କରୋନା ଯୋଗୁଁ ୫୯% କମିଲା ଯାତ୍ରୀବାହୀ ଗାଡ଼ି ବିକ୍ରି

The Sakala Picture
Published On

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରର ପ୍ରଭାବ ଅଟୋ ମୋବାଇଲ୍ ସେକ୍ଟର ଉପରେ ପଡ଼ିଛି । ମେ ମାସରେ ଯାତ୍ରୀବାହୀ ଗାଡ଼ି ବିକ୍ରି ୫୯ ପ୍ରତିଶତ ହ୍ରାସ୍ ପାଇଛି । ୨ ଚକିଆ ଯାନ, ଟ୍ରାକ୍ଟର ଓ କମର୍ସିଆଲ୍ ଗାଡ଼ି ଆଦି ବିକ୍ରି ବି ଢେର୍ କମିଛି । ଫେଡେରେସନ୍ ଅଫ୍ ଡିଲର୍ସ ଆସୋସିଏସନ୍ ଅନୁସାରେ, ମେ ମାସରେ ଦେଶବ୍ୟାପୀ ମାତ୍ର ୮୫ ହଜାର ୭୩୩ ପାସେଞ୍ଜର ଗାଡ଼ି ବିକ୍ରି ହୋଇଛି । ଯେତେବେଳେ କି ଏପ୍ରିଲ୍ ମାସରେ […]

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରର ପ୍ରଭାବ ଅଟୋ ମୋବାଇଲ୍ ସେକ୍ଟର ଉପରେ ପଡ଼ିଛି । ମେ ମାସରେ ଯାତ୍ରୀବାହୀ ଗାଡ଼ି ବିକ୍ରି ୫୯ ପ୍ରତିଶତ ହ୍ରାସ୍ ପାଇଛି । ୨ ଚକିଆ ଯାନ, ଟ୍ରାକ୍ଟର ଓ କମର୍ସିଆଲ୍ ଗାଡ଼ି ଆଦି ବିକ୍ରି ବି ଢେର୍ କମିଛି । ଫେଡେରେସନ୍ ଅଫ୍ ଡିଲର୍ସ ଆସୋସିଏସନ୍ ଅନୁସାରେ, ମେ ମାସରେ ଦେଶବ୍ୟାପୀ ମାତ୍ର ୮୫ ହଜାର ୭୩୩ ପାସେଞ୍ଜର ଗାଡ଼ି ବିକ୍ରି ହୋଇଛି ।

ଆହୁରି ପଢ଼ନ୍ତୁ: ଯୁଦ୍ଧ ପ୍ରଭାବରେ ଉଛୁଳିଲା ତୈଳ ବଜାର: ୯୦ ଡଲାର ଟପିଲା ଅଶୋଧିତ ତୈଳ ଦର

ଯେତେବେଳେ କି ଏପ୍ରିଲ୍ ମାସରେ ୨ ଲକ୍ଷ ୮ ହଜାର ୮୮୩ ୟୁନିଟ୍ ଗାଡ଼ି ବିକ୍ରି ହୋଇଥିଲା । ଦୁଇ ଚକିଆ ଗାଡ଼ି ମଧ୍ୟ ୫୩ ପ୍ରତିଶତ ହ୍ରାସ୍ ପାଇଛି । ଦେଶବ୍ୟାପୀ ମେ ମାସରେ ୪ ଲକ୍ଷ ୧୦ ହଜାର ୭୫୭ ଦୁଇ ଚକିଆ ଯାନ ବିକ୍ରି ହୋଇଥିବା ବେଳେ ଏପ୍ରିଲରେ ୮ ଲକ୍ଷ ୬୫ ହଜାର ୧୩୪ଟି ଗାଡ଼ି ବିକ୍ରି ହୋଇଥିଲା । ଅର୍ଥାତ୍ ଏପ୍ରିଲ୍ ତୁଳନାରେ ମେରେ ୨ ଚକିଆ ଗାଡ଼ି ବିକ୍ରି ୫୩ ପ୍ରତିଶତ କମିଛି ।

ଆହୁରି ପଢ଼ନ୍ତୁ: ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା 'କ୍ୟୁଡେଙ୍ଗା' (Qdenga), ୪ ରୁ ୬୦ ବର୍ଷ ବୟସ୍କଙ୍କ ପାଇଁ ଡିସିଜିଆଇର ମଞ୍ଜୁରୀ

କର୍ମସିଆଲ୍ ଗାଡ଼ି ବିକ୍ରି ୬୬ ପ୍ରତିଶତ ହ୍ରାସ୍ ପାଇଛି । ଏପ୍ରିଲରେ ୫୧ ହଜାର ୪୩୬ କମର୍ସିଆଲ୍ ଯାନ ବିକ୍ରି ହୋଇଥିବା ବେଳେ ମେରେ ଏହା ହ୍ରାସ୍ ପାଇ ୧୭ ହଜାର ୫୩୪ରେ ପହଞ୍ଚିଛି । ମେ ମାସରେ ଟ୍ରାକ୍ଟର ବିକ୍ରି ୫୭ ପ୍ରତିଶତ ହ୍ରାସ ହୋଇଥିବା ବେଳେ ତିନି ଚକିଆ ଗାଡ଼ି ବିକ୍ରି ୭୬ ପ୍ରତିଶତ ଖସିଛି ।

ଆହୁରି ପଢ଼ନ୍ତୁ: ଟ୍ରମ୍ପ୍‌ଙ୍କ ନୂଆ ଶୁଳ୍କ ବୋମା: ଜେନେରିକ୍ ଔଷଧ ଉପରେ ୨୦୦% ଟାରିଫ୍‌

11 Jun 2021 By The Sakala

କରୋନା ଯୋଗୁଁ ୫୯% କମିଲା ଯାତ୍ରୀବାହୀ ଗାଡ଼ି ବିକ୍ରି

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରର ପ୍ରଭାବ ଅଟୋ ମୋବାଇଲ୍ ସେକ୍ଟର ଉପରେ ପଡ଼ିଛି । ମେ ମାସରେ ଯାତ୍ରୀବାହୀ ଗାଡ଼ି ବିକ୍ରି ୫୯ ପ୍ରତିଶତ ହ୍ରାସ୍ ପାଇଛି । ୨ ଚକିଆ ଯାନ, ଟ୍ରାକ୍ଟର ଓ କମର୍ସିଆଲ୍ ଗାଡ଼ି ଆଦି ବିକ୍ରି ବି ଢେର୍ କମିଛି । ଫେଡେରେସନ୍ ଅଫ୍ ଡିଲର୍ସ ଆସୋସିଏସନ୍ ଅନୁସାରେ, ମେ ମାସରେ ଦେଶବ୍ୟାପୀ ମାତ୍ର ୮୫ ହଜାର ୭୩୩ ପାସେଞ୍ଜର ଗାଡ଼ି ବିକ୍ରି ହୋଇଛି ।

ଯେତେବେଳେ କି ଏପ୍ରିଲ୍ ମାସରେ ୨ ଲକ୍ଷ ୮ ହଜାର ୮୮୩ ୟୁନିଟ୍ ଗାଡ଼ି ବିକ୍ରି ହୋଇଥିଲା । ଦୁଇ ଚକିଆ ଗାଡ଼ି ମଧ୍ୟ ୫୩ ପ୍ରତିଶତ ହ୍ରାସ୍ ପାଇଛି । ଦେଶବ୍ୟାପୀ ମେ ମାସରେ ୪ ଲକ୍ଷ ୧୦ ହଜାର ୭୫୭ ଦୁଇ ଚକିଆ ଯାନ ବିକ୍ରି ହୋଇଥିବା ବେଳେ ଏପ୍ରିଲରେ ୮ ଲକ୍ଷ ୬୫ ହଜାର ୧୩୪ଟି ଗାଡ଼ି ବିକ୍ରି ହୋଇଥିଲା । ଅର୍ଥାତ୍ ଏପ୍ରିଲ୍ ତୁଳନାରେ ମେରେ ୨ ଚକିଆ ଗାଡ଼ି ବିକ୍ରି ୫୩ ପ୍ରତିଶତ କମିଛି ।

କର୍ମସିଆଲ୍ ଗାଡ଼ି ବିକ୍ରି ୬୬ ପ୍ରତିଶତ ହ୍ରାସ୍ ପାଇଛି । ଏପ୍ରିଲରେ ୫୧ ହଜାର ୪୩୬ କମର୍ସିଆଲ୍ ଯାନ ବିକ୍ରି ହୋଇଥିବା ବେଳେ ମେରେ ଏହା ହ୍ରାସ୍ ପାଇ ୧୭ ହଜାର ୫୩୪ରେ ପହଞ୍ଚିଛି । ମେ ମାସରେ ଟ୍ରାକ୍ଟର ବିକ୍ରି ୫୭ ପ୍ରତିଶତ ହ୍ରାସ ହୋଇଥିବା ବେଳେ ତିନି ଚକିଆ ଗାଡ଼ି ବିକ୍ରି ୭୬ ପ୍ରତିଶତ ଖସିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp