ୟୁପିଆଇ କାରବାର ଫେଲ୍‌ ହେଲେ ତୁରନ୍ତ ଅର୍ଥ ଫେରସ୍ତ ପାଇବେ ଉପଭୋକ୍ତା

The Sakala Picture
Published On

ନୂଆଦିଲ୍ଲୀ: ଏଣିକି ୟୁପିଆଇ କାରବାର ଫେଲ ହେଲେ ଉପଭୋକ୍ତା ତୁରନ୍ତ ଟଙ୍କା ଫେରସ୍ତ ପାଇବେ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଜୁଲାଇ ୧୫ରୁ ଏକ ନୂତନ ନିୟମ ଲାଗୁ କରିବାକୁ ଯାଉଛି। ଏଡି ଅନୁଯାୟୀ, ଯଦି ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଏ କିନ୍ତୁ ପେମେଣ୍ଟ ହୁଏ ନାହିଁ, ତେବେ ଉପଭୋକ୍ତା ତୁରନ୍ତ ଟଙ୍କା ଫେରସ୍ତ ପାଇବେ। କେବଳ ଏତିକି ନୁହେଁ, ଭୁଲ ୟୁପିଆଇ ନମ୍ବରକୁ ଟଙ୍କା ପଠାଇବା କ୍ଷେତ୍ରରେ ଉପଭୋକ୍ତା ତାଙ୍କ ବ୍ୟାଙ୍କରୁ ଟଙ୍କା […]

ନୂଆଦିଲ୍ଲୀ: ଏଣିକି ୟୁପିଆଇ କାରବାର ଫେଲ ହେଲେ ଉପଭୋକ୍ତା ତୁରନ୍ତ ଟଙ୍କା ଫେରସ୍ତ ପାଇବେ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଜୁଲାଇ ୧୫ରୁ ଏକ ନୂତନ ନିୟମ ଲାଗୁ କରିବାକୁ ଯାଉଛି। ଏଡି ଅନୁଯାୟୀ, ଯଦି ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଏ କିନ୍ତୁ ପେମେଣ୍ଟ ହୁଏ ନାହିଁ, ତେବେ ଉପଭୋକ୍ତା ତୁରନ୍ତ ଟଙ୍କା ଫେରସ୍ତ ପାଇବେ। କେବଳ ଏତିକି ନୁହେଁ, ଭୁଲ ୟୁପିଆଇ ନମ୍ବରକୁ ଟଙ୍କା ପଠାଇବା କ୍ଷେତ୍ରରେ ଉପଭୋକ୍ତା ତାଙ୍କ ବ୍ୟାଙ୍କରୁ ଟଙ୍କା ଫେରସ୍ତ ପାଇଁ ମାଗିପାରିବେ। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବ୍ୟାଙ୍କଗୁଡ଼ିକ ଏବେ ଏନ୍‌ପିସିଆଇଠାରୁ ପୂର୍ବ ଅନୁମୋଦନ ଆବଶ୍ୟକ ନ କରି କିଛି ପ୍ରତ୍ୟାଖ୍ୟାନ କରାଯାଇଥିବା ଚାର୍ଜ ବ୍ୟାକ୍ ନିଜେ ଉଠାଇପାରିବେ। ଆଇଏନ୍‌ପିସିଆଇ ଦ୍ୱାରା ପ୍ରଚଳିତ ନୂତନ ୟୁପିଆଇ ଚାର୍ଜବ୍ୟାକ୍ ସିଷ୍ଟମ୍ ସେହି ଗ୍ରାହକମାନଙ୍କୁ ମଧ୍ୟ ଆଶ୍ୱସ୍ତି ପ୍ରଦାନ କରିବ, ଯେଉଁମାନଙ୍କର ରିଫଣ୍ଡ ଦାବି ପୂର୍ବରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ନୂତନ ନିୟମ ବ୍ୟାଙ୍କଗୁଡ଼ିକୁ ପୁରୁଣା ପ୍ରତ୍ୟାଖ୍ୟାନ ମାମଲାଗୁଡ଼ିକୁ ପୁନଃପରୀକ୍ଷଣ ଏବଂ ସମାଧାନ କରିବାକୁ ଅନୁମତି ଦେବ।

ଆହୁରି ପଢ଼ନ୍ତୁ: ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ନିନ୍ଦା କଲା ଭାରତ, ହରମୁଜ୍ ପ୍ରଣାଳୀରେ ୨ ଭାରତୀୟ ନାବିକ ନିଖୋଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp