ମନୋରଞ୍ଜନ
ଓଡ଼ିଶା
ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସ୍ଥଗିତ ରହିଲା ଆଇପିଏଲ-୨୦୨୫, ବିସିସିଆଇ କହିଲା….
ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ମଧ୍ୟରେ ଆଇପିଏଲ ୨୦୨୫କୁ ସ୍ଥଗିତ ରଖାଯାଇଛି। ଏନେଇ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ସୂଚନା ଦିଆଯାଇଛି। ବିସିସିଆଇ କହିଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ବିଦେଶୀ ଖେଳାଳିମାନଙ୍କୁ ସେମାନଙ୍କ ଦେଶକୁ ପଠାଇ ଦିଆଯାଉଛି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଆଇପିଏଲ ୨୦୨୫କୁ ସ୍ଥଗିତ ରଖାଯାଇଛି। ନୂତନ ତାରିଖ ଏବଂ ସ୍ଥାନ ନେଇ ସମୀକ୍ଷା କରାଯାଉଛି। ବାକି […]
ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ମଧ୍ୟରେ ଆଇପିଏଲ ୨୦୨୫କୁ ସ୍ଥଗିତ ରଖାଯାଇଛି। ଏନେଇ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ସୂଚନା ଦିଆଯାଇଛି। ବିସିସିଆଇ କହିଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ବିଦେଶୀ ଖେଳାଳିମାନଙ୍କୁ ସେମାନଙ୍କ ଦେଶକୁ ପଠାଇ ଦିଆଯାଉଛି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଆଇପିଏଲ ୨୦୨୫କୁ ସ୍ଥଗିତ ରଖାଯାଇଛି। ନୂତନ ତାରିଖ ଏବଂ ସ୍ଥାନ ନେଇ ସମୀକ୍ଷା କରାଯାଉଛି। ବାକି ମ୍ୟାଚ୍ ଗୁଡ଼ିକ କେବେ ଏବଂ କେଉଁଠି ହେବ ଏହା ବିସିସିଆଇ ଆଗକୁ ଘୋଷଣା କରିବ।
🚨 𝗨𝗣𝗗𝗔𝗧𝗘 🚨
ଆହୁରି ପଢ଼ନ୍ତୁ: ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ କପିଲ ଦେବଙ୍କ ଆହ୍ୱାନ: 'ସେ ୨୦-୨୨ ବର୍ଷର ହେବା ପରେ ଆମେ ବିଚାର କରିବୁ'IPL 2025 is suspended until further notice.
ଆହୁରି ପଢ଼ନ୍ତୁ: ବିଶ୍ୱର ସବୁଠାରୁ ଗ୍ଲାମରସ୍ ଫୁଟବଲର୍ ଆଲିଶା ଲେହମ୍ୟାନ୍ଙ୍କ ନିର୍ବନ୍ଧ ସମ୍ପନ୍ନ: ବୟଫ୍ରେଣ୍ଡ ମଣ୍ଟେଲ ମ୍ୟାକେଞ୍ଜି କଲେ ରୋମାଣ୍ଟିକ୍ ପ୍ରପୋଜ୍New dates & venues are being reviewed — remaining matches may be rescheduled soon.
Nation First. Safety Always. 🇮🇳#IPL2025 | #IPl | #IndiaPakistanWar pic.twitter.com/3pprpXNZ2p
— Indian Cricket Team (@incricketteam) May 9, 2025
ବିିସିସିଆଇର ଜଣେ ଅଧିକାରୀ କହିଛନ୍ତି “ଆମେ ଦେଶ ସହିତ ଠିଆ ହେଉଛୁ। ଆମର ପ୍ରାଥମିକତା ହେଉଛି ଦେଶ। ଖେଳାଳିଙ୍କ ସୁରକ୍ଷା ସର୍ବୋପରି। କ୍ରିକେଟ୍ ଦେଶଠାରୁ ଊର୍ଦ୍ଧ୍ୱରେ ନୁହେଁ।
🚨 𝗨𝗣𝗗𝗔𝗧𝗘 🚨
Amid rising tensions between India and Pakistan the Indian Premier League (IPL) has been SUSPENDED.
All foreign players will be sent back. BCCI will ensure they reach back safely. 🇮🇳#IPL2025 | #IPl | #IndiaPakistanWar pic.twitter.com/dT2raaRLUe

ସୂଚନାଯୋଗ୍ୟ ଜାମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦ ଆକ୍ରମଣ ପରେ ଭାରତର ପ୍ରତିଶୋଧ ଓ ପାକିସ୍ତାନର ପ୍ରତ୍ୟାକ୍ରମଣ ପରେ ଗୁରୁବାର ଆନୁଷ୍ଠାନିକ ଯୁଦ୍ଧ ଆରମ୍ଭ ହୋଇଛି। ଏହି ଯୁଦ୍ଧର ପ୍ରଭାବ ଯୋଗୁଁ ଗତକାଲି ଧର୍ମଶାଳାରେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୫୮ତମ ଲିଗ୍ ମ୍ୟାଚ୍କୁ ଅଧାରୁ ବାତିଲ କରିଦିଆଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଗତକାଲିର ମ୍ୟାଚ୍ ବାତିଲ କରାଯିବା ପରେ ଆଇପିଏଲ୍ ଗଭର୍ଣ୍ଣିଂ କାଉନ୍ସିଲର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ଆଜି ଆଇପିଏଲ ୨୦୨୫ ସ୍ଥଗିତ ନେଇ ଘୋଷଣା କରାଯାଇଛି।
ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସ୍ଥଗିତ ରହିଲା ଆଇପିଏଲ-୨୦୨୫, ବିସିସିଆଇ କହିଲା….
ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ମଧ୍ୟରେ ଆଇପିଏଲ ୨୦୨୫କୁ ସ୍ଥଗିତ ରଖାଯାଇଛି। ଏନେଇ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ସୂଚନା ଦିଆଯାଇଛି। ବିସିସିଆଇ କହିଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ବିଦେଶୀ ଖେଳାଳିମାନଙ୍କୁ ସେମାନଙ୍କ ଦେଶକୁ ପଠାଇ ଦିଆଯାଉଛି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଆଇପିଏଲ ୨୦୨୫କୁ ସ୍ଥଗିତ ରଖାଯାଇଛି। ନୂତନ ତାରିଖ ଏବଂ ସ୍ଥାନ ନେଇ ସମୀକ୍ଷା କରାଯାଉଛି। ବାକି ମ୍ୟାଚ୍ ଗୁଡ଼ିକ କେବେ ଏବଂ କେଉଁଠି ହେବ ଏହା ବିସିସିଆଇ ଆଗକୁ ଘୋଷଣା କରିବ।
🚨 𝗨𝗣𝗗𝗔𝗧𝗘 🚨
IPL 2025 is suspended until further notice.
New dates & venues are being reviewed — remaining matches may be rescheduled soon.