ଆଉ ୪ ଦିନ ମିଶ୍ରିତ ପାଗ : ସକାଳୁ ଗୁଳୁଗୁଳି ସହ ଅପରାହ୍ନରେ ଲାଗି ରହିବ ଝଡ଼ବର୍ଷା

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ମିଶ୍ରିତ ପାଗ ରହିବ। ଦିନ ବେଳା ବିଭିନ୍ନ ସ୍ଥାନରେ ଗୁଳୁଗୁଳି ସହ ଅପରାହ୍ଣରେ ପ୍ରାୟ ଅଧିକାଂଶ ସ୍ଥାନରେ ବର୍ଷା ପାଇଁ ପାଗ ଅନୁକୂଳ ରହିବ। ବୁଧବାର ସ୍ନାନ ପୂର୍ଣ୍ଣିମାରେ ମଧ୍ୟ ଏଭଳି ସ୍ଥିତି ଜାରି ରହିବ। ଚାରି ଦିନ ପରେ ମୌସୁମୀ ସକ୍ରିୟ ସହ ବର୍ଷାର ପ୍ରଭାବ ବଢ଼ିବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଆଗାମୀ ୧୪, ୧୫ ଓ ୧୬ରେ ଗୋଟିଏ କିମ୍ୱା […]

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ମିଶ୍ରିତ ପାଗ ରହିବ। ଦିନ ବେଳା ବିଭିନ୍ନ ସ୍ଥାନରେ ଗୁଳୁଗୁଳି ସହ ଅପରାହ୍ଣରେ ପ୍ରାୟ ଅଧିକାଂଶ ସ୍ଥାନରେ ବର୍ଷା ପାଇଁ ପାଗ ଅନୁକୂଳ ରହିବ। ବୁଧବାର ସ୍ନାନ ପୂର୍ଣ୍ଣିମାରେ ମଧ୍ୟ ଏଭଳି ସ୍ଥିତି ଜାରି ରହିବ। ଚାରି ଦିନ ପରେ ମୌସୁମୀ ସକ୍ରିୟ ସହ ବର୍ଷାର ପ୍ରଭାବ ବଢ଼ିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ ରୋଷେୟା ତଥା ଅନ୍ୟତମ ଅଭିଯୁକ୍ତ ମନ୍ମଥ କୁମ୍ଭ ଗିରଫ

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଆଗାମୀ ୧୪, ୧୫ ଓ ୧୬ରେ ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବାର ସମ୍ଭାବନା ରହିଛି। ୧୪ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୁର୍ବାନୁମାନ କରାଯାଇଛି। ସେହିପରି ୧୫ ତାରିଖରେ ନବରଙ୍ଗପୁର, ନୁଆପଡା ଜିଲ୍ଲାରେ ଗୋଟିଏ କିମ୍ୱା ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ। ତେଣୁ ଚଳିତ ବର୍ଷ ରଜରେ ଅନେକ ସ୍ଥାନରେ ବର୍ଷା ନେଇ ପାଗ ଅନୁକୂଳ ରହିଛି।

ଆହୁରି ପଢ଼ନ୍ତୁ: ପାର୍ବଣ ପୂର୍ବରୁ ଖାଉଟିଙ୍କୁ ଝଟକା: ୪ ତାରିଖରୁ ବଢିବ ଓମଫେଡ୍ କ୍ଷୀର ଦର

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଉତ୍ତର ଉପକୂଳ ଓଡିଶା ତତ-ସଂଲଗ୍ନ ଦକ୍ଷିଣ ଗଙ୍ଗୀୟ-ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବୁଧବାର ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

ଆହୁରି ପଢ଼ନ୍ତୁ: ଚାମେଲି ଓଝା ମାମଲାର ତଦନ୍ତ କରିବ ଜାତୀୟ ମାନବାଧିକାର କମିଶନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର