ୟୁପିଆଇ କାରବାରରେ ଲାଗିବ ଶୁଳ୍କ!

ଏମ୍‌ଡିଆର୍‌ ଲାଗୁ କରିବାକୁ ଫିନଟେକ୍ କମ୍ପାନୀଙ୍କ ଦାବି

Sakala Desk Picture
Published On

ନୂଆଦିଲ୍ଲୀ: ୟୁପିଆଇ ଭାରତରେ ଡିଜିଟାଲ୍ ପେମେଣ୍ଟର ମେରୁଦଣ୍ଡ ପାଲଟିଛି। ଦେଶରେ ୟୁପିଆଇ କାରବାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, କିନ୍ତୁ ସରକାରୀ ପ୍ରୋତ୍ସାହନ ହ୍ରାସ ପାଉଛି। ହେଲେ ଦେଶର ଫିନଟେକ୍ କମ୍ପାନୀଗୁଡ଼ିକର କହିବା ହେଉଛି, ଏକ ସ୍ଥାୟୀ ମଡେଲ୍ ବିନା, ଡିଜିଟାଲ୍ ପେମେଣ୍ଟ ଇକୋସିଷ୍ଟମ୍ ସଙ୍କଟର ସମ୍ମୁଖୀନ ହୋଇପାରେ। ପନିପରିବା ବିକ୍ରେତାଙ୍କଠାରୁ ଆରମ୍ଭ କରି ମଲ୍ ପର୍ଯ୍ୟନ୍ତ ସବୁଠି କ୍ୟୁଆର୍‌ କୋଡ୍ ପେମେଣ୍ଟ ସାଧାରଣ ହୋଇଗଲାଣି। କିନ୍ତୁ ବର୍ତ୍ତମାନ, ଏହି ମାଗଣା ବ୍ୟବସ୍ଥା ପରିଚାଳନା କରୁଥିବା ଫିନଟେକ୍ କମ୍ପାନୀଗୁଡ଼ିକ ଏହାକୁ ନେଇ ବେଶ ଚିନ୍ତିତ। ଫୋନ୍‌ ପେ’ ସମେତ ଅନେକ ଫିନଟେକ୍ କମ୍ପାନୀ କହିଛନ୍ତି ଯେ ଯଦି ଏକ ସ୍ଥାୟୀ ରାଜସ୍ୱ ନ ମିଳିଲେ ଆଗକୁ ୟୁପିଆଇ ଇକୋସିଷ୍ଟମ୍ ସ୍ଥାୟୀ ହେବ ନାହିଁ। ଫୋନ୍‌ ପେ’ ଅନୁଯାୟୀ, ୟୁପିଆଇ  ନେଟୱାର୍କ ଚଳାଇବା ଅତ୍ୟନ୍ତ ମହଙ୍ଗା। ପ୍ରଯୁକ୍ତି ଭିତ୍ତିଭୂମି, ସର୍ଭର, ସାଇବର ସୁରକ୍ଷା, ଠକେଇ ରାକିବା, ଗ୍ରାହକ ସହାୟତା ଏବଂ ନୂତନ ଉପଭୋକ୍ତା ଏବଂ ବ୍ୟବସାୟୀଙ୍କୁ ଯୋଡିବା ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।  ଫିନ୍‌ଟେକ୍ କମ୍ପାନୀଗୁଡିକ ୟୁପିଆଇ କାରବାରରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମ୍‌ଡିଆର୍‌)ଲାଗୁ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ତେଣୁ ଆଗକୁ ୟୁପିଆଇ କାରବାରରେ ଶୁଳ୍କ ଲାଗୁ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୨% ବଢ଼ିଲା ମହଙ୍ଗା ଭତ୍ତା

ଫୋନ୍‌ ପେ’ର କହିବାନୁଯାୟୀ, ୨୦୨୩-୨୪ରେ ସରକାରଙ୍କଠାରୁ କମ୍ପାନୀକୁ ୩୯୦୦ କୋଟି ଟଙ୍କା ପ୍ରୋତ୍ସାହନ ରାଶି ଆକାରରେ ମିଳିଥିଲା, କିନ୍ତୁ ସେହି ପରିମାଣ ମଧ୍ୟ ଏହାର ଖର୍ଚ୍ଚ ତୁଳନାରେ ପର୍ଯ୍ୟାପ୍ତ ନ ଥିଲା। ୨୦୨୪-୨୫ ରେ ଏହି ପରିମାଣ ୧୫୦୦ କୋଟି ଟଙ୍କାକୁ ହ୍ରାସ ପାଇଛି ଏବଂ ବର୍ତ୍ତମାନର ବଜେଟରେ କେବଳ ୪୨୭ କୋଟି ଟଙ୍କା ଆବଣ୍ଟିତ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ମଧ୍ୟ ଏହି ପ୍ରସଙ୍ଗରେ କହିଛନ୍ତି ଯେ ୟୁପିଆଇ ଦେଶକୁ ଗୁରୁତ୍ୱପୂର୍ଣ୍ଣ ଲାଭ ପ୍ରଦାନ କରିଛି, କିନ୍ତୁ କାହାକୁ ଏହାର ମୂଲ୍ୟ ବହନ କରିବାକୁ ପଡିବ। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ୟୁପିଆଇ ସବୁଦିନ ପାଇଁ ମାଗଣା ରହିପାରିବନାହିଁ; ଏହାର ଏକ ମୂଲ୍ୟ ଅଛି, ଏବଂ କାହାକୁ ଏହା ଦେବାକୁ ପଡିବ। ପେମେଣ୍ଟସ୍ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ମଧ୍ୟ ଚେତାବନୀ ଦେଇଛି ଯେ ବର୍ତ୍ତମାନର ମଡେଲ୍ କମ୍ପାନୀଗୁଡ଼ିକ ପାଇଁ ସ୍ଥାୟୀ ନୁହେଁ। ଫିନ୍‌ଟେକ୍‌ ସଂଘ କହିଛି ଯେ ଯଦି ଶୀଘ୍ର ଏହାର ସମାଧାନ ନ ହୁଏ, ତେବେ ଅନେକ ଫିନଟେକ୍ କମ୍ପାନୀଗୁଡ଼ିକୁ ସେମାନଙ୍କର କାର୍ଯ୍ୟ ସୀମିତ କରିବାକୁ ବାଧ୍ୟହେବେ। ବିଶେଷକରି ଗ୍ରାମାଞ୍ଚଳ ଏବଂ ଛୋଟ ସହରରେ କମ୍ପାନୀ କାମ ସୀମିତ ରଖÒବ। । ଆଶ୍ଚର୍ଯ୍ୟଜନକ ଭାବରେ, ଗୋଟିଏ ପଟେ ୟୁପିଆଇ ବ୍ୟବହାର ରେକର୍ଡ ସ୍ତରରେ ପହଞ୍ଚିଛି। ଏନ୍‌ପିସିଆଇ ତଥ୍ୟ ଅନୁଯାୟୀ କେବଳ ଅକ୍ଟୋବରରେ ୨୦.୭ ବିଲିୟନ ୟୁପିଆଇ କାରବାର ହୋଇଥିଲା, ଯାହାର ମୋଟ ମୂଲ୍ୟ ୨୭.୨୮ ଲକ୍ଷ କୋଟି ଟଙ୍କା। ଦେଶରେ ପ୍ରାୟ ୮୫% ଡିଜିଟାଲ୍ ପେମେଣ୍ଟ ବର୍ତ୍ତମାନ ୟୁପିଆଇ ମାଧ୍ୟମରେ ହୁଏ। ଏହାର ପହଞ୍ଚ ଟାୟାର-୨ ଏବଂ ଟାୟାର-୩ ସହରଗୁଡ଼ିକରେ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ଏହି ସମୟରେ ଫିନଟେକ୍ କମ୍ପାନୀଗୁଡ଼ିକ ଦାବି କରୁଛନ୍ତି ଯେ ସରକାର ସବସିଡିକୁ ଯଥେଷ୍ଟ ବୃଦ୍ଧି କରନ୍ତୁ କିମ୍ବା ଏକ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମ୍‌ଡିଆର୍‌) ଲାଗୁ କରିବାକୁ ଅନୁମତି ଦିଅନ୍ତୁ। ପ୍ରସ୍ତାବ ହେଉଛି ଛୋଟ ଦୋକାନୀ ଏବଂ ସାଧାରଣ ବ୍ୟବହାରକାରୀଙ୍କ ପାଇଁ ୟୁପିଆଇ ମାଗଣା ରଖିବା, କିନ୍ତୁ ବଡ଼ ବ୍ୟବସାୟୀମାନଙ୍କ (ଯେଉଁମାନଙ୍କର ବାର୍ଷିକ କାରବାର ୧୦ କୋଟି ଟଙ୍କାରୁ ଅଧିକ) ଠାରୁ ୦.୨୫% ରୁ ୦.୩୦% ପର୍ଯ୍ୟନ୍ତ ନାମମାତ୍ର ଏମ୍‌ଡିଆର୍‌ ଆଦାୟ କରିବା। କମ୍ପାନୀଗୁଡ଼ିକ ଯୁକ୍ତି ଦେଖାଇଛନ୍ତି ଯେ ଏହା ସାଧାରଣ ଲୋକଙ୍କ ଉପରେ ବୋଝ ହେବ ନାହିଁ ବରଂ ସିଷ୍ଟମକୁ ସ୍ଥାୟୀ କରିବା ପାଇଁ ଆବଶ୍ୟକୀୟ ପାଣ୍ଠି ଯୋଗାଇବ। ୨୦୨୬ ବଜେଟ୍ ପୂର୍ବରୁ ଏହି ପ୍ରସଙ୍ଗ ଅଧିକ ଉଷ୍ମ ହେବାରେ ଲାଗିଛି। 

18 Jan 2026 By Sakala Desk

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର