ରାଜଧାନୀରେ ଲୁଟିଆ ଆତଙ୍କ, ମାସକରେ ୨ହଜାର ମୋବାଇଲ୍‌ ଚୋରି

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରେ ଛିନ୍‍ତାଇ କମିବାର ନାଁ ଧରୁନାହିଁ। ଦିନରେ ହେଉ ବା ରାତିରେ ଲୁଟିଆ ଆତଙ୍କରେ ଲୋକ ତ୍ରାହିତ୍ରାହି ଡ଼ାକିଲେଣି। ଆଖି ପିଛୁଳାକେ ମୋବାଇଲ ଫୋନ୍‍, ସୁନାଚେନ୍‍ ଓ ଭ୍ୟାନିଟ୍‍ ଝାମ୍ପି ନେଇ ଚମ୍ପଟ ମାରୁଛନ୍ତି। ଏମିତିକି ଗୋଟିଏ ମାସରେ ସହରାଞ୍ଚଳର ବିଭିନ୍ନ ଥାନା ଅଞ୍ଚଳରୁ ୨ହଜାରରୁ ଊର୍ଦ୍ଧ୍ବ ଫୋନ୍‍ ଚୋରି ହୋଇଥିବା ଜଣାପଡ଼ିଛି। ତେବେ ଫୋନ୍‍ ଚୋରି ରୋକିବା ସହ ଷ୍ଟ୍ରିଟ୍‍ କ୍ରାଇମ ଉପରେ ଅଙ୍କୁଶ ଲଗାଇବା ଲାଗି କମିସନରେଟ ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନ […]

ଭୁବନେଶ୍ୱର : ରାଜଧାନୀରେ ଛିନ୍‍ତାଇ କମିବାର ନାଁ ଧରୁନାହିଁ। ଦିନରେ ହେଉ ବା ରାତିରେ ଲୁଟିଆ ଆତଙ୍କରେ ଲୋକ ତ୍ରାହିତ୍ରାହି ଡ଼ାକିଲେଣି। ଆଖି ପିଛୁଳାକେ ମୋବାଇଲ ଫୋନ୍‍, ସୁନାଚେନ୍‍ ଓ ଭ୍ୟାନିଟ୍‍ ଝାମ୍ପି ନେଇ ଚମ୍ପଟ ମାରୁଛନ୍ତି। ଏମିତିକି ଗୋଟିଏ ମାସରେ ସହରାଞ୍ଚଳର ବିଭିନ୍ନ ଥାନା ଅଞ୍ଚଳରୁ ୨ହଜାରରୁ ଊର୍ଦ୍ଧ୍ବ ଫୋନ୍‍ ଚୋରି ହୋଇଥିବା ଜଣାପଡ଼ିଛି। ତେବେ ଫୋନ୍‍ ଚୋରି ରୋକିବା ସହ ଷ୍ଟ୍ରିଟ୍‍ କ୍ରାଇମ ଉପରେ ଅଙ୍କୁଶ ଲଗାଇବା ଲାଗି କମିସନରେଟ ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ସହରାଞ୍ଚଳର ସମସ୍ତ ଥାନାର ବଛାବଛା ଅଧିକାରୀଙ୍କୁ ନିୟୋଜିତ କରାଯାଇ ଲୁଟେରାଙ୍କୁ ଧରିବା ଲାଗି ପ୍ରୟାସ ଜାରି ରହିଛି। ଏହାରି ଭିତରେ କମିସନରେଟ ପୁଲିସ ବିଭିନ୍ନ ଥାନାରେ ଚଢ଼ଉ କରି ୪୦ରୁ ଊର୍ଦ୍ଧ୍ବ ଲୁଟେରାଙ୍କୁ ଧରିବା ସହ ୨୦୦ରୁ ଊର୍ଦ୍ଧ୍ବ ମୋବାଇଲ ଏବଂ ସୁନାଚେନ୍‍ ଆଦି ଜବତ କରିଛି। କିନ୍ତୁ ଲୁଟ୍‍ ହୋଇଥିବା ଚୋରି ମୋବାଇଲଗୁଡିକର ତଥ୍ୟ ଥାନାରୁ ମିଳିବା ମୁସ୍କିଲ ହେଉଛି। ୩ବର୍ଷ ତଳର ଫୋନ୍‍ଗୁଡିକ ତଥ୍ୟ ଛଡା ଆଉ ପୁରୁଣା ତଥ୍ୟ ପୁଲିସ ନିକଟରେ ନ ଥିବା ଜଣାପଡ଼ିଛି। ତେଣୁ ଲୁଟ୍‍ର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ବିଳମ୍ବ ହେଉଛି। ଏଭଳି ଭାବେ ବିଭିନ୍ନ ଥାନାରୁ ୧୦ହଜାରରୁ ଊର୍ଦ୍ଧ୍ବ ମୋବାଇଲ ଥାନାରେ ପଡ଼ି ରହିଛି। ଏପରିକି କିଛି ଫୋନ୍‍ ନଷ୍ଟ ହୋଇଗଲାଣି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ସେହିପରି ମୋବାଇଲକୁ ଲୁଟ୍‍ର ଶିକାର ବ୍ୟକ୍ତି ତଥା ହଜିଥିବା ବ୍ୟକ୍ତିଙ୍କୁ ଫେରସ୍ତ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। କମିସନରେଟ ପୁଲିସର ସହିଦନଗର, କ୍ୟାପିଟାଲ ଓ ଲକ୍ଷ୍ମୀସାଗର ଥାନା ପୁଲିସ ପକ୍ଷରୁ ୭୫ଟି ମୋବାଇଲ ଫୋନ୍‍ ହଜିଥିବା ବ୍ୟକ୍ତିଙ୍କୁ ଫେରସ୍ତ କରିଛି। ସହିଦନଗର ଥାନା ପୁଲିସ ୨୫, ଲକ୍ଷ୍ମୀସାଗର ୧୯ ଏବଂ କ୍ୟାପିଟାଲ ଥାନା ପୁଲିସ ପକ୍ଷରୁ ୪୦ଟି ଫୋନ୍‍ ଫେରସ୍ତ କରିଛି। ଆଗକୁ ବିଭିନ୍ନ ଥାନାଗୁଡିକରେ ଜବତ କରାଯାଇଥିବା ଫୋନ୍‍ଗୁଡିକ ଫେରାଇବା ଲାଗି ହଜିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି। ଏକ ମେଳା ଜରିଆରେ ସେଗୁଡିକୁ ଫେରସ୍ତ କରାଯିବ। ସେହିପରି କମିସନରେଟ ପୁଲିସ ବିଭିନ୍ନ ଥାନାଗୁଡିକର କାନ୍ଥରେ ଫୋନ୍‍ର ଇଏମ୍‍ଆଇ ନମ୍ବର ଲଗାଯାଇଛି। ତେବେ ଖାଲି ମୋବାଇଲ ନୁହେଁ, ଥାନାଗୁଡିକରେ ଜବତ କରାଯାଇଥିବା ସୁନାଚେନ୍‍ ଗୁଡିକ ଫେରାଇବା ଲାଗି ଯୋଜନା କରୁଛି କମିସନରେଟ ପୁଲିସ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମିଳିଥିବା ଏକ ତଥ୍ୟ ଅନୁସାରେ କମିସନରେଟ ପୁଲିସର ବିଭିନ୍ନ ଥାନାରେ ୨୦ରୁ ଊର୍ଦ୍ଧ୍ବ ସୁନାଚେନ୍‍ ରହିଛି। ସେଗୁଡିକର ମାଲିକଙ୍କୁ ଚିହ୍ନଟ କରାଯାଇ ଫେରାଇବା ଲାଗି ପ୍ରକ୍ରିୟା ଆରମ୍ଭ କରୁଛି। ସେହିପରି ବାଇକ ଓ ଚୋରି ସାମଗ୍ରୀ ଫେରାଇବା ଲାଗି କମିସନରେଟ ପୁଲିସ ଯୋଜନା କରୁଛି। ଥାନାରେ ଜବତ ହୋଇଥିବା ଚୋରି ସାମଗ୍ରୀ ନେବା ଲାଗି ହେଲେ ଉପଯୁକ୍ତ ପ୍ରମାଣପତ୍ର ଆଣିବା ଜରୁରୀ ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଏନେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି; ଷ୍ଟ୍ରିଟ୍‍ କ୍ରାଇମ ଜନସାଧାରଣଙ୍କୁ ପ୍ରଭାବିତ କରିଥାଏ। ତେଣୁ କମିସନରେଟ ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଅପରାଧ ଘଟାଇବା ପରେ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ପାଟ୍ରୋଲିଂ ଓ ଲୋକାଲ ସୋର୍ସକୁ ଆଧାର କରି ଚଢ଼ଉ କରାଯାଉଛି। ସେହିପରି ଜବତ କରାଯାଉଥିବା ଫୋନ୍‍ଗୁଡିକୁ ଫେରସ୍ତ କରାଯାଉଛି। ଅପରାଧୀକୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିବା ଉପରେ ଗୁରୁତ୍ୱ ଦିଆଯାଉଛ ବୋଲି ସେ ସୂଚନା ଦେଇଛନ୍ତି।

03 Apr 2021 By The Sakala

ରାଜଧାନୀରେ ଲୁଟିଆ ଆତଙ୍କ, ମାସକରେ ୨ହଜାର ମୋବାଇଲ୍‌ ଚୋରି

ଭୁବନେଶ୍ୱର : ରାଜଧାନୀରେ ଛିନ୍‍ତାଇ କମିବାର ନାଁ ଧରୁନାହିଁ। ଦିନରେ ହେଉ ବା ରାତିରେ ଲୁଟିଆ ଆତଙ୍କରେ ଲୋକ ତ୍ରାହିତ୍ରାହି ଡ଼ାକିଲେଣି। ଆଖି ପିଛୁଳାକେ ମୋବାଇଲ ଫୋନ୍‍, ସୁନାଚେନ୍‍ ଓ ଭ୍ୟାନିଟ୍‍ ଝାମ୍ପି ନେଇ ଚମ୍ପଟ ମାରୁଛନ୍ତି। ଏମିତିକି ଗୋଟିଏ ମାସରେ ସହରାଞ୍ଚଳର ବିଭିନ୍ନ ଥାନା ଅଞ୍ଚଳରୁ ୨ହଜାରରୁ ଊର୍ଦ୍ଧ୍ବ ଫୋନ୍‍ ଚୋରି ହୋଇଥିବା ଜଣାପଡ଼ିଛି। ତେବେ ଫୋନ୍‍ ଚୋରି ରୋକିବା ସହ ଷ୍ଟ୍ରିଟ୍‍ କ୍ରାଇମ ଉପରେ ଅଙ୍କୁଶ ଲଗାଇବା ଲାଗି କମିସନରେଟ ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ସହରାଞ୍ଚଳର ସମସ୍ତ ଥାନାର ବଛାବଛା ଅଧିକାରୀଙ୍କୁ ନିୟୋଜିତ କରାଯାଇ ଲୁଟେରାଙ୍କୁ ଧରିବା ଲାଗି ପ୍ରୟାସ ଜାରି ରହିଛି। ଏହାରି ଭିତରେ କମିସନରେଟ ପୁଲିସ ବିଭିନ୍ନ ଥାନାରେ ଚଢ଼ଉ କରି ୪୦ରୁ ଊର୍ଦ୍ଧ୍ବ ଲୁଟେରାଙ୍କୁ ଧରିବା ସହ ୨୦୦ରୁ ଊର୍ଦ୍ଧ୍ବ ମୋବାଇଲ ଏବଂ ସୁନାଚେନ୍‍ ଆଦି ଜବତ କରିଛି। କିନ୍ତୁ ଲୁଟ୍‍ ହୋଇଥିବା ଚୋରି ମୋବାଇଲଗୁଡିକର ତଥ୍ୟ ଥାନାରୁ ମିଳିବା ମୁସ୍କିଲ ହେଉଛି। ୩ବର୍ଷ ତଳର ଫୋନ୍‍ଗୁଡିକ ତଥ୍ୟ ଛଡା ଆଉ ପୁରୁଣା ତଥ୍ୟ ପୁଲିସ ନିକଟରେ ନ ଥିବା ଜଣାପଡ଼ିଛି। ତେଣୁ ଲୁଟ୍‍ର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ବିଳମ୍ବ ହେଉଛି। ଏଭଳି ଭାବେ ବିଭିନ୍ନ ଥାନାରୁ ୧୦ହଜାରରୁ ଊର୍ଦ୍ଧ୍ବ ମୋବାଇଲ ଥାନାରେ ପଡ଼ି ରହିଛି। ଏପରିକି କିଛି ଫୋନ୍‍ ନଷ୍ଟ ହୋଇଗଲାଣି।

ସେହିପରି ମୋବାଇଲକୁ ଲୁଟ୍‍ର ଶିକାର ବ୍ୟକ୍ତି ତଥା ହଜିଥିବା ବ୍ୟକ୍ତିଙ୍କୁ ଫେରସ୍ତ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। କମିସନରେଟ ପୁଲିସର ସହିଦନଗର, କ୍ୟାପିଟାଲ ଓ ଲକ୍ଷ୍ମୀସାଗର ଥାନା ପୁଲିସ ପକ୍ଷରୁ ୭୫ଟି ମୋବାଇଲ ଫୋନ୍‍ ହଜିଥିବା ବ୍ୟକ୍ତିଙ୍କୁ ଫେରସ୍ତ କରିଛି। ସହିଦନଗର ଥାନା ପୁଲିସ ୨୫, ଲକ୍ଷ୍ମୀସାଗର ୧୯ ଏବଂ କ୍ୟାପିଟାଲ ଥାନା ପୁଲିସ ପକ୍ଷରୁ ୪୦ଟି ଫୋନ୍‍ ଫେରସ୍ତ କରିଛି। ଆଗକୁ ବିଭିନ୍ନ ଥାନାଗୁଡିକରେ ଜବତ କରାଯାଇଥିବା ଫୋନ୍‍ଗୁଡିକ ଫେରାଇବା ଲାଗି ହଜିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି। ଏକ ମେଳା ଜରିଆରେ ସେଗୁଡିକୁ ଫେରସ୍ତ କରାଯିବ। ସେହିପରି କମିସନରେଟ ପୁଲିସ ବିଭିନ୍ନ ଥାନାଗୁଡିକର କାନ୍ଥରେ ଫୋନ୍‍ର ଇଏମ୍‍ଆଇ ନମ୍ବର ଲଗାଯାଇଛି। ତେବେ ଖାଲି ମୋବାଇଲ ନୁହେଁ, ଥାନାଗୁଡିକରେ ଜବତ କରାଯାଇଥିବା ସୁନାଚେନ୍‍ ଗୁଡିକ ଫେରାଇବା ଲାଗି ଯୋଜନା କରୁଛି କମିସନରେଟ ପୁଲିସ।

ମିଳିଥିବା ଏକ ତଥ୍ୟ ଅନୁସାରେ କମିସନରେଟ ପୁଲିସର ବିଭିନ୍ନ ଥାନାରେ ୨୦ରୁ ଊର୍ଦ୍ଧ୍ବ ସୁନାଚେନ୍‍ ରହିଛି। ସେଗୁଡିକର ମାଲିକଙ୍କୁ ଚିହ୍ନଟ କରାଯାଇ ଫେରାଇବା ଲାଗି ପ୍ରକ୍ରିୟା ଆରମ୍ଭ କରୁଛି। ସେହିପରି ବାଇକ ଓ ଚୋରି ସାମଗ୍ରୀ ଫେରାଇବା ଲାଗି କମିସନରେଟ ପୁଲିସ ଯୋଜନା କରୁଛି। ଥାନାରେ ଜବତ ହୋଇଥିବା ଚୋରି ସାମଗ୍ରୀ ନେବା ଲାଗି ହେଲେ ଉପଯୁକ୍ତ ପ୍ରମାଣପତ୍ର ଆଣିବା ଜରୁରୀ ବୋଲି ପୁଲିସ କହିଛି।

ଏନେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି; ଷ୍ଟ୍ରିଟ୍‍ କ୍ରାଇମ ଜନସାଧାରଣଙ୍କୁ ପ୍ରଭାବିତ କରିଥାଏ। ତେଣୁ କମିସନରେଟ ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଅପରାଧ ଘଟାଇବା ପରେ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ପାଟ୍ରୋଲିଂ ଓ ଲୋକାଲ ସୋର୍ସକୁ ଆଧାର କରି ଚଢ଼ଉ କରାଯାଉଛି। ସେହିପରି ଜବତ କରାଯାଉଥିବା ଫୋନ୍‍ଗୁଡିକୁ ଫେରସ୍ତ କରାଯାଉଛି। ଅପରାଧୀକୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିବା ଉପରେ ଗୁରୁତ୍ୱ ଦିଆଯାଉଛ ବୋଲି ସେ ସୂଚନା ଦେଇଛନ୍ତି।

https://www.thesakala.in/crime/2000-mobile-phones-theft-a-month-in-capital/article-1192
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର