡକାୟତିରେ ବ୍ୟବହୃତ ବହୁ ସରଞ୍ଜାମ ଜବତ

The Sakala Picture
Published On

ବାଣପୁର: ଡକାୟତି ପାଇଁ ଯୋଜନା ଚାଲିଥିବା ବେଳେ ପୁଲିସ ଚଢାଉ କରି ୫ଜଣ ଆନ୍ତଃଜିଲା ଡକାୟତଙ୍କୁ ଗିରଫ କରିବା ସହ ଗୋଟିଏ ଲୁଟ ମୋଟର ସାଇକେଲ ଓ ବନ୍ଧୁକ ସମେତ ଡକାୟତିରେ ବ୍ୟବହୃତ ବହୁ ସରଞ୍ଜାମ ଜବତ କରିଛି। ଗିରଫ ଡକାୟତମାନଙ୍କୁ ଆଜିନ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯିବ ବୋଲି ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମାନସ ରଞ୍ଜନ ବାରିକ ରବିବାର ସନ୍ଧ୍ୟାରେ ବାଣପୁର ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଓ […]

ବାଣପୁର: ଡକାୟତି ପାଇଁ ଯୋଜନା ଚାଲିଥିବା ବେଳେ ପୁଲିସ ଚଢାଉ କରି ୫ଜଣ ଆନ୍ତଃଜିଲା ଡକାୟତଙ୍କୁ ଗିରଫ କରିବା ସହ ଗୋଟିଏ ଲୁଟ ମୋଟର ସାଇକେଲ ଓ ବନ୍ଧୁକ ସମେତ ଡକାୟତିରେ ବ୍ୟବହୃତ ବହୁ ସରଞ୍ଜାମ ଜବତ କରିଛି। ଗିରଫ ଡକାୟତମାନଙ୍କୁ ଆଜିନ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯିବ ବୋଲି ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମାନସ ରଞ୍ଜନ ବାରିକ ରବିବାର ସନ୍ଧ୍ୟାରେ ବାଣପୁର ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

ଖୋର୍ଦ୍ଧା ଓ ଗଞ୍ଜାମ ଜିଲା ସୀମାନ୍ତରେ ଅବସ୍ଥିତ ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଶାଳିଆ ଡ୍ୟାମ ରାସ୍ତାରେ କିଛି ଦିନ ହେବ ଲୁଟେରାଙ୍କ ପ୍ରାର୍ଦୁଭାବ ବୃଦ୍ଧି ପାଇବାକୁ ଲାଗିଥିଲା। ଶାଳିଆଡ୍ୟାମ ରାସ୍ତାରେ ଦୁଇ ମାସ ମଧ୍ୟରେ ତିନୋଟି ବଡ ଧରଣର ଲୁଟ ସଂଗଠିତ ହୋଇଥିବା ବେଳେ ଲୁଟେରାମାନେ ପୁଲିସକୁ ଚକମା ଦେବାରେ ସଫଳ ହୋଇଥିଲେ। ଶାଳିଆଡ୍ୟାମରେ ଏପରି ଲୁଟ ବାଣପୁର ପୁଲିସର ମୁଣ୍ଡ ବ୍ୟଥାର କାରଣ ହୋଇଥିଲା। ଏପରି ସ୍ଥିତିରେ ଶାଳିଆ ଡ୍ୟାମ ନିକଟରେ ସାତରୁ ଆଠଜଣ ଯୁବକ ସନ୍ଦେହଜନକ ଅବସ୍ଥାରେ ବସି ମଦ୍ୟପାନ କରୁଥିବା ଶନିବାର ମଧ୍ୟ ରାତ୍ରରେ ବାଣପୁର ପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ସୂଚନା ଆଧାରରେ ବାଣପୁର ଥାନାର ଅଧିକାରୀ ରଶ୍ମୀ ରଞ୍ଜନ ସାହୁଙ୍କ ନିର୍ଦ୍ଦେଶରେ ସହ ଆରକ୍ଷୀ ନିରୀକ୍ଷକ ରାଜକିଶୋର ବେହେରାଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୁଲିସକୁ ଦେଖି ଯୁବକମାନେ ଦୌଡି ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ୫ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଦୁଇଟି ମଟର ସାଇକେଲରେ ଦୁଇ ଜଣ ଫେରାର ହୋଇଯାଇଥିଲେ। ସେମାନଙ୍କ ଠାରୁ ପୁଲିସ ଗୋଟିଏ ଦେଶୀ ବନ୍ଧୁକ, ଖଣ୍ଡା, ଚାପଡ ପ୍ରଭୃତି ମାରଣାସ୍ତ୍ର ଜବତ କରିବା ସହ ବ୍ୟବହାର କରୁଥିବା ତିନୋଟି ମଟର ସାଇକେଲ ଓ ୫ଟି ମୋବାଇଲ ଜବତ କରିଛି। ସମସ୍ତଙ୍କୁ ଥାନାକୁ ଆଣି ପୁଲିସ ଜେରା କରିବା ସମୟରେ ଶାଳିଆଡ୍ୟାମ ରାସ୍ତାରେ ହୋଇଥିବା ଦୁଇଟି ଲୁଟ ଘଟଣା ସମେତ ଗଞ୍ଜାମ ଜିଲା ଖଲିକୋଟ ଥାନା ଅଞ୍ଚଳର ଚାରୋଟି ଲୁଟ ଘଟଣାରେ ଯୁବକମାନେ ସଂପୃକ୍ତ ଥିବା ସ୍ୱୀକାର କରିଥିଲେ। ସେମାନଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ପୁଲିସ ଦୁଇଟି ସ୍ଥାନରେ ଚଢାଉ କରି ଅନ୍ୟ ଗୋଟିଏ ମଟର ସାଇକେଲ ଜବତ କରିଛି।

ପୁରୀ ଓ ଖୋର୍ଦ୍ଧା ଅଞ୍ଚଳର ଦୁର୍ବୃତ୍ତଙ୍କ ସହାୟତାରେ ସ୍ଥାନୀୟ ଅଞ୍ଚଳରେ ଏକ ବଡ ଧରଣର ଲୁଟ ପାଇଁ ସଂପୃକ୍ତ ଯୁବକମାନେ ଯୋଜନା ଚଳାଇଥିବା ବେଳେ ଜବତ ମୋଟର ସାଇକେଲ ମଧ୍ୟରୁ ଦୁଇଟିର ନମ୍ବର ନ ଥିବା ବେଳେ ତିନିମାସ ପୂର୍ବେ ଶାଳିଆଡ୍ୟାମ ରାସ୍ତାରୁ ଲୁଟ ହୋଇଥିବା ଗୋଟିଏ ମୋଟର ସାଇକେଲ ଜବତ ହୋଇଥିବା ପୁଲିସ ସୂଚନା ଦେଇଛି। ଗିରଫ ୫ଜଣଙ୍କ ମଧ୍ୟରୁ ଖଲିକୋଟ ଅଞ୍ଚଳର ତିନି ଜଣ ହୋଇଥିବା ବେଳେ ଅନ୍ୟ ଦୁଇଜଣ ବାଲୁଗାଁ, ଗୋପୀନାଥପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ତଦନ୍ତ ଚାଲିଥିବାରୁ ପୁଲିସ ସବିଶେଷ ତଥ୍ୟ ପ୍ରଦାନ କରିନାହିଁ। ଫେରାର ଲୁଟେରାଙ୍କ ପରିଚୟ ମିଳି ଯାଇଥିବାରୁ ଅତିଶୀଘ୍ର ପୁଲିସ ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହେବ ବୋଲି ଏସଡିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି। ବାଣପୁର ଥାନାଧିକାରୀ ରଶ୍ମୀ ରଞ୍ଜନ ସାହୁଙ୍କ ସମେତ ରାଜକିଶୋର ବେହେରା, ଉମାକାନ୍ତ ସାହୁ ପ୍ରମୁଖ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର