ମନୋରଞ୍ଜନ

ଆମେରିକାରେ ଶାହରୁଖ୍ ଖାନଙ୍କ ନୂଆ କ୍ରିକେଟ୍ ଷ୍ଟାଡିୟମ୍: ଉଦ୍‌ଘାଟନୀ ଭିଡିଓରେ ନଜର ଆସିଲେ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି
ରିଆଲିଟି ସୋ 'ଦି ଆଲାଏନ୍ସ'ରେ ସୋହେଲ୍ ଖାନ୍‌ଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି: ସଲମାନଙ୍କ ରିଆକ୍ସନ ବିଷୟରେ କହିଲେ ଅଭିନେତା
'କାଲା ହିରଣ' ବିବାଦ: ସେନ୍ସର ବୋର୍ଡକୁ ଯାଇନାହିଁ ଫିଲ୍ମ, ସଲମାନ ଖାନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସ୍ଥଗିତ
'ଟକ୍ସିକ୍'ର ନୂଆ ଟିଜର ରିଲିଜ୍: ଆକ୍ସନ୍ ବଦଳରେ ବୋଲ୍ଡ ସିନ୍ ଦେଖି ତାଜୁବ୍ ଫ୍ୟାନ୍ସ, ୟଶ୍ ଏବଂ କିଆରାଙ୍କ ରୋମାନ୍ସକୁ ନେଇ ଟ୍ରୋଲ୍ ହେଲେ ମେକର୍ସ
ବିବାହ ପୂର୍ବରୁ ଲିଭ୍-ଇନ୍‌ରେ ରହିବାକୁ ପରାମର୍ଶ ଦେଲେ ଭେଟେରାନ୍ ଅଭିନେତ୍ରୀ ଜୀନତ ଅମାନ, କହିଲେ '୧୫ ବର୍ଷ ଦୁଃଖରେ ରହିବା ଅପେକ୍ଷା ୫ ବର୍ଷ ଖୁସି ଭଲ'

ଶନିବାରଠାରୁ ଆଇପିଏଲ୍‌ ପୁଣି ଆରମ୍ଭ, ଜୁନ୍ ୩ରେ ଫାଇନାଲ୍…

The Sakala Picture
Published On

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ସ୍ଥଗିତ ରହିଥିବା ଆଇପିଏଲ୍‌-୧୮ ସଂସ୍କରଣର ଅବଶିଷ୍ଟ ୧୩ଟି ଲିଗ୍‌ ମ୍ୟାଚ୍‌ ଆସନ୍ତା ଶନିବାରଠାରୁ ଆରମ୍ଭ ହେବ। ଧର୍ମଶାଳାରେ ମେ’ ୮ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସ୍ଥଗିତ ରହିଥିବା ମ୍ୟାଚ୍‌କୁ ପୁନର୍ବାର ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ମ୍ୟାଚ୍‌ଟି ମେ ୨୪ରେ ଖେଳାଯିବ। ଆଇପିଏଲ୍‌-୧୮ ସ୍ଥଗିତ ରହିବା ପୂର୍ବରୁ ୭୦ଟି ଲିଗ୍‌ ମ୍ୟାଚ୍‌ ମଧ୍ୟରୁ ୫୭ଟି ଖେଳାଯାଇଥିଲା। ଅବଶିଷ୍ଟ ୧୩ଟି ଲିଗ୍‌ ମ୍ୟାଚ୍‌ […]

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ସ୍ଥଗିତ ରହିଥିବା ଆଇପିଏଲ୍‌-୧୮ ସଂସ୍କରଣର ଅବଶିଷ୍ଟ ୧୩ଟି ଲିଗ୍‌ ମ୍ୟାଚ୍‌ ଆସନ୍ତା ଶନିବାରଠାରୁ ଆରମ୍ଭ ହେବ। ଧର୍ମଶାଳାରେ ମେ’ ୮ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସ୍ଥଗିତ ରହିଥିବା ମ୍ୟାଚ୍‌କୁ ପୁନର୍ବାର ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ମ୍ୟାଚ୍‌ଟି ମେ ୨୪ରେ ଖେଳାଯିବ। ଆଇପିଏଲ୍‌-୧୮ ସ୍ଥଗିତ ରହିବା ପୂର୍ବରୁ ୭୦ଟି ଲିଗ୍‌ ମ୍ୟାଚ୍‌ ମଧ୍ୟରୁ ୫୭ଟି ଖେଳାଯାଇଥିଲା। ଅବଶିଷ୍ଟ ୧୩ଟି ଲିଗ୍‌ ମ୍ୟାଚ୍‌ ମେ ୧୭ରୁ ଆରମ୍ଭ ହେବ। ପ୍ଲେ ଅଫ୍‌ର ୪ଟି ମୁକାବିଲାକୁ ମିଶାଇ ଚଳିତ ଆଇପିଏଲ୍‌ରେ ଆଉ ୧୭ଟି ମ୍ୟାଚ୍‌ ଖେଳାଯିବ। ମେ ୨୭ରେ ଲିଗ୍‌ ମ୍ୟାଚ୍‌ ଶେଷ ହେବା ପରେ ମେ ୨୯ରେ କ୍ୱାଲିଫାୟର-୧, ୩୦ରେ ଏଲିମିନେଟର, ଜୁନ୍‌-୧ରେ କ୍ୱାଲିଫାୟର-୨ ଓ ଜୁନ୍‌ ୩ରେ ଫାଇନାଲ ଖେଳାଯିବ। ପ୍ଲେ ଅଫ ମ୍ୟାଚ୍‌ଗୁଡିକର ଭେନ୍ୟୁ ପରେ ଘୋଷଣା କରାଯିବ। ଏହା ମଧ୍ୟରୁ ଦୁଇଟି ଡବଲ ହେଡର ମୁକାବିଲା ମେ ୧୮ ଓ ୨୫ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ବିଶ୍ୱର ସବୁଠାରୁ ଗ୍ଲାମରସ୍ ଫୁଟବଲର୍ ଆଲିଶା ଲେହମ୍ୟାନ୍‌ଙ୍କ ନିର୍ବନ୍ଧ ସମ୍ପନ୍ନ: ବୟଫ୍ରେଣ୍ଡ ମଣ୍ଟେଲ ମ୍ୟାକେଞ୍ଜି କଲେ ରୋମାଣ୍ଟିକ୍ ପ୍ରପୋଜ୍

ଏହା ମଧ୍ୟରେ ବିଭିନ୍ନ ଦେଶର ଖେଳାଳିମାନେ ସେମାନଙ୍କ ଫ୍ରାଞ୍ଚାଇଜ୍‌ ସହ ଯୋଗଦେଇଛନ୍ତି। କିନ୍ତୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଥିବା ଦକ୍ଷିଣ ଆଫ୍ରିକାର ଓ ଅଷ୍ଟ୍ରେଲିଆର କିଛି ଖେଳାଳି ପ୍ଲେ ଅଫ୍‌ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ ସ୍ଥାନ ପାଇଥିବା ୮ଜଣ ଖେଳାଳି ମେ ୨୭ ଲିଗ୍‌ ମ୍ୟାଚ୍‌ ପରେ ସ୍ୱଦେଶ ଫେରିଯିବେ। ଏଣୁ ସେମାନେ ପ୍ଲେ ଅଫ୍‌ରେ ଖେଳିପାରିବେ ନାହିଁ ବୋଲି ଜଣାଯାଇଛି। ଆଇପିଏଲ୍‌ ଖେଳୁଥିବା କାଗିସୋ ରାବାଡା, ଆଇଡେନ୍‌ ମାର୍କରାମ, ମାର୍କୋ ଜାନସେନ, ଟ୍ରିଷ୍ଟାନ ଷ୍ଟବ୍ସ, ୱିଆନ୍‌ ମୁଲ୍ଡର, ଲୁଙ୍ଗି ଏନ୍‌ଗିଡି, ରିୟାନ ରିକେଲଟନ୍‌ ଓ କର୍ବିନ ବୋଶ୍ଚ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପୂର୍ବରୁ ଜିମ୍ବାୱେ ସହ ଜୁନ୍‌ ୩ରେ ଖେଳାଯିବାକୁ ଥିବା ୱାର୍ମ ଅପ୍‌ ମ୍ୟାଚ୍‌ରେ ଭାଗ ନେବାକୁ ଏହି ଖେଳାଳିମାନେ ମେ ୩୦ରେ ଲଣ୍ଡନ ଯିବେ। କିନ୍ତୁ ଅନ୍ୟ ଦକ୍ଷିଣ ଆଫ୍ରିକୀୟ ଖେଳାଳିମାନେ ଆଇପିଏଲ୍‌ ଶେଷଯାଏ ଖେଳିବେ। ଲର୍ଡ୍ସରେ ଜୁନ୍‌ ୧୧ରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ଖେଳାଯିବ।

ଆହୁରି ପଢ଼ନ୍ତୁ: ବେନ୍ ଷ୍ଟୋକ୍ସଙ୍କ ଅବସର ପରେ ସଚିନ ତେନ୍ଦୁଲକରଙ୍କ ଭାବପୂର୍ଣ୍ଣ ବାର୍ତ୍ତା: 'ଆପଣ ଦଳକୁ ଏକ ନୂଆ ଦିଗ ଦେଇଛନ୍ତି'

16 May 2025 By The Sakala

ଶନିବାରଠାରୁ ଆଇପିଏଲ୍‌ ପୁଣି ଆରମ୍ଭ, ଜୁନ୍ ୩ରେ ଫାଇନାଲ୍…

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ସ୍ଥଗିତ ରହିଥିବା ଆଇପିଏଲ୍‌-୧୮ ସଂସ୍କରଣର ଅବଶିଷ୍ଟ ୧୩ଟି ଲିଗ୍‌ ମ୍ୟାଚ୍‌ ଆସନ୍ତା ଶନିବାରଠାରୁ ଆରମ୍ଭ ହେବ। ଧର୍ମଶାଳାରେ ମେ’ ୮ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସ୍ଥଗିତ ରହିଥିବା ମ୍ୟାଚ୍‌କୁ ପୁନର୍ବାର ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ମ୍ୟାଚ୍‌ଟି ମେ ୨୪ରେ ଖେଳାଯିବ। ଆଇପିଏଲ୍‌-୧୮ ସ୍ଥଗିତ ରହିବା ପୂର୍ବରୁ ୭୦ଟି ଲିଗ୍‌ ମ୍ୟାଚ୍‌ ମଧ୍ୟରୁ ୫୭ଟି ଖେଳାଯାଇଥିଲା। ଅବଶିଷ୍ଟ ୧୩ଟି ଲିଗ୍‌ ମ୍ୟାଚ୍‌ ମେ ୧୭ରୁ ଆରମ୍ଭ ହେବ। ପ୍ଲେ ଅଫ୍‌ର ୪ଟି ମୁକାବିଲାକୁ ମିଶାଇ ଚଳିତ ଆଇପିଏଲ୍‌ରେ ଆଉ ୧୭ଟି ମ୍ୟାଚ୍‌ ଖେଳାଯିବ। ମେ ୨୭ରେ ଲିଗ୍‌ ମ୍ୟାଚ୍‌ ଶେଷ ହେବା ପରେ ମେ ୨୯ରେ କ୍ୱାଲିଫାୟର-୧, ୩୦ରେ ଏଲିମିନେଟର, ଜୁନ୍‌-୧ରେ କ୍ୱାଲିଫାୟର-୨ ଓ ଜୁନ୍‌ ୩ରେ ଫାଇନାଲ ଖେଳାଯିବ। ପ୍ଲେ ଅଫ ମ୍ୟାଚ୍‌ଗୁଡିକର ଭେନ୍ୟୁ ପରେ ଘୋଷଣା କରାଯିବ। ଏହା ମଧ୍ୟରୁ ଦୁଇଟି ଡବଲ ହେଡର ମୁକାବିଲା ମେ ୧୮ ଓ ୨୫ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

ଏହା ମଧ୍ୟରେ ବିଭିନ୍ନ ଦେଶର ଖେଳାଳିମାନେ ସେମାନଙ୍କ ଫ୍ରାଞ୍ଚାଇଜ୍‌ ସହ ଯୋଗଦେଇଛନ୍ତି। କିନ୍ତୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଥିବା ଦକ୍ଷିଣ ଆଫ୍ରିକାର ଓ ଅଷ୍ଟ୍ରେଲିଆର କିଛି ଖେଳାଳି ପ୍ଲେ ଅଫ୍‌ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ ସ୍ଥାନ ପାଇଥିବା ୮ଜଣ ଖେଳାଳି ମେ ୨୭ ଲିଗ୍‌ ମ୍ୟାଚ୍‌ ପରେ ସ୍ୱଦେଶ ଫେରିଯିବେ। ଏଣୁ ସେମାନେ ପ୍ଲେ ଅଫ୍‌ରେ ଖେଳିପାରିବେ ନାହିଁ ବୋଲି ଜଣାଯାଇଛି। ଆଇପିଏଲ୍‌ ଖେଳୁଥିବା କାଗିସୋ ରାବାଡା, ଆଇଡେନ୍‌ ମାର୍କରାମ, ମାର୍କୋ ଜାନସେନ, ଟ୍ରିଷ୍ଟାନ ଷ୍ଟବ୍ସ, ୱିଆନ୍‌ ମୁଲ୍ଡର, ଲୁଙ୍ଗି ଏନ୍‌ଗିଡି, ରିୟାନ ରିକେଲଟନ୍‌ ଓ କର୍ବିନ ବୋଶ୍ଚ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପୂର୍ବରୁ ଜିମ୍ବାୱେ ସହ ଜୁନ୍‌ ୩ରେ ଖେଳାଯିବାକୁ ଥିବା ୱାର୍ମ ଅପ୍‌ ମ୍ୟାଚ୍‌ରେ ଭାଗ ନେବାକୁ ଏହି ଖେଳାଳିମାନେ ମେ ୩୦ରେ ଲଣ୍ଡନ ଯିବେ। କିନ୍ତୁ ଅନ୍ୟ ଦକ୍ଷିଣ ଆଫ୍ରିକୀୟ ଖେଳାଳିମାନେ ଆଇପିଏଲ୍‌ ଶେଷଯାଏ ଖେଳିବେ। ଲର୍ଡ୍ସରେ ଜୁନ୍‌ ୧୧ରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ଖେଳାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର