ରାଜ୍ୟବ୍ୟାପୀ ପାର୍ବଣ ଉତ୍ସାହ : ମନମାରି ବସିଛନ୍ତି ନିଗମ, ବୋର୍ଡ ଆଶାୟୀ

The Sakala Picture
Published On

ଭୁବନେଶ୍ୱର : ଗତ ୧୫ ମାସ ମଧ୍ୟରେ ବିଜେପି ରାଜ୍ୟ ନେତୃତ୍ୱଙ୍କ ଏ ନେଇ ଏକାଧିକ ପ୍ରୟାସ , ଘନ ଘନ ଦିଲ୍ଲୀ ଗସ୍ତ ସତ୍ତ୍ବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରୁ ନାହିଁ। କାହିଁକି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରୁ ନାହିଁ ଓ ନିଗମ ନିଯୁକ୍ତି କାହିଁକି ଅଟକିଛି, ତାହାର ଉତ୍ତର କେହି ଦେବାକୁ ସକ୍ଷମ ନୁହନ୍ତି। ଦୀର୍ଘଦିନ ଧରି ଅପେକ୍ଷାରେ ଥିବା କ୍ଷମତା ଆଶାୟୀଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲାଣି। ପାର୍ବଣକୁ ନେଇ ରାଜ୍ୟରେ ଏକ ପ୍ରକାର ଉତ୍ସବର ମାହୋଲ ଥିବାବେଳେ […]

ଭୁବନେଶ୍ୱର : ଗତ ୧୫ ମାସ ମଧ୍ୟରେ ବିଜେପି ରାଜ୍ୟ ନେତୃତ୍ୱଙ୍କ ଏ ନେଇ ଏକାଧିକ ପ୍ରୟାସ , ଘନ ଘନ ଦିଲ୍ଲୀ ଗସ୍ତ ସତ୍ତ୍ବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରୁ ନାହିଁ। କାହିଁକି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରୁ ନାହିଁ ଓ ନିଗମ ନିଯୁକ୍ତି କାହିଁକି ଅଟକିଛି, ତାହାର ଉତ୍ତର କେହି ଦେବାକୁ ସକ୍ଷମ ନୁହନ୍ତି। ଦୀର୍ଘଦିନ ଧରି ଅପେକ୍ଷାରେ ଥିବା କ୍ଷମତା ଆଶାୟୀଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲାଣି। ପାର୍ବଣକୁ ନେଇ ରାଜ୍ୟରେ ଏକ ପ୍ରକାର ଉତ୍ସବର ମାହୋଲ ଥିବାବେଳେ ମନ୍ତ୍ରୀ, ନିଗମ, ବୋର୍ଡ ଆଶାୟୀମାନେ ମନମାରି ବସିଛନ୍ତି। ପୂଜାକୁ ନେଇ ସେମାନଙ୍କ ମଧ୍ୟରେ ସରାଗ ନ ନାହିଁ।

ନିଗମ ଏବଂ ବୋର୍ଡରେ ନିଯୁକ୍ତି ପାଇଁ ଗଲା ବର୍ଷଟିଏ ଧରି ଦଳର ନେତାମାନେ ଉଦ୍ୟମ କରି ଆସୁଛନ୍ତି। ନିଜ ନିଜ ନେତାଙ୍କ ପାଖରେ ଶରଣ ପସିବା ସହ ଏଥିପାଇଁ ପୁଳାଏ ଅର୍ଥ ମଧ୍ୟ ସାରିଲେଣି। ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି, ନିଯୁକ୍ତି ପ୍ରକ୍ରିୟା ଅହେତୁକ ବିଳମ୍ବ ହେବାରେ ଲାଗିଛି। ନିଯୁକ୍ତି ପ୍ରକ୍ରିୟା କେଉଁଠି ଏବଂ କାହା ପାଇଁ ଓ କେଉଁ କାରଣ ପାଇଁ ଅଟକିଛି, ସେନେଇ ଦଳର ଶୀର୍ଷ ନେତୃତ୍ୱ ଆଶାୟୀଙ୍କୁ କିଛି ଜଣାଉନାହାନ୍ତି। କେବଳ ସମୟ ଆସିଲେ ନିଯୁକ୍ତି ପ୍ରକ୍ରିୟାକୁ କାର୍ଯ୍ୟନ୍ୱୟନ କରାଯିବ ବୋଲି ଅଭୟବାଣୀ ଶୁଣାଉଛନ୍ତି। ଯାହାକୁ ନେଇ ଆଶାୟୀ ସମ୍ପୂର୍ଣ୍ଣ ନିରାଶ ହୋଇ ପଡ଼ିଲେଣି। ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଆଶାୟୀ କହିଛନ୍ତି ଯେ ବାରମ୍ବାର ଆମକୁ ଦଳୀୟ ନେତୃତ୍ୱଙ୍କ ନିକଟରୁ କେବଳ ପ୍ରତିଶ୍ରୁତି ମିଳୁଛି। ସଂଗଠନ ବୃଦ୍ଧି ପାଇଁ କାମ କରିବାକୁ କୁହାଯାଉଛି।

କେତେଦିନ ଏମିତି ହାତରୁ ଟଙ୍କା ଖର୍ଚ୍ଚ କରି, ନିଜର ସମୟ ସାରି ସଂଗଠନ ପାଇଁ ଦୌଡ଼ୁଥିବୁ। ଦୁର୍ଗାପୂଜା ପୂର୍ବରୁ କିଛି ନିଗମ ଓ ବୋର୍ଡରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଥିଲା। ମାତ୍ର ବର୍ତ୍ତମାନର ସ୍ଥିତିକୁ ଦେଖିଲେ ସେମିତି କିଛି ଜଣାପଡ଼ୁନାହିଁ। ରାଜ୍ୟରେ ଆମ ସରକାର ଆସି ଲାଭ କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଏପଟେ ଦଳୀୟ ନେତାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଗାପୂଜା ପରେ ପରେ ନିଗମ, ବୋର୍ଡକୁ ନେଇ କିଛି ନିଷ୍ପତ୍ତି ନିଆଯାଇପାରେ। ଏଥିପାଇଁ ଆଶାୟୀମାନେ ଧୈର୍ଯ୍ୟ ଧରି ରହିବା ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି। ଅପରପକ୍ଷେ ଚଳିତ ମାସ ଶେଷ ଆଡ଼କୁ ରାଜ୍ୟ ବିଜେପି ରାଜନୀତି ଏବଂ ସରକାରସ୍ତରରେ ଅନେକ ଗୁଡ଼ିଏ ଘଟଣା ଘଟିପାରେ ବୋଲି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ପୂର୍ବରୁ ସଙ୍କେତ ଦେଇଥିଲେ। ସେହି ଅନେକ ଘଟଣା କଣ, ତାହାକୁ ଜାଣିବା ପାଇଁ ଦଳର କର୍ମୀ ମହଲରେ ଉତ୍ସୁକତା ବଢ଼ିବାରେ ଲାଗିଛି।

About The Author

ସମ୍ବନ୍ଧିତ ଖବର