ଗିରଫ ପରେ ଖୋଲୁଛି ବିପିନଙ୍କ ଗୁମର: ଭୂତ ସଭାପତିଙ୍କର ୩ ପତ୍ନୀ, ମାଟ୍ରିକ ନ ପଢ଼ି ପାଲଟିଥିଲେ ବଡ଼ ଜ୍ୟୋତିଷ

The Sakala Picture
Published On

ଖୋର୍ଦ୍ଧା: ଗିରଫ ପରେ ଖୋଲୁଛି ୪ଲକ୍ଷ ୨ ଭୂତଙ୍କ ସଭାପତି ବିପିନ ରାଉତରାୟଙ୍କ ଗୁମର। ୩ ପତ୍ନୀଙ୍କ ପତି ଥିଲେ ଏହି ତଥା କଥିତ ଭୂତ ସଭାପତି। ଖାଲି ସେତିକି ନୁହେଁ ବିପିନ ଜଣେ ଭଣ୍ଡ ସାଧକ ଥିଲେ ବୋଲି କହିଛନ୍ତି ତାଙ୍କ ସମ୍ପର୍କୀୟ ଓ ପାଖ ପଡ଼ୋଶୀ। ଏଥିସହ ସେ ଜଣେ ଅପରାଧୀ ଓ ବିଗତ ଦିନରେ ନିଜର ସମ୍ପର୍କୀୟଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ବିଳମ୍ବ ହେଲେ ବି ଧର୍ମ ଅଛି, ଆଉ […]

ଖୋର୍ଦ୍ଧା: ଗିରଫ ପରେ ଖୋଲୁଛି ୪ଲକ୍ଷ ୨ ଭୂତଙ୍କ ସଭାପତି ବିପିନ ରାଉତରାୟଙ୍କ ଗୁମର। ୩ ପତ୍ନୀଙ୍କ ପତି ଥିଲେ ଏହି ତଥା କଥିତ ଭୂତ ସଭାପତି। ଖାଲି ସେତିକି ନୁହେଁ ବିପିନ ଜଣେ ଭଣ୍ଡ ସାଧକ ଥିଲେ ବୋଲି କହିଛନ୍ତି ତାଙ୍କ ସମ୍ପର୍କୀୟ ଓ ପାଖ ପଡ଼ୋଶୀ। ଏଥିସହ ସେ ଜଣେ ଅପରାଧୀ ଓ ବିଗତ ଦିନରେ ନିଜର ସମ୍ପର୍କୀୟଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ବିଳମ୍ବ ହେଲେ ବି ଧର୍ମ ଅଛି, ଆଉ ତାକୁ ପୁଲିସ ଗିରଫ କରିଛି ବୋଲି କହିଛନ୍ତି ବିପିନଙ୍କ ବଡ଼ବାପା ପୁଅ ଭାଇ କେଦାରନାଥ ରାଉତରାୟ। କିଛିଦିନ ହେଲା ନିଜକୁ ଭୂତଙ୍କ ସଭାପତି କହି ସୋସିଆଲ ମିଡିଆରେ ବେଶ୍‌‌ ଚର୍ଚ୍ଚାକୁ ଆସିଥିଲା ବିପିନ। ଯାହା ହେଉ ଗିରଫ ପରେ ଆମକୁ ଏବେ ନ୍ୟାୟ ମିଳିବ ବୋଲି କେଦାର କହିଛନ୍ତି।

ଆହୁରି ପଢ଼ନ୍ତୁ: ଗୁରୁଗ୍ରାମରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ପ୍ରେମିକା ରୁମକୁ ନେଇ ନବବିବାହିତା ପତ୍ନୀଙ୍କୁ ଗୁଳି କରି ହତ୍ୟା କଲା ସ୍ୱାମୀ, ନେପାଳ ଫେରାର୍

ସୂଚନା ଅନୁସାରେ, ନନ୍ଦପୁର ଗ୍ରାମର ବିଚିତ୍ରାନନ୍ଦ ରାଉତରାୟଙ୍କ ମଧ୍ୟମ ପୁତ୍ର ହେଉଛନ୍ତି ବିପିନ। ସେ ମାଟ୍ରିକ୍‌‌ ମାଡ଼ି ନଥିବାବେଳେ କେଉଁ ଏକ ବିଶ୍ୱ ବିଦ୍ୟାଳୟରୁ ଜ୍ୟୋତିଷଶାସ୍ତ୍ର ଅଧ୍ୟୟନ କରି ଫେରିଥିବା ଲୋକଙ୍କୁ କୁହନ୍ତି। କେତେବେଳେ ନିଜକୁ ଜ୍ୟୋତିଷ ତ ଆଉ କେତେବେଳେ ବଗଳାମୁଖୀ ସାଧକ ବୋଲି ପରିଚୟ ଦେଇଥାଏ ବୋଲି କହିଛନ୍ତି ତାଙ୍କ ଭାଇ ଅନନ୍ତ। ବିପିନଙ୍କ ଜଣେ ଭାଇ ସେନାବାହିନୀରେ ଡ୍ରାଇଭର ଥିବାବେଳେ ସାନ ଭାଇ ମଳିପଡ଼ା ଅଞ୍ଚଳରେ ରହି ଗାଡି ଚଳାନ୍ତି। ପ୍ରଥମେ ବିପିନ ଗାଁ ଗଣ୍ଡାରେ ହାତ ଦେଖୁଥିଲା। ପରେ ଭୁବନେଶ୍ୱରର ରାସ୍ତାଘାଟରେ ବସି ବେପାର ଆରମ୍ଭ କରିଲେ। ନିଜକୁ ଜଣେ ବଡ଼ ଜ୍ୟୋତିଷ କହି ଅନେକ ନେତା, ଅଫିସର, ବଡ ବଡିଆଙ୍କୁ ଚକ୍‌‌ମା ଦେଖାଇଥାନ୍ତି। କିଛି ଦିନ ତଳେ ଭୂତମାନଙ୍କ ସଭାପତି କହି ଅନେକ ଆଈ ମା କାହାଣୀ ସୋସିଆଲ ମିଡିଆରେ ଗପି ଚାଲିଥିଲେ। ନନ୍ଦପୁର ପୈତୃକ ଘରୁ ଯାଇ ସେ ଏବେ ଦୁର୍ଗାପୁର ମୌଜାରେ ଘରକରି ରହୁଥିଲେ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ବାରୁଇପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ: ସନ୍ଦିଗ୍ଧଙ୍କୁ ପିଟିପିଟି ମାରିଦେଲେ ଉତ୍ୟକ୍ତ ଲୋକେ

ଅନ୍ୟପକ୍ଷରେ ୨୦୧୩ ମସିହାରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ବିପିନ ବଡ଼ବାପା ପୁଅ ଭାଇ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କେଦାର ରାଉତରାୟଙ୍କୁ ଗୁଳିମାଡ଼ କରିଥିଲେ। କେଦାରଙ୍କ ମେରୁଦଣ୍ଡରେ ଗୁଳିବାଜିବାରୁ ସେ ପଙ୍ଗୁ ପାଲଟିଯାଇଛନ୍ତି। ପରିବାର ଆଖିରୁ ଲୁହ ଶୁଖୁନି। ଫେରାର ହୋଇ ବୁଲୁଥିବା ବିପିନକୁ ପୁଲିସ ଗିରଫ କରିବା ପରେ କେଦାରଙ୍କ ପରିବାର ଲୋକେ ଖୁସି ବ୍ୟକ୍ତ କରିଛନ୍ତି। ସେହିପରି ବାପା ବିଚିତ୍ରାନନ୍ଦ ତାଙ୍କ ଜମିକୁ ଗ୍ରାମର ବୁଦ୍ଧନ ବାବୁଙ୍କୁ ବିକ୍ରି କରିଥିଲେ। ବିକ୍ରି ଟଙ୍କାକୁ ନେଇ ଅୟସ କରିବା ପରେ ୨୦୧୬ରେ ବୁଦ୍ଧନଙ୍କୁ ବିପିନ ଗୁଳିମାଡ କରିଥିଲା। ଗୁଳିଟି ତାଙ୍କର ପେଟରେ ବାଜିଥିବାବେଳେ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ।

ଆହୁରି ପଢ଼ନ୍ତୁ: ୧୪ କୋଟିର ସମ୍ପତ୍ତି, ସରକାରୀ ଚାକିରି ଓ ଦୁଇଟି ମୃତ୍ୟୁ... ମା'ଙ୍କୁ ହତ୍ୟା ପାଇଁ ସୁପାରି ଦେଇଥିବା ଆୟୁଷୀଙ୍କ କାହାଣୀରେ ନୂଆ ଟ୍ୱିଷ୍ଟ

ସେହିପରି ବିପିନ ପ୍ରେମ ଜାଲରେ ଫସାଇ ୩ଜଣ ମହିଳାଙ୍କୁ ବିବାହ କରିଥିଲେ। ପ୍ରଥମେ ସେ ରାଉରକେଲା ଅଞ୍ଚଳରେ ବିବାହ କରିଥିଲେ। ବିବାହ ପରେ ସ୍ତ୍ରୀ ସବୁ ଜାଣିବା ପରେ ତାଙ୍କ ବିରୋଧରେ ରାଉରକେଲାର ଏକ ଥାନାରେ ଅଭିଯୋଗ କରିବା ସହ ଛାଡି ପଳାଇଥିଲେ। ପରେ ସେ କଳାପଥର ଅଞ୍ଚଳର ଜଣଙ୍କୁ ବିବାହ କରିଥିଲେ। ସେ ଛାଡି ଯିବାପରେ ରଣପୁର ଅଞ୍ଚଳରେ ଜଣଙ୍କୁ ବିବାହ କରିଛନ୍ତି।
ସେହିପରି ଦୁର୍ଗାପୁର ମୌଜାରେ ଭାଇ କେଦାରନାଥ ଜଣଙ୍କୁ ଜାଗା ବିକ୍ରି କରିଥିଲେ। ଉକ୍ତ ଜାଗାକୁ ଜବରଦଖଲ କରି ଜମି ମାଲିକଙ୍କୁ ଖଣ୍ଡା ଓ ମାରଣାସ୍ତ୍ର ଧରି ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲା। ଏନେଇ ଗତବର୍ଷ ସଦରଥାନାରେ ଅଭିଯୋଗ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି।

ଥାନା ଅଧିକାରୀ ବିଦିତା ନାୟକଙ୍କ ସୂଚନା ଅନୁସାରେ, ବିପିନଙ୍କ ନାମରେ ଜିଆର କେସ୍‌‌ ନଂ.୫୧/୨୦୧୩, ଜିଆର ୬୯୦/୨୦୧୬ ଏବଂ ଜିଆର ୨୦୮୩/୨୦୨୨ ଭଳି ୩ଟି ମାମଲାରେ ୱାରେଣ୍ଟ ରହିଥିଲା। ଜିଆର ୫୧/୨୦୧୩ ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଦୁଇଟି ୱାରେଣ୍ଟ ତାଙ୍କ ନାମରେ ରହିଛି।

28 Apr 2023 By The Sakala

ଗିରଫ ପରେ ଖୋଲୁଛି ବିପିନଙ୍କ ଗୁମର: ଭୂତ ସଭାପତିଙ୍କର ୩ ପତ୍ନୀ, ମାଟ୍ରିକ ନ ପଢ଼ି ପାଲଟିଥିଲେ ବଡ଼ ଜ୍ୟୋତିଷ

ଖୋର୍ଦ୍ଧା: ଗିରଫ ପରେ ଖୋଲୁଛି ୪ଲକ୍ଷ ୨ ଭୂତଙ୍କ ସଭାପତି ବିପିନ ରାଉତରାୟଙ୍କ ଗୁମର। ୩ ପତ୍ନୀଙ୍କ ପତି ଥିଲେ ଏହି ତଥା କଥିତ ଭୂତ ସଭାପତି। ଖାଲି ସେତିକି ନୁହେଁ ବିପିନ ଜଣେ ଭଣ୍ଡ ସାଧକ ଥିଲେ ବୋଲି କହିଛନ୍ତି ତାଙ୍କ ସମ୍ପର୍କୀୟ ଓ ପାଖ ପଡ଼ୋଶୀ। ଏଥିସହ ସେ ଜଣେ ଅପରାଧୀ ଓ ବିଗତ ଦିନରେ ନିଜର ସମ୍ପର୍କୀୟଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ବିଳମ୍ବ ହେଲେ ବି ଧର୍ମ ଅଛି, ଆଉ ତାକୁ ପୁଲିସ ଗିରଫ କରିଛି ବୋଲି କହିଛନ୍ତି ବିପିନଙ୍କ ବଡ଼ବାପା ପୁଅ ଭାଇ କେଦାରନାଥ ରାଉତରାୟ। କିଛିଦିନ ହେଲା ନିଜକୁ ଭୂତଙ୍କ ସଭାପତି କହି ସୋସିଆଲ ମିଡିଆରେ ବେଶ୍‌‌ ଚର୍ଚ୍ଚାକୁ ଆସିଥିଲା ବିପିନ। ଯାହା ହେଉ ଗିରଫ ପରେ ଆମକୁ ଏବେ ନ୍ୟାୟ ମିଳିବ ବୋଲି କେଦାର କହିଛନ୍ତି।

ସୂଚନା ଅନୁସାରେ, ନନ୍ଦପୁର ଗ୍ରାମର ବିଚିତ୍ରାନନ୍ଦ ରାଉତରାୟଙ୍କ ମଧ୍ୟମ ପୁତ୍ର ହେଉଛନ୍ତି ବିପିନ। ସେ ମାଟ୍ରିକ୍‌‌ ମାଡ଼ି ନଥିବାବେଳେ କେଉଁ ଏକ ବିଶ୍ୱ ବିଦ୍ୟାଳୟରୁ ଜ୍ୟୋତିଷଶାସ୍ତ୍ର ଅଧ୍ୟୟନ କରି ଫେରିଥିବା ଲୋକଙ୍କୁ କୁହନ୍ତି। କେତେବେଳେ ନିଜକୁ ଜ୍ୟୋତିଷ ତ ଆଉ କେତେବେଳେ ବଗଳାମୁଖୀ ସାଧକ ବୋଲି ପରିଚୟ ଦେଇଥାଏ ବୋଲି କହିଛନ୍ତି ତାଙ୍କ ଭାଇ ଅନନ୍ତ। ବିପିନଙ୍କ ଜଣେ ଭାଇ ସେନାବାହିନୀରେ ଡ୍ରାଇଭର ଥିବାବେଳେ ସାନ ଭାଇ ମଳିପଡ଼ା ଅଞ୍ଚଳରେ ରହି ଗାଡି ଚଳାନ୍ତି। ପ୍ରଥମେ ବିପିନ ଗାଁ ଗଣ୍ଡାରେ ହାତ ଦେଖୁଥିଲା। ପରେ ଭୁବନେଶ୍ୱରର ରାସ୍ତାଘାଟରେ ବସି ବେପାର ଆରମ୍ଭ କରିଲେ। ନିଜକୁ ଜଣେ ବଡ଼ ଜ୍ୟୋତିଷ କହି ଅନେକ ନେତା, ଅଫିସର, ବଡ ବଡିଆଙ୍କୁ ଚକ୍‌‌ମା ଦେଖାଇଥାନ୍ତି। କିଛି ଦିନ ତଳେ ଭୂତମାନଙ୍କ ସଭାପତି କହି ଅନେକ ଆଈ ମା କାହାଣୀ ସୋସିଆଲ ମିଡିଆରେ ଗପି ଚାଲିଥିଲେ। ନନ୍ଦପୁର ପୈତୃକ ଘରୁ ଯାଇ ସେ ଏବେ ଦୁର୍ଗାପୁର ମୌଜାରେ ଘରକରି ରହୁଥିଲେ।

ଅନ୍ୟପକ୍ଷରେ ୨୦୧୩ ମସିହାରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ବିପିନ ବଡ଼ବାପା ପୁଅ ଭାଇ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କେଦାର ରାଉତରାୟଙ୍କୁ ଗୁଳିମାଡ଼ କରିଥିଲେ। କେଦାରଙ୍କ ମେରୁଦଣ୍ଡରେ ଗୁଳିବାଜିବାରୁ ସେ ପଙ୍ଗୁ ପାଲଟିଯାଇଛନ୍ତି। ପରିବାର ଆଖିରୁ ଲୁହ ଶୁଖୁନି। ଫେରାର ହୋଇ ବୁଲୁଥିବା ବିପିନକୁ ପୁଲିସ ଗିରଫ କରିବା ପରେ କେଦାରଙ୍କ ପରିବାର ଲୋକେ ଖୁସି ବ୍ୟକ୍ତ କରିଛନ୍ତି। ସେହିପରି ବାପା ବିଚିତ୍ରାନନ୍ଦ ତାଙ୍କ ଜମିକୁ ଗ୍ରାମର ବୁଦ୍ଧନ ବାବୁଙ୍କୁ ବିକ୍ରି କରିଥିଲେ। ବିକ୍ରି ଟଙ୍କାକୁ ନେଇ ଅୟସ କରିବା ପରେ ୨୦୧୬ରେ ବୁଦ୍ଧନଙ୍କୁ ବିପିନ ଗୁଳିମାଡ କରିଥିଲା। ଗୁଳିଟି ତାଙ୍କର ପେଟରେ ବାଜିଥିବାବେଳେ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ।

ସେହିପରି ବିପିନ ପ୍ରେମ ଜାଲରେ ଫସାଇ ୩ଜଣ ମହିଳାଙ୍କୁ ବିବାହ କରିଥିଲେ। ପ୍ରଥମେ ସେ ରାଉରକେଲା ଅଞ୍ଚଳରେ ବିବାହ କରିଥିଲେ। ବିବାହ ପରେ ସ୍ତ୍ରୀ ସବୁ ଜାଣିବା ପରେ ତାଙ୍କ ବିରୋଧରେ ରାଉରକେଲାର ଏକ ଥାନାରେ ଅଭିଯୋଗ କରିବା ସହ ଛାଡି ପଳାଇଥିଲେ। ପରେ ସେ କଳାପଥର ଅଞ୍ଚଳର ଜଣଙ୍କୁ ବିବାହ କରିଥିଲେ। ସେ ଛାଡି ଯିବାପରେ ରଣପୁର ଅଞ୍ଚଳରେ ଜଣଙ୍କୁ ବିବାହ କରିଛନ୍ତି।
ସେହିପରି ଦୁର୍ଗାପୁର ମୌଜାରେ ଭାଇ କେଦାରନାଥ ଜଣଙ୍କୁ ଜାଗା ବିକ୍ରି କରିଥିଲେ। ଉକ୍ତ ଜାଗାକୁ ଜବରଦଖଲ କରି ଜମି ମାଲିକଙ୍କୁ ଖଣ୍ଡା ଓ ମାରଣାସ୍ତ୍ର ଧରି ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲା। ଏନେଇ ଗତବର୍ଷ ସଦରଥାନାରେ ଅଭିଯୋଗ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି।

ଥାନା ଅଧିକାରୀ ବିଦିତା ନାୟକଙ୍କ ସୂଚନା ଅନୁସାରେ, ବିପିନଙ୍କ ନାମରେ ଜିଆର କେସ୍‌‌ ନଂ.୫୧/୨୦୧୩, ଜିଆର ୬୯୦/୨୦୧୬ ଏବଂ ଜିଆର ୨୦୮୩/୨୦୨୨ ଭଳି ୩ଟି ମାମଲାରେ ୱାରେଣ୍ଟ ରହିଥିଲା। ଜିଆର ୫୧/୨୦୧୩ ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଦୁଇଟି ୱାରେଣ୍ଟ ତାଙ୍କ ନାମରେ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର