ସମ୍ପତ୍ତି ଦୌଡରେ ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ

The Sakala Picture
Published On

ନୂଆଦିଲ୍ଲୀ : ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀ ଏବେ ସମ୍ପତ୍ତି ଦୌଡରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଟପିଯାଇଛି। ଆଦାନୀ ବିଶ୍ୱର ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ନିଜକୁ ସ୍ଥାନିତ କରିଥ଄ବାବେଳେ ଅମ୍ବାନୀ ସୂଚୀର ନବମ ସ୍ଥାନରେ ରହିଛନ୍ତି। ଆଦାନୀଙ୍କ ମୋଟ ସମ୍ପତ୍ତି ପରିମାଣ ୧୦୪ ବିଲିୟନ ଡଲାରରେ ପହଞ୍ଚିଯାଇଛି। ଏହି ଅନୁସାରେ ବିଶ୍ୱର ସବୁଠୁ ଧନୀ ଟେସଲା ଓ ସ୍ପେସ୍ ଏକ୍ସ ମାଲିକ ଏଲନ୍‌ ମସ୍କଙ୍କ ମୋଟ ସମ୍ପତ୍ତିଠାରୁ ତାଙ୍କ ସମ୍ପତ୍ତିର ପରିମାଣ ମାତ୍ର […]

ନୂଆଦିଲ୍ଲୀ : ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀ ଏବେ ସମ୍ପତ୍ତି ଦୌଡରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଟପିଯାଇଛି। ଆଦାନୀ ବିଶ୍ୱର ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ନିଜକୁ ସ୍ଥାନିତ କରିଥ଄ବାବେଳେ ଅମ୍ବାନୀ ସୂଚୀର ନବମ ସ୍ଥାନରେ ରହିଛନ୍ତି। ଆଦାନୀଙ୍କ ମୋଟ ସମ୍ପତ୍ତି ପରିମାଣ ୧୦୪ ବିଲିୟନ ଡଲାରରେ ପହଞ୍ଚିଯାଇଛି। ଏହି ଅନୁସାରେ ବିଶ୍ୱର ସବୁଠୁ ଧନୀ ଟେସଲା ଓ ସ୍ପେସ୍ ଏକ୍ସ ମାଲିକ ଏଲନ୍‌ ମସ୍କଙ୍କ ମୋଟ ସମ୍ପତ୍ତିଠାରୁ ତାଙ୍କ ସମ୍ପତ୍ତିର ପରିମାଣ ମାତ୍ର ୧୦୦ ବିଲିୟନ ଡଲାର ପଛରେ ରହିଛି। ମସ୍କଙ୍କ ମୋଟ ସମ୍ପତ୍ତି ୨୦୪.୫ ବିଲିୟନ ଡଲାର।

ରିପୋର୍ଟ ଅନୁସାରେ ଆଦାନୀ ତାଙ୍କ ବ୍ୟବସାୟରେ କ୍ରମାଗତ ଭାବେ ସମ୍ପ୍ରସାରଣ ଘଟାଇବାରେ ଲାଗିଛନ୍ତି। ନିକଟରେ ସେ ସିମେଣ୍ଟ କାରବାରରେ ପାଦ ଥାପିଥିବାବେଳେ ଏହି କ୍ଷେତ୍ରରେ ସେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଆଦାନୀ ୧୦.୫ ବିଲିୟନ ଡଲାରରେ ହୋଲସିମ୍ ଲିମିଟେଡଙ୍କ ଭାରତୀୟ କାରବାରକୁ ହାତେଇ ନେବାରେ ସଫଳ ହୋଇଛନ୍ତି। ହୋଲସିମ ଭାରତରେ ଏସିସି ଓ ଅମ୍ବୁଜା ବ୍ରାଣ୍ଡର ସିମେଣ୍ଟ କାରବାର କରୁଥିଲା। ଏଣୁ ସିମେଣ୍ଟ କ୍ଷେତ୍ରରେ ପ୍ରବେଶ ସହ ଅାଦାନୀ ଦେଶର ଦ୍ୱିତୀୟ ସର୍ବବୃହତ୍ତ ସିମେଣ୍ଟ ନିର୍ମାତା ପାଲଟିଛନ୍ତି।

ଏଥିରେ ମୁକେଶ ଅମ୍ବାନୀଙ୍କ କାରବାର ହିସାବ କଲେ ତାଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ନିକଟରେ ୧୯ ଲକ୍ଷ କୋଟି ବଜାର ପୁଞ୍ଜିର ଦେଶର ୧ ନମ୍ବର କମ୍ପାନୀରେ ପରିଣତ ହୋଇଥିଲା। ଆଦାନୀଙ୍କ କାରବାର ବନ୍ଦରଠାରୁ ଆରମ୍ଭ କରି ଲୋକଙ୍କ ଘରର ରୋଷେଇଶାଳ ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି। ଏଥିରେ ଅମ୍ବାନୀ ଟେଲିକମ କ୍ଷେତ୍ରରୁ ରିଟେଲ ପର୍ଯ୍ୟନ୍ତ ବ୍ୟାପୀ ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର