ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୧୦ ଟଙ୍କା ହ୍ରାସ, ଲାଭ ପାଇବେ କି ଗ୍ରାହକ ?

Madhusudan Das Picture
Published On

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ଏବଂ ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ଦେଶବାସୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟିକୁ ଲିଟର ପିଛା ୧୦ ଟଙ୍କା ହ୍ରାସ କରିଛନ୍ତି। ବିଶ୍ୱ ଶକ୍ତି ବଜାରରେ ଦେଖାଦେଇଥିବା ଅସ୍ଥିରତା ମଧ୍ୟରେ ଉଭୟ ଗ୍ରାହକ ଏବଂ ତୈଳ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ତେବେ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ ଦ୍ୱାରା ଏହାର ସିଧାସଳଖ ଲାଭ ତୈଳ ଉତ୍ପାଦିତ କମ୍ପାନୀ ପାଇବେ। ଏହାର ଲାଭ ଗ୍ରାହକଙ୍କୁ ମିଳିବ ନାହିଁ।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଗୁରୁବାର ଜାରି ହୋଇଥିବା ଏକ ସରକାରୀ ଆଦେଶ ଅନୁଯାୟୀ, ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୧୩ ଟଙ୍କାରୁ ୩ ଟଙ୍କା କୁ ହ୍ରାସ ପାଇଛି। ସେହିପରି ଡିଜେଲ ଉପରେ ଏହି ଶୁଳ୍କ ଲିଟର ପିଛା ୧୦ ଟଙ୍କାରୁ ଶୂନ (୦) କରିଦିଆଯାଇଛି। କେନ୍ଦ୍ର ସରକାର ଏକ ଗେଜେଟ୍ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଆଭିଏସନ୍ ଟର୍ବାଇନ୍ ଫୁଏଲ୍ (ATF) ବା ବିମାନ ଇନ୍ଧନ ଉପରେ ମଧ୍ୟ ସ୍ୱତନ୍ତ୍ର ଅତିରିକ୍ତ ଏକ୍ସାଇଜ୍ ଡ୍ୟୁଟି ଲାଗୁ କରାଯାଇଛି ଏବଂ ଏହାର ପ୍ରଭାବୀ ହାର ଲିଟର ପିଛା ୨୯.୫ ଟଙ୍କା ରଖାଯାଇଛି। ଏହି ନୂତନ ନିୟମ ମାର୍ଚ୍ଚ ୨୬ ରୁ ଲାଗୁ ହୋଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଆମେରିକା-ଇସ୍ରାଏଲ୍ ସହିତ ଇରାନର ଯୁଦ୍ଧ କାରଣରୁ ବିଶ୍ୱ ଶକ୍ତି ବଜାର ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ତେହେରାନ୍ ଦ୍ୱାରା ହର୍ମୁଜ୍ ପ୍ରଣାଳୀକୁ ଅବରୋଧ କରାଯିବା ଫଳରେ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହି ମାର୍ଗ ଦେଇ ଦୈନିକ ପ୍ରାୟ ୨୦ ରୁ ୨୫ ନିୟୁତ ବ୍ୟାରେଲ୍ ତୈଳ ଏବଂ ଗ୍ୟାସ୍ ଯୋଗାଣ ହୋଇଥାଏ, ଯାହା ବିଶ୍ୱର ମୋଟ ଯୋଗାଣର ଏକ ପଞ୍ଚମାଂଶ ଅଟେ। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟବର୍ତ୍ତୀ ବୟାନ ପରେ ବଜାରରେ କିଛିଟା ଆଶ୍ୱସ୍ତି ଦେଖାଦେଇଛି। ଇରାନ ସହିତ ଆଲୋଚନା ସକାରାତ୍ମକ ଦିଗରେ ଯାଉଛି ଏବଂ ଆକ୍ରମଣ ସ୍ଥଗିତ ରହିବ ବୋଲି ସେ କହିଛନ୍ତି। ଏହା ପରେ ବ୍ରେଣ୍ଟ କ୍ରୁଡ୍ (Brent crude) ଦର ୧.୨୮% ହ୍ରାସ ପାଇ ବ୍ୟାରେଲ ପିଛା ୧୦୬.୬୩ ଡଲାର ଏବଂ ଡବ୍ଲୁଟିଆଇ କ୍ରୁଡ୍ (WTI crude) ଦର ୧.୦୪% ହ୍ରାସ ପାଇ ବ୍ୟାରେଲ ପିଛା ୯୩.୫୦ ଡଲାର ରେ କାରବାର କରୁଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଯୁଦ୍ଧ ପୂର୍ବରୁ ଭାରତ ଏହି ଅଶୋଧିତ ତୈଳର ୧୨ ରୁ ୧୫ ପ୍ରତିଶତ ଆମଦାନୀ କରୁଥିଲା। ଭାରତ ବ୍ୟାପକ ପରିମାଣରେ ତରଳ ପ୍ରାକୃତିକ ଗ୍ୟାସ (LNG) ଏବଂ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ପାଇଁ ହର୍ମୁଜ୍ ପ୍ରଣାଳୀ ଉପରେ ନିର୍ଭର କରିଥାଏ, ଯାହା କତାର ଏବଂ ୟୁଏଇରୁ ଆସିଥାଏ। ଏହି ଆମଦାନୀ ଦ୍ୱାରା ଦେଶର ପ୍ରାୟ ୩୩ କୋଟି ପରିବାର ଙ୍କୁ ଗ୍ୟାସ ଯୋଗାଣ କରାଯାଏ। ଏତେ ମାତ୍ରାରେ ନିର୍ଭରଶୀଳତା କାରଣରୁ ଦେଶରେ ତୈଳ ଓ ଗ୍ୟାସ ସଙ୍କଟ ନେଇ ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ କୌଣସି ତୁରନ୍ତ ବିପଦ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସରକାରଙ୍କ ଏହି ଟିକସ ହ୍ରାସ ପଦକ୍ଷେପ ଦ୍ୱାରା ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକୁ ମୂଲ୍ୟ ବୃଦ୍ଧିର ପ୍ରଭାବରୁ ରକ୍ଷା କରାଯାଇପାରିବ। ବର୍ତ୍ତମାନ ପାଇଁ ଖୁଚୁରା ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ଅପରିବର୍ତ୍ତିତ ରହିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର