ମନୋରଞ୍ଜନ

ହିରୋଙ୍କ ପାଇଁ ଅଭିଜ୍ଞତା, ହିରୋଇନଙ୍କ ପାଇଁ ସମସ୍ୟା! ବଲିଉଡର ଦ୍ୱିମୁଖୀ ନୀତି ଉପରେ ବର୍ଷିଲେ ଈଶା କୋପିକର
ଆମେରିକାରେ ଶାହରୁଖ୍ ଖାନଙ୍କ ନୂଆ କ୍ରିକେଟ୍ ଷ୍ଟାଡିୟମ୍: ଉଦ୍‌ଘାଟନୀ ଭିଡିଓରେ ନଜର ଆସିଲେ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି
ରିଆଲିଟି ସୋ 'ଦି ଆଲାଏନ୍ସ'ରେ ସୋହେଲ୍ ଖାନ୍‌ଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି: ସଲମାନଙ୍କ ରିଆକ୍ସନ ବିଷୟରେ କହିଲେ ଅଭିନେତା
'କାଲା ହିରଣ' ବିବାଦ: ସେନ୍ସର ବୋର୍ଡକୁ ଯାଇନାହିଁ ଫିଲ୍ମ, ସଲମାନ ଖାନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସ୍ଥଗିତ
'ଟକ୍ସିକ୍'ର ନୂଆ ଟିଜର ରିଲିଜ୍: ଆକ୍ସନ୍ ବଦଳରେ ବୋଲ୍ଡ ସିନ୍ ଦେଖି ତାଜୁବ୍ ଫ୍ୟାନ୍ସ, ୟଶ୍ ଏବଂ କିଆରାଙ୍କ ରୋମାନ୍ସକୁ ନେଇ ଟ୍ରୋଲ୍ ହେଲେ ମେକର୍ସ

୪୨ ବର୍ଷର ଆଇନଗତ ଲଢ଼େଇ ପରେ ମିଳିଲା ନ୍ୟାୟ, ଭୁଲ୍‌ ନ କରି ଦଣ୍ଡ ମିଳିଥିବାଳେ ୮୬ ବର୍ଷରେ ମିଳିଲା ଆଶ୍ବସ୍ତି…

The Sakala Picture
Published On

ଜବଲପୁର: ଭାରତୀୟ ନ୍ୟାୟିକ ବ୍ୟବସ୍ଥାର କରୁଣ ଚିତ୍ର ମଧ୍ୟପ୍ରଦେଶରୁ ସାମ୍‌ନାକୁ ଆସିଛି। ଅନ୍ୟାୟର ଶିକାର ହୋଇଥିବା ଜଣେ ଶିକ୍ଷକଙ୍କୁ ନ୍ୟାୟ ମିଳିବାକୁ ୪୨ ବର୍ଷ ଲାଗି ଯାଇଛି। ୪୪ ବର୍ଷରେ ଭୁଲ୍‌ ନ କରି ଦଣ୍ଡ ମିଳିଥିବାଳେ ୮୬ ବର୍ଷରେ ତାଙ୍କୁ ଆଶ୍ବସ୍ତି ମିଳିଛି। ଦୀର୍ଘ ବର୍ଷର ଆଇନଗତ ଲଢେଇ, ସାମାଜିକ ଉପେକ୍ଷା ଏବଂ ଉତ୍କଟ ଆର୍ଥିକ ସ୍ଥିତିରେ ପଡ଼ି ମଧ୍ୟ ବୈତୁଲ ଜିଲ୍ଲାର ଏହି ବୃଦ୍ଧ ଶିକ୍ଷକ ମାନକରାମ ସୂର୍ଯ୍ୟବଂଶୀ ନ୍ୟାୟ ପାଇଁ ଲଢେଇ କରି […]

ଜବଲପୁର: ଭାରତୀୟ ନ୍ୟାୟିକ ବ୍ୟବସ୍ଥାର କରୁଣ ଚିତ୍ର ମଧ୍ୟପ୍ରଦେଶରୁ ସାମ୍‌ନାକୁ ଆସିଛି। ଅନ୍ୟାୟର ଶିକାର ହୋଇଥିବା ଜଣେ ଶିକ୍ଷକଙ୍କୁ ନ୍ୟାୟ ମିଳିବାକୁ ୪୨ ବର୍ଷ ଲାଗି ଯାଇଛି। ୪୪ ବର୍ଷରେ ଭୁଲ୍‌ ନ କରି ଦଣ୍ଡ ମିଳିଥିବାଳେ ୮୬ ବର୍ଷରେ ତାଙ୍କୁ ଆଶ୍ବସ୍ତି ମିଳିଛି। ଦୀର୍ଘ ବର୍ଷର ଆଇନଗତ ଲଢେଇ, ସାମାଜିକ ଉପେକ୍ଷା ଏବଂ ଉତ୍କଟ ଆର୍ଥିକ ସ୍ଥିତିରେ ପଡ଼ି ମଧ୍ୟ ବୈତୁଲ ଜିଲ୍ଲାର ଏହି ବୃଦ୍ଧ ଶିକ୍ଷକ ମାନକରାମ ସୂର୍ଯ୍ୟବଂଶୀ ନ୍ୟାୟ ପାଇଁ ଲଢେଇ କରି ଚାଲିଥିଲେ। ହାର୍‌ ନ ମାନି ସଂଘର୍ଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଚାରି ଦଶନ୍ଧି ହେଲା କୋର୍ଟକୁ ଧାଇଁ ଥିଲେ। ଏବେ ହାଇକୋର୍ଟଙ୍କ ରାୟ ତାଙ୍କୁ ନ୍ୟାୟ ଦେଇଛି। ୧୯୮୩ରେ ଗୁରୁତର ଅଭିଯୋଗ ଲାଗିବା ପରେ ତାଙ୍କୁ ଚାକିରିରୁ ବରଖାସ୍ତ କରି ଦିଆଯାଇଥିଲା। ସେତେବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା। ପେନ୍‌ସନ୍‌ ମଧ୍ୟ ଅଟକାଇ ଦିଆଯାଇଥିଲା। ଆର୍ଥିକ ସ୍ଥିତି ବିଗିଡିବାରୁ ପୈତୃକ ଘର ଏବଂ ଅଢେଇ ଏକର ଜମି ବି ବିକିବାକୁ ପଡ଼ିଥିଲା। ହାଇକୋର୍ଟରେ ୨୩ ବର୍ଷ ମାମଲା ପଡି ରହିବା ପରେ ଗତ ୨୫ ତାରିଖରେ ତାଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି। ଏବେ ବିନା ନୋଟିସ୍‌ରେ ବରଖାସ୍ତ କରିଥିବାରୁ ଶିକ୍ଷା ବିଭାଗ ବିରୋଧରେ ମାମଲା ଦାଏର କରିବେ।

ଆହୁରି ପଢ଼ନ୍ତୁ: ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ବ୍ରହ୍ମଗିରିରେ ଶ୍ରଦ୍ଧାଳୁଙ୍କ ଭିଡ଼

ମାନକରାମ ୧୯୭୨ରେ ବୈତୁଲାରେ ଥିବା ସରକାରୀ ସ୍କୁଲ ରତେଡାରେ ନିଯୁକ୍ତି ପାଇଥିଲେ। ସେ ପିଲାଙ୍କୁ ପଢ଼ାଇବା ସହିତ ପୋଷ୍ଟ ଅଫିସରେ ଏଜେଣ୍ଟ ଭାବେ କାମ କରୁଥିଲେ। ଏଥିପାଇଁ ତାଙ୍କୁ କମିଶନ ମିଳୁଥିଲା। ଦୂରରେ ଡାକଘର ଥିବାରୁ ମାନକରାମ ସପ୍ତାହକୁ ଥରେ ଯାଇ ଡାକ ଘରେ ଟଙ୍କ ଜମା କରି ଆସୁଥିଲେ। ୧୯୮୪ରେ ରତେଡା ଗ୍ରାମର ଚାଷୀ କହ୍ନେୟା ସାହୁ ତାଙ୍କୁ ୩,୫୯୬ ଟଙ୍କା ଜମା କରିବାକୁ ଦେଇଥିଲେ। ଦୁଇ ଦିନ ପରେ ଜରୁରୀ ଥିବାରୁ କହ୍ନେୟା ଟଙ୍କା ଉଠାଇବା ପାଇଁ ଡାକଘରକୁ ଯାଇଥିଲେ। କିନ୍ତୁ ସେଠରେ ଟଙ୍କା ଜମା ହୋଇ ନ ଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ଥାନାରେ ଏତଲା ଦେଇଥିଲେ। ପୁଲିସ ମାନକରାମଙ୍କ ବିରୋଧରେ ଏତଲା ରୁଜୁ କରିଥିଲା। ୧୯୯୩ ଜାନୁଆରୀ ୨୮ରେ ସେସନ କୋର୍ଟ ‘କୋର୍ଟ ଉଠିବା ପର୍ଯ୍ୟନ୍ତ’ ତାଙ୍କୁ ଦଣ୍ଡ ଶୁଣାଇ ଥିଲେ। କିନ୍ତୁ ମାନକରାମ ଏହି ରାୟକୁ ଏଡିଜେ କୋର୍ଟରେ ବିରୋଧ କରିଥିଲେ।

ଆହୁରି ପଢ଼ନ୍ତୁ: କୋଳଥିଆ ହତ୍ୟାକାଣ୍ଡ: ପ୍ରେମ ପାଇଁ ପୁଅକୁ ପିଟିପିଟି ମାରି ଦେଇଥିଲେ ! ଚିକିତ୍ସାଧୀନ ଅବସ୍ଥାରେ ବାପାଙ୍କ ମୃତ୍ୟୁ

ମାତ୍ର ୨୦୦୦ ମସିହା ସେପ୍ଟେମ୍ବରରେ ଏଡିଜେ କୋର୍ଟ ପୂର୍ବର ରାୟକୁ କାଏମ ରଖିଥିଲେ। ପରେ ଏହାକୁ ବିରୋଧ କରି ମାନକରାମ ସେହି ବର୍ଷ ମଧ୍ୟପ୍ରଦେଶ ହାଇକୋର୍ଟ ଯାଇଥିଲେ ।୨୦୨୫ରେ ଏହି ମାମଲାର ଶୁଣାଣି ହୋଇଛି। ଆବେଦନକାରୀଙ୍କ ଓକିଲ ମୋହନ ଶର୍ମା କହିଛନ୍ତି ଯେ ବିନା କୌଣସି ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। କାରଣ ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କୌଣସି ପ୍ରମାଣ ନ ଥିଲା। ବ୍ୟାଙ୍କବାଲା ପାସ୍‌ବୁକ ଏବଂ ରେଜିଷ୍ଟରରେ ଚଢ଼ାଇ ନ ଥିଲେ ବୋଲି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆବେଦନକାରୀ ଶିକ୍ଷକ ଥିଲେ। ତାଙ୍କର କୌଣସି ଆପରାଧିକ ପ୍ରବୃତ୍ତି ନ ଥିଲା। ଟ୍ରାଏଲ କୋର୍ଟଙ୍କ ନିଷ୍ପତ୍ତି ଠିକ୍‌ ନ ଥିଲା।

ଆହୁରି ପଢ଼ନ୍ତୁ: ଜାପାନର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା: ଷ୍ଟିଲ୍, ଆଲୁମିନିୟମ୍ ଓ ମ୍ୟାନୁଫ୍ୟାକ୍ଚରିଂ ଉପରେ ଗୁରୁତ୍ୱ

05 Jul 2025 By The Sakala

୪୨ ବର୍ଷର ଆଇନଗତ ଲଢ଼େଇ ପରେ ମିଳିଲା ନ୍ୟାୟ, ଭୁଲ୍‌ ନ କରି ଦଣ୍ଡ ମିଳିଥିବାଳେ ୮୬ ବର୍ଷରେ ମିଳିଲା ଆଶ୍ବସ୍ତି…

ଜବଲପୁର: ଭାରତୀୟ ନ୍ୟାୟିକ ବ୍ୟବସ୍ଥାର କରୁଣ ଚିତ୍ର ମଧ୍ୟପ୍ରଦେଶରୁ ସାମ୍‌ନାକୁ ଆସିଛି। ଅନ୍ୟାୟର ଶିକାର ହୋଇଥିବା ଜଣେ ଶିକ୍ଷକଙ୍କୁ ନ୍ୟାୟ ମିଳିବାକୁ ୪୨ ବର୍ଷ ଲାଗି ଯାଇଛି। ୪୪ ବର୍ଷରେ ଭୁଲ୍‌ ନ କରି ଦଣ୍ଡ ମିଳିଥିବାଳେ ୮୬ ବର୍ଷରେ ତାଙ୍କୁ ଆଶ୍ବସ୍ତି ମିଳିଛି। ଦୀର୍ଘ ବର୍ଷର ଆଇନଗତ ଲଢେଇ, ସାମାଜିକ ଉପେକ୍ଷା ଏବଂ ଉତ୍କଟ ଆର୍ଥିକ ସ୍ଥିତିରେ ପଡ଼ି ମଧ୍ୟ ବୈତୁଲ ଜିଲ୍ଲାର ଏହି ବୃଦ୍ଧ ଶିକ୍ଷକ ମାନକରାମ ସୂର୍ଯ୍ୟବଂଶୀ ନ୍ୟାୟ ପାଇଁ ଲଢେଇ କରି ଚାଲିଥିଲେ। ହାର୍‌ ନ ମାନି ସଂଘର୍ଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଚାରି ଦଶନ୍ଧି ହେଲା କୋର୍ଟକୁ ଧାଇଁ ଥିଲେ। ଏବେ ହାଇକୋର୍ଟଙ୍କ ରାୟ ତାଙ୍କୁ ନ୍ୟାୟ ଦେଇଛି। ୧୯୮୩ରେ ଗୁରୁତର ଅଭିଯୋଗ ଲାଗିବା ପରେ ତାଙ୍କୁ ଚାକିରିରୁ ବରଖାସ୍ତ କରି ଦିଆଯାଇଥିଲା। ସେତେବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା। ପେନ୍‌ସନ୍‌ ମଧ୍ୟ ଅଟକାଇ ଦିଆଯାଇଥିଲା। ଆର୍ଥିକ ସ୍ଥିତି ବିଗିଡିବାରୁ ପୈତୃକ ଘର ଏବଂ ଅଢେଇ ଏକର ଜମି ବି ବିକିବାକୁ ପଡ଼ିଥିଲା। ହାଇକୋର୍ଟରେ ୨୩ ବର୍ଷ ମାମଲା ପଡି ରହିବା ପରେ ଗତ ୨୫ ତାରିଖରେ ତାଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି। ଏବେ ବିନା ନୋଟିସ୍‌ରେ ବରଖାସ୍ତ କରିଥିବାରୁ ଶିକ୍ଷା ବିଭାଗ ବିରୋଧରେ ମାମଲା ଦାଏର କରିବେ।

ମାନକରାମ ୧୯୭୨ରେ ବୈତୁଲାରେ ଥିବା ସରକାରୀ ସ୍କୁଲ ରତେଡାରେ ନିଯୁକ୍ତି ପାଇଥିଲେ। ସେ ପିଲାଙ୍କୁ ପଢ଼ାଇବା ସହିତ ପୋଷ୍ଟ ଅଫିସରେ ଏଜେଣ୍ଟ ଭାବେ କାମ କରୁଥିଲେ। ଏଥିପାଇଁ ତାଙ୍କୁ କମିଶନ ମିଳୁଥିଲା। ଦୂରରେ ଡାକଘର ଥିବାରୁ ମାନକରାମ ସପ୍ତାହକୁ ଥରେ ଯାଇ ଡାକ ଘରେ ଟଙ୍କ ଜମା କରି ଆସୁଥିଲେ। ୧୯୮୪ରେ ରତେଡା ଗ୍ରାମର ଚାଷୀ କହ୍ନେୟା ସାହୁ ତାଙ୍କୁ ୩,୫୯୬ ଟଙ୍କା ଜମା କରିବାକୁ ଦେଇଥିଲେ। ଦୁଇ ଦିନ ପରେ ଜରୁରୀ ଥିବାରୁ କହ୍ନେୟା ଟଙ୍କା ଉଠାଇବା ପାଇଁ ଡାକଘରକୁ ଯାଇଥିଲେ। କିନ୍ତୁ ସେଠରେ ଟଙ୍କା ଜମା ହୋଇ ନ ଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ଥାନାରେ ଏତଲା ଦେଇଥିଲେ। ପୁଲିସ ମାନକରାମଙ୍କ ବିରୋଧରେ ଏତଲା ରୁଜୁ କରିଥିଲା। ୧୯୯୩ ଜାନୁଆରୀ ୨୮ରେ ସେସନ କୋର୍ଟ ‘କୋର୍ଟ ଉଠିବା ପର୍ଯ୍ୟନ୍ତ’ ତାଙ୍କୁ ଦଣ୍ଡ ଶୁଣାଇ ଥିଲେ। କିନ୍ତୁ ମାନକରାମ ଏହି ରାୟକୁ ଏଡିଜେ କୋର୍ଟରେ ବିରୋଧ କରିଥିଲେ।

ମାତ୍ର ୨୦୦୦ ମସିହା ସେପ୍ଟେମ୍ବରରେ ଏଡିଜେ କୋର୍ଟ ପୂର୍ବର ରାୟକୁ କାଏମ ରଖିଥିଲେ। ପରେ ଏହାକୁ ବିରୋଧ କରି ମାନକରାମ ସେହି ବର୍ଷ ମଧ୍ୟପ୍ରଦେଶ ହାଇକୋର୍ଟ ଯାଇଥିଲେ ।୨୦୨୫ରେ ଏହି ମାମଲାର ଶୁଣାଣି ହୋଇଛି। ଆବେଦନକାରୀଙ୍କ ଓକିଲ ମୋହନ ଶର୍ମା କହିଛନ୍ତି ଯେ ବିନା କୌଣସି ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। କାରଣ ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କୌଣସି ପ୍ରମାଣ ନ ଥିଲା। ବ୍ୟାଙ୍କବାଲା ପାସ୍‌ବୁକ ଏବଂ ରେଜିଷ୍ଟରରେ ଚଢ଼ାଇ ନ ଥିଲେ ବୋଲି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆବେଦନକାରୀ ଶିକ୍ଷକ ଥିଲେ। ତାଙ୍କର କୌଣସି ଆପରାଧିକ ପ୍ରବୃତ୍ତି ନ ଥିଲା। ଟ୍ରାଏଲ କୋର୍ଟଙ୍କ ନିଷ୍ପତ୍ତି ଠିକ୍‌ ନ ଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର