୨୦୨୪ ସୁଦ୍ଧା ଦେବାଳିଆ ହୋଇପାରେ ଓପନ୍ ଏଆଇ, ଦୈନିକ ଚାଟ୍ ଜିପିଟିରେ ୫.୮୦ କୋଟି ଖର୍ଚ୍ଚ

The Sakala Picture
Published On

ନୂଆଦିଲ୍ଲୀ: ସାମ୍ ଆଲ୍ଟମ୍ୟାନଙ୍କ ନେତୃତ୍ୱାଧୀନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓପେନ ଏଆଇ ଆସନ୍ତାବର୍ଷ ଦେବାଳିଆ ହୋଇପାରେ। ଆନାଲିଟିକ୍ସ ଇଣ୍ଡିଆ ମାଗାଜିନ୍ର ଏକ ରିପୋର୍ଟରେ ଚାଟ୍‌ ଜିପିଟି ଦେବାଳିଆ ହେବା ନେଇ ଆଶଙ୍କା କରାଯାଉଛି। ରିପୋର୍ଟରେ କୁହାଯାଇଛି କି କମ୍ପାନୀ ୨୦୨୪ର ଶେଷ ସୁଦ୍ଧା ଦେବାଳିଆ ହୋଇପାରେ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି, ଓପନ୍ ଏଆଇକୁ ନିଜର ଏକ ଏଆଇ ସେବା – ଚାଟ୍ଜିପିଟିକୁ ଚଲାଇବା ପାଇଁ ପ୍ରତିଦିନ ପାଖାପାଖି ୭୦୦,୦୦୦ ଡଲାର ଅର୍ଥାତ୍ ୫.୮୦ କୋଟି ଟଙ୍କାର […]

ନୂଆଦିଲ୍ଲୀ: ସାମ୍ ଆଲ୍ଟମ୍ୟାନଙ୍କ ନେତୃତ୍ୱାଧୀନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓପେନ ଏଆଇ ଆସନ୍ତାବର୍ଷ ଦେବାଳିଆ ହୋଇପାରେ। ଆନାଲିଟିକ୍ସ ଇଣ୍ଡିଆ ମାଗାଜିନ୍ର ଏକ ରିପୋର୍ଟରେ ଚାଟ୍‌ ଜିପିଟି ଦେବାଳିଆ ହେବା ନେଇ ଆଶଙ୍କା କରାଯାଉଛି। ରିପୋର୍ଟରେ କୁହାଯାଇଛି କି କମ୍ପାନୀ ୨୦୨୪ର ଶେଷ ସୁଦ୍ଧା ଦେବାଳିଆ ହୋଇପାରେ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି, ଓପନ୍ ଏଆଇକୁ ନିଜର ଏକ ଏଆଇ ସେବା – ଚାଟ୍ଜିପିଟିକୁ ଚଲାଇବା ପାଇଁ ପ୍ରତିଦିନ ପାଖାପାଖି ୭୦୦,୦୦୦ ଡଲାର ଅର୍ଥାତ୍ ୫.୮୦ କୋଟି ଟଙ୍କାର ଖର୍ଚ୍ଚ ହେଉଛି।

ଆହୁରି ପଢ଼ନ୍ତୁ: ଫେବୃଆରୀ ୧୨ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ସେବା ପ୍ରଭାବିତ ହେବା ନେଇ SBIର ସତର୍କ ସୂଚନା

ରିପୋର୍ଟ ଅନୁଯାୟୀ, ଆଲ୍ଟମ୍ୟାନଙ୍କ ଓପେନ ଏଆଇ ଏହି ସମୟରେ ସଦ୍ୟ ସଙ୍କଟ ଦେଇ ଗତି କରୁଛି। ଜିପିଟି-୩.୫ ଓ ଜିପିଟି-୪ର ମନିଟାଇଜ୍ ହେବା ସତ୍ତ୍ୱେ , କମ୍ପାନୀ ପର୍ଯ୍ୟାପ୍ତ ରାଜସ୍ୱ ଉତ୍ପନ୍ନ କରିବାରେ ସକ୍ଷମ ହୋଇ ପାରିବନାହିଁ। ନଭେମ୍ୱର ୨୦୨୨ରେ ଆରମ୍ଭ ହେବା ପରେ ଚାଟ୍ଜିପିଟି ଇତିହାସରେ ସବୁଠୁ ଦ୍ରୁତ ଗତିରେ ବଢ଼ୁଥିବା ଆପ୍ ହୋଇଥିଲା , କିନ୍ତୁ ନିଜର ପ୍ରାରମ୍ଭିକ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ ଭାବେ ଏହାକୁ ଉପଯୋଗକାରୀ ଆପଣାଇ ଥିଲେ। ହେଲେ ବର୍ତ୍ତମାନ ସମୟରେ ଉପଯୋଗକାରୀଙ୍କ ମନୋବୃତ୍ତି ହ୍ରାସ ପାଇବାକୁ ଲାଗିଛି।

ଆହୁରି ପଢ଼ନ୍ତୁ: ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ମାର୍ଚ୍ଚ ୧ରୁ ବନ୍ଦ ହେବ UTS ଆପ୍, ଟିକେଟ୍ ବୁକିଂ ପାଇଁ ଡାଉନଲୋଡ୍ କରନ୍ତୁ 'RailOne'

ସିମିଲରୱେବର ଡାଟା ଅନୁସାରେ , ଜୁଲାଇର ଶେଷ ଯାଏ ଚାଟ୍ଜିପିଟିର ଉପଯୋଗକର୍ତ୍ତାଙ୍କ ସଂଖ୍ୟା ଆହୁରି କମିଯାଇଛି। ସିମିଲରେୱେବ ଡାଟାରେ କୁହାଯାଇଛି କି ଜୁଲାଇରେ ୨୦୨୩ରେ ଜୁନ୍ ତୁଳନାରେ ୧୨ ପ୍ରତିଶତ ୟୁଜରଙ୍କ ହ୍ରାସ ଦେଖିବାକୁ ମିଳିଛି , ଯାହା ୧.୭ ବିଲିୟନ ଉପଭୋଗକର୍ତ୍ତାଙ୍କ ସଂଖ୍ୟାରୁ ହ୍ରାସ ପାଇଁ ୧.୫ ବିଲିୟନ ରହିଛି। ରିପୋର୍ଟରେ କୁହାଯାଇଛି ଯେ, ଓପନଏଆଇ ଏବେସୁଦ୍ଧା ଲାଭଦାୟୀ ନୁହେଁ। ମେ’ରେ ଯେବେଠାରୁ ଏତେ ଚ୍ୟାଟ୍ଜିପିଟି ବିକଶିତ କରିବା ଆରମ୍ଭ କଲା, ଏହାର କ୍ଷତି ଦୁଇ ଗୁଣା ହୋଇ ୫୪୦ ମିଲିୟନ ଡଲାର ହୋଇଗଲା।

ଆହୁରି ପଢ଼ନ୍ତୁ: AI ସଙ୍କଟରେ କମ୍ପିଲା ସେୟାର ବଜାର: TCS ଓ Infosys ଧରାଶାୟୀ, ନିବେଶକଙ୍କ ବୁଡ଼ିଲା ଲକ୍ଷେ କୋଟିରୁ ଅଧିକ ଟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp