ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଏୟାର ଏସିଆ ଇଣ୍ଡିଆର ସବୁ ଅଂଶଧନ କିଣିବ ଏୟାର ଇଣ୍ଡିଆ

The Sakala Picture
Published On

ନୂଆଦିଲ୍ଲୀ :  ଏୟାର ଇଣ୍ଡିଆ ଏୟାର ଏସିଆ ଇଣ୍ଡିଆକୁ ଅଧିଗ୍ରହଣ କରିବ। ଏୟାର ଏସିଆ ଇଣ୍ଡିଆର ଏହି ଅଧିଗ୍ରହଣକୁ କମ୍ପିଟିସନ୍‌ କମିସନ ଅଫ୍‌ ଇଣ୍ଡିଆ (ସିସିଆଇ) ମଙ୍ଗଳବାର ଅନୁମୋଦନ ଦେଇଛି। ଏହି ଦୁଇ ବିମାନ କମ୍ପାନୀ ଏକତ୍ର ହେବା ପରେ ଭାରତୀୟ ବିମାନ ଯାତ୍ରୀ ବଜାରରେ ସେମାନଙ୍କର ଅଂଶଧନ ୧୫.୭ ପ୍ରତିଶତ ହୋଇଯିବ। ଏଠାରେ ସୂଚନାଯୋଗ୍ୟ ଯେ, ଉଭୟ ଏୟାରଲାଇନ୍ସ ଟାଟା ଗ୍ରୁପ୍ ଦ୍ୱାରା ନିୟନ୍ତ୍ରିତ। ନିକଟରେ ଏୟାର ଏସିଆ ଇଣ୍ଡିଆ ଅଧିଗ୍ରହଣ ପାଇଁ ଏହି ଚୁକ୍ତି […]

ନୂଆଦିଲ୍ଲୀ :  ଏୟାର ଇଣ୍ଡିଆ ଏୟାର ଏସିଆ ଇଣ୍ଡିଆକୁ ଅଧିଗ୍ରହଣ କରିବ। ଏୟାର ଏସିଆ ଇଣ୍ଡିଆର ଏହି ଅଧିଗ୍ରହଣକୁ କମ୍ପିଟିସନ୍‌ କମିସନ ଅଫ୍‌ ଇଣ୍ଡିଆ (ସିସିଆଇ) ମଙ୍ଗଳବାର ଅନୁମୋଦନ ଦେଇଛି। ଏହି ଦୁଇ ବିମାନ କମ୍ପାନୀ ଏକତ୍ର ହେବା ପରେ ଭାରତୀୟ ବିମାନ ଯାତ୍ରୀ ବଜାରରେ ସେମାନଙ୍କର ଅଂଶଧନ ୧୫.୭ ପ୍ରତିଶତ ହୋଇଯିବ।

ଆହୁରି ପଢ଼ନ୍ତୁ: ରୁଷିଆରୁ ସମୁଦ୍ର ପଥରେ ଆସୁଥିବା ତୈଳ ଉପରେ କଟକଣା କୋହଳ ଅବଧି ବଢ଼ାଇଲା ଆମେରିକା: ଭାରତ ପାଇଁ ଏହାର ଅର୍ଥ କ'ଣ?

ଏଠାରେ ସୂଚନାଯୋଗ୍ୟ ଯେ, ଉଭୟ ଏୟାରଲାଇନ୍ସ ଟାଟା ଗ୍ରୁପ୍ ଦ୍ୱାରା ନିୟନ୍ତ୍ରିତ। ନିକଟରେ ଏୟାର ଏସିଆ ଇଣ୍ଡିଆ ଅଧିଗ୍ରହଣ ପାଇଁ ଏହି ଚୁକ୍ତି ଲାଗି ଏୟାର ଇଣ୍ଡିଆ ସିସିଆଇ ନିକଟରୁ ଅନୁମୋଦନ ଲୋଡିଥିଲା। ଏୟାର ଏସିଆ ଇଣ୍ଡିଆରେ ଟାଟା ୮୩.୬୭% ଅଂଶଧନ ରହିଛି। ଟାଟା ବର୍ତ୍ତମାନ ଅବଶିଷ୍ଟ ୧୬% ଅଂଶଧନ ଶୀଘ୍ର ହାସଲ କରିନେବ। ଏହି ଅଂଶ ବର୍ତ୍ତମାନ ମାଲେସିଆର ଏୟାରଲାଇନ୍ସ ଗ୍ରୁପ୍ ଏୟାର ଏସିଆ ବରହାଦ୍ ନିକଟରେ ରହିଛି। ଏୟାର ଏସିଆ ଭାରତରେ ‘ଏୟାର ଏସିଆ ଇଣ୍ଡିଆ’ ନାମରେ କାର୍ଯ୍ୟ କରୁଛି। ଏୟାର ଇଣ୍ଡିଆରେ ଟାଟାର ଶତ ପ୍ରତିଶତ ଅଂଶଧନ ରହିଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ଦର ବୃଦ୍ଧି: ଏକାଥରକେ ବୋଝ ପକାଇବୁ ନାହିଁ, ଧୀରେ ଧୀରେ ବଢିବ ଦାମ୍, ସ୍ପଷ୍ଟ କଲା ଆଇଓସିଏଲ୍

ଏହା ସହିତ ଏୟାର ଏସିଆ ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ମିଶ୍ରଣ କରିବ। କିନ୍ତୁ ସିଙ୍ଗାପୁର ଏୟାରଲାଇନ୍ସ ସହଯୋଗରେ ଚାଲୁଥିବା ଭିସ୍ତାରା ବର୍ତ୍ତମାନ ପାଇଁ ପୃଥକ କମ୍ପାନି ଭାବେ କାର୍ଯ୍ୟ କରିବ।ଏୟାର ଏସିଆ ଇଣ୍ଡିଆ ପ୍ରାଇ‌ଭେଟ ଲିମିଟେଡ (ଏଏଆଇପିଏଲ୍‌)ରେ ଟାଟା ସନ୍ସ ପ୍ରାଇଭେଟ ଲିମିଟେଡ (ଟିଏସପିଏଲ)ର ୮୩.୬୭ ପ୍ରତିଶତ ଅଂଶଧନ ରହିଥିବାବେଳେ ଅବଶିଷ୍ଟ ୧୬.୩୩ ପ୍ରତିଶତ ଏୟାର ଏସିଆ ନିକଟରେ ରହିଛି। ଭାରତୀୟ ବିମାନ ସେବା କ୍ଷେତ୍ରରେ ଇଣ୍ଡିଗୋର ଅଂଶଧନ ସର୍ବାଧିକ ୫୪ ପ୍ରତିଶତ ରହିଛି। ଏୟାର ଇଣ୍ଡିଆ ଓ ଏୟାର ଏସିଆ ଇଣ୍ଡିଆ ପ୍ରାଇଭେଟର ମିଶ୍ରଣ ଫଳରେ ଏହା ଦ୍ବିତୀୟ ବୃହତ ଘରୋଇ ବିମାନସେବା ପ୍ରଦାନକାରୀ କମ୍ପାନିରେ ପରିଣତ ହେବ ଏବଂ ନୂଆ କମ୍ପାନିର ବଜାରଅଂଶ ପ୍ରାୟ ୨୫ ପ୍ରତିଶତ ରହିବ। ଏୟାର ଏସିଆ ଇଣ୍ଡିଆକୁ ଅଧିଗ୍ରହଣ କରିବା ପାଇଁ ଏୟାର ଇଣ୍ଡିଆ ଗତ ଏପ୍ରିଲରେ ଭାରତୀୟ ପ୍ରତିଯୋଗିତା ଆୟୋଗକୁ ପ୍ରସ୍ତାବ ପଠାଇଥିଲା। ରାଜିନାମା ଅନୁଯାୟୀ, ଏୟାର ଏସିଆର ୧୬.୩ ପ୍ରତିଶତ ଅଂଶଧନକୁ ଏୟାର ଇଣ୍ଡିଆ ପ୍ରାୟ ୧୩୯ କୋଟି ଟଙ୍କାରେ ହାସଲ କରିବ

ଆହୁରି ପଢ଼ନ୍ତୁ: ଓଡ଼ିଶା ତାପଜ ବିଦ୍ୟୁତ୍‌ ନୀତି-୨୦୦୮ରେ ସଂଶୋଧନ: ଗ୍ରାହକଙ୍କୁ ୨୦୦ କୋଟିର ବୋଝ !

15 Jun 2022 By The Sakala

ଏୟାର ଏସିଆ ଇଣ୍ଡିଆର ସବୁ ଅଂଶଧନ କିଣିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ :  ଏୟାର ଇଣ୍ଡିଆ ଏୟାର ଏସିଆ ଇଣ୍ଡିଆକୁ ଅଧିଗ୍ରହଣ କରିବ। ଏୟାର ଏସିଆ ଇଣ୍ଡିଆର ଏହି ଅଧିଗ୍ରହଣକୁ କମ୍ପିଟିସନ୍‌ କମିସନ ଅଫ୍‌ ଇଣ୍ଡିଆ (ସିସିଆଇ) ମଙ୍ଗଳବାର ଅନୁମୋଦନ ଦେଇଛି। ଏହି ଦୁଇ ବିମାନ କମ୍ପାନୀ ଏକତ୍ର ହେବା ପରେ ଭାରତୀୟ ବିମାନ ଯାତ୍ରୀ ବଜାରରେ ସେମାନଙ୍କର ଅଂଶଧନ ୧୫.୭ ପ୍ରତିଶତ ହୋଇଯିବ।

ଏଠାରେ ସୂଚନାଯୋଗ୍ୟ ଯେ, ଉଭୟ ଏୟାରଲାଇନ୍ସ ଟାଟା ଗ୍ରୁପ୍ ଦ୍ୱାରା ନିୟନ୍ତ୍ରିତ। ନିକଟରେ ଏୟାର ଏସିଆ ଇଣ୍ଡିଆ ଅଧିଗ୍ରହଣ ପାଇଁ ଏହି ଚୁକ୍ତି ଲାଗି ଏୟାର ଇଣ୍ଡିଆ ସିସିଆଇ ନିକଟରୁ ଅନୁମୋଦନ ଲୋଡିଥିଲା। ଏୟାର ଏସିଆ ଇଣ୍ଡିଆରେ ଟାଟା ୮୩.୬୭% ଅଂଶଧନ ରହିଛି। ଟାଟା ବର୍ତ୍ତମାନ ଅବଶିଷ୍ଟ ୧୬% ଅଂଶଧନ ଶୀଘ୍ର ହାସଲ କରିନେବ। ଏହି ଅଂଶ ବର୍ତ୍ତମାନ ମାଲେସିଆର ଏୟାରଲାଇନ୍ସ ଗ୍ରୁପ୍ ଏୟାର ଏସିଆ ବରହାଦ୍ ନିକଟରେ ରହିଛି। ଏୟାର ଏସିଆ ଭାରତରେ ‘ଏୟାର ଏସିଆ ଇଣ୍ଡିଆ’ ନାମରେ କାର୍ଯ୍ୟ କରୁଛି। ଏୟାର ଇଣ୍ଡିଆରେ ଟାଟାର ଶତ ପ୍ରତିଶତ ଅଂଶଧନ ରହିଛି।

ଏହା ସହିତ ଏୟାର ଏସିଆ ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ମିଶ୍ରଣ କରିବ। କିନ୍ତୁ ସିଙ୍ଗାପୁର ଏୟାରଲାଇନ୍ସ ସହଯୋଗରେ ଚାଲୁଥିବା ଭିସ୍ତାରା ବର୍ତ୍ତମାନ ପାଇଁ ପୃଥକ କମ୍ପାନି ଭାବେ କାର୍ଯ୍ୟ କରିବ।ଏୟାର ଏସିଆ ଇଣ୍ଡିଆ ପ୍ରାଇ‌ଭେଟ ଲିମିଟେଡ (ଏଏଆଇପିଏଲ୍‌)ରେ ଟାଟା ସନ୍ସ ପ୍ରାଇଭେଟ ଲିମିଟେଡ (ଟିଏସପିଏଲ)ର ୮୩.୬୭ ପ୍ରତିଶତ ଅଂଶଧନ ରହିଥିବାବେଳେ ଅବଶିଷ୍ଟ ୧୬.୩୩ ପ୍ରତିଶତ ଏୟାର ଏସିଆ ନିକଟରେ ରହିଛି। ଭାରତୀୟ ବିମାନ ସେବା କ୍ଷେତ୍ରରେ ଇଣ୍ଡିଗୋର ଅଂଶଧନ ସର୍ବାଧିକ ୫୪ ପ୍ରତିଶତ ରହିଛି। ଏୟାର ଇଣ୍ଡିଆ ଓ ଏୟାର ଏସିଆ ଇଣ୍ଡିଆ ପ୍ରାଇଭେଟର ମିଶ୍ରଣ ଫଳରେ ଏହା ଦ୍ବିତୀୟ ବୃହତ ଘରୋଇ ବିମାନସେବା ପ୍ରଦାନକାରୀ କମ୍ପାନିରେ ପରିଣତ ହେବ ଏବଂ ନୂଆ କମ୍ପାନିର ବଜାରଅଂଶ ପ୍ରାୟ ୨୫ ପ୍ରତିଶତ ରହିବ। ଏୟାର ଏସିଆ ଇଣ୍ଡିଆକୁ ଅଧିଗ୍ରହଣ କରିବା ପାଇଁ ଏୟାର ଇଣ୍ଡିଆ ଗତ ଏପ୍ରିଲରେ ଭାରତୀୟ ପ୍ରତିଯୋଗିତା ଆୟୋଗକୁ ପ୍ରସ୍ତାବ ପଠାଇଥିଲା। ରାଜିନାମା ଅନୁଯାୟୀ, ଏୟାର ଏସିଆର ୧୬.୩ ପ୍ରତିଶତ ଅଂଶଧନକୁ ଏୟାର ଇଣ୍ଡିଆ ପ୍ରାୟ ୧୩୯ କୋଟି ଟଙ୍କାରେ ହାସଲ କରିବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp