ଡିସେମ୍ବରରୁ ଶସ୍ତା ହେବ ଖାଇବା ତେଲ

The Sakala Picture
Published On

ନୂଆଦିଲ୍ଲୀ:କରୋନା ପ୍ରଭାବିତ ଅର୍ଥନୀତିକୁ ନେଇ ଏବେ ବଜାରରେ ଅଧ୍ଖକାଂଶ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ଖାଇବା ତେଲ ଭଳି ଅତି ଜରୁରୀ ସାମଗ୍ରୀ ଖାଉଟିଙ୍କ ପାଇଁ ଅଧିକ ଚିନ୍ତାଜନକ ହୋଇଛି। ବିଗତ ବର୍ଷକ ମଧ୍ୟରେ ଖାଇବା ତେଲ ମୂଲ୍ୟ ପ୍ରାୟ ୬୪ ପ୍ରତିଶତ ବୃଦ୍ଧି ହୋଇଛି। ତେବେ ଆଗାମୀ ଡିସେମ୍ବର ମାସରୁ ଖାଇବା ତେଲ ମୂଲ୍ୟ କମିବ ବୋଲି କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ସୂଚନା ଦେଇଛନ୍ତି। ଏହି ମାସରୁ ନୂତନ ଫସଲ […]

ନୂଆଦିଲ୍ଲୀ:କରୋନା ପ୍ରଭାବିତ ଅର୍ଥନୀତିକୁ ନେଇ ଏବେ ବଜାରରେ ଅଧ୍ଖକାଂଶ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ଖାଇବା ତେଲ ଭଳି ଅତି ଜରୁରୀ ସାମଗ୍ରୀ ଖାଉଟିଙ୍କ ପାଇଁ ଅଧିକ ଚିନ୍ତାଜନକ ହୋଇଛି। ବିଗତ ବର୍ଷକ ମଧ୍ୟରେ ଖାଇବା ତେଲ ମୂଲ୍ୟ ପ୍ରାୟ ୬୪ ପ୍ରତିଶତ ବୃଦ୍ଧି ହୋଇଛି। ତେବେ ଆଗାମୀ ଡିସେମ୍ବର ମାସରୁ ଖାଇବା ତେଲ ମୂଲ୍ୟ କମିବ ବୋଲି କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ସୂଚନା ଦେଇଛନ୍ତି। ଏହି ମାସରୁ ନୂତନ ଫସଲ ଆମଦାନୀ ବଢିବା ସହିତ ଆନ୍ତର୍ଜାତିକ ବଜାରରେ ଖାଇବା ତେଲ ମୂଲ୍ୟ ଅପେକ୍ଷାକୃତ ହ୍ରାସ ପାଇବାର ସମ୍ଭାବନା ରହିଥିବାରୁ ଘରୋଇ ବଜାରରେ ମଧ୍ୟ ଏହାର ପ୍ରଭାବ ପଡ଼ିବା ସହିତ ମୂଲ୍ୟ କମିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଫଳରେ ଖାିବା ତେଲକୁ ନେଇ ରହିଥିବା ଖାଉଟିମାନଙ୍କ ସମସ୍ୟା କିଛି ପରିମାଣରେ ଦୂର ହେବ। ତେବେ ଅଚାନକ ଭାବେ ମୂଲ୍ୟ ଅଧିକ ହାରରେ କମିଯିବା ଆଶା କରିବା ଉଚିତ ନୁହେଁ ବୋଲି ମଧ୍ୟ କେନ୍ଦ୍ର ସଚିବ ଶ୍ରୀ ପାଣ୍ଡେ କହିଛନ୍ତି। ଗତ ଏକ ବର୍ଷ ଭିତରେ ଭାରତରେ ଖାଇବା ତେଲ ମୂଲ୍ୟରେ ୬୪% ବୃଦ୍ଧି ହୋଇଛି। ସାଧାରଣ ଜନତାଙ୍କୁ ଏହି ମୂଲ୍ୟ ବେଶ ବାଧୁଛି। ଏଭଳିକି ମଧ୍ୟବିତ୍ତ ବର୍ଗର ଲୋକମାନେ ମଧ୍ୟ ଖାଇବା ତେଲ କିଣିବା ବେଳେ କଷ୍ଟ ଅନୁଭବ କରୁଛନ୍ତି। ଭାରତ ଏହାର ମୋଟ ଖାଇବା ତେଲ ଆବଶ୍ୟକତାର ଶତକଡ଼ା ୬୦ ଭାଗ ବିଦେଶରୁ ଆମଦାନୀ କରିଥାଏ। କିନ୍ତୁ ବିଗତ କିଛି ବର୍ଷ ଧରି ଆନ୍ତର୍ଜାତିକ ବଜାରରେ ଖାଇବା ତେଲର ମୂଲ୍ୟ ଉଚ୍ଚା ରହି ଆସିଛି। ଯାହାର ପ୍ରଭାବ ଘରୋଇ ବଜାର ଉପରେ ଅନୁଭୂତ ହୋଇ ଆସୁଛି। ହେଲେ ଏବେ ସ୍ଥିତିରେ କିଛିଟା ପରିବର୍ତ୍ତନ ଦେଖାଯାଇଛି। କିଛି ଦିନ ହେଲାଣି ଆନ୍ତର୍ଜାତିକ ବଜାରରେ ଖାଇବା ତେଲ ମୂଲ୍ୟ କମୁଛି। ଏହି ଧାରା ଯଦି ବଜାୟ ରହିବ ତେବେ ଡିସେମ୍ବର ଆଡ଼କୁ ଘରୋଇ ବଜାରରେ ମଧ୍ୟ ମୂଲ୍ୟ ହ୍ରାସ ପାଇବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ଖାଇବା ତେଲ ମହଙ୍ଗା ହେବା ପଛର କାରଣ ସମ୍ପର୍କରେ ସେ କହିଛନ୍ତି ଯେ ବିଭିନ୍ନ ଦେଶରେ ବାୟୋ ଫୁଏଲ୍‌ ପ୍ରସ୍ତୁତ କରିବା ଉପରେ ଅଧିକ ଧ୍ୟାନ ଦିଆଯାଉଛି। ତେଣୁ ସେଠାରେ ଅଧିକାଂଶ ସମ୍ବଳକୁ ସେହି ଅର୍ଥରେ ବିନିଯୋଗ କରାଯାଉଛି। ଯେଉଁ ଉପାଦାନରୁ ଖାଇବା ତେଲ ତିଆରି ହେଉଛି ତାହାର କିଛି ଅଂଶ ବାୟୋ ଫୁଏଲ୍‌ ପାଇଁ ବ୍ୟବହାର କରାଯାଉଛି। ସେଥିପାଇଁ ବଜାରରେ ଖାଇବା ତେଲ ଉପଲବ୍ଧତା ହ୍ରାସ ପାଇଛି। କିନ୍ତୁ ଚାହିଦା‌େ‌ର ବୃଦ୍ଧି ଘଟିଥିବାରୁ ତେଳ ରପ୍ତାନି କରୁଥିବା ଦେଶଗୁଡ଼ିକ ଦାମ୍ ବଢ଼ାଇବାକୁ ବାଧ୍ୟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ନଭେମ୍ବରରେ ବଢ଼ିବ ପେଟ୍ରୋଲ, ଡିଜେଲ ଓ ମୋବାଇଲ ଟାରିଫ୍; ଆହୁରି ମହଙ୍ଗା ହେବ ଡାଲି, ଅଟା ଓ ଖାଇବା ତେଲ

ଭାରତରେ ଲୋକମାନେ ପାମ୍ ଅଏଲ୍‌ ଓ ସୋୟାବିନ୍‌ ଅଏଲ୍‌କୁ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି। ଇଣ୍ଡୋନେସିଆ ଓ ମାଲେସିଆରୁ ଭାରତ ପାମ୍ ଅଏଲ୍‌ ଆମଦାନୀ କରିଥାଏ। ଏହି ଦୁଇ ଦେଶ ଏବେ ପାମ୍‌ ଅଏଲ୍‌କୁ ବାୟୋ ଫୁଏଲ୍‌ ପ୍ରସ୍ତୁତ କରିବାରେ ବ୍ୟବହାର କରୁଛନ୍ତି। ସେହିପରି, ଆମେରିକା ସରକାର ସୋୟାବିନ୍‌କୁ ବାୟୋ ଫୁଏଲ୍‌ ପାଇଁ ବ୍ୟବହାର କରୁଛନ୍ତି। କିନ୍ତୁ ଭାରତ ଏହାର ଖାଇବା ତେଲ ଆବଶ୍ୟକତାର ୩୦ ପ୍ରତିଶତ ପାମ୍ ଅଏଲ୍‌ ଓ ୨୨ ପ୍ରତିଶତ ସୋୟାବିନ୍ ଅଏଲ୍ ଆମଦାନୀ ଜରିଆରେ ପୂରଣ କରୁଛି। ତେଣୁ ଏହି ଦୁଇ ତେଲର ଦାମ୍ ଆନ୍ତର୍ଜାତିକ ବଜାରରେ ବୃଦ୍ଧି ପାଇବା ଭାରତ ପାଇଁ ସମସ୍ୟା ସୃଷ୍ଟି କରିଛି। ଗୋଟିଏ ପଟେ ବଜାରରେ ଚାହିଦା ତୁଳନାରେ ଯୋଗାଣ କମ୍ ଥିବା ବେଳେ ଅନ୍ୟ ପଯେ ଚୀନ୍‌ ବିପୁଳ ମାତ୍ରାର ତେଲ କିଣିନେଉଛି। ଯାହାକୁ ନେଇ ଗତ ସପ୍ତାହରେ ଆନ୍ତର୍ଜାତିକ ବଜାରରେ ସୋୟାବିନ୍ ଅଏଲ୍‌ ଦାମ୍ ୨୨ ପ୍ରତିଶତ ଓ ପାମ୍ ଅଏଲ୍‌ ଦାମ୍ ୧୮ ପ୍ରତିଶତ ବୃଦ୍ଧି ପାଇଛି। ତେବେ ଘରୋଇ ବଜାରରେ ଖାଉଟିଙ୍କୁ ଆସ୍ବସ୍ତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର କିଛି ପଦକ୍ଷେପ ନେଇପାରନ୍ତି। ବିଦେଶରୁ ଆମଦାନୀ କରାଯାଉଥ୍ଖବା କେତେକ ତେଲ ଉପରୁ ଆମଦାନୀ ଶୁଳ୍କ ହ୍ରାସ କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଥ୍ଖବା କୁହାଯାଇଛି। ବର୍ତ୍ତମାନ ଘରୋଇ ବଜାରରେ ସୋୟାବିନ୍‌ ତେଲ ମୂଲ୍ୟରେ ୫୧.୨୧ ପ୍ରତିଶତ ବୃଦ୍ଧି ସହିତ ପ୍ରତି କିଲୋ ପିଛା ମୂଲ୍ୟ ୧୫୫ ଟଙ୍କା ରହିଥିଲା ବେଳେ ସୂର୍ଯ୍ଯମୁଖୀ ତେଲ ମୂଲ୍ୟ ୪୬ ପ୍ରତିଶତ ବୃଦ୍ଧିରେ ୧୭୫ ଟଙ୍କା ରହିଛି। ସେହିପରି ସୋରିଷ ତେଲ ମୂଲ୍ୟ ବର୍ଷେ ତଳେ ୧୨୦ ଟଙ୍କା ରହିଥ୍ଖଲା ବେଳେ ଏବେ ୪୬ ପ୍ରତିଶତ ବୃଦ୍ଧିରେ ୧୭୫ ଟଙ୍କା ଛୁଇଁଛି।ଅନ୍ୟାନ୍ୟ ତେଲ ମଧ୍ୟରେ ବନସ୍ପତି ମୂଲ୍ୟ ମଧ୍ୟ ୫୯ ପ୍ରତିଶତ ବୃଦ୍ଧି ପାଇ ଏବେ କିଲୋ ପିଛା ମୂଲ୍ୟ ୧୩୫ ଟଙ୍କାରେ ପହଞ୍ଚିଛି। ୨୦୨୦ ନଭେମ୍ବରରୁ ଜୁଲାଇ ୨୦୨୧ ମଧ୍ୟରେ ଦେଶରେ ମୋଟ ୯୩,୭୦,୧୪୭ ଟନ୍‌ ଖାଇବା ତେଲ ବିଦେଶରୁ ଆମଦାନୀ କରାଯାଇଛି ବୋଲି କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp