ଦ୍ରୁତ ଗତିରେ ଆଗେଇ ଚାଲିଛି ଆଇଏମଇସି କରିଡର, ଭାରତରୁ ୟୁରୋପ ସାମଗ୍ରୀ ପହଞ୍ଚିବାକୁ ଲାଗିବ ୭ ଦିନ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ଜି-୨୦ ସମ୍ମିଳନୀ ସମୟରେ ଘୋଷଣା ହୋଇଥିବା ଐତିହାସିକ ମଧ୍ୟ ଭାରତ-ମଧ୍ୟ ପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର (ଆଇଏମଇସି)ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି ପ୍ରକଳ୍ପ ଶେଷ ହେଲେ ନାଭି ମୁମ୍ବାଇର ଜବାହାରଲାଲ ନେହେରୁ ବନ୍ଦର କିମ୍ବା ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ଆଇଏମ୍‌ଇସି ମାର୍ଗ ଦେଇ ଗ୍ରୀସ୍‌ର ପିରାଇୟସ ବନ୍ଦରରେ ସାମଗ୍ରୀ ପହଞ୍ଚାଇବା ପାଇଁ ବହୁତ କମ୍‌ ସମୟ ଲାଗିବ। ବ୍ୟୟ ମଧ୍ୟ ହ୍ରାସ ପାଇବ। ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ସ୍ବେଜ କେନାଲ ତୁଳନାରେ ଆଇଏମଇସି ମାଧ୍ୟମରେ […]

ନୂଆଦିଲ୍ଲୀ: ଦିଲ୍ଲୀରେ ଜି-୨୦ ସମ୍ମିଳନୀ ସମୟରେ ଘୋଷଣା ହୋଇଥିବା ଐତିହାସିକ ମଧ୍ୟ ଭାରତ-ମଧ୍ୟ ପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର (ଆଇଏମଇସି)ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି ପ୍ରକଳ୍ପ ଶେଷ ହେଲେ ନାଭି ମୁମ୍ବାଇର ଜବାହାରଲାଲ ନେହେରୁ ବନ୍ଦର କିମ୍ବା ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ଆଇଏମ୍‌ଇସି ମାର୍ଗ ଦେଇ ଗ୍ରୀସ୍‌ର ପିରାଇୟସ ବନ୍ଦରରେ ସାମଗ୍ରୀ ପହଞ୍ଚାଇବା ପାଇଁ ବହୁତ କମ୍‌ ସମୟ ଲାଗିବ। ବ୍ୟୟ ମଧ୍ୟ ହ୍ରାସ ପାଇବ।

ଆହୁରି ପଢ଼ନ୍ତୁ: ଋଷ ତୈଳ ଆମଦାନୀ ଉପରେ ଆମେରିକାର କଟକଣା: କଡ଼ା ଜବାବ ଦେଲା ଭାରତ

ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ସ୍ବେଜ କେନାଲ ତୁଳନାରେ ଆଇଏମଇସି ମାଧ୍ୟମରେ ୪୦ ପ୍ରତିଶତ କମ୍‌ ସମୟ ଲାଗିବ। ପରିବହନ ଖର୍ଚ୍ଚ ମଧ୍ୟ ୩୦ ପ୍ରତିଶତ ହ୍ରାସ ପାଇବ। ଭାରତରୁ ମାଲ୍‌ ଜାହାଜ କିମ୍ବା ରେଳ ମାଧ୍ୟମରେ ଗ୍ରୀସ୍‌ର ପିରାଇୟସ ବନ୍ଦରରେ ପହଞ୍ଚିବା ପାଇଁ ୭ ଦିନ ସମୟ ଲାଗିବ। ସ୍ବେଜ କେନାଲରେ ଏଥିପାଇଁ ୧୧ ଦିନ ଲାଗୁ ଥିଲା। ଏହି ମେଗା ପ୍ରକଳ୍ପରେ ଜଳପଥ ଦେଇ ୟୁଏଇରେ ମାଲ୍‌ ପହଞ୍ଚାଇବା ପାଇଁ ସାଉଦି ଆରବରେ ୧୨୦୦ କିମିର ରେଳ ଟ୍ରାକ୍‌ ପ୍ରସ୍ତୁତ ହୋଇସାରିଛି। ଏତିହାଦ ରେଳ ନେଟୱର୍କ ସାଉଦି ଆରବର ମରୁଭୂମି ଅତିକ୍ରମ କରିବ। ଏହା ସବୁଠାରୁ ବଡ଼ ରେଳ ନେଟୱର୍କ ହେବ। ୟୁଏଇର ଜିେବଲ ଅଲି ବନ୍ଦରରେ ମଧ୍ୟ ପ୍ରସ୍ତୁତି ଚାଲିଛି।

ଆହୁରି ପଢ଼ନ୍ତୁ: ଟାଟା ସନ୍ସ ଚେୟାରମ୍ୟାନ୍ ଭାବେ ଏନ୍. ଚନ୍ଦ୍ରଶେଖରନ୍‌ଙ୍କ କାର୍ଯ୍ୟକାଳ ଆହୁରି ୫ ବର୍ଷ ବୃଦ୍ଧି

ଇଟାଲୀର ମେସିନା ବନ୍ଦରରେ ଭିତ୍ତିଭୂମି କାର୍ଯ୍ୟ ପାଇଁ ୭ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ଖୁବଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହି କରିଡରର ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। ଏହା ସ୍ବେଜ କେନାଲଠାରୁ ଉତ୍ତମ ସାବ୍ୟସ୍ତ ହୋଇପାରେ। ଏହା ସଫଳ ହେଲେ ଭାରତ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ପଶ୍ଚିମ ଦେଶ ଏବଂ ଭାରତ ଏହି କରିଡରକୁ ଆଗକୁ ବଢ଼ାଇବେ। ଏବେ ଭାରତ ପାଖରେ ସ୍ବେଜ କେନାଲ ମାର୍ଗ ରହିଛି। ମଧ୍ୟ-ଏସିଆରେ ଉତ୍ତ-ଦକ୍ଷିଣ କରିଡରର ବିକଳ୍ପ ଭାବେ ଆଇଏମ୍‌ଇସି ରହିଛି। ଉଭୟ ବିକଳ୍ପରେ ଭାରତର ଭୂମିକା ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ଭାରତର ଆର୍ଥିକ ସ୍ଥିତି ଆହୁରି ସୁଦୃଢ଼ ହେବ। ୨୦୨୭ ସୁଦ୍ଧା ୟୁଏଇ ୮ ଲକ୍ଷ କୋଟି ଟଙ୍କାର କାରବାର ଲକ୍ଷ୍ୟ ରଖିଛି। ଏଥିରେ କରିଡର ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ। ୟୁଏଇର ୧୦ରୁ ଅଧିକ ବନ୍ଦର ସାଉଦିର ରେଳ ନେଟୱର୍କ ସହ ସାମିଲ ହୋଇସାରିଛି। ୨୦୩୦ ସୁଦ୍ଧା ଏହାର ମାଲ୍‌ ପରିବହନ କ୍ଷମତା ୬ କୋଟି ଟନ୍‌ ହେବ ବୋଲି ଏତିହାଦ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୧୬ରୁ ପେଟ୍ରୋଲ ପମ୍ପରେ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ (UPI) ପେମେଣ୍ଟ ଗ୍ରହଣ କରାଯିବ ନାହିଁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp